ଜମି ସମସ୍ୟାରେ ଛନ୍ଦିହୋଇଛନ୍ତି ୨୦ ହଜାର ଲୋକ

ଯାଜପୁର,୭ା୧୨(ହର୍ଷବର୍ଦ୍ଧନ ବେହେରା: ଯାଜପୁର ଜିଲାର ଅନ୍ୟତମ ସହର ବ୍ୟାସନଗର ତହସିଲ ସମେତ ଦାନଗଦି ଓ ସୁକିନ୍ଦା ତହସିଲ ଅଞ୍ଚଳର ୩୬ଟି ରାଜସ୍ବ ଗ୍ରାମର ପ୍ରଜା ଜମି ସମସ୍ୟାରେ ଛନ୍ଦି ହୋଇଛନ୍ତି। ଜମି ଥାଇ ବି ପ୍ରଜା ଏଠାରେ ଭୂମିହୀନ ଭଳି ଜୀବନ ଅତିବାହିତ କରୁଛନ୍ତି। ପ୍ରାୟ ୧୦ ବର୍ଷ ହେବ ପଟ୍ଟା ପାଇଁ ସେମାନେ ବାରଦୁଆର ହେଉଥିଲେ ହେଁ କିଛି ସୁଫଳ ମିଳିପାରିନାହିଁ। ଏହାର ତ୍ୱରିତ ସମାଧାନ ପାଇଁ କୋରେଇ ବିଧାୟକ ଆକାଶ ଦାସନାୟକ ତପତ୍ରତା ପ୍ରକାଶ କରିଛନ୍ତି । ଯାଜପୁର ଉପଜିଲାପାଳଙ୍କ କୋର୍ଟରେ ଶତାଧିକ ଜମିଜମା ସମ୍ବନ୍ଧୀୟ ମାମଲା ପଡ଼ିରହିଛି। ଏହି ୩ ତହସିଲ ଅଧୀନରେ ବହୁ ଗରିବ ଏବଂ ଆଦିବାସୀ ଶ୍ରେଣୀର ଲୋକ ବାସ କରୁଛନ୍ତି। ଫଳରେ ଜମି ସମସ୍ୟାର ସମାଧାନ ପାଇଁ ୫୦ ରୁ ୭୦ କିମି ଦୂର ଯାଜପୁରକୁ ଦୌଡ଼ିଦୌଡ଼ି ନୟାନ୍ତ ହୋଇସାରିଛନ୍ତି। ତେଣୁ ଯାଜପୁର ରୋଡ୍‌ଠାରେ ୩ ଦିନିଆ କ୍ୟାମ୍ପ କୋର୍ଟ ଖୋଲିଲେ ଲୋକମାନେ ବହୁତ ଉପକୃତ ହେବେ ବୋଲି ବିଧାୟକ ଆକାଶ ରାଜସ୍ବ ମନ୍ତ୍ରୀ ସୁରେଶ ଚନ୍ଦ୍ର ପୂଜାରୀଙ୍କୁ ଚିଠି ଲେଖିଛନ୍ତି।
ଅଭିଯୋଗ ଅନୁଯାୟୀ ବ୍ୟାସନଗର ତହସିଲ ଅନ୍ତର୍ଗତ ଚୋର୍ଦ୍ଦା, ରମ୍ପାସ, ମୁଣ୍ଡମାଳ ଓ ଉମାପଦା ମୌଜାର ପ୍ରଜାମାନଙ୍କ ଉପରେ କରାଯାଇଥିବା ଓଡ଼ିଶା ସର୍ଭେ ଆଣ୍ଡ୍‌ ସେଟଲମେଣ୍ଟ (ଓଏସ୍‌ଏସ୍‌) ମାମଲା ପ୍ରତ୍ୟାହାର କରିବାକୁ ଦୀର୍ଘ ବର୍ଷ ହେଲା ଦାବି ହୋଇଆସୁଛି। ୧୯୮୨ର ସେଟଲମେଣ୍ଟ ଅପରେଶନ ପରଠାରୁ ୨୦୦୯ ମଧ୍ୟରେ ଏହି ସ୍ବୀକୃତିପ୍ରାପ୍ତ ପ୍ରଜାମାନେ ଯେଉଁ ବ୍ୟକ୍ତିବିଶେଷଙ୍କୁ ବିକ୍ରି କବଲା ସୂତ୍ରେ ଜମି ବିକ୍ରି କରିଛନ୍ତି, ସେମାନଙ୍କୁ ମଧ୍ୟ ସରକାର ସ୍ଥାୟୀ ପ୍ରଜାଭାବେ ଗ୍ରହଣ କରି ସମସ୍ତଙ୍କୁ ନଟ୍‌-ଫାଇନାଲ ପଟ୍ଟା ପ୍ରଦାନ କରିଛନ୍ତି। ଏହାସହ ମୁଣ୍ଡମାଳ ମୌଜାର ୨୨୩ ଓ ୯୭ ନମ୍ବର ଖାତାଭୁକ୍ତ କିଛି ଜମି କୋପଣ୍ଡ ଓ ବୀରମଣିପୁରକୁ ସ୍ଥାନାନ୍ତରି ହୋଇଛି। ସେହି ପ୍ରଜାମାନଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରାଯାଇଛି। କିନ୍ତୁ ବିଡମ୍ବନା ଯେ, ୨୨୩ ଓ ୯୭ ଖାତାର ମୂଳ ଜମାବନ୍ଦୀଭୁକ୍ତ ପ୍ରଜାମାନଙ୍କ ନାମରେ ସରକାର ୨୦୦୯ରୁ ଝାଟି ଜଙ୍ଗଲ କିସମ ଦର୍ଶାଇ ଓଏସ୍‌ଏସ୍‌ ମାମଲା ରୁଜୁ କରି ପ୍ରଜାମାନଙ୍କୁ ହଇରାଣ କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ଜିଲାପାଳ ତଦନ୍ତ କରି ରିପୋର୍ଟ ଦାଖଲ କରି ସାରିଥିଲେ ହେଁ ଜମି ସମସ୍ୟାର ସମାଧାନ ହୋଇପାରିନାହିଁ। ବୋର୍ଡ ଅଫ ରେଭିନ୍ୟୁଙ୍କ ନିର୍ଦ୍ଦେଶ ମଧ୍ୟ ଏଠାରେ ଅକାମୀ ହୋଇ ପଡ଼ିରହିଛି। ୨୦୧୭ରେ ବିଧାନସଭାର ଏକ ଉଚ୍ଚସ୍ତରୀୟ କମିଟି ଏହି ଜମି ସମସ୍ୟା ଉପରେ ୩ ଥର ଭେରିଫିକେସନ କରି ଜିଲାପାଳଙ୍କୁ ୩ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ା କିନ୍ତୁ ଏଯାଏ ଲୋକଙ୍କୁ ସୁଫଳ ମିଳି ପାରିନାହିଁ।
ଖଣି, ଶିଳ୍ପ ସମୃଦ୍ଧ ଦାନଗଦି ଓ ସୁକିନ୍ଦା ତହସିଲ ଅଞ୍ଚଳରେ କେତେକ ସଂସ୍ଥା ସରକାରଙ୍କ ସହିତ ଚୁକ୍ତି ସ୍ବାକ୍ଷର କରି ଇଡ୍‌କୋ ଜରିଆରେ ଶତାଧିକ ଏକର ଜମି ହାତେଇ ସାରିଛନ୍ତି। କିନ୍ତୁ କଳିଙ୍ଗନଗର ଶିଳ୍ପାଞ୍ଚଳର ପ୍ରାୟ ୨୯ଟି ରାଜସ୍ବ ମୌଜାକୁ ପାଖାପାଖି ୧୦୦ ବର୍ଷ ହେବ ସରକାର ଭୂବନ୍ଦୋବସ୍ତରୁ ବଞ୍ଚିତ ରଖିଛନ୍ତି। ଏଥିରୁ ସାଧାରଣ ଲୋକ ତଥା ବିସ୍ଥାପିତଙ୍କୁ ଅଣଦେଖା କରାଯାଉଥିବା ମନେହେଉଛି। ଫଳରେ ଲୋକେ ଶହଶହ ବର୍ଷ ଦଖଲରେ ଥିବା ଜମିର ମାଲିକାନା ସ୍ବତ୍ୱ ପାଇପାରିନାହାନ୍ତି। ଅଭିଯୋଗ ଅନୁସାରେ ଜମି ପଟ୍ଟା ନ ଥିବାରୁ କୃଷକମାନଙ୍କୁ ଉଚିତ ଥଇଥାନ ମିଳୁନାହିଁ। ଏହାସହ ନିଯୁକ୍ତି ସମୟରେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ ପାତରଅନ୍ତର ନୀତି ଅବଲମ୍ବନ କରୁଛନ୍ତି। ତେଣୁ ବିଧାୟକ ଆକାଶଙ୍କ ପତ୍ର ଉପରେ ବିହିତ ପଦକ୍ଷେପ ଗ୍ରହଣ କରାଗଲେ ଲକ୍ଷାଧିକ ପ୍ରଜା ଉପକୃତ ହୋଇପାରିବେ ବୋଲି ମତପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri