Posted inଜାତୀୟ

ପିଏମ ଇନର୍ଟନଶିପ୍‌ ଯୋଜନାକୁ ନେଇ ବଡ଼ ଘୋଷଣା, ବୟସସୀମାରେ ହେଲା ବଡ଼ ପରିବର୍ତ୍ତନ, ମାସକୁ ମିଳିବ…

ନୂଆଦିଲ୍ଲୀ,୩।୧୨: ଉଦ୍‌ଘାଟନ ପୂର୍ବରୁ ସ୍ଥଗିତ ହେଲା ପିଏମ ଇନର୍ଟନଶିପ୍‌ ଯୋଜନା। ୫ ବର୍ଷରେ ୧ କୋଟି ଯୁବପିଢିଙ୍କୁ ଦେଶର ଶ୍ରେଷ୍ଠ ୫୦୦ କମ୍ପାନିରେ ଇନର୍ଟନଶିପ ଦେବା ଲକ୍ଷ୍ୟରେ ଆରମ୍ଭ ହୋଇଥିଲା ପିଏମ ଇନର୍ଟନଶିପ ଯୋଜନା । ଯୋଜନାର ପାଇଲଟ ପ୍ରୋଜେକ୍ଟରେ ୧.୨୫ ଲକ୍ଷ ଛାତ୍ର ଛାତ୍ରୀଙ୍କୁ ୧୨ ମାସର ଇନର୍ଟନଶିପ ଦେବାର ଲକ୍ଷ୍ୟ ରଖାଯାଇଥିବାବେଳେ, କମ୍ପାନିମାନେ ମଧ୍ୟ ୧.୨୭ ଲକ୍ଷ ଇନର୍ଟନଶିପ ଅଫର ବାହାର କରିଥିଲେ। ଏଥିପାଇଁ ପ୍ରାୟ ୬.୨୧ ଲକ୍ଷ ଆବେଦନ ମଧ୍ୟ ହୋଇଥିଲା। ହେଲେ ଡିସେମ୍ବର ୨ରେ ଆରମ୍ଭ ହେବାକୁ ଥିବା ଏହି ଯୋଜନାକୁ ସାମୟିକ ଭାବରେ ସ୍ଥଗିତ କରାଯାଇଛି।

ତେବେ ଏହି ଯୋଜନା କେବେ ଲଞ୍ଚ ହେବ ? ତାହାର ପରବର୍ତ୍ତୀ ଘୋଷଣାରେ ଜଣାପଡ଼ିବ। ସୂଚନା ଅନୁସାରେ ସରକାର ଅଧିକ ଆବେଦନକାରୀଙ୍କୁ ଯୋଜନାର ଅନ୍ତର୍ଭୁକ୍ତ କରିବାକୁ ଚାହୁଛନ୍ତି। ଏଥିପାଇଁ ସ୍କିମରେ କିଛିଟା ପରବର୍ତ୍ତନ କରିବାକୁ ଏହି ସାମୟିକ ସ୍ଥଗିତ ଲଗାଯାଇଛି।

ସୂଚନା ଅନୁଯାୟୀ, ସରକାର ଯୋଜନାରେ ଅଧିକ ଆବେଦନକାରୀଙ୍କୁ ଯୋଡ଼ିବା ପାଇଁ ବୟସ ସୀମା ବୃଦ୍ଧି କରିବା ଏବଂ ଶିକ୍ଷାଗତ ଯୋଗ୍ୟତାକୁ କୋହଳ କରିବା ଉପରେ ବିଚାର କରୁଛନ୍ତି । କର୍ପୋରେଟ ମନ୍ତ୍ରଣାଳୟ ଅନୁଯାୟୀ, ବର୍ତ୍ତମାନ ଏହି ଯୋଜନାରେ ଆବେଦନ ପାଇଁ ବୟସ ସୀମା ୨୧ରୁ ୨୪ ବର୍ଷ ରହିଛି । ଯାହାକୁ ୧୮ରୁ ୨୬ ବର୍ଷ କରିବାକୁ ଯୋଜନା କରାଯାଉଛି। ସେହିଭଳି ଶିକ୍ଷାଗତ ଯୋଗ୍ୟତାରେ ମଧ୍ୟ କୋହଳ କରିବାକୁ ଯୋଜନା କରାଯାଉଛି। କାରଣ ଏବେ ଇନର୍ଟନଶିପ ପାଇଁ ଆଶାୟୀଙ୍କ ଶିକ୍ଷାଗତ ଯୋଗ୍ୟତା, ହାଇସ୍କୁଲ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସାର୍ଟିଫିକେଟ, ଆଇଟିଆଇ ସାର୍ଟିଫିକେଟ, କେଣସି ପଲିଟେକନିକ ସଂସ୍ଥାରୁ ଡିପ୍ଲୋମା କିମ୍ବା ସ୍ନାତକ ଡିଗ୍ରୀର ଆବଶ୍ୟକତା ରହିଛି।

ଯୋଜନା ପାଇଁ ୨୦୨୪-୨୫ ଆର୍ଥିକ ବର୍ଷ ବଜେଟରେ ୨ ହଜାର କୋଟ ଟଙ୍କା ଆବଣ୍ଟିତ କରାଯାଇଥିବାବେଳେ, ନଭେମ୍ବର ୨୦ ସୁଦ୍ଧା ୬.୦୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସ୍କିମ ପାଇଁ ଚୟନ ହୋଇଥିବା ଆଶାୟୀଙ୍କୁ ୬ ହଜାର ଟଙ୍କାର ଏକ ନିଶ୍ଚିତ ରାଶି ଏବଂ ପ୍ରତି ମାସରେ ୪,୫୦୦ ଟଙ୍କାର ମାସିକ ଷ୍ଟାଇପେଣ୍ଡ ୧୨ ମାସ ପର୍ଯ୍ୟନ୍ତ ମିଳିବ। ଏହା ବାଦ୍‌ କମ୍ପାନିମାନେ ମଧ୍ୟ ପ୍ରତି ଆଶାୟୀଙ୍କୁ ପ୍ରତି ମାସରେ ଅତିରିକ୍ତ ୫୦୦ ଟଙ୍କାର ଷ୍ଟାଇପେଣ୍ଡ ଦେବା ନେଇ ଲକ୍ଷ୍ୟ ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri