Posted inଜାତୀୟ

ସମ୍ବିଧାନ ଦିବସ ପାଇଁ ପାର୍ଲାମେଣ୍ଟରେ ହେବ ସ୍ବତନ୍ତ୍ର କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୪ା୧୧: ୧୯୪୯ ନଭେମ୍ବର ୨୬ରେ ସେଣ୍ଟ୍ରାଲ ହଲ୍‌ରେ ଅନୁଷ୍ଠିତ ସମ୍ବିଧାନ ସଭାରେ ସମ୍ବିଧାନ ଗୃହୀତ ହୋଇଥିଲା। ଏହାର ୭୫ତମ ବାର୍ଷିକୀ ନିମନ୍ତେ ମଙ୍ଗଳବାରଠାରୁ ବର୍ଷବ୍ୟାପୀ ଉତ୍ସବ ପାଳନ କରାଯିବ। ଏହି ଅବସରରେ ପୁରୁଣା ପାର୍ଲାମେଣ୍ଟ ଭବନର ସେଣ୍ଟ୍ରାଲ ହଲ୍‌ରେ ମଙ୍ଗଳବାର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍‌ବୋଧନ ଦେବେ।

ଉପରାଷ୍ଟ୍ରପତି ଜଗଦୀପ୍‌ ଧନ୍‌କର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ମଧ୍ୟ ଉଦ୍‌ବୋଧନ ଦେବା କାର୍ଯ୍ୟକ୍ରମ ରହିଛି। ବର୍ଷବ୍ୟାପୀ ଉତ୍ସବ ପାଳନ ନିମନ୍ତେ ଟ୍ୟାଗ୍‌ଲାଇନ ‘ହମାରା ସମ୍ବିଧାନ, ହମାରା ସ୍ବାଭିମାନ’ ରହିଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଖବରଦାତାମାନଙ୍କୁ କହିଛନ୍ତି।

ଏହି ଅବସରରେ ଏକ ସ୍ମାରକୀ ମୁଦ୍ରା ଏବଂ ଡାକଟିକେଟ ଉନ୍ମୋଚନ କରାଯିବା ସହ ସଂସ୍କୃତ ଓ ମୈଥିଲୀ ଭାଷାରେ ସମ୍ବିଧାନ ପୁସ୍ତକ ଉନ୍ମୋଚନ ହେବ। ‘ମେକିଂ ଅଫ୍‌ କନ୍‌ଷ୍ଟିଚ୍ୟୁଶନ: ଏ ଗ୍ଲିମ୍ପେଜ୍‌’ ଏବଂ ମେକିଂ ଅଫ୍‌ କନ୍‌ଷ୍ଟିଚ୍ୟୁଶନ ଆଣ୍ଡ ଇଟ୍‌ସ ଗ୍ଲୋରିଅସ୍‌ ଜର୍ନି’ ନାମରେ ଦୁଇଟି ପୁସ୍ତକ ମଧ୍ୟ ରିଲିଜ୍‌ ହେବ। ରାଷ୍ଟ୍ରପତିଙ୍କ ସହ ଭାରତ ଓ ବିଦେଶରେ ଥିବା ଲୋକେ ସମ୍ବିଧାନର ପ୍ରସ୍ତାବନା ପଢ଼ିବେ ବୋଲି ରିଜିଜୁ କହିଛନ୍ତି। କେନ୍ଦ୍ରୀୟ ହଲ୍‌ ବ୍ୟତୀତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ରାଜ୍ୟପାଳ, ଉପରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀମାନେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସୋନିଆଙ୍କୁ ନୋଟିସ ଜାରି, ନାଗରିକତା ବିନା ଭୋଟର ତାଲିକାରେ ନାମ ଉପରେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୯।୧୨: ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ସୋନିଆ ଗାନ୍ଧୀଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ନାଗରିକତା ନ...

ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ: ଗର୍ଜନ ଶୁଣି…

ଅନୁଗୋଳ,୯।୧୨(ମାନସ ବିଶ୍ୱାଳ): ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ, ଅନୁଗୋଳ ରେଞ୍ଜ ପୁରୁଣା ଗଡ଼ ସେକ୍ସନ କରତପଟା ବିଟ ଅନ୍ତର୍ଗତ ଜଙ୍ଗଲରେ ଫାଶରେ ପଡିଛି କଲରାପତରିଆ...

ହାଡ଼ ଭଙ୍ଗା ଶୀତରେ ଥରୁଛି ଜି.ଉଦୟଗିରି: ତାପମାତ୍ରା ରହିଛି…

ଜି.ଉଦୟଗିରି ୯/୧୨(ଶିଶିର ପଟ୍ଟନାୟକ / ଚିନ୍ମୟ କୁମାର ସେଠି ): ଜି ଉଦୟଗିରି ସମେତ ସାରା ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଏକ ସପ୍ତାହ...

ଢାବାରେ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କଲେ ଦୁର୍ବୃତ୍ତ

ପରଜଙ୍ଗ,୯।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗ୍ରାମ ନିକଟ ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ପାଖରେ ଥିବା ଏକ ଢାବାରେ...

ଧାନ କିଣାବିକାରେ ଅଚଳାବସ୍ଥା: ଧାନବସ୍ତା ସହିତ ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

ଅତାବିରା/ଗୋଡ଼ଭଗା,୯।୧୨(ଯୁଧିଷ୍ଠିର ମହାପାତ୍ର/ସୁରେଶ ଦାଶ)- ବରଗଡ଼ ଜିଲାରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ୧୨ଦିନରେ ପହଞ୍ଚିଛି। ହେଲେ...

ଶୋଇଥିଲେ ଘର ଲୋକ, ଫାଟିଲା ସିଲିଣ୍ଡର: ଆଉ ତା’ପରେ ଘଟିଲା…

ଦେବଗଡ,୯।୧୨(ଶଶାଙ୍କ ଶେଖର ଝାଙ୍କର)ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ସଦର ରେ ଗ୍ୟାସ ସିଲିଣ୍ଡର ଫାଟି ବ୍ୟାପକ କ୍ଷୟକ୍ଷତି, ଅଳ୍ପକେ ବର୍ତ୍ତିଲେ ପରିବାର। ଦେବଗଡ ଜିଲା ବାରକୋଟ...

ଜନ୍ମଦିନରେ ଚାଷୀନେତାଙ୍କୁ ସଂଘବଦ୍ଧ ଆକ୍ରମଣ: ବିଭିନ୍ନ ମହଲରେ ନିନ୍ଦା

ବରଗଡ଼,୯।୧୨(ପ୍ରେମାନନ୍ଦ ଖମାରୀ): ସଂଯୁକ୍ତ କୃଷକ ସଂଗଠନର ଜଣେ ଆଗଧାଡ଼ିର ଚାଷୀନେତା ସୁରେଶ ନେକାଣ୍ଟିଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ବରଗଡ଼ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କଲାପାଣି ଛକରେ...

ଟ୍ରେନ ଧକ୍କାରେ ମୁଣ୍ଡ ଗଣ୍ଡି ଅଲଗା, ରେଲୱେ ଟ୍ରାକରେ ପଡିଛି ମୃତଦେହ

ବଲାଙ୍ଗୀର,୯।୧୨ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ରେଲୱେ ଷ୍ଟେଶନ ନିକଟ ମହୁଲବାହାଲି ଗାଁ ନିକଟ ଟ୍ରାକରେ ପଡିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ। ଟ୍ରେନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri