ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ – ଏଇ ଆଶାରେ ନିଶ୍ଚିନ୍ତ ହୋଇ ବସିଯାଉ। ଏହାଠାରୁ ବଡ଼ ଭୁଲ୍‌ ଆଉ କିଛି ନାହିଁ। ଭଗବାନ୍‌ ହେଲେ ବି ସିଏ ଯେ ଜଣେ ମଣିଷ ଏବଂ ମଣିଷ ଜଗତରେ ମଣିଷକୁ ଯାହା କରିବାକୁ ହୁଏ ସେହି ମାନବୀୟ ଭାବରେ କାର୍ଯ୍ୟସିଦ୍ଧି କରିବା ଛଡ଼ା ତାଙ୍କର ମଧ୍ୟ ଯେ ଉପାୟ ନାହିଁ, ଏହା ବୁଝି, ଖଟିଖାଟି ଚାହିଦା ପୂରଣ କରିବା ଦରକାର। ମହାପୁରୁଷଗଣ ଇଚ୍ଛା କରିଲେ ହିଁ ଅନେକ କିଛି କରିପାରନ୍ତି। ଏଇ କଥାର ତାତ୍ପର୍ଯ୍ୟ ଏଇ ଯେ, ସେମାନଙ୍କର ବିରାଟ ପରିପୂରଣକାରୀ ଓ ନିୟନ୍ତ୍ରଣକାରୀ ଶକ୍ତି, ପ୍ରେମ ଓ ଚରିତ୍ରବଳ ଥାଏ। ସେଇ କାରଣରୁ ଅନେକେ ତାଙ୍କ ପ୍ରତି ଆକୃଷ୍ଟ ହୋଇ ତାଙ୍କର କଲ୍ୟାଣକର ଇଚ୍ଛାକୁ ରୂପଦେବାକୁ ଚେଷ୍ଟା କରନ୍ତି ଏବଂ ବହୁ ଲୋକଙ୍କ ସମବେତ ଓ ସୁସଂଗଠିତ ଚେଷ୍ଟା ଫଳରେ ଅନେକ ଅସାଧ୍ୟ ସାଧନ ହୋଇଥାଏ। ଯାହାହେଉ, ଅବତାର ମହାପୁରୁଷଙ୍କ ଭୂତ-ମହେଶ୍ୱର ଭାବ କିନ୍ତୁ ତାଙ୍କୁ ଅନୁସରଣ କରିଲେ ହିଁ ବୁଝାଯାଏ। ମନୁଷ୍ୟତ୍ୱରୁ ଈଶ୍ୱରତ୍ୱକୁ ଅଗ୍ରସର ନ ହେଲେ ଈଶ୍ୱରତ୍ୱ ବୁଝାଯାଏ ନାହିଁ, ତତ୍‌ ସମ୍ବନ୍ଧରେ ଅଳୀକ ମନଗଢ଼ା କଳ୍ପନା ହିଁ ସାର ହୋଇଥାଏ।

ଜୀବନ ଗତିଶୀଳ, ଏକ ପ୍ରବହମାନ ଧାରା। ଏହି ଧାରାରେ ଧାବିତ ସକଳ ଜୀବଜଗତ, ମାତ୍ର ଧାବମାନ ଜୀବନକୁ ସୁନିୟନ୍ତ୍ରିତ କରି ନ ପାରିଲେ ଜନ୍ମ ନିରର୍ଥକ ହୋଇଯାଏ। ଜୀବନକୁ ସୁନିୟନ୍ତ୍ରିତ କରିବା ଲାଗି ସଦ୍‌ଗୁରୁଙ୍କ ଶରଣାପନ୍ନ ହେବା ଅପରିହାର୍ଯ୍ୟ। ସଦ୍‌ଗୁରୁଙ୍କ ନିର୍ଦ୍ଦେଶିତ ପଥରେ ଜୀବନକୁ ଚଳାଇପାରିଲେ ଜୀବନ ହୋଇଉଠେ ସମୁନ୍ନତ, ସୁମଧୁର। ପରମ ପ୍ରେମମୟ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ‘ସତ୍ୟାନୁସରଣ’ରେ ଉଲ୍ଲେଖ କରିଛନ୍ତି – ‘ସଦ୍‌ଗୁରୁଙ୍କ ଶରଣାପନ୍ନ ହୁଅ, ସତ୍‌ନାମ ମନନ କର ଆଉ ସତ୍‌ସଙ୍ଗର ଆଶ୍ରୟ ଗ୍ରହଣ କର, ମୁଁ ନିଶ୍ଚୟକରି କହୁଛି ତୁମର ଉନ୍ନୟନ ପାଇଁ ତୁମକୁ ଆଉ ଚିନ୍ତା କରିବାକୁ ପଡ଼ିବ ନାହିଁ।’ ଏ ଉନ୍ନୟନ ଉଭୟ ଭୌତିକ ଓ ଆତ୍ମିକ। ଆତ୍ମିକ ଉନ୍ନତି ବିନା କେବଳ ଭୌତିକ ଉନ୍ନତି ମୂଲହୀନ। ପୁଣି ଉଚ୍ଚ ବା ଶ୍ରେଷ୍ଠଜନଙ୍କ ପ୍ରତି ଶ୍ରଦ୍ଧାଭକ୍ତି ବିନା ଉନ୍ନତି ସମ୍ଭବ ନୁହେଁ। କେତେକେ କହନ୍ତି, ‘ପ୍ରଭୁ ତୁମେ ମୋର’। ଏହାର ଅର୍ଥ ପ୍ରଭୁ ତୁମେ କେବଳ ମୋର, ତୁମେ ଆଉ କାହାର ନୁହଁ। ଅବଶ୍ୟ ଏଠାରେ ସଂକୀର୍ଣ୍ଣ ସ୍ବାର୍ଥପରତାର ଝଲକ ଫୁଟିଉଠେ। କାରଣ ଏଭଳି କହୁଥିବା ବ୍ୟକ୍ତି ଚାହେଁ ପ୍ରଭୁ କେବଳ ତା’ରି କଥା ଶୁଣନ୍ତୁ, ତାରି ଅଭୀଷ୍ଟ ପୂରଣ କରନ୍ତୁ। ଅପରପକ୍ଷରେ ‘ମୁଁ ତୁମର’ କହିଲେ – ସମର୍ପଣର ଭାବ ପ୍ରକଟିତ ହୁଏ। ତେଣୁ ଠାକୁରଙ୍କ ପାଖରେ ସମର୍ପିତ ହେବାକୁ ହେଲେ – ‘ମୁଁ ତୁମର’ ଭାବଟିକୁ ନିଜ ଭିତରେ ଆରୋପିତ କରିବାକୁ ପଡ଼ିବ। ଏହା ହୋଇପାରିଲେ ଅହଂକାର, ଆତ୍ମମ୍ଭରିତା ଉପରେ ନିୟନ୍ତ୍ରଣ ଆସିପାରିବ, ନିଜ ଭିତରେ ବିନୟ ସମନ୍ବିତ ଭାବ ଗଢ଼ି ଉଠିବ। ବ୍ୟକ୍ତିର ପ୍ରକୃତ ବ୍ୟକ୍ତିତ୍ୱ ପ୍ରସ୍ଫୁଟିତ ହୋଇପାରିବ।

ବର୍ତ୍ତମାନ ସମୟରେ ବ୍ୟକ୍ତିର ଜୀବନ ବହୁ ସଙ୍କଟ ଦେଇ ଗତିକରୁଛି। ଅବିଶ୍ୱାସ, ସ୍ବାର୍ଥପରତା, ହିଂସା, ଅପରାଧ ଭୟଙ୍କର ଭାବରେ ସମାଜକୁ କଳୁଷିତ କରୁଛି ଓ ଆହୁରି ତୀବ୍ର ରୂପ ଧାରଣ କରିବାର ଆଭାସ ମିଳୁଛି। ବ୍ୟକ୍ତିର ଉନ୍ନତି କେବଳ ଭୌତିକ ଉନ୍ନତିରେ ସୀମିତ ହୋଇଯାଉଛି। ଅର୍ଥନୈତିକ ଉନ୍ନତି ସହିତ ଚରିତ୍ରର ଅବନତି ତାଳ ମିଳାଇ ଚାଲିଛି। ବ୍ୟକ୍ତିର ଜୀବନ ଆହାର, ନିଦ୍ରା ଓ ମୈଥୁନ ମଧ୍ୟରେ ସୀମାବଦ୍ଧ ହୋଇଯାଉଛି। ଧର୍ମକୁ ବାଦ୍‌ ଦେଇ ପ୍ରକୃତ ଉନ୍ନତି ସମ୍ଭବ ନୁହେଁ। ପ୍ରକୃତ ଧର୍ମ କିନ୍ତୁ ସମ୍ପ୍ରଦାୟର ଊର୍ଦ୍ଧ୍ୱରେ। ଏହି ଧର୍ମ କିନ୍ତୁ ଜୀବନ୍ତ ହୋଇଥାଏ ସଦ୍‌ଗୁରୁଙ୍କଠାରେ। ଅତଏବ ସଦ୍‌ଗୁରୁଙ୍କୁ ବାଦ୍‌ ଦେଇ ଓ ଧର୍ମକୁ ବାଦ୍‌ ଦେଇ କେବେ ପ୍ରକୃତ ଉନ୍ନତି ହୋଇପାରେନା। ଶ୍ରୀ ଶ୍ରୀ ଠାକୁର ପୁଣ୍ୟପୋଥିରେ ଭାବସମାଧି ଅବସ୍ଥାରେ ଅମୋଘ ଆଶ୍ୱାସନା ଦେଇ କହିଛନ୍ତି, ‘ଥରେ ପରମାତ୍ମାଙ୍କ ଭାବରେ ଭାବିତ ହୁଅ, ତୁମର ସବୁ ଜ୍ୱାଳା ଯନ୍ତ୍ରଣା ମୋ ହାତ ଦେଇ ପୋଛି ଦେବି।’ ‘ଚଲାର ସାଥୀ’ରେ ଉଲ୍ଲେଖ ରହିଛି ଦୁଃଖ ଓ ଅଭାବକୁ ଅତିକ୍ରମ କରି ସହଜ ସରଳ ଜୀବନ ଯାପନ କରିବା ଓ ସୁଖଶାନ୍ତିରେ ବଞ୍ଚତ୍ବା ସମ୍ଭବ ହୁଏ ସଦ୍‌ଗୁରୁଙ୍କୁ ନିଜ ଜୀବନର କେନ୍ଦ୍ର କରି। ସଦ୍‌ଗୁରୁଙ୍କର ପ୍ରତିଷ୍ଠା ଭିତର ଦେଇ ଧର୍ମର ପ୍ରତିଷ୍ଠା ହୁଏ ଓ ସମାଜର ମଙ୍ଗଳ ହୁଏ। ସେଥିପାଇଁ ନିଜକୁ ତିଆରି କରିବା ନିତାନ୍ତ ଆବଶ୍ୟକ।

ହେପାଟୋଲୋଜି ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ
ମୋ: ୯୪୩୭୦୫୧୯୫୭


Enter your email to get our daily news in your inbox.

All Right Reserved By Dharitri.Com

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri