ଗୋ’ ବନ୍ଧ୍ୟା ନିରାକରଣ ପାଇଁ ପ୍ରହସନ ପାଲଟିଛି ପ୍ରାଣୀ ଚିକିତ୍ସା ଶିବିର, ହାତ ଗଣତି ଚାଷୀଙ୍କୁ ନେଇ…

ଦାରିଙ୍ଗବାଡ଼ି,୧୮ା୧୧(ଅରୁଣ ସାହୁ): ରାଜ୍ୟ ଓ କେନ୍ଦ୍ର ସରକାର ପ୍ରାଣୀଧନର ବିକାଶ ପାଇଁ ବିଶେଷକରି ଗୋ’ସୁରକ୍ଷା ତଥା ସୁସ୍ଥ ରଖିବା ଓ ସୁସ୍ଥ ଛୁଆ ଜନ୍ମ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ହେଲେ ତାହା ଗ୍ରାମାଞ୍ଚଳରେ ଚାଷୀମାନେ ସଠିକ୍‌ ସୂଚନା ନ ପାଇ ନିଜ ପ୍ରାଣୀଧନର ସୁରକ୍ଷା ପାଇଁ ସରକାରଙ୍କ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ପ୍ରାଣୀଧନ ଚିକିତ୍ସା ଅଧୀନରେ ଥିବା ସିମନବାଡ଼ି ପ୍ରାଣୀଧନର ସହାୟକ କେନ୍ଦ୍ରରେ। ସୋମବାର ସକାଳେ ଗୋ-ବନ୍ଧ୍ୟା ନିରାକାରଣ ପାଇଁ ପ୍ରାଣୀ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ କି ହାତ ଗଣତି ଗୋ-ପାଳକ ନିଜ ଗାଈଙ୍କୁୁ ନେଇ ଶିବିରରେ ପହଞ୍ଚିଥିଲେ। ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ପକ୍ଷରୁ ଉକ୍ତ ଅଞ୍ଚଳରେ କୁକୁଡ଼ା ପାଳନଠାରୁ ଗାଈ, ଘୁଷୁରି, ଛେଳି ଆଦି ପାଳନ ଓ ତାଙ୍କର ବିକାଶ ପାଇଁ ପଦକ୍ଷେପ ନିଆଯିବା ବ୍ୟବସ୍ଥା ରହିଥିଲେ ମଧ୍ୟ ସହାୟକ କେନ୍ଦ୍ରଗୁଡିକ ନିୟମିତ ନ ଖୋଲିବା ଏବଂ ଶିବିରଗୁଡ଼ିକରେ ନିଜ ଗାଈକୁ ନେଇ ଉପସ୍ଥିତ ହେବା ପାଇଁ ପ୍ରବର୍ତ୍ତଇବା ଆଦି ଦେଖିବାକୁ ମିଳୁନି। ଶିବିର କେବଳ ଏକ ପ୍ରହସନ ବୋଲି ଚାଷୀମାନେ କହିଛନ୍ତି। ହାତ ଗଣତି ଚାଷୀ ଶିବିରକୁ ଆସି ସେଭଳି ସନ୍ତୁଷ୍ଟ ନ ଥିବା ଓ ଚିକିତ୍ସା କରୁଥିବା ଡାକ୍ତରମାନେ ସେମାନଙ୍କୁ ଆବଶ୍ୟକ ସଚେତନ ନ କରିବା ନେଇ ଅସନ୍ତୋଷ ହୋଇଥିବା ଦେଖିବାକୁ ମିଳିଛି।

ଏହି ଶିବିରକୁ ପରିଚାଳନା କରୁଥିବା ଭିଏସ୍‌ ବନ୍ଦିତା ମିଶ୍ରଙ୍କୁ ପଚରାଯିବାରୁ ସେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ମତାମତ ଦେବା ପାଇଁ ନିର୍ଦ୍ଦେଶ ନାହିଁ ବୋଲି କହିବା ସହ ସିମନବାଡ଼ି ଅଞ୍ଚଳରେ କେତେ ସଂଖ୍ୟାରେ ଗାଈ, ବଳଦ ଆଦି ରହିଛନ୍ତି ତାର ସୂଚନା ତାଙ୍କ ନିକଟରେ ନ ଥିବା କହିଥିଲେ।

ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ପ୍ରାଣୀଧନ ଚିକିତ୍ସକ ଡାକ୍ତର ଜଗନ୍ନାଥ ଘଡ଼େଇ, ସିମନବାଡ଼ି ପ୍ରାଣୀଧନ ସହାୟକ ସ୍ବୟଂପ୍ରଜ୍ଞା ଦଳାଇ, ଭ୍ରମରବାଡ଼ି ଧୀରେନ ଦଳବେହେରା, ପ୍ରାଣୀମିତ୍ର ମିତାଞ୍ଜଳି ନାୟକ, ଶର୍ମିଲା ଦିଗାଲ ପ୍ରମୁଖ ଉପସ୍ଥିତ ଥିଲେ। ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ସିମନବାଡ଼ିକୁ ମିଶାଇ ୪ଟି ଶିବିର ଅନୁଷ୍ଠିତ ହୋଇସାରିଛି। ବ୍ଲକ ଅଞ୍ଚଳର ତିଲୋରି ପଞ୍ଚାୟତ ସମେତ ଭ୍ରମରବାଡ଼ି,ଦନେକବାଡି, ସାଙ୍ଗିନିବାଡ଼ିରେ ଏହି ଶିବିର ହୋଇସାରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ପୂର୍ବରୁ କନ୍ଧମାଳ ଗସ୍ତରେ ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଆସିଥିବା ବେଳେ ଜିଲାରେ କିଭଳି ପ୍ରାଣୀଧନର ବିକାଶ ପାଇଁ ଜିଲାର ସମସ୍ତ ବ୍ଲକ ପ୍ରାଣୀଧନ ଚିକିତ୍ସା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜ ମଧ୍ୟ ପ୍ରାଣୀଧନର ବିକାଶ ସହ ଜିଲାରେ ଅଧିକା କୁକୁଡ଼ା, ଛେଳି ପାଳନ ସହ ଗୋ-ସମ୍ପଦର ସୁରକ୍ଷା ପାଇଁ ପଦକ୍ଷେପ ନେଉଛନ୍ତି। କିନ୍ତୁ ଗାଁ, ପଞ୍ଚାୟତସ୍ତରରେ ତାହା ସଠିକ୍‌ ଚାଷୀମାନେ ଫାଇଦା ନେଇପାରୁ ନ ଥିବା ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି: ବିଧାୟକଙ୍କ ସହ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୧।୧: ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri