ଖଣିରେ ବେଆଇନ ଭାବେ ପଶି ଫସିଛନ୍ତି ୪,୦୦୦ ଶ୍ରମିକ

ଜୋହାନ୍ସବର୍ଗ,୧୫ା୧୧:ଦକ୍ଷିଣ ଆଫ୍ରିକାର ଉତ୍ତରପଶ୍ଚିମ ପ୍ରଦେଶରେ ଥିବା ଏକ ଖଣିରେ ୪,୦୦୦ ବେଆଇନ ଖନନକାରୀ ଫସିରହିଛନ୍ତି। ବେଆଇନ ଖଣି ଖନନ ରୋକିବା ପଦକ୍ଷେପ ସ୍ବରୂପ ସେମାନଙ୍କ ପାଖକୁ ମୌଳିକ ଆବଶ୍ୟକତା ପଠାଇବା ବନ୍ଦ କରିଦିଆଯାଇଛି। ଦକ୍ଷିଣ ଆଫ୍ରିକା ସରକାର ସେମାନଙ୍କୁ ସହାୟତା କରିବେ ନାହିଁ ବୋଲି କହିଛନ୍ତି। ଷ୍ଟିଲ୍‌ଫୋଣ୍ଟାଇନ୍‌ଠାରେ ଥିବା ଉକ୍ତ ଖଣିର ପ୍ରବେଶପଥକୁ ପୋଲିସ ବନ୍ଦ କରିଦେଇଛି। ସେଠାକୁ ବାହାରୁ କୌଣସି ସାମଗ୍ରୀ ଯାଇପାରୁ ନ ଥିବାରୁ ଶ୍ରମିକମାନେ ଖାଦ୍ୟ, ପାନୀୟ ଜଳ ଅଭାବର ସମ୍ମୁଖୀନ ହୋଇଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀ ନ ମିଳିଲେ, ଶ୍ରମିକମାନେ ବାହାରକୁ ପଳାଇଆସିବାକୁ ବାଧ୍ୟ ହେବେ ଏବଂ ସେମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି। ୩ ଜଣଙ୍କୁ ଖଣିରୁ ବାହାର କରାଯାଇଥିବାବେଳେ ଭୂଗର୍ଭରେ ପ୍ରାୟ ୪,୦୦୦ ଶ୍ରମିକ ରହିଥିବା ସେମାନେ ସୂଚନା ଦେଇଛନ୍ତି।

କିଛି ସପ୍ତାହ ପୂର୍ବରୁ ଉତ୍ତରପଶ୍ଚିମ ପ୍ରଦେଶର ବିଭିନ୍ନ ଖଣିରୁ ୧,୦୦୦ରୁ ଊର୍ଦ୍ଧ୍ୱ ଶ୍ରମିକଙ୍କୁ ବାହାର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଅଧିକାଂଶ ମୌଳିକ ଆବଶ୍ୟକତା ଅଭାବରୁ ରୁଗ୍ଣ, ଦୁର୍ବଳ ଏବଂ ଭୋକିଲା ଥିବା ଦେଖାଯାଇଥିଲା। ଶ୍ରମିକମାନେ ଆପରାଧିକ କାର୍ଯ୍ୟରେ ସମ୍ପୃକ୍ତ ଥିବାରୁ ସେମାନଙ୍କ ନିକଟକୁ ସହାୟତା ପଠାଯିବ ନାହିଁ ବୋଲି କ୍ୟାବିନେଟ ମନ୍ତ୍ରୀ ଖୁମ୍ବୁଡଜୋ ନାଶ୍‌ଭେନି କହିଛନ୍ତି। ଦକ୍ଷିଣ ଆଫ୍ରିକାର ପୁରୁଣା ସୁନାଖଣି ଅଞ୍ଚଳରେ ବେଆଇନ ଖନନ ସାଧାରଣ ଘଟଣା। ଖଣି ଶ୍ରମିକମାନେ ସେଠାରେ ରହିଯାଇଥିବା ସୁନା ପାଇବା ପାଇଁ ଆଶାରେ ବନ୍ଦ ଥିବା ଖଣି ଭିତରେ ବେଆଇନ ଭାବେ ପ୍ରବେଶ କରି ଖନନ କରିଥାନ୍ତି। ବେଳେବେଳେ ପଡୋଶୀ ଦେଶରୁ ମଧ୍ୟ ଖଣି ଶ୍ରମିକ ଏହି ବେଆଇନ କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ସୁଦର୍ଶନଙ୍କୁ ଚାପି ଦେଲା ଆମ ବସ୍‌: ଡ୍ରାଇଭର ଖସି ପଳାଇବାକୁ ଉଦ୍ୟମ

ଭୁବନେଶ୍ୱର, ୬ା୧୨(ସତ୍ୟଜିତ ରାଉତ):ରାଜଧାନୀରେ ପୁଣି ଜୀବନ ନେଇଛି ‘ଆମ ବସ୍‌’। ସତ୍‌ସଙ୍ଗ ବିହାର ସମ୍ମୁଖ ୧୬ ନଂ. ଜାତୀୟ ରାଜପଥରେ ଶୁକ୍ରବାର ସାରେ ଏହି ଦୁର୍ଘଟଣା...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପ୍ରେସିଡେଣ୍ଟ ହାଉସରେ ଆୟୋଜିତ ଡିନରରେ କାହିଁକି ରାହୁଲଙ୍କୁ ମିଳିଲା ନାହିଁ ନିମନ୍ତ୍ରଣ? ଜଣାପଡିଲା କାରଣ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କେରଳ କଂଗ୍ରେସର ଏକ ପୋଷ୍ଟ ରାଜନୈତିକ ଏବଂ...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

ଧାନ ବିକ୍ରି ସମସ୍ୟା, ତାତିଲା କଂଗ୍ରେସ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ନାନା ସମସ୍ୟା ଲାଗି ରହିଛି। ଏଥିପାଇଁ ଚାଷୀମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଛି।...

ପାକିସ୍ତାନ ସଂସଦରେ ପଶିଲା ଗଧ, ୟୁସୁଫ ରାଜା କହିଲେ, ‘ଜୀବଜନ୍ତୁମାନେ ମଧ୍ୟ ଆଇନ ଉପରେ ନିଜର ମତାମତ ଦେବାକୁ ଆସିଛନ୍ତି’

ଇସଲାମାବାଦ,୬।୧୨: ଡିସେମ୍ବର ୫ରେ, ପାକିସ୍ତାନର ସଂସଦରେ ଏକ ହାସ୍ୟରସପୂର୍ଣ୍ଣ କିନ୍ତୁ ପ୍ରକାଶ୍ୟ ସୁରକ୍ଷା ତ୍ରୁଟି ଦେଖାଦେଲା। ଉଚ୍ଚ ସଦନ ସିନେଟ ଅଧିବେଶନ ଚାଲୁଥିଲା ବେଳେ ହଠାତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri