ପାକିସ୍ତାନରେ ଲକ୍‌ଡାଉନ୍‌, ସ୍ଥିତି ସାଂଘାତିକ, ୨୦୦୦ ପାର୍‌ କଲା…

ଇସଲାମବାଦ,୯।୧୧: ପାକିସ୍ତାନରେ ସ୍ଥିତି ଭୟଙ୍କର। ଏନେଇ ଶେୟବାଜ ସରକାର ନେଲେ ବଡ଼ ନିଷ୍ପତ୍ତି। ପ୍ରଦେଶରେ ଘୋଷଣା ହୋଇଛି ଲକ୍‌ଡାଉନ। କେବଳ ଭାରତ ନୁହେଁ ପଡୋଶୀ ଦେଶ ପାକିସ୍ତାନ ମଧ୍ୟ ବାୟୁ ପ୍ରଦୂଷଣ ସମସ୍ୟାର ସମ୍ମୁଖୀନ ହୋଇଛି। ଏଠାରେ ପଞ୍ଜାବ ପ୍ରଦେଶରେ ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ)ସ୍ତର ଶୁକ୍ରବାର ସକାଳେ ବିପଜ୍ଜନକ ସ୍ତରରେ ୨୦୦୦ରେ ପହଞ୍ଚିଛି।

ଦୂଷିତ ବାୟୁ ଯୋଗୁଁ ଲୋକମାନେ ନିଃଶ୍ୱାସ ନେବା କଷ୍ଟକର ହୋଇପଡିଛି। ଲୋକେ ଘରୁ ବାହାରକୁ ଆସିରେ ରୁନ୍ଧି ହୋଇଯାଉଛନ୍ତି। ଏହା ସହିତ ପ୍ରଦୂଷଣ ଯୋଗୁ ଲୋକଙ୍କ ଆଖି ଜଳାପୋଡା ହୋଇଥିବା ଜଣାପଡିଛି। ତା’ପରେ ପରିସ୍ଥିତିର ମୁକାବିଲା ପାଇଁ ସରକାରଙ୍କୁ ଲକଡାଉନ ଘୋଷଣା କରିବାକୁ ପଡିଛି।

ରିପୋର୍ଟ ଅନୁଯାୟୀ, ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ପଞ୍ଜାବ ସରକାର ସାରା ରାଜ୍ୟରେ ହାଇ ଆଲର୍ଟ ଘୋଷଣା କରିଛନ୍ତି। ଏହା ବ୍ୟତୀତ ଲକଡାଉନ ସମେତ ଅନ୍ୟାନ୍ୟ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଲକଡାଉନ ସମୟରେ ଲୋକଙ୍କୁ ନଭେମ୍ବର ୧୭ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ପାର୍କ ଏବଂ ସଂଗ୍ରହାଳୟ ପରିଦର୍ଶନ କରିବାକୁ ବାରଣ କରାଯାଇଛି। ସରକାରଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ପିଏମର ସ୍ତର ୨.୫ ରହିଥିବା ଜଣାପଡିଛି। ଏଭଳି ପରିସ୍ଥିତିରେ ବାୟୁରେ ଥିବା ପ୍ରଦୂଷକ ଉପାଦାନ ଯୋଗୁ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିବା ଆଶଙ୍କା ରହିଛି। ବାୟୁରେ ପ୍ରଦୂଷକ ସ୍ତର କ୍ୟୁବିକ ମିଟର ପ୍ରତି ୯୪୭ ମାଇକ୍ରୋଗ୍ରାମରେ ପହଞ୍ଚିଛି। ଯାହାକି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଆଇକ୍ୟୁ ଏୟାର ଗାଇଡଲାଇନଠାରୁ ୧୮୯.୪ ଗୁଣା ଅଧିକ।

ଗ୍ଲୋବାଲ ହେଲଥ ଅନୁଯାୟୀ, କ୍ୟୁବିକ ମିଟର ପ୍ରତି ୫ ମାଇକ୍ରୋଗ୍ରାମରୁ ଅଧିକ ସ୍ତର ଲୋକଙ୍କ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଜ୍ଜନକ ଅଟେ। କିନ୍ତୁ ମୁଲତାନରେ ଏକ୍ୟୁଆଥ ରାତି ୧୦ଟା ସୁଦ୍ଧା ୯୮୦ ସ୍ତର ଅତିକ୍ରମ କରିଥିଲା । ଯାହା ୩୦୦ ଏକ୍ୟୁଆଇର ବିପଜ୍ଜନକ ମାନକଠାରୁ ୩ ଗୁଣା ଅଧିକ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ

ପ୍ରୟାଗରାଜ,୨୧।୧: ଜାନୁଆରୀ ୨୧, ୨୦୨୬ ରେ, ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ ଖସି ପଡ଼ି ସହର ମଧ୍ୟଭାଗରେ ଥିବା...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା, ଯାତାୟାତ ସମୟରେ କିଛିକ୍ଷଣ ପାଇଁ ଅଟକି ଯାଏ ନିଃଶ୍ୱାସ

ବିଶ୍ୱର ଅନେକ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗାଡ଼ି ଚଳାଇବା ସମୟରେ ସାମାନ୍ୟ ଭୁଲ ଜୀବନ ନେଇପାରେ। ତେଣୁ ଧର୍ଯ୍ୟର ସହିତ ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

ଶସ୍ତାରେ ମିଳିବ ଘର? ବଜେଟରେ ହେବ ବଡ଼ ଘୋଷଣା!

ନୂଆଦିଲ୍ଲୀ,୨୧।୧: ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ, ଘର ପାଇବା ଏବେ ବି ସ୍ୱପ୍ନ ସାକାର ହେବା ପରି ମନେହୁଏ। ଘରର ମୂଲ୍ୟ ଆକାଶଛୁଆଁ ହେଉଛି, ଏବଂ...

IPL 2026: ହେଲା ବଡ଼ ଘୋଷଣା! ଏହି ୧୮ ପଡ଼ିଆରେ ଖେଳାଯିବ IPL ମ୍ୟାଚ, ରହିଛି ଗୋଟିଏ ବିବାଦୀୟ ଗ୍ରାଉଣ୍ଡ

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ସିଜିନରେ ମ୍ୟାଚ ଖେଳାଯିବ ବୋଲି ସ୍ଥାନ ଘୋଷଣା କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri