Posted inଫୁରସତ

କ୍ଷୀରଚୋରା ଗୋପୀନାଥଙ୍କ ମନ୍ଦିର ନିର୍ମାଣ ପାଇଁ ସୀତାଦେବୀଙ୍କ ଇଚ୍ଛାପତ୍ର

କୋଣାର୍କରେ ମନ୍ଦିର ନିର୍ମାଣ ସମୟରେ ଭାରତର ତଥା ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତି ବାସ୍ତୁଜ୍ଞାନୀ, ଶାସ୍ତ୍ରଜ୍ଞ, ସାଧୁସନ୍ଥ, ଅନୁଭବୀ ଶିଳ୍ପୀଙ୍କୁ ଗଜପତି ଲାଙ୍ଗୁଳା ନରସିଂହଦେବ ଆମନ୍ତ୍ରଣ କରିଥିବାର ଜଣାଯାଉଛି। ଯାହା ପାଖରେ କିଛି ବିଶିଷ୍ଟ ଜ୍ଞାନ ରହିଛି, ଯେଉଁମାନେ ଅଭିଜ୍ଞ, ସେମାନଙ୍କୁ ଆଣିବା, କୋଣାର୍କରେ ଅବସ୍ଥାନ କରାଇବା, ସେମାନଙ୍କଠାରୁ ପରାମର୍ଶ ନେବା, ସାଧୁସନ୍ଥଙ୍କଠାରୁ ଆଶୀର୍ବାଦ କାମନା କରିବା, ଏସବୁ ଧାରାବାହିକ ଭାବରେ ସେ କରାଉଥିଲେ। ସନାତନ ପରମ୍ପରାର ଏହା ଏକ ସହୃଦୟ ଏବଂ ସ୍ବାଭାବିକ ଦିଗ। ଗଜପତି ଏଥିପ୍ରତି ସତର୍କ ରହିବା ଶୁଭ ଲକ୍ଷଣ।
ହଠାତ୍‌ କାର୍ତ୍ତିକମାସ ଶୁକ୍ଳ ଏକାଦଶୀ ଦିନ ଗଜପତିଙ୍କ ପାଖରୁ ଏକ ‘ଆଦେଶନାମା’କୋଣାର୍କରେ ପହଞ୍ଚତ୍ଥିଲା। ସେଥିରେ ଲେଖାଥିଲା-
ବଳଶ୍ରୀଙ୍କ ସହିତ ୧୩ଜଣ ବିଶିଷ୍ଟ ବ୍ୟକ୍ତି ଆସିବେ ମନ୍ଦିର ନିର୍ମାଣ ଦେଖିବାକୁ। ସେମାନଙ୍କ ସହିତ ସାନ୍ଧିବିଗ୍ରହିକ ରାଜଗୁରୁ ପଣ୍ଡିତ ବିଶ୍ୱନାଥ ମହାପାତ୍ର ରହିବେ। କୁଶଭଦ୍ରା ନଦୀକୂଳରେ ପହଞ୍ଚତ୍ବା ପରେ ସେମାନଙ୍କୁ କୋଣାର୍କ ପର୍ଯ୍ୟନ୍ତ ପାଛୋଟି ନିଆଯିବାର ବ୍ୟବସ୍ଥା କରାଯାଉ।
ଶିବେଇ ସାମନ୍ତରାଙ୍କ ପରାମର୍ଶରେ ସେମାନଙ୍କୁ କଡ଼ା ସୁରକ୍ଷା ଦିଆଯାଇ କୁଶଭଦ୍ରା ନଦୀଠାରୁ ପାଛୋଟି ନିଆଯାଇଥିଲା। ଏହାପରେ ପରେ ପରମ ବୈଷ୍ଣବୀ ମହାରାଣୀ ସୀତାଦେବୀ କୋଣାର୍କରେ ପଦାର୍ପଣ କରିଥିଲେ। ତାଙ୍କ ସହିତ ଆଉଜଣେ ରାଜଗୁରୁ ମଧ୍ୟ ଆସିଥିଲେ। ମହାରାଣୀଙ୍କ ନିମନ୍ତେ ସ୍ବତନ୍ତ୍ର ବାସଗୃହ ଶିବିର ନିର୍ମାଣ ହୋଇଥିଲା। ସୀତାଦେବୀ ଥିଲେ ମାଳବଦେଶ ରାଜାଙ୍କର କନ୍ୟା। ଗଜପତି ମହାରାଜାଙ୍କର ଦ୍ୱିତୀୟ ମହାରାଣୀ। ସେ ଶିବିରରେ ରହି ନିର୍ମାଣ କାର୍ଯ୍ୟ ତଦାରଖ କରୁଥିବାବେଳେ ନୀଳଗିରି ପାହାଡ଼ ପଥରକୁ ପରଖିବା ଲାଗି ଯାଇଥିବା ଜଗନ୍ନାଥ ମହାପାତ୍ର ୩୭ଜଣ ପଥୁରିଆଙ୍କ ସହିତ କୋଣାର୍କରେ ପହଞ୍ଚତ୍ଥିଲେ। ମହାରାଣୀ ସେମାନଙ୍କ ସହିତ ଭାବ ବିନିମୟ କରିଥିଲେ।
ଶିବେଇ ସାମନ୍ତରା ଓ ୧୩ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ଦାୟିତ୍ୱରେ ଥିବା ‘ବଳଶ୍ରୀ’ଙ୍କୁ ଏହି ଅବସରରେ ମହାରାଣୀ ଏକ ପ୍ରସ୍ତାବ ଦେଇଥିଲେ। ମହାରାଣୀଙ୍କ ଇଚ୍ଛା ଥିଲା ଏଠାରୁ କେତେଜଣ ଶିଳ୍ପୀ ଓ ପଥୁରିଆଙ୍କୁ ‘ରେମୁଣା’ ଦଣ୍ଡପାଟକୁ ପଠାଯାଉ। ସେଠାରେ ସେମାନେ କ୍ଷୀରଚୋରା ଗୋପୀନାଥଙ୍କ ମନ୍ଦିର ନିର୍ମାଣ କରିବେ…। ସେତେବେଳକୁ ମନେହୁଏ ଶ୍ରୀଗୋପୀନାଥ ପ୍ରତିଷ୍ଠା ପାଇସାରିଥିଲେ। ପୂଜା-ଉପାସନା ଚାଲିଥିଲା, କିନ୍ତୁ ଭବ୍ୟ ମନ୍ଦିର ନ ଥିଲା।
ମହାରାଣୀଙ୍କ ଇଚ୍ଛା… ଲିପିବଦ୍ଧ ହେଲା। ‘ଇଚ୍ଛାପତ୍ର’ଟି କଟକର ବିଡ଼ାନାସୀ ଉଆସକୁ ପଠାଗଲା। ଇଚ୍ଛାପତ୍ର ନେଇ ଯାଉଥିବା ପାଇକଙ୍କୁ ନିଜ ହାତରୁ ପାଉଣା ଦେଲେ ସିନା ରାଜକୋଷରୁ ନୁହେଁ…। ଏଇଠି ଏକ ଉଲ୍ଲେଖନୀୟ ଘଟଣା ଘଟିଥିଲା। ମହାରାଜା ଯେଉଁ ବିଶ୍ୱର ବିସ୍ମୟ ମନ୍ଦିରଟିଏ ନିର୍ମାଣ କରାଉଛନ୍ତି, ସେଥିପ୍ରତି ସକାରାତ୍ମକ ଭାବନା କିପରି ମହାରାଣୀମାନଙ୍କର, ରାଜକର୍ମଚାରୀଙ୍କର ରହୁଥିଲା ତାହା ଲକ୍ଷ୍ୟ କରିବା କଥା। ଏହାକୁ କୁହାଯାଏ ମିଳିତ ସହଯୋଗ।
ପାଇକ ଇଚ୍ଛାପତ୍ର ନେଇ ବିଡ଼ାନାସୀ ଚାଲିଯିବା ପରେ ମହାରାଣୀ ସୂତ୍ରଧର ସଦାଶିବ ମହାପାତ୍ର ସାମନ୍ତରାୟ (ଶିବେଇ ସାମନ୍ତରା)ଙ୍କୁ ୭୦୦ ଛୋଟ ସୁବର୍ଣ୍ଣ ମାଢ଼ ଦେଇଥିଲେ। ସର୍ତ୍ତ ଥିଲା- ୧) ଏଥିରୁ ୪୦୧ଟି ମାଢ଼ କୋଣାର୍କ କୋଷାଗାରକୁ ଯିବ। ୨) କୃତଜ୍ଞତା ସ୍ବରୂପ ୨୯୯ ମାଢ଼ ସୁନା ଶିଳ୍ପୀଙ୍କୁ ବଣ୍ଟାଯିବ(ଏହା ପାଉଣା ବାଦେ)। ଶିଳ୍ପୀମାନଙ୍କୁ ଉତ୍ସାହ ଏବଂ ପ୍ରେରଣା ଦେବାର ସ୍ମରଣୀୟ ଉଦାହରଣ ଆମର ଐତିହ୍ୟ। କିଛିଦିନ ପରେ ମହାରାଣୀ ବାହୁଡ଼ିଗଲେ।
ମହାରାଣୀ ବାହୁଡ଼ିବା ପରଦିନ ପାଞ୍ଚପାୟା ଦେବୀ ରାମଚଣ୍ଡୀ ବିଗ୍ରହ ନିର୍ମାଣ ଆରମ୍ଭ କରିଥିଲେ ଗଦାଧର ମହାପାତ୍ର। ମୁଗୁନି ପଥରରେ ଦେବୀ ବିଗ୍ରହ ନିର୍ମାଣ ହୋଇଥିଲା। ମୁଖ୍ୟ ମନ୍ଦିରର ଅନୁରଥରେ ଚାରି ଦେବମୂର୍ତ୍ତି ମୁଗୁନି ପଥରରେ ନିର୍ମାଣ ମଧ୍ୟ ହୋଇଥିଲା। ଦେବୀ ରାମଚଣ୍ଡୀ ବିଗ୍ରହଙ୍କ ସହିତ ଚାରି ଦେବମୂର୍ତ୍ତି ଦେଶାନ୍ତର ହୋଇଯାଇଛନ୍ତି। ଲଣ୍ଡନ ସଂଗ୍ରହାଳୟରେ ଅଛନ୍ତି। ଏମାନଙ୍କ ସହିତ ଚାରିମୁଣ୍ଡ ଥିବା ଶ୍ରୀଗଣେଶ ମୂର୍ତ୍ତି, ନୃତ୍ୟରତ ଶିବ ବିଗ୍ରହ, ଦଣ୍ଡାୟମାନ ସୂର୍ଯ୍ୟଙ୍କ ବିଗ୍ରହ ଓ ଯୁଦ୍ଧରତ ଦେବୀ ଦୁର୍ଗାଙ୍କ ବିଗ୍ରହ ମଧ୍ୟ ଲଣ୍ଡନ ସଂଗ୍ରହାଳୟକୁ ସ୍ଥାନାନ୍ତର ହୋଇଛନ୍ତି। ଗର୍ଭର ଉପର ଜଙ୍ଘରେ ସ୍ଥାନିତ ହୋଇଥିବା ଅଷ୍ଟ ଦିଗପାଳ ଏବଂ ଅଷ୍ଟ ଦିଗପାଳଙ୍କ ପତ୍ନୀ, ଏହିପରି ୧୬ ବିଗ୍ରହ ମଧ୍ୟ ଲଣ୍ଡନରେ ଅଛନ୍ତି। ସେହିପରି ଶ୍ରୀନାଟାମ୍ବର ବିଗ୍ରହ ମଧ୍ୟ ସେଇ ସଂଗ୍ରହାଳୟରେ ଅଛି।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

ନୂଆବର୍ଷରେ ମିଥୁନ ରାଶିରେ ଧନ ବର୍ଷା, ଶତ୍ରୁ ବନେଇବେ ସିଂହ ରାଶି; ୨୦୨୬ରେ ଧନୀ ହୋଇଯିବେ ଏହି ୫ରାଶି!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ନୂଆବର୍ଷ ୨୦୨୬ ଆରମ୍ଭରେ ଅନେକ ବଡ ଗ୍ରହ ଗୋଚର କରିବାକୁ ଯାଉଛନ୍ତି । ଏହାସହ, ଗୋଚର କରୁଥିବା ଏହି ଗ୍ରହମାନଙ୍କ ମଧ୍ୟରେ...

ବେଆଇନ ବେଟିଂ ଆପ ମାମଲାରେ ଇଡିର ବଡ଼ ଆକ୍ସନ: ପୂର୍ବତନ କ୍ରିକେଟର, ବଲିଉଡ ସେଲିବିଟ୍ରିଙ୍କ ସମ୍ପତ୍ତି ଜବତ, ଜାଣନ୍ତୁ କାହାଠୁ କେତେ…

ନୂଆଦିଲ୍ଲୀ,୧୯।୧୨: ବେଆଇନ ବେଟିଂ ଆପ ମାମଲାରେ ଇଡି ବଡ଼ ଆକ୍ସନ ନେଇଛି। ପୂର୍ବତନ କ୍ରିକେଟର ଓ ବଲିଉଡ ସେଲିବେଟ୍ରିଙ୍କ ସମ୍ପତ୍ତି ଜବତ କରାଯାଇଛି। ଯୁବରାଜ ସିଂଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri