ମିଳୁନି ମାଟି, ସଙ୍କଟରେ କୁମ୍ଭକାରଙ୍କ ଜୀବିକା

କାକଟପୁର/ଅସ୍ତରଙ୍ଗ(ଶୁଭଦର୍ଶନ ମିଶ୍ର/ ପ୍ରଦୀପ୍ତ କୁମାର ଦୀକ୍ଷିତ)୨୮ା୧୦: ଓଡ଼ିଆ ଚଳଣି ଓ ପରମ୍ପରା ନିଆରା। ସବୁ ପର୍ବପର୍ବାଣି, ପୂଜାର୍ଚ୍ଚନା ଓ ଯାନିଯାତ୍ରା ସମୟରେ ମାଟିତିଆରି ସାମଗ୍ରୀ ଖୋଜାପଡ଼େ। କୌଣସି ଶୁଭକାମ କରିବା ସମୟରେ ପ୍ରଥମେ ମାଟିପାତ୍ର ଆବଶ୍ୟକ ହୋଇଥାଏ। ଯୁଗ ବଦଳିଥିଲେ ମଧ୍ୟ ପରମ୍ପରା ବଦଳି ନାହିଁ। କିନ୍ତୁ ଆଧୁନିକ ଯୁଗ ସହ ତାଳ ଦେଇ ମାଟିପାତ୍ର ନିର୍ମାଣଶୈଳୀ ବଦଳିବା ଜରୁରୀ ହୋଇପଡ଼ିଛି। ମାଟିପାତ୍ର ଲାଗି ସବୁଠୁ ବଡ଼ କଞ୍ଚାମାଲ ହେଉଛି ମାଟି। ଯେକୌଣସି ମାଟିରେ ପାତ୍ର ଗଢ଼ାହୋଇ ପାରିବନି। ଏଥିଲାଗି ଲୋଡ଼ା କନ୍ଧାଳ ମାଟି। ସବୁ ସ୍ଥାନରେ ଏଭଳି ମାଟି ମିଳିବା ସମ୍ଭବ ହେଉନାହିଁ। ଏଣୁ କୁମ୍ଭକାର ଗୁଣାତ୍ମକ ମାଟି ଖୋଜିଥାନ୍ତି। ବହୁ ସମୟରେ ମାଟି ଅଭାବ ଯୋଗୁ ପାତ୍ର ତିଆରିରେ ପ୍ରତିବନ୍ଧକ ଉପୁଜୁଛି। ଭଲ କନ୍ଧାଳ ବା କୁମ୍ଭାର ମାଟି ଯୋଗାଡ଼ କରିବାକୁ କୁମ୍ଭକାରଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ସାମ୍ପ୍ରତିକ ସମୟରେ କମ୍‌ ବ୍ୟକ୍ତି ଏହି କୌଳିକ ବୃତ୍ତିକୁ ବଞ୍ଚାଇ ରଖିଛନ୍ତି। ପୁରୀ ଜିଲା କାକଟପୁର ବ୍ଲକର ଜଗନ୍ନାଥପୁର ଓ ସୋମନାଥପୁରରେ ୨ଶହରୁ ଊର୍ଦ୍ଧ୍ୱ ଏବଂ ଅସ୍ତରଙ୍ଗ ବ୍ଲକର ନଈଗୁଆଁ, ଅସ୍ତରଙ୍ଗ, ଗୋସିଙ୍ଗା ଗ୍ରାମରେ ପାଖାପାଖି ୫୦ରୁ ଅଧିକ କୁମ୍ଭକାର ପରିବାର ଏହି ବୃତ୍ତି ଉପରେ ନିର୍ଭରଶୀଳ। ବର୍ଷସାରା ଏହି ଗ୍ରାମବାସୀ ମାଟିରେ କୁମ୍ଭ, ସରା, ଦୀପ, କଳସ ପ୍ରଭୃତି ବିିଭିନ୍ନ ପାତ୍ର ତିଆରିକରି ସ୍ଥାନୀୟ ହାଟବଜାରରେ ବିକ୍ରି କରିବା ସହ ବାହାରକୁ ପଠାଇଥାନ୍ତି। ଏବେ କୁମ୍ଭାରଶାଳ ଭାଙ୍ଗିଗଲାଣି। ସରକାରୀ ସହାୟତାରେ ତାହାର ପୁନରୁଦ୍ଧାର ଅପେକ୍ଷାରେ ରହିଛନ୍ତି ଗ୍ରାମବାସୀ। ସୋମନାଥପୁର ଏବଂ ଓସ୍ତପୁର ଗ୍ରାମର କୁମ୍ଭାର ପରିବାର ନିଜ ଘରେ ମାଟିପାତ୍ର ନିର୍ମାଣ କରୁଛନ୍ତି। ତେବେ ସେମାନେ ଘରଠୁ ୧୦ରୁ ୨୦ କିଲୋମିଟର ଦୂର ବୁଲି ଉପଯୁକ୍ତ ମାଟି ଚି଼ହ୍ନଟ କରୁଛନ୍ତି। ଏପରି କି ସମ୍ପୃକ୍ତ ଜମି ମାଲିକଙ୍କୁ ଏକର ପିଛା ୪ରୁ ୫ ହଜାର ଟଙ୍କା ଦେଉଛନ୍ତି। ପରେ ମାଟି ସଂଗ୍ରହକରି ଟ୍ରାକ୍ଟରରେ ଆଣୁଛନ୍ତି। ଗାଡ଼ିଖର୍ଚ୍ଚ ବାବଦ ୧ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି। ବର୍ଷକୁ ପ୍ରାୟ ୧୦୦ ଟ୍ରାକ୍ଟରରୁ ଅଧିକ ମାଟି ଆବଶ୍ୟକ ପଡୁଛି। ଏତେ ପରିମାଣର ମାଟି ଆଣିବା ସମୟରେ ରାଜସ୍ବ କର୍ମଚାରୀଙ୍କ ଦ୍ୱାରା ଶୋଷଣର ଶିକାର ହେଉଥିବା କେତେଜଣ କୁମ୍ଭକାର ଅଭିଯୋଗ କରିଛନ୍ତି। ଏ ନେଇ ସରକାରୀ ସହାୟତା କିମ୍ବା ଯୋଜନା ହେଲେ ସମସ୍ତ କୁମ୍ଭକାର ପରିବାର ଉପକୃତ ହେବେ ବୋଲି ଭ୍ରମରବର ମୁଦୁଲି କହିଛନ୍ତି। ଆଗକୁ ଦୀପାବଳି ଥିବାରୁ ଦିନକୁ ପ୍ରାୟ ୨ହଜାର ଦୀପ ତିଆରି କରୁଛୁ। ସେଥିରୁ ବହୁ ଦୀପ ନଷ୍ଟ ହୋଇଯାଉଛି। ଆୟଠାରୁ ପରିଶ୍ରମ ଦୁଇଗୁଣା ହେଉଛି। ଏଥିପାଇଁ ସରକାରଙ୍କ ପକ୍ଷରୁ କୌଣସି ସୁବିଧା ସୁଯୋଗ ମିଳୁନାହିଁ। କୁମ୍ଭକାରଙ୍କୁ ସରକାରୀ ସହାୟତା ମିଳିଲେ ଗ୍ରାମବାସୀ ଉପକୃତ ହେବେ ବୋଲି ଭ୍ରମରବର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥ ଉପରେ ଗଦା ହୋଇଛି କୁଢ଼କୁଢ଼ ପ୍ଲାଷ୍ଟିକ୍‌, ଗୋରୁ ଖାଇ ହେଉଛନ୍ତି ଅସୁସ୍ଥ

ଦାରିଙ୍ଗବାଡ଼ି,୨୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପରେ ଅନ୍ୟତମ ବଜାର ହେଉଛି ସିମନବାଡ଼ି। ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ ହେଉଥିବା ୫୯ ନଂ ଜାତୀୟ ରାଜପଥ କଡ଼ରେ...

ଭାବପ୍ରବଣ କରିଦେବ ଖବର! ମାଲିକଙ୍କ ମୃତଦେହ ପାଖରେ ରାତିସାରା ବସି ରହିଲା ପୋଷା କୁକୁର, ଅନ୍ତିମ ସଂସ୍କାର ପାଇଁ ୪ କିଲୋମିଟର…

ନୂଆଦିଲ୍ଲୀ,୨୧ା୧: ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ଏକ ଅନନ୍ୟ ସମ୍ପର୍କକୁ ଦର୍ଶାଉଥିବା ଏକ ଭିଡିଓ ଇଣ୍ଟରନେଟରେ ଦ୍ରୁତ ଗତିରେ ଭାଇରାଲ ହେଉଛି...

ଏହି ମୋଗଲ ଶାସକ ପ୍ରତିଦିନ ପିଉଥିଲେ ଗଙ୍ଗାଜଳ, କାରଣ ଜାଣିଲେ…

ଗଙ୍ଗାକୁ ବିଶ୍ୱର ସବୁଠାରୁ ପବିତ୍ର ନଦୀ ବୋଲି ବିବେଚନା କରାଯାଏ। ଭାରତରେ ଗଙ୍ଗାକୁ ମାତା ବୋଲି କୁହାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଗଙ୍ଗାରେ ସ୍ନାନ କରିବା...

ଗୁଣପୁର ରେଳ ଷ୍ଟେଶନରେ ଯୁବକଙ୍କୁ ଧକ୍କା ଦେଲା ଟ୍ରେନ, ମୃତଦେହ ଉପରେ ପୁଣି ମାଡ଼ିଗଲା ଇଞ୍ଜିନ

ଗୁଣପୁର,୨୧ା୧(ସଂକେତ ପାତ୍ର): ଗୁଣପୁର ରେଳ ଷ୍ଟେଶନରେ ଦୁର୍ଘଟଣା । ଟ୍ରନ ଧକ୍କାରେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଯୁବକଙ୍କ ଅସାବଧାନତା ପାଇଁ ଦୁର୍ଘଟଣା...

ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି୨୦: ସୂର୍ଯ୍ୟକୁମାରଙ୍କ ଉପରେ ସମସ୍ତଙ୍କ ନଜର

ନାଗପୁର,୨୧ା୧: ସ୍ଥାନୀୟ ବିଦର୍ଭ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ।...

ଗଛରେ ଚଢ଼ି କାଠ କାଟୁଥିଲେ ଶ୍ରମିକ, ହଠାତ୍‌ ଘଟିଲା ଏମିତି…

କେନ୍ଦ୍ରାପଡ଼ା,୨୧ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଶ୍ରମିକ ଚାକୁଣ୍ଡା ଗଛରେ ଚଢ଼ି କାଠ...

ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଯୁବତୀଙ୍କୁ ବଳାତ୍କାର, ଭଡ଼ାଘରେ ରହି…

ଭୁବନେଶ୍ୱର,୨୧ା୧ : ରାଜଧାନୀ ଭୁବନେଶ୍ବରରେ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଜଣେ ଯୁବକଙ୍କୁ...

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri