କଂସ ଅଭିନେତାଙ୍କ ଅଡୁଆ ବଢ଼ିଲା, ମହାପ୍ରୟାଣ ଗାଡ଼ି ବାବଦ ଟଙ୍କା ନେବା ପଡ଼ିଲା ମହଙ୍ଗା

ବରଗଡ଼,୧୮।୧୦(ପ୍ରେମାନନ୍ଦ ଖମାରୀ): ମହାପ୍ରୟାଣ ଗାଡ଼ିରେ ମୃତଦେହ ପରିବହନ ବାବଦକୁ ମୃତକଙ୍କ ସମ୍ପକୀୟଙ୍କଠାରୁ ଟଙ୍କା ନେବା ଘଟଣା ବରଗଡ଼ ଜିଲା ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଡ୍ରାଇଭର ତଥା ବରଗଡ଼ ଧନୁଯାତ୍ରା ମହୋତ୍ସବର କଂସ ଅଭିନେତା ହୃଷୀକେଶ ଭୋଇଙ୍କୁ ମହଙ୍ଗା ପଡ଼ିଛି। ଏ ନେଇ ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିବା ଏବଂ ଘଟଣାଟି ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ଗୁରୁବାର ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡ଼ିଏମଓ) ଡା. ନିରୁପମା ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶକ୍ରମେ ଏକ ତଦନ୍ତକାରୀ ଟିମ୍‌ ମୃତକଙ୍କ ଗ୍ରାମ ଗାଇସିଲେଟ ବ୍ଲକ ଅନ୍ତର୍ଗତ ବଡ଼ସାହାଜବାହାଲ ଗ୍ରାମରେ ପହଞ୍ଚିଥିଲେ। ଏପରିକି ସମ୍ପୃକ୍ତ ଡ୍ରାଇଭର ତଥା କଂସ ଅଭିନେତା ହୃଷୀକେଶ ମଧ୍ୟ ସେମାନଙ୍କ ସହିତ ସେଠାକୁ ଯାଇଥିଲେ। ତଦନ୍ତକାରୀ ଟିମ୍‌ ଗ୍ରାମର ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ଘଟଣାକୁ ନେଇ ଉଭୟ ପକ୍ଷକୁ ପଚରାଉଚୁରା କରିବା ସହିତ ତଦନ୍ତ ସମୟର ଭିଡ଼ିଓ ରେକର୍ଡିଂ କରିଥିଲେ। ତେବେ ମହାପ୍ରୟାଣ ଗାଡ଼ି ବାବଦକୁ ସମ୍ପୃକ୍ତ ଡ୍ରାଇଭର ଟଙ୍କା ନେଇଥିବା ଏବଂ ଘଟଣାଟି ପ୍ରଘଟ ହେବା ପରେ ତାହା ଫେରାଇଥିବା ତଦନ୍ତରୁ ଜଣାପଡ଼ିଥିବା ସୂଚନା ମିଳିଛି। ଏପରିକି ଏହି ଘଟଣାକୁ ଚାପି ଦେବା ପାଇଁ ଅପପ୍ରୟାସ ଚାଲିଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଥିବା ସ୍ଥାନୀୟ ଲୋକେ କହିଛନ୍ତି। ତଦନ୍ତକାରୀ ଟିମ୍‌ରେ ଡେପୁଟି କଲେକ୍ଟର ଉତ୍ତମ କୁମାର ବାଗ, ଜିଲା ମୁଖ୍ୟ ଚିକିତ୍ସାଳୟର ଅଧୀକ୍ଷକ ଡି. କେ. ଦତ୍ତ, ପ୍ରଶାସନିକ ଅଧିକାରୀ ଈପ୍‌ସିତା ପାତ୍ର, ତାଲପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମେଡ଼ିକାଲ ଅଫିସର ଡା. ସୁମିତ ମିଶ୍ର, ଗାଇସିଲେଟ୍‌ ବିଡ଼ିଓ ଲକ୍ଷ୍ମଣ ମାଝି ପ୍ରମୁଖ ସାମିଲ ହୋଇଥିଲେ। ଏହି ଟିମ୍‌ ତଦନ୍ତ ରିପୋର୍ଟ ଦେବା ପରେ ସମ୍ପୃକ୍ତ ଡ୍ରାଇଭର ତଥା କଂସ ଅଭିନେତା ହୃଷୀକେଶଙ୍କ ଉପରେ ଜିଲା ସ୍ବାସ୍ଥ୍ୟ ବିଭାଗ କିଭଳି କାର୍ଯ୍ୟାନୁଷ୍ଠାନ ନେବ, ତାକୁ ସମସ୍ତେ ଚାହିଁ ବସିଛନ୍ତି। ଏ ସମ୍ପର୍କରେ ଜାଣିବାକୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଷଡ଼ଙ୍ଗୀଙ୍କୁ ତାଙ୍କ ମୋବାଇଲ ନମ୍ବର ୯୪୩୯୯୮୨୨୪୯ରେ ଯୋଗାଯୋଗ କରିବାରୁ ସେ ଫୋନ୍‌ ଉଠାଇ ନ ଥିଲେ।

ଅନ୍ୟପଟେ ଏହି ଘଟଣା ପରେ ସମ୍ପୃକ୍ତ ଡ୍ରାଇଭର ତଥା କଂସ ଅଭିନେତା ହୃଷୀକେଶଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଅଢ଼େଇ ମାସ ଥିବାବେଳେ କଂସ ଅଭିନେତା ହୃଷୀକେଶ ଏଭଳି ବିବାଦରେ ଛନ୍ଦି ହୋଇ ପଡ଼ିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଜଣେ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ବଦଳରେ ତାଙ୍କଠାରୁ ୩ହଜାର ଟଙ୍କା ବେଆଇନ ଭାବେ ଆଣିବା ଘଟଣାକୁ ସବୁ ମହଲରେ ନାପସନ୍ଦ କରାଯାଇଛି। ମହାପ୍ରୟାଣ ଯୋଜନାରେ ଡାକ୍ତରଖାନାରୁ ଘରକୁ ମୃତଦେହ ପରିବହନ ପାଇଁ ମାଗଣା ବ୍ୟବସ୍ଥା ଥିବାବେଳେ ହୃଷୀକେଶ ମୃତକଙ୍କଠାରୁ ଟଙ୍କା ଆଣିବା ଘଟଣା କେବଳ ଲୋକଙ୍କୁ ବ୍ୟଥିତ କରିଛି ତାହା ନୁହେଁ, ଏଥିପାଇଁ ରାଜ୍ୟ ସରକାର ବଦନାମ ହୋଇଛନ୍ତି। ସେହିପରି କଂସ କଳାକାରଙ୍କ ସେଭଳି ବେଆଇନ କାର୍ଯ୍ୟ ବରଗଡ଼ ଧନୁଯାତ୍ରାର ଗାରିମାକୁ ମଧ୍ୟ କ୍ଷୂର୍ଣ୍ଣ କରିଛି ବୋଲି ଅଭିଯୋଗ କରି ଆଗାମୀ ଧନୁଯାତ୍ରା ମହୋତ୍ସବରେ ହୃଷୀକେଶଙ୍କୁ କଂସ ଭୂମିକାରେ ଅଭିନୟ କରିବାର ସୁଯୋଗ ନ ଦେବାକୁ ସୋସିଆଲ ମିଡ଼ିଆରେ ଦାବି ଜୋର୍‌ ଧରିଛି। ଏପରିକି ଏହି ଦାବି ନେଇ ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ଧନୁଯାତ୍ରା ମହୋତ୍ସବ ସମିତି ସଭାପତି ତଥା ଜିଲାପାଳଙ୍କୁ ଫେରାଦ ହେବା ପାଇଁ ପ୍ରସ୍ତୁତି ଚଳାଇଥିବା ସୂଚନା ମିଳିଛି।

ପ୍ରକାଶଥାଉକି, ବଡ଼ସାହାଜବାହାଲ ଗ୍ରାମର ପ୍ରହଲ୍ଲାଦ ସାହୁଙ୍କ ଦେହ ଅସୁସ୍ଥ ହେବା ଯୋଗୁ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଡାକ୍ତରଖାନାକୁ ଆଣି ଭର୍ତ୍ତି କରିଥିଲେ। ଗତ ୭ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ପରିବାର ଲୋକେ ମହାପ୍ରୟାଣ ଗାଡ଼ିରେ ମୃତଦେହ ଘରକୁ ନେଇଥିଲେ। ତେବେ ଜିଲା ସ୍ବାସ୍ଥ୍ୟ ବିଭାଗରେ ଡ୍ରାଇଭର ଭାବେ କାର୍ଯ୍ୟରତ ହୃଷୀକେଶ ସେତେବେଳେ ଗାଡ଼ି ଚଳାଉଥିଲେ ଏବଂ ମୃତଦେହ ପରିବହନ ବାବଦକୁ ମୃତକଙ୍କ ପରିବାରଙ୍କଠାରୁ ୩ହଜାର ଟଙ୍କା ନେଇଥିଲେ। ମହାପ୍ରୟାଣ ଯୋଜନାରେ ମୃତଦେହ ନେବା ସମ୍ପୂର୍ଣ୍ଣ ମାଗଣା ଥିବାବେଳେ ହୃଷୀକେଶ ମୃତକଙ୍କ ପରିବାର ଲୋକଙ୍କଠାରୁ ସେଭଳି ଟଙ୍କା ଅସୁଲି ଘଟଣା ପ୍ରଘଟ ହୋଇଥିଲା। ଏହାପରେ ହୃଷୀକେଶ ମୃତକଙ୍କ ପରିବାର ଲୋକଙ୍କୁ ଟଙ୍କା ଫେରାଇଥିଲେ। ଘଟଣାଟି ସାମ୍ନାକୁ ଆସିବା ପରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ହୃଷୀକେଶଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲେ। ହୃଷୀକେଶ ନିଜ ସ୍ପଷ୍ଟୀକରଣ ରଖିଥିବାବେଳେ ଗୁରୁବାର ତଦନ୍ତକାରୀ ଟିମ୍‌ ମୃତକଙ୍କ ଘରେ ପହଞ୍ଚତ୍ ତଦନ୍ତ କରିଥିଲେ। ମୃତକଙ୍କ ଘରେ ଏକାଦଶାହ କାର୍ଯ୍ୟ ଚାଲିଥିଲା ଏବଂ ସେଠାରେ ବହୁ ଲୋକଙ୍କ ଉପସ୍ଥିତିରେ ତଦନ୍ତକାରୀ ଟିମ୍‌ ଘଟଣା ସମ୍ପର୍କରେ ମୃତକଙ୍କ ପରିବାର ଲୋକଙ୍କୁ ପଚରାଉଚୁରା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ବିବାହ ପରେ ପରପୁରୁଷ ସହ ସ୍ତ୍ରୀକୁ ଦେଖିଲେ ସ୍ୱାମୀ, ଗଳା ଟିପି କଲେ ହତ୍ୟା

ନୂଆଦିଲ୍ଲୀ,୨୧ା୧: ଉତ୍ତରପ୍ରଦେଶର କାନପୁର ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ବିବାହର ମାତ୍ର ଚାରି ମାସ ପରେ ଜଣେ ଯୁବକ ନିଜ ସ୍ତ୍ରୀକୁ ଅନ୍ୟ...

ରାଜପଥ ଉପରେ ଗଦା ହୋଇଛି କୁଢ଼କୁଢ଼ ପ୍ଲାଷ୍ଟିକ୍‌, ଗୋରୁ ଖାଇ ହେଉଛନ୍ତି ଅସୁସ୍ଥ

ଦାରିଙ୍ଗବାଡ଼ି,୨୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପରେ ଅନ୍ୟତମ ବଜାର ହେଉଛି ସିମନବାଡ଼ି। ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ ହେଉଥିବା ୫୯ ନଂ ଜାତୀୟ ରାଜପଥ କଡ଼ରେ...

ଭାବପ୍ରବଣ କରିଦେବ ଖବର! ମାଲିକଙ୍କ ମୃତଦେହ ପାଖରେ ରାତିସାରା ବସି ରହିଲା ପୋଷା କୁକୁର, ଅନ୍ତିମ ସଂସ୍କାର ପାଇଁ ୪ କିଲୋମିଟର…

ନୂଆଦିଲ୍ଲୀ,୨୧ା୧: ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ଏକ ଅନନ୍ୟ ସମ୍ପର୍କକୁ ଦର୍ଶାଉଥିବା ଏକ ଭିଡିଓ ଇଣ୍ଟରନେଟରେ ଦ୍ରୁତ ଗତିରେ ଭାଇରାଲ ହେଉଛି...

ଏହି ମୋଗଲ ଶାସକ ପ୍ରତିଦିନ ପିଉଥିଲେ ଗଙ୍ଗାଜଳ, କାରଣ ଜାଣିଲେ…

ଗଙ୍ଗାକୁ ବିଶ୍ୱର ସବୁଠାରୁ ପବିତ୍ର ନଦୀ ବୋଲି ବିବେଚନା କରାଯାଏ। ଭାରତରେ ଗଙ୍ଗାକୁ ମାତା ବୋଲି କୁହାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଗଙ୍ଗାରେ ସ୍ନାନ କରିବା...

ଗୁଣପୁର ରେଳ ଷ୍ଟେଶନରେ ଯୁବକଙ୍କୁ ଧକ୍କା ଦେଲା ଟ୍ରେନ, ମୃତଦେହ ଉପରେ ପୁଣି ମାଡ଼ିଗଲା ଇଞ୍ଜିନ

ଗୁଣପୁର,୨୧ା୧(ସଂକେତ ପାତ୍ର): ଗୁଣପୁର ରେଳ ଷ୍ଟେଶନରେ ଦୁର୍ଘଟଣା । ଟ୍ରନ ଧକ୍କାରେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଯୁବକଙ୍କ ଅସାବଧାନତା ପାଇଁ ଦୁର୍ଘଟଣା...

ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି୨୦: ସୂର୍ଯ୍ୟକୁମାରଙ୍କ ଉପରେ ସମସ୍ତଙ୍କ ନଜର

ନାଗପୁର,୨୧ା୧: ସ୍ଥାନୀୟ ବିଦର୍ଭ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ।...

ଗଛରେ ଚଢ଼ି କାଠ କାଟୁଥିଲେ ଶ୍ରମିକ, ହଠାତ୍‌ ଘଟିଲା ଏମିତି…

କେନ୍ଦ୍ରାପଡ଼ା,୨୧ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଶ୍ରମିକ ଚାକୁଣ୍ଡା ଗଛରେ ଚଢ଼ି କାଠ...

ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଯୁବତୀଙ୍କୁ ବଳାତ୍କାର, ଭଡ଼ାଘରେ ରହି…

ଭୁବନେଶ୍ୱର,୨୧ା୧ : ରାଜଧାନୀ ଭୁବନେଶ୍ବରରେ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଜଣେ ଯୁବକଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri