ଟ୍ରମ୍ପଙ୍କୁ ପସନ୍ଦ ଆସିଲା କେଜରିଓ୍ବାଲଙ୍କ ଫର୍ମୁଲା, ଆମେରିକାରେ ବି ମିଳିବ ଫ୍ରି…

ଓ୍ବାଶିଂଟନ,୧୧।୧୦: ନଭେମ୍ବରରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଭାରତ ପରି ଆମେରିକାର ନାଗରିକଙ୍କୁ ମଧ୍ୟ ବିଭିନ୍ନ ପ୍ରକାରର ନିର୍ବାଚନ ପ୍ରତିଶ୍ରୁତି ଦିଆଯାଉଛି। ବର୍ତ୍ତମାନ ଦିଲ୍ଲୀର ଲୋକଙ୍କ ପରି ଆମେରିକୀୟ ନାଗରିକମାନେ ମଧ୍ୟ ମାଗଣା ବିଜୁଳି ପାଇବେ। ମିଚିଗାନରେ ଏକ ନିର୍ବାଚନୀ ସମାବେଶକୁ ସମ୍ବୋଧିତ କରିବାବେଳେ ରିପବ୍ଲିକାନ ପ୍ରାର୍ଥୀ ନେତା ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ୧୨ମାସ ମଧ୍ୟରେ ଶକ୍ତି ଏବଂ ବିଜୁଳି ମୂଲ୍ୟ ହ୍ରାସ କରିବେ। ଆମେ ଆମର ପରିବେଶ ଅନୁମୋଦନକୁ ଗମ୍ଭୀରତାର ସହିତ ତ୍ୱରାନ୍ବିତ କରିବୁ ଏବଂ ଆମର ଶକ୍ତି କ୍ଷମତାକୁ ଶୀଘ୍ର ଦ୍ୱିଗୁଣିତ କରିବୁ । ଏହା ମୁଦ୍ରାସ୍ଫୀତି ହ୍ରାସ କରିବ ଏବଂ କାରଖାନା ନିର୍ମାଣ ପାଇଁ ଆମେରିକା ଏବଂ ମିଚିଗାନ ପୃଥିବୀର ସର୍ବୋତ୍ତମ ସ୍ଥାନ ହେବ।
ଡୋନାଲ୍ଡ ଟ୍ରମ୍ପଙ୍କ ଭିଡିଓକୁ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲ ଶେୟାର କରିଛନ୍ତି। ସେ ଲେଖିଛନ୍ତି ଆମେରିକାରେ ଟ୍ରମ୍ପ ବିଜୁଳି ବିଲ୍‌ ଅଧା କରିଦେବେ। ସୂଚନାଯୋଗ୍ୟ, ଭାରତରେ ନିର୍ବାଚନ ଋତୁ ଆସିବା ମାତ୍ରେ ସମସ୍ତ ଦଳ ମାଗଣା ପ୍ରତିଶ୍ରୁତି ଦେବା ଆରମ୍ଭ କରନ୍ତି। ଜନସାଧାରଣଙ୍କୁ ମାଗଣା ଦେବା ପାଇଁ ନେତାମାନେ ଅନେକ ପ୍ରତିଶୃତି ଦିଅନ୍ତି। ଦିଲ୍ଲୀର ମହିଳାମାନଙ୍କ ପାଇଁ ମାଗଣା ବସ ସେବା, ୨୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ଭଳି ଅନେକ ପ୍ରତିଶ୍ରତି ଅନେକ ରାଜ୍ୟରେ ଦିଆଯାଉଛି ଏବଂ ଏହା ମଧ୍ୟ ପୂରଣ ହେଉଛି। ଆମେରିକୀୟ ନିର୍ବାଚନରେ ପ୍ରଥମ ଥର ପାଇଁ ଏହି ପ୍ରକାରର ପ୍ରଲୋଭନ ଦେଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ

ପ୍ରୟାଗରାଜ,୨୧।୧: ଜାନୁଆରୀ ୨୧, ୨୦୨୬ ରେ, ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ ଖସି ପଡ଼ି ସହର ମଧ୍ୟଭାଗରେ ଥିବା...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା, ଯାତାୟାତ ସମୟରେ କିଛିକ୍ଷଣ ପାଇଁ ଅଟକି ଯାଏ ନିଃଶ୍ୱାସ

ବିଶ୍ୱର ଅନେକ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗାଡ଼ି ଚଳାଇବା ସମୟରେ ସାମାନ୍ୟ ଭୁଲ ଜୀବନ ନେଇପାରେ। ତେଣୁ ଧର୍ଯ୍ୟର ସହିତ ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

ଶସ୍ତାରେ ମିଳିବ ଘର? ବଜେଟରେ ହେବ ବଡ଼ ଘୋଷଣା!

ନୂଆଦିଲ୍ଲୀ,୨୧।୧: ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ, ଘର ପାଇବା ଏବେ ବି ସ୍ୱପ୍ନ ସାକାର ହେବା ପରି ମନେହୁଏ। ଘରର ମୂଲ୍ୟ ଆକାଶଛୁଆଁ ହେଉଛି, ଏବଂ...

IPL 2026: ହେଲା ବଡ଼ ଘୋଷଣା! ଏହି ୧୮ ପଡ଼ିଆରେ ଖେଳାଯିବ IPL ମ୍ୟାଚ, ରହିଛି ଗୋଟିଏ ବିବାଦୀୟ ଗ୍ରାଉଣ୍ଡ

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ସିଜିନରେ ମ୍ୟାଚ ଖେଳାଯିବ ବୋଲି ସ୍ଥାନ ଘୋଷଣା କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri