ଜଗତ୍‌ସିଂହପୁର ଜିଲାକୁ ମଦମୁକ୍ତ ଦାବିରେ ବିକ୍ଷୋଭ

ଜଗତ୍‌ସିଂହପୁର, ୩ା୧୦(ପ୍ରମୋଦ କୁମାର ନାୟକ): ସମ୍ପ୍ରତ୍ତି ଦେଶୀ, ବିଦେଶୀ ମଦ ସାଙ୍ଗକୁ ଗଞ୍ଜେଇ, ବ୍ରାଉନସୁଗାର, ଚରସ ଓ ହିରୋଇନ ଆଦି ମାରାତ୍ମକ ନିଶା ସମାଜକୁ ବିପଦଗାମୀ କରି ଦେଉଛି। ଏହା ବିଶେଷ କରି ପରିବାର ଓ ଦେଶର ଭବିଷ୍ୟତ କୁହାଯାଉଥିବା ଯୁବଗୋଷ୍ଠୀଙ୍କୁ କବଳିତ କରି ଚାଲିଛି। ଗଁା ଗଁାରେ ଚୋରା ତଥା ବେଆଇନ ମାଦକ ଦ୍ରବ୍ୟ କାରବାର ଚିନ୍ତାର କାରଣ ହୋଇଛି। ନିର୍ବାଚନ ସମୟରେ ଏହା ହଟାଇବାକୁ ରାଜନେତାମାନେ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ ବେଆଇନ ନିଶା କାରବାର ଉପରେ ଅଙ୍କୁଶ ଲାଗି ପାରିଲା ନାହିଁ। ଯେଉଁ କାରଣରୁ ସମାଜ ଗୁରୁତର ଭାବେ ପ୍ରଭାବିତ ହେବା ସହ ବିକାଶ ବାଧାପ୍ରାପ୍ତ ହେଉଛି। ବ୍ୟକ୍ତିର ଆର୍ଥିକ, ମାନସିକ ଓ ଶାରୀରିକ କ୍ଷତି ଘଟୁଛି। ଏପରି କି ମୃତ୍ୟୁ ଘଟୁଛି। ତେଣୁ ସରକାର ଜଗତ୍‌ସିଂହପୁର ଜିଲାରୁ ସରକାରୀ, ବେସରକାରୀ ନିଶା ପ୍ରଚଳନ ବନ୍ଦ କରନ୍ତୁ। ନଚେତ ଜିଲାରେ ନିଶା ଜନିତ କ୍ଷୟକ୍ଷତି ପାଇଁ ସରକାର ତଥା ପ୍ରଶାସନ ଦାୟୀ ରହିବ। ବୁଧବାର ଜଗତ୍‌ସିଂହପୁର ମଦ ବିରୋଧୀ ଅଭିଯାନ ପକ୍ଷରୁ ଏଭଳି ଚେତାବନୀ ଦିଆଯାଇଛି। ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଅଭିଯାନ ପକ୍ଷରୁ ଜିଲାକୁ ନିଶା ମୁକ୍ତ କରିବା ପାଇଁ ବିକ୍ଷୋଭ କରାଯାଇଥିଲା। ପ୍ରଥମେ ଅଭିଯାନ ଆବାହିକା ବିଜୟଲକ୍ଷ୍ମୀ ମହାପାତ୍ରଙ୍କ ଆହ୍ବାନକ୍ରମେ ଶତାଧିକ ମହିଳାପୁରୁଷ ଜଗତ୍‌ସିଂହପୁର ଥାନା ପରିସର ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଏକତ୍ରିତ ହୋଇଥିଲେ। ସେଠାରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଶୋଭାଯାତ୍ରା ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ପଡ଼ିଆ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ଆୟୋଜିତ ସମାବେଶରେ ମାଦକ ଦ୍ରବ୍ୟ ଚୋରା କାରବାର ଏବଂ ଏହାର କୁପରିଣାମ ଉପରେ ଅଭିଯାନ ନେତାମାନେ ଭାସଣ ଦେଇଥିଲେ। ସମାବେଶରେ ଜିଲାର ନାରୀ ନେତ୍ରୀମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ସେମାନେ ହେଲେ ଗୀତାଞ୍ଜଳି ନନ୍ଦ, ସବିତା ସ୍ବାଇଁ, ପୁଷ୍ପଲତା ସାହୁ, ସସ୍ମିତା ସାହୁ, ଚାରୁଲତା ସାହୁ, କନକଲତା ମୁଦୁଲି, ଜୟନ୍ତୀ ସାହୁ, ସତ୍ୟଭାମା ବାରିକ, ନିବେଦିତା ଜେନା, ନମିତା ସାହୁ, ନମିତା ମହାନ୍ତି, ତପସ୍ବିତୀ ଭୋଳ, ସ୍ବର୍ଣ୍ଣଲତା ଦାସ, ଆରତୀ ଦାସ, ରଞ୍ଜିତା ମହାନ୍ତି, ସ୍ମିତା କର, ଅଞ୍ଜଳି ଜେନା, ସୁମିତ୍ରା ସାହୁ, ପୁଷ୍ପଲତା ପଣ୍ଡା, ସୁଲୋଚନା ପୁହାଣ, ସତ୍ୟଭାମା ବାରିକ, ପ୍ରଭାତି ପୋଥାଳ, ମନ୍ଦାକିନୀ ମହାନ୍ତି ଓ ଭକ୍ତିମୟୀ ଓଝା। ଏଥିସହ ବୈକୁଣ୍ଠ ବିଶ୍ୱାଳ, ରଘୁ ସ୍ବାଇଁ, ଗୋବିନ୍ଦ ଓଝା, ରମାରଞ୍ଜନ ସ୍ବାଇଁ, ଉମେଶ ଲେଙ୍କା, ଗୌରାଙ୍ଗ ହୋତା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାଜ୍ୟ ଓ ଜିଲାକୁ ସମ୍ପୂର୍ଣ୍ଣ ମଦମୁକ୍ତ ପାଇଁ ଦାବିପତ୍ର ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

କମାଲ ଦେଖାଇଲେ ଶିଶୁ ବୈଜ୍ଞାନିକ, ଜିଲାପାଳ କହିଲେ…

ବରଗଡ଼,୬ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାଣା ପ୍ରତାପ ସ୍କୁଲ ପଡ଼ିଆରେ ଶନିବାର ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ ହୋଇଛି। ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁଙ୍କ ଅଧ୍ୟକ୍ଷତା...

ଫିଫା ବିଶ୍ୱକପ୍‌ ଲାଗି ଡ୍ର’ ଉଠାଣ: ଜାଣନ୍ତୁ କେଉଁ ଦଳ କେବେ କାହାକୁ ଭେଟିବ…

ଓ୍ବାଶିଂଟନ,୬ା୧୨: ଆସନ୍ତା ବର୍ଷ ଆମେରିକା, କାନାଡା ଓ ମେକ୍ସିକୋରେ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌ ଲାଗି ଶନିବାର ଡ୍ର’ ଉଠାଣ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିସହିତ...

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

ନାଡ଼ାପାଟାଙ୍ଗ, ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଦାବିପତ୍ର

ବାଲିଗୁଡ଼ା, ୬।୧୨(ସଞ୍ଜୟ ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ବାରଖମା ପଞ୍ଚାୟତର ନାଡ଼ାପାଟାଙ୍ଗ ଏବଂ ସିନ୍ଦ୍ରିଗାଁ ପଞ୍ଚାୟତର ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଉପଜିଲାପାଳଙ୍କ ଜରିଆରେ...

ବାରବାଟୀରେ ଖେଳିପାରନ୍ତି ଶୁବମନ ଗିଲ୍‌

ଭୁବନେଶ୍ୱର,୬ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌କୁ ଆଉ...

ଗାଧୋଇବା ପାଇଁ ଯାଉଥିବା ବେଳେ ମରଣାନ୍ତକ ଆକ୍ରମ: ଏବେ ଆସିଲା ବଡ଼ ରାୟ

ଦିଗପହଣ୍ଡି,୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର ଆଙ୍କୋରଡ଼ା ଗ୍ରାମର ଜେ.ଉଗ୍ରସେନଙ୍କୁ ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ...

ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ ପାଇଁ ତତ୍ପର:  ଚିକିତ୍ସା ପାଇଁ ଅନ୍ୟତ୍ର ଯିବାକୁ…

ଦାରିଙ୍ଗବାଡି,୬।୧୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସର ମଧ୍ୟରେ ଶନିବାର ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା ଓ ପ୍ରାଥମିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri