ଷ୍ଟିଲ୍‌ସିଟିରେ ପୁଣି ଗଣବଳାତ୍କାର: ୧୭ବର୍ଷୀୟା ଯୁବତୀଙ୍କୁ ୫ ଯୁବକ କଲେ ଗଣବଳାତ୍କାର

ରାଉରକେଲା,୨୬।୯(ସଙ୍ଗୀତା ଜେନା):ପ୍ଲାଣ୍ଟସାଇଟ୍‌ ଥାନା ଅଞ୍ଚଳରେ ରହୁଥିବା ୧୭ ବର୍ଷୀୟା ପୀଡ଼ିତା ଜଣକ ଏକ ପ୍ରତିଷ୍ଠିତ କଲେଜର ଛାତ୍ରୀ। ଗତ ରବିବାର ରାତିରେ ପୀଡ଼ିତା ନିଜର ୨ ଜଣ ସାଙ୍ଗଙ୍କ ସହ ସିଭିଲଟାଉନଶିପ୍‌ ଅଞ୍ଚଳର ଏକ ହୋଟେଲ ଆଣ୍ଡ ବାର୍‌କୁ ଯାଇଥିଲେ। ସେଠାରୁ ୩ ଜଣ ଯୁବକ ତାଙ୍କୁ ଡାକିଆଣି ଟ୍ରାଫିକ୍‌ ଛକରେ ଥିବା ଏକ ପାର୍କରେ ଗଣବଳାତ୍କାର କରିଥିଲେ। ଏହି ଘଟଣାରେ କୁଆଡ଼େ ଆଉ ୨ଜଣ ଅର୍ଥାତ୍‌ ମୋଟ ୫ ଜଣ ସମ୍ପୃକ୍ତ ଥିବା ଏତଲାରେ ଉଲ୍ଲେଖ ରହିଛି। ଘଟଣାର ୨ ଦିନ ପରେ ମଙ୍ଗଳବାର ସନ୍ଧ୍ୟାରେ କେତେଜଣ ସମାଜସେବୀଙ୍କ ସହାୟତାରେ ପୀଡ଼ିତାଙ୍କ ବାପା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଉକ୍ତ ଅଭିଯୋଗକୁ ଭିତ୍ତିକରି ପୋଲିସ ସନ୍ଦେହରେ କିଛି ଯୁବକଙ୍କୁ ପଚରାଉଚୁରା କରୁଛି ବୋଲି ଏସ୍‌ଡିପିଓ ଉପାସନା ପାଢ଼ୀ କହିଛନ୍ତି। ଏ ସଂକ୍ରାନ୍ତରେ ରାଉରକେଲା ଡିଆଇଜି ବ୍ରିଜେଶ ରାୟ କହିଛନ୍ତି, ଏହି ଘଟଣା ୨୨ ତାରିଖର। ଥାନାରେ ଅଭିଯୋଗ ହେବା ପରେ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ତୁରନ୍ତ ଅତିରିକ୍ତ ଏସ୍‌ପି ପି. ଏସ୍‌. ନାୟକଙ୍କ ନେତୃତ୍ୱରେ ୪ଟି ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ପୀଡ଼ିତାଙ୍କ ଡାକ୍ତରୀ ମାଇନା ସହ ବୟାନ ରେକର୍ଡ କରାଯାଇଛି। ଘଟଣାସ୍ଥଳରେ ପୋଲିସ ଟିମ୍‌, ଡଗ୍‌ ସ୍କ୍ବାଡ୍‌, ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚତ୍ ତଦନ୍ତ କରିଛନ୍ତି। କ୍ରମାଗତ ଏପରି ଘଟଣାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପ୍ରସ୍ତୁତ ରହିଛି। ପୀଡ଼ିତାଙ୍କୁ ନ୍ୟାୟଦେବା ସୁନିଶ୍ଚିତ କରାଯାଉଛି। ଅନେକ ତଥ୍ୟ ତଦନ୍ତ ପ୍ରକ୍ରିୟା ଯୋଗୁ ପ୍ରକାଶ କରିବା ସମ୍ଭବ ହେଉନାହିଁ। ତେବେ ତଦନ୍ତ ପରେ ସାର୍ବଜନୀନ କରାଯିବ ବୋଲି ଡିଆଇଜି ରାୟ କହିଛନ୍ତି। ଅପରପକ୍ଷେ ଏସ୍‌ଡିପିଓ ପାଢ଼ୀଙ୍କ ନେତୃତ୍ୱରେ ଉକ୍ତ ହୋଟେଲର ସିସିଟିଭି ଯାଞ୍ଚ କରାଯାଇଛି। ପୀଡ଼ିତା, ତାଙ୍କ ସାଙ୍ଗ ଓ ଅନ୍ୟମାନଙ୍କ କାର୍ଯ୍ୟକଳାପ ଆଦିର ସିସିଟିଭି ଫୁଟେଜ୍‌ ସଂଗ୍ରହ କରାଯାଇଛି।
ଉଲ୍ଲେଖଯୋଗ୍ୟ, ନାବାଳିକା ପୀଡ଼ିତା ଜଣକ ରବିବାର ଦକ୍ଷିଣ ରାଉରକେଲା ଏବଂ ପ୍ଲାଣ୍ଟସାଇଟ୍‌ ଅଞ୍ଚଳର ୨ଜଣ ସାଙ୍ଗଙ୍କ ସହ ହୋଟେଲକୁ ଯାଇଥିଲେ। ସେଠାରେ ସାଙ୍ଗମାନଙ୍କ ପୁରୁଷବନ୍ଧୁମାନେ ଉପସ୍ଥିତ ଥିଲେ। କିଛି ସମୟପରେ ଉକ୍ତ ନାବାଳିକାଙ୍କ ୨ଜଣ ସାଙ୍ଗ ହୋଟେଲରୁ ପଳାଇ ଯାଇଥିବାବେଳେ ପୀଡ଼ିତା ଏକୁଟିଆ ହୋଇଯାଇଥିଲେ। ବିଳମ୍ବିତ ରାତିରେ ପୀଡ଼ିତା ଘରକୁ ନ ଫେରିବାରୁ ତାଙ୍କ ବାପା ଖୋଜାଖୋଜି କରିଥିଲେ ଏବଂ ଉକ୍ତ ହୋଟେଲ ପରିସରରେ ତାଙ୍କୁ ଦେଖିଥିଲେ। ଥାନାରେ ଅଭିଯୋଗ ହେବା ପରେ ପୋଲିସ କେତେଜଣ ଯୁବକ ଏବଂ ତାଙ୍କ ପରିବାର ଲୋକଙ୍କୁ ଥାନାରେ ଅଟକ ରଖିଥିବା ଚର୍ଚ୍ଚା ହେଉଛି।

ଥାନାକୁ ନେଇ ଦ୍ୱନ୍ଦ୍ୱ, ପୀଡ଼ିତାଙ୍କ ପରିବାର ହଟହଟା ନାବାଳିକା ଗଣବଳାତ୍କାର ମାମଲାରେ ମଙ୍ଗଳବାର ପୀଡ଼ିତାଙ୍କ ପରିବାର ଲୋକେ ଥାନାରେ ଏତଲା ଦେବା ସମୟରେ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ଘଟଣାଟି କେଉଁ ଥାନା ଅଧୀନରେ ଯାଉଛି ବୋଲି ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ଫଳରେ ପୀଡ଼ିତାଙ୍କ ପରିବାର ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଶେଷରେ ପୀଡ଼ିତା ଯାଇଥିବା ହୋଟେଲ ରଘୁନାଥପାଲୀ ଥାନା ଅଞ୍ଚଳରେ ଆସୁଥିବାରୁ ସେଠାରେ ଏତଲା ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ଭାଙ୍ଗିବା ପରେ ସ୍ମୃତିଙ୍କ ନୂଆ ଇନଷ୍ଟାଗ୍ରାମ ପୋଷ୍ଟ ସୃଷ୍ଟି କଲା ହଇଚଇ, ଲେଖିଲେ ଏମିତି…

ନୂଆଦିଲ୍ଲୀ,୯।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନା ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଖବରରେ ଅଛନ୍ତି। ରବିବାର, ସେ ଏକ...

ବିମାନରେ ଗୀତା ପଢିଲେ ରୁଷିଆ ରାଷ୍ଟ୍ରପତି, ବନ୍ଧୁଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଦେଇଥିଲେ ବିଶେଷ ଉପହାର

ମସ୍କେ/ନୂଆଦିଲ୍ଲୀ,୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସମ୍ପ୍ରତି ତାଙ୍କର ଦୁଇ ଦିନିଆ ଭାରତ ଗସ୍ତ ଶେଷ କରିଛନ୍ତି। ତାଙ୍କ ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ...

ଆଦର୍ଶ ବିଦ୍ୟାଳୟରେ ପାଠପଢ଼ା ସହ ଖାଦ୍ୟ ସମସ୍ୟା, ତେଜିଲେ ଅଭିଭାବକ

ଅତାବିରା,୯ା୧୨(ଯୁଧିଷ୍ଠିର ମହାପାତ୍ର):ଅତାବିରା ଏନ୍‌ଏସି ଅନ୍ତର୍ଗତ ଭୋଇପୁରା ଆଦର୍ଶ ବିଦ୍ୟାଳୟରେ ପିଲାଙ୍କ ପାଠପଢ଼ାରେ ବ୍ୟାଘାତ ହେବା ସହିତ ରନ୍ଧା ଖାଦ୍ୟ ସମସ୍ୟା ଦେଖାଦେଇଛି। ସୋମବାର କେତେକ ପିଲାମାନେ...

ଆଇପିଏଲ ନାଁରେ ଏନଏଚଆରସିରେ ଅଭିଯୋଗ: ଦୂଷିତ ପାଣି ଗନ୍ଧରେ ଫାଟି ପଡୁଛି ଅଞ୍ଚଳ

ଭବାନୀପାଟଣା,୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ତଳଜାରିଙ୍ଗରେ ଅବସ୍ଥାପିତ ଥିବା ଆଇପିଏଲ (ଇଣ୍ଡିଆନ ପଟାସ ଲିମିଟେଡ) କମ୍ପାନୀ ଇଥାନଲ ଉତ୍ପାଦନ କରୁଥିବା ସମୟରେ...

କଟକ ଟି-୨୦ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଲାଗିଲା ଜୋରଦାର ଝଟ୍‌କା: ଅଭିଯୋଗ ପରେ…

ଦୁବାଇ,୯ା୧୨ (ପି.ଟି.):ରାୟପୁରଠାରେ ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ସ୍ଲୋ ଓଭର-ରେଟ୍‌ ପାଇଁ ଭାରତକୁ ସୋମବାର ସେମାନଙ୍କ ମ୍ୟାଚ୍‌ ଫି’ର...

ପିତୃତ୍ୱ ପାଇଁ ଜନ୍ମ ସାର୍ଟିଫିକେଟ ନୁହେଁ ବାଧକ: ଶିଶୁପୁତ୍ର ହସ୍ତାନ୍ତର ପାଇଁ ଅଜାଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୯ା୧୨(କାର୍ତ୍ତିକ ସାହୁ): ପିତୃତ୍ୱର ପ୍ରମାଣ ପାଇଁ ଜନ୍ମ ସାର୍ଟିଫିକେଟ ବାଧକ ନୁହେଁ। ଶିଶୁପୁତ୍ରର ଜନ୍ମ ସାର୍ଟିଫିକେଟ ଦାଖଲ କରି ନ ପାରିବା କାରଣରୁ ଜନ୍ମିତ ପିତାଙ୍କୁ...

ଆନ୍ଧ୍ରର ଚକ୍ରାନ୍ତ: ଓଡ଼ିଶା ଯୋଜନାକୁ ସୀମାନ୍ତବର୍ତ୍ତୀ ୭ ଗାଁର ବର୍ଜନ ନିଷ୍ପତ୍ତି

ପଟ୍ଟାଙ୍ଗି,୯ା୧୨(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ କୋଟିଆ ପଞ୍ଚାୟତ ଫାଟୁସିନେରୀ ଗ୍ରାମ ନିକଟ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଏକ ସ୍ଥାନରେ ୭ ଗ୍ରାମର ମୁଖିଆ...

୭ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କଲେ…

କୋରାପୁଟ,୯।୧୨(ଅମିତାଭ ବେହେରା ): କୋରାପୁଟ ଜିଲା ନାମ ସଂକୀର୍ତ୍ତନ ଭାଗବତ ସତସଙ୍ଗ ତରଫରୁ ୭ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋମବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri