ପିଇଓଙ୍କୁ ଜାତିଆଣ ଆକ୍ଷେପ ମାମଲା: ଘଟଣାକୁ ଚପାଇ ଦେବା ପାଇଁ ବିଡିଓଙ୍କ ନାମରେ ପାଲଟା ଅଭିଯୋଗ

ହାଟଡିହୀ,୮ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଉର୍ମିଳା ମୁର୍ମୁଙ୍କୁ ଜାତିଆଣ ଆକ୍ଷେପ, ଗାଳିଗୁଲଜ ଏବଂ ହତ୍ୟା ଧମକ ନେଇ ହାଟଡିହୀ ବ୍ଲକ ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କ ନିକଟରେ ଅଭିଯୋଗ ହୋଇଥିଲା। ବ୍ଲକ ପିଇଓ ସଂଘ ଅଭିଯୁକ୍ତ ପନ୍ଦାଡ଼ୋ ସରପଞ୍ଚ ସସ୍ମିତା ଓଝାଙ୍କ ଦେଢଶୁର ନିକୁଞ୍ଜ ଓଝାଙ୍କ ଗିରଫ ଦାବି କରି କଲମ ଛାଡ଼ ଆନ୍ଦୋଳନ ଚେତାବନୀ ଦେଇଥିଲେ। ଅଭିଯୋଗ ଆଧାରରେ ବିଡିଓ ପାଣିଗ୍ରାହୀ ଗତ ୬.୯.୨୦୨୪ ରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ନନ୍ଦିପଦା ଥାନାକୁ ନିର୍ଦ୍ଦେଶ ଦେବା ପରେ ଥାନାରେ ମାମଲା(ନଂ ୨୫୫/୨୦୨୪)ରୁଜୁ ହୋଇଥିଲା। ଅଦ୍ୟାବଧି ଅଭିଯୁକ୍ତଙ୍କୁ ଗିରଫ କରାଯାନାହିଁ। ଫଳରେ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଦାବି ହୋଇଛି।

ଅନ୍ୟପକ୍ଷରେ ଉକ୍ତ ଘଟଣାକୁ ଦୁର୍ବଳ କରି ଦେବା ବା ଚପାଇ ଦେବା ପାଇଁ ନିକୁଞ୍ଜଙ୍କ ସମର୍ଥକ କୁହାଯାଉଥିବା କେଶବ ଜେନା ନାମକ ବ୍ୟକ୍ତି ନନ୍ଦିପଦା ଥାନାରେ ବିଡିଓଙ୍କ ନାମରେ ଏକ ସଙ୍ଗିନୀ ଅଭିଯୋଗ କରିଥିବା ବ୍ଲକ କର୍ମଚାରୀମାନେ କହିଛନ୍ତି। ପୋଲିସ ଏକ ପାଲଟା ମାମଲା (ନଂ ୨୫୭/୨୦୨୪) ରୁଜୁ କରିଛି। କେଶବଙ୍କ ଅଭିଯୋଗ ଅନୁସାରେ ଏକ ଉନ୍ନୟନ କାର୍ଯ୍ୟ କରି ବିଲ୍‌ ପାଇ ନ ଥିଲେ। ଏ ବାବଦରେ ରାମଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ୬.୯.୨୦୨୪ ରେ ବୈଠକ ହୋଇଥିଲା। ସେଠାରେ ବିଡିଓଙ୍କୁ ଦେଖି ବିଲ ବାବଦରେ ପଚାରିବାରୁ ବିଡିଓ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିଥିଲେ।

ସୂଚନାଯୋଗ୍ୟ ରାମଚଣ୍ଡୀ ମନ୍ଦିର ଅଞ୍ଚଳଟି ସୋସୋ ଥାନା ଅଧୀନରେ ଯାଉଛି। କିନ୍ତୁ ଅଭିଯୋଗକାରୀ ନନ୍ଦିପଦା ଥାନାରେ ଅଭିଯୋଗ କରିବା ପଛର ରହସ୍ୟ ଜଣାପଡ଼ିନି। ଦିତୀୟତଃ ଉନ୍ନୟନ କାର୍ଯ୍ୟ ବିଭାଗୀୟ ବିଭାଗ ଦ୍ୱାରା ହେଉଛି। ଅଭିଯୋଗକାରୀ କେଶବ କିମ୍ବା କୌଣସି ବ୍ୟକ୍ତି ବିଶେଷଙ୍କ ନାମରେ କାର୍ଯ୍ୟାଦେଶ ନାହିଁ। କାର୍ଯ୍ୟ ତଦାରଖ ଏବଂ ବିଲ ପ୍ରସ୍ତୁତ କରିବା ପାଇଁ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ପ୍ରମୁଖ ଅଛନ୍ତି l କିନ୍ତୁ ଅଭିଯୋଗକାରୀ କେଶବ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କ ନାମରେ କୌଣସି ବିଲ୍‌ ହେବାର ନାହିଁ। ତେବେ କେଶବଙ୍କ ଅଭିଯୋଗରେ ବିଡିଓ ବିଲ କରୁ ନ ଥିବା ଦର୍ଶାଇବା ଗୁରୁତର ପ୍ରସଙ୍ଗ ସାଜିଛି।

ତୃତୀୟତଃ ବିଡିଓ ଯେଉଁଦିନ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଥାନାକୁ ନିର୍ଦ୍ଦେଶ ଦେଲେ ସେହିଦିନ କେଶବ ଏକ ପାଲଟା ଅଭିଯୋଗ ବିଡିଓଙ୍କ ନାମରେ ଦାୟର କରିଛନ୍ତି। ଏପରି ଅଭିଯୋଗକୁ ନେଇ ବ୍ଲକ କର୍ମଚାରୀମାନେ ଅସନ୍ତୋଷ ପ୍ରକାଶ କରି ଅଭିଯୋଗକାରୀ କେଶବ ଏବଂ ଅଭିଯୁକ୍ତ ନିକୁଞ୍ଜଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏଥିସହ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସଜବାଜ ହେଉଥିବା ଜଣାପଡ଼ିଛି। ବିଡିଓ ପାଣିଗ୍ରାହୀ କହିଛନ୍ତି, ସତ ସବୁବେଳେ ସତ ଅଟେ। ମିଛ କେସ୍‌ କରି କେହି କେବେ ଜିତି ପାରେନି। ମୋ’ ନାମରେ ଅଭିଯୋଗ ଏକ ମିଛ ଅଭିଯୋଗ ଅଟେ। ଥାନା ଅଧିକାରୀ ରବୀନ୍ଦ୍ର ପାତ୍ର କହିଛନ୍ତି, ବିଡିଓଙ୍କ ନାମରେ ହୋଇଥିବା ଅଭିଯୋଗର ସତ୍ୟତା ଉପରେ ସନ୍ଦେହ ସୃଷ୍ଟି ହୋଇଛି। ଆନନ୍ଦପୁର ଡିଏସ୍‌ପି ଘଟଣାର ତଦନ୍ତ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

କମାଲ ଦେଖାଇଲେ ଶିଶୁ ବୈଜ୍ଞାନିକ, ଜିଲାପାଳ କହିଲେ…

ବରଗଡ଼,୬ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାଣା ପ୍ରତାପ ସ୍କୁଲ ପଡ଼ିଆରେ ଶନିବାର ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ ହୋଇଛି। ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁଙ୍କ ଅଧ୍ୟକ୍ଷତା...

ଫିଫା ବିଶ୍ୱକପ୍‌ ଲାଗି ଡ୍ର’ ଉଠାଣ: ଜାଣନ୍ତୁ କେଉଁ ଦଳ କେବେ କାହାକୁ ଭେଟିବ…

ଓ୍ବାଶିଂଟନ,୬ା୧୨: ଆସନ୍ତା ବର୍ଷ ଆମେରିକା, କାନାଡା ଓ ମେକ୍ସିକୋରେ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌ ଲାଗି ଶନିବାର ଡ୍ର’ ଉଠାଣ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିସହିତ...

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

ନାଡ଼ାପାଟାଙ୍ଗ, ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଦାବିପତ୍ର

ବାଲିଗୁଡ଼ା, ୬।୧୨(ସଞ୍ଜୟ ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ବାରଖମା ପଞ୍ଚାୟତର ନାଡ଼ାପାଟାଙ୍ଗ ଏବଂ ସିନ୍ଦ୍ରିଗାଁ ପଞ୍ଚାୟତର ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଉପଜିଲାପାଳଙ୍କ ଜରିଆରେ...

ବାରବାଟୀରେ ଖେଳିପାରନ୍ତି ଶୁବମନ ଗିଲ୍‌

ଭୁବନେଶ୍ୱର,୬ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌କୁ ଆଉ...

ଗାଧୋଇବା ପାଇଁ ଯାଉଥିବା ବେଳେ ମରଣାନ୍ତକ ଆକ୍ରମ: ଏବେ ଆସିଲା ବଡ଼ ରାୟ

ଦିଗପହଣ୍ଡି,୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର ଆଙ୍କୋରଡ଼ା ଗ୍ରାମର ଜେ.ଉଗ୍ରସେନଙ୍କୁ ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ...

ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ ପାଇଁ ତତ୍ପର:  ଚିକିତ୍ସା ପାଇଁ ଅନ୍ୟତ୍ର ଯିବାକୁ…

ଦାରିଙ୍ଗବାଡି,୬।୧୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସର ମଧ୍ୟରେ ଶନିବାର ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା ଓ ପ୍ରାଥମିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri