ବାଂଲାଦେଶରୁ ଫେରି ଲୋମଟାଙ୍କୁରା କଥା କହିଲେ ଓଡ଼ିଆ ପୁଅ

ଧରାକୋଟ,୧୪।୮ (ବିଷ୍ଣୁକେଶରୀ ଆଚାର୍ଯ୍ୟ):ପଡ଼ୋଶୀ ରାଷ୍ଟ୍ର ବାଂଲାଦେଶରେ ଗତ ଆରମ୍ଭ ହେଇଥିବା ହିଂସା ଥମିବାର ନାଁ ନେଉନାହିଁ। ବିଶେଷ କରି ସଂଖ୍ୟାଲଘୁ ହିନ୍ଦୁମାନଙ୍କ ଉପରେ ନିର୍ଯାତନା, ଆକ୍ରମଣ ଓ ହତ୍ୟା ପରି ଘଟଣା ବଢ଼ିଚାଲିଛି। ବାଂଲାଦେଶରେ ଥିବା ଭାରତୀୟ ହିନ୍ଦୁମାନେ ଭୟ ଓ ଆଶଙ୍କାରେ ଦିନ କାଟୁଛନ୍ତି। ଏଭଳି ସମୟରେ ନିଜର ଜୀବନ ବଞ୍ଚାଇ ଧରାକୋଟ ବଡ଼ଦାଣ୍ଡ ସାହିର ସାଇ ଦୁଲଭ ମିଶ୍ର ନିଜ ଗାଁରେ ପହଞ୍ଚତ୍ଛନ୍ତି। ସେ ନିଜର ଆତ୍ମ କାହାଣୀ ବଖାଣିଛନ୍ତି।ଗତ ମେ’ ମାସରେ ବାଂଲାଦେଶର ପାୱାର ଟ୍ରାନସମିଶନ ଲାଇନ କମ୍ପାନୀରେ ଷ୍ଟୋର କିପର ଭାବରେ ଯୋଗଦେଇଥିଲେ ସାଇ ମିଶ୍ର। ଢାକାଠାରୁ ୧୨୭ କିମି ଦୂର ସିରାଜଗଞ୍ଜରେ ଡକ୍ଟର ସିକଦର ବାରି ଆପାର୍ଟମେଣ୍ଟରେ କମ୍ପାନୀର କର୍ମଚାରୀମାନେ ରହୁଥିଲେ। ଗତ ୪ ତାରିଖ ଦିନ ଘରର ମାଲିକ ଆସି କହିଥିଲେ ଚାରିପଟେ ହିଂସାତ୍ମକ କାର୍ଯ୍ୟ ଆରମ୍ଭ ହୋଇଗଲାଣି। ଆମ ଆପାର୍ଟମେଣ୍ଟରେ କେବଳ ଭାରତୀୟ ହିନ୍ଦୁମାନେ ଅଛନ୍ତି। ଏଣୁ ସେମାନେ ତୁରନ୍ତ ଖାଲି କରିବାକୁ କହିଛନ୍ତି। ନଚେତ ବୋମା ମାଡ଼ କରି ଉଡ଼ାଇ ଦେବାକୁ ଧମକ ଦେଇଛନ୍ତି। ଏଣୁ ଆପଣମାନେ ନିଜେ ସୁରକ୍ଷା କଥା ଚିନ୍ତା କରନ୍ତୁ। ଏହା ମଧ୍ୟରେ କମ୍ପାନୀ ଓ ଭାରତୀୟ ଦୂତାବାସ ପକ୍ଷରୁ ବାର୍ତ୍ତା ପହଞ୍ଚିଲା ପଦାକୁ କେହି ବାହାରନ୍ତୁ ନାହିଁ। ମୃତାହତ ହେଲେ କମ୍ପାନୀ ଦାୟୀ ରହିବ ନାହିଁ। ଏହାପରେ ସମସ୍ତେ ଭୟଭୀତ ହୋଇପଡିବା ସହ ସମସ୍ତ ଝରକା କବାଟ ବନ୍ଦ କରି ଅଜଣା ଆତଙ୍କ ଓ ଆଶଙ୍କାରେ ଥିବା ବେଳେ ୬ ତାରିଖ ଦିନ ଛାତ୍ରଙ୍କ ନାମରେ ଆତଙ୍କବାଦୀମାନେ ଚାରିଆଡ଼େ ଆତଙ୍କ ସୃଷ୍ଟି କରୁଛନ୍ତି। ଏଣୁ ନିଜେ ନିଜର ସୁରକ୍ଷାରେ ଦେଶ ଛାଡ଼ି ଚାଲିଯିବା ପାଇଁ ନିର୍ଦ୍ଦେଶ ଆସିଲା। ଏହା ମଧ୍ୟରେ ଗତ ୫ ତାରିଖ ଦିନ ସିରାଜଗଞ୍ଜ ଥାନାରେ କାର୍ଯ୍ୟରତ ୨୨ ଜଣ କର୍ମଚାରୀଙ୍କୁ ବିଦ୍ରୋହୀମାନେ ଜଳେିଦେଇଥିବା ଖବର ମିଳିଥିଲା। ସେମାନଙ୍କ ମଧ୍ୟରେ ୧୧ ଜଣ ହିନ୍ଦୁ ଥିଲେ। ଏହି ଘଟଣା ମନରେ ଆହୁରି ଭୟ ସଞ୍ଚାର କରିଥିଲା । ଇସ୍କନ ମନ୍ଦିରର ଭଙ୍ଗାରୁଜା ସହ କାଳୀ ମନ୍ଦିର ପୂଜାରୀଙ୍କୁ ମଧ୍ୟ ସ୍ପଷ୍ଟ ଦିବାଲୋକରେ ହତ୍ୟା କରାଯାଇଥିବା ଖବର ମିଳିଥିଲା। ଏପରି ଘଡିସନ୍ଧି ମୁହୂର୍ତ୍ତରେ କମ୍ପାନୀ ସହ ଯୋଗାଯୋଗ କରି କମ୍ପାନୀ ଗାଡ଼ିରେ ୮ ତାରିଖ ରାତି ୩ଟା ସମୟରେ କମ୍ପାନୀର ୨୬ ଜଣ କର୍ମଚାରୀ ସିରାଜଗଞ୍ଜ ଛାଡ଼ି ଦର୍ଶନା ବୋର୍ଡରରେ ପହଞ୍ଚିଥିଲେ। ସେଠି ବାଂଲାଦେଶ ଆର୍ମିର ସିପାହୀମାନେ ତିନି ଘଣ୍ଟା ବାହାରେ ଠିଆ କରାଇ ନିର୍ଯାତନା ଦେବା ପରେ ତାଙ୍କ କମାଡେଣ୍ଟ ଆସି ପାସପୋର୍ଟ ଚେକ କରିବା ପରେ ସମସ୍ତେ ଭାରତୀୟ ସୀମାରେ ପ୍ରବେଶ କରିଥିଲେ। ସୀମାରେ ଭାରତୀୟ କମାଣ୍ଡର ସମସ୍ତଙ୍କ ସୁବିଧା ଅସୁବିଧା ବୁଝିବା ପରେ ଭାରତୀୟ ଆର୍ମି ଦର୍ସାନା ବୋର୍ଡର ଯାଇଥିଲେ। ଏହା ପରେ ନିକଟସ୍ଥ ରେଳ ଷ୍ଟେସନ ଜେଡେରୁ ଟ୍ରେନ ଯୋଗେ ସମସ୍ତେ କୋଲକାତା ଷ୍ଟେଶନରେ ପହଞ୍ଚିଥିଲେ। ସେଠାରୁ ବ୍ରହ୍ମପୁର ଦେଇ ନିଜ ଗାଁ ଧରାକୋଟରେ ଗତ ୧୦ ତାରିଖ ସକାଳେ ପହଞ୍ଚିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri