ଘର୍‌ ଘର୍‌ ତ୍ରିରଙ୍ଗା

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ୭୮ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଘରେ ଘରେ ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଛ। ଏହି କ୍ରମରେ ବରଗଡ଼ ଜିଲା ପ୍ରଶାସନ ଆନୁକୂଲ୍ୟରେ ମଙ୍ଗଳବାର ସ୍ଥାନୀୟ ଗାନ୍ଧୀଛକରୁ ବୀର ସୁରେନ୍ଦ୍ର ସାଏ ଛକ ପର୍ଯ୍ୟନ୍ତ ତ୍ରିରଙ୍ଗା ଶୋଭାଯାତ୍ରା ହୋଇଥିଲା। ଶୋଭାଯାତ୍ରାରେ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଜିଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ପୌର ପରିଷଦ ଅଧ୍ୟକ୍ଷା କଳ୍ପନା ମାଝୀ, ଜିଲାପାଳ ଆଦିତ୍ୟ ଗୋୟଲ, ଏସ୍‌ପି ପି.ଏସ୍‌ ମୀନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶାନ୍ତ ସିଂଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ପାଇକମାଲ (ବଡ ଶତପଥି):
ବରଗଡ଼ ଜିଲା ପାଇକମାଳରେ ବ୍ଲକ ସ୍ତରୀୟ ତ୍ରିରଙ୍ଗା ଯାତ୍ରାର ମହା ସମାବେଶ ଆୟୋଜିତ ହୋଇଯାଇଛି। ପାଇକମାଳ ବିଡିଓ ପ୍ରଫୁଲ୍ଲ କୁମାର ଓଦୁଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଞ୍ଚଳର ସମସ୍ତ ସ୍କୁଲ ଓ ବିଭିନ୍ନ ଅନୁଷ୍ଠାନ ଗୁଡିକ ଯୋଗ ଦେଇଥିଲେ। ପାଇକମାଳ ଏମଇ ସ୍କୁଲ ପଡିଆରୁ ସମସ୍ତ ଛାତ୍ରୀଛାତ୍ର ତଥା ବିଭିନ୍ନ ଅନୁଷ୍ଠାନର ବ୍ୟକ୍ତି ବିରାଟ ତ୍ରିରଙ୍ଗା ଯାତ୍ରା ରାଲିରେ ବାହାରି ପାଇକମାଳ ମୁଖ୍ୟ ଛକରେ ପହଞ୍ଚିଥିଲେ। କାର୍ଯ୍ୟକ୍ରମରେ ଶତାଧିକ ସଚେତନ ନାଗରିକ, ବୁଦ୍ଧିଜିବୀ ଛାତ୍ରୀଛାତ୍ର ସାମିଲ ହୋଇଥିଲେ।
ଗାଇସିଲେଟ (ଦୁର୍ଗା ପ୍ରସାଦ ତ୍ରିବେଦୀ):
ଗାଇସିଲେଟରେ ହର୍‌ ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ମଙ୍ଗଳାବର ଅନୁଷ୍ଠିତ ହୋଇଯାଇଛି। ଗାଇସିଲେଟ ବିଡିଓ ଲକ୍ଷ୍ମଣ ବାଗିଙ୍କ ଦ୍ୱାରା ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଥମେ ପଞ୍ଚାୟତ ସମିତି ମହାବିଦ୍ୟାଳୟରେ ଦସ୍ତଖତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବିଜେପୁର ବିଧାୟକ ସନତ କୁମାର ଗଡତିଆ ଯୋଗଦେଇ ଥିଲେ। ମହାବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଶିଶୁମନ୍ଦିର, ଆଦର୍ଶ ବିଦ୍ୟାଳୟର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ଅନେକ ସ୍ବଂୟ ସହାୟକ ଗୋଷ୍ଠୀର ମହିଳା ରାଲିରେ ଯୋଗଦେଇଥିଲେ। ପ୍ରଥମେ ସମ୍ବିଧାନ ରଚୟିତା ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ଡାକ୍ତରଖାନା ଛକ,ବସଷ୍ଟାଣ୍ଡ ଦେଇ ସହିଦ ଛକକୁଯାଇ ବିଧାୟକ ସନତ କୁମାର ଗଡତିଆ, ସରପଞ୍ଚ ସମିତି ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ, ଜିଲା ପରିଷଦ ସଭ୍ୟା ଝରଣା ପାଣିଗ୍ରାହୀ,ସରପଞ୍ଚ ଶରତ କାଲୋ, ୟୁଥ କ୍ଲବ ସଭାପତି ରଞ୍ଜନ କୁମାର ପଣ୍ଡା, ପାଣ୍ଡବ ପନ୍ଦ ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।
ସରଣ୍ଡା (ଯୁଧିଷ୍ଠିର ମହାପାତ୍ର):
ଅତାବିରା ବ୍ଲକ ଏନଏସି ପକ୍ଷରୁ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଡିଓ ସୂର୍ଯ୍ୟ କୁମାର ନାଏକ,ଏବିଡିଓ ଗିରିନ୍ଦ୍ର ସାହୁ,ଜିଡିପିଓ ମହମ୍ମଦ ଆକବର, ଅତିରିକ୍ତ ତହସିଲଦାର ଅଙ୍କିତ ପଣ୍ଡା, ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡା. ରବି ନାରାୟଣ ମିଶ୍ର, ଥାନା ଅଧିକାରୀ ସୁକୁମାର ତ୍ରିପାଠୀ, ଏଏସଆଇ ତ୍ରୈଲେନ୍ଦ୍ର ସେନାପତି, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ଏହି ତ୍ରିରଙ୍ଗା ଯାତ୍ରା ସିନେମା ହଲରୁ ବାହାରି ତହସିଲ ଛକ ପର୍ଯ୍ୟନ୍ତ ଯାଇଥିଲା।
ସେହିପରି ଲରମ୍ଭା ମହାବିଦ୍ୟାଳୟରେ ହର୍‌ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। କଲେଜ ପ୍ରାଧ୍ୟାପକ ଡ. ଦିଗମ୍ବର ଚାନ୍ଦ ଏହାର ଶୁଭାରମ୍ଭ କରିଥିଲେ। ସରପଞ୍ଚ ସାବିତ୍ରୀ ପଣ୍ଡା, ତାଙ୍କ ପ୍ରତିନିଧି ବିଜୟ କୁମାର ପଣ୍ଡା, ସମିତି ସଭ୍ୟା ସୁମିତ୍ରା ରଣା ପ୍ରମୁଖ ଏଥିରେ ଯୋଗଦେଇ ଥିଲେ। ଶୋଭାଯାତ୍ରା କଲେଜ ପରିସରରୁ ବାହାରି ଲରମ୍ଭା ଗ୍ରାମ ପରିକ୍ରମା କରିଥିଲା। ଏନସିସି ଅଧିକାରୀ ପାଟମଞ୍ଜରୀ ସାହୁ (ଆର୍ମି ) ଓ ସରୋଜ କୁମାର ନାୟକ (ନାଭାଲ)ଙ୍କ ତତ୍ତ୍ବାବଧାନରେ ଶୋଭାଯାତ୍ରା ହୋଇଥିବା ବେଳେ ଏନଏସଏସ ଅଧିକାରୀ ଡ. ଅଜିତ କୁମାର ନାଥ, ଶିକ୍ଷକ ବିନୟ କୁମାର ନାୟକ, ଯୁବ ରେଡକ୍ରସ ଅଧିକାରୀ ସୁନୀଲ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ। ଛାତ୍ରୀଛାତ୍ର ସ୍ବାଧୀନତା ସଂଗ୍ରାମୀଙ୍କ ଅଭିନୟ କରି ସ୍ଲୋଗାନ ସହ ଯାତ୍ରା ପରିକ୍ରମା କରିଥିଲେ।
ସୋହେଲା (ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲାରେ ଏକ ବିରାଟ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସୋହେଲା ତହସିଲଦାର ଶୁଭଙ୍କର ନାୟକ, ବିଡିଓ ସୁରେନ୍ଦ୍ର ମେହେର ଏହି ଶୋଭାଯାତ୍ରାକୁ ଶୁଭାରମ୍ଭ କରିଥିଲେ। ଶୋଭାଯାତ୍ରା ଦୁର୍ଗାମନ୍ଦିରରୁ ବାହାରି ପଦ୍ମପୁର ରୋଡ, ମସଜିଦ ଛକ, ଥାନା ଛକ, ଗାନ୍ଧୀ ଛକ ଦେଇ ପୁଣି ଦୁର୍ଗାମନ୍ଦିର ପରିସରକୁ ଫେରିଥିଲା। ଏଥିରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ର, ବ୍ଲକ ଅଧ୍ୟକ୍ଷା ବବି ପଧାନ, ଅନୀଲ ପଧାନ, ଏବିଡିଓ ଭିଜିଲ ଲାକ୍ରା, ଅତିରିକ୍ତ ଯନ୍ତ୍ରୀ ଦୀପ୍ତି ମେମ, ଆଇଆଇସି ପ୍ରଣୟ ମୁର୍ମୁ , ଏବିଇଓ ମନୋହର ଉଟି, ଅଧ୍ୟାପକ ପ୍ରେମଚାନ୍ଦ ଦୁଆନ ପ୍ରମୁଖ ଯୋଗ ଦେଇଥିଲେ।
ଝାରବନ୍ଧ (ଦେବେନ୍ଦ୍ର ସାହୁ): ବରଗଡ ଜିଲା ଝାରବନ୍ଧ ବ୍ଲକ ପ୍ରଶାସନ ଆନୁକୂଲ୍ୟରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସମସ୍ତ ସ୍କୁଲ, କଲେଜ ଛାତ୍ରୀଛାତ୍ର ୬ ସହ ମିଟରର ତ୍ରିରଙ୍ଗା ପତାକା ଧରି ଝାରବନ୍ଧ କଲେଜ ଛକରୁ ସ୍ଥାନୀୟ ବସ୍ତି ପରିକ୍ରମା କରିଥିଲେ। ବିଡିଓ ପୁରୁଷୋତ୍ତମ ମିର୍ଦ୍ଧା ଏହାର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲା ପରିଷଦ ସଭ୍ୟ ସନ୍ତୋଷ କୁମାର ବେହେରା, ଏବିଡିଓ ଭୀଷ୍ମଦେବ ମାଝୀ, ଅଧ୍ୟକ୍ଷ ଶ୍ୟାମସୁନ୍ଦର ବେହେରା ଉପସ୍ଥିତ ଥିଲେ l


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri