ସୁରକ୍ଷା ଖୋଜୁଛି ଗଜରାଜ

ଭୁବନେଶ୍ୱର,୧୨ା୮(ଅସମାପିକା ସାହୁ):ଅଗଷ୍ଟ ୧୨ ସୋମବାର ହେଉଛି ବିଶ୍ୱ ହସ୍ତୀ ଦିବସ। ହାତୀଙ୍କୁ ସୁରକ୍ଷା ଦେବା ସହ ସେମାନଙ୍କ ସଂରକ୍ଷଣ ଦିଗରେ ସଚେତନତା କରିବା ପାଇଁ ଏହି ଦିବସ ପାଳନ କରାଯାଉଛି। କିନ୍ତୁ ବାସ୍ତବରେ ଏମାନଙ୍କ ସୁରକ୍ଷାରେ ଅବହେଳା ଓ ହାତୀ-ମଣିଷ ଲଢ଼େଇ ଯୋଗୁ ଏବେ ଏହି ଐତିହ୍ୟ ପ୍ରାଣୀ ବିପଦରେ। ରାଜ୍ୟରେ ହାତୀ ସଂଖ୍ୟା ବଢ଼ୁଥିଲେ ମଧ୍ୟ ମୃତ୍ୟୁ ଓ ଶିକାର ବଢ଼ୁଥିବାରୁ ଚିନ୍ତା ବଢ଼ିଛି। ପରିବେଶ ଓ ଜଙ୍ଗଲକୁ ସୁରକ୍ଷା ଦେଉଥିବା ଗଜରାଜ ଆଜି ନିଜେ ବିପଦରେ। ତେଣୁ ଏହି ଐତିହ୍ୟ ପ୍ରାଣୀର ସୁରକ୍ଷା ଏବେ ଅଧିକ ଗୁରୁତ୍ୱ ବହନ କରୁଛି। ହାତୀ-ମଣିଷ ଲଢ଼େଇରେ ହାତୀଙ୍କ ସହ ମଣିଷର ମୃତ୍ୟୁ ଘଟୁଥିବାରୁ ଏହାକୁ ରୋକିବା ବନ ବିଭାଗ ପାଇଁ ଆହ୍ବାନ ହୋଇଛି।
ରାଜ୍ୟରେ ହାତୀ ସଂଖ୍ୟା ବଢ଼ିଛି
ହାତୀ ଗଣନା ରିପୋର୍ଟ ୨୦୨୪ ଅନୁସାରେ, ଗତ ୭ ବର୍ଷରେ ୧୨୨ ହାତୀ ବଢ଼ିଛନ୍ତି। ୨୦୧୭ରେ ରାଜ୍ୟରେ ୧,୯୭୬ ହାତୀ ଥିବା ବେଳେ ଏବେ ରାଜ୍ୟର ବିଭିନ୍ନ ଜଙ୍ଗଲରେ ୨,୦୯୮ ହାତୀ ରହିଛନ୍ତି। ଏହି ଗଣନାରେ ୩୮ଟି ବନଖଣ୍ଡ ସାମିଲ ହୋଇଥିଲା। ୧୩ଟି ବନଖଣ୍ଡରେ ଆଦୌ ହାତୀ ନ ଥିବା ଦେଖାଯାଇଛି। ଠାବ ହୋଇଥିବା ହାତୀଙ୍କ ମଧ୍ୟରେ ୩୧୩ଟି ପ୍ରାପ୍ତବୟସ୍କ ଦନ୍ତା ଥିବା ବେଳେ ୧୩ଟି ପ୍ରାପ୍ତବୟସ୍କ ମାଖନା ଓ ୭୪୮ଟି ପ୍ରାପ୍ତବୟସ୍କ ମାଈ ହାତୀ ରହିଛନ୍ତି। ଅନୁଗୋଳ, ଆଠଗଡ଼, ଢେଙ୍କାନାଳ, ବାରିପଦା, ଚନ୍ଦକା, ଖୋର୍ଦ୍ଧା, ବଣାଇ ଏବଂ କେନ୍ଦୁଝରରେ ହାତୀଙ୍କ ସଂଖ୍ୟା ଅଧିକ ବୃଦ୍ଧି ପାଇଛି। କିନ୍ତୁ ଶିମିଳିପାଳ ଉତ୍ତର, ଶିମିଳିପାଳ ଦକ୍ଷିଣ, ବାଲେଶ୍ୱର ବନ୍ୟପ୍ରାଣୀ, ରାଇରଙ୍ଗପୁର, ବଲାଙ୍ଗୀର, ପାରଳାଖେମୁଣ୍ଡି ଆଦି ବନଖଣ୍ଡରେ ହାତୀଙ୍କ ସଂଖ୍ୟା କମିଥିବା ଦେଖାଯାଇଛି। ଗତ ୫ ବର୍ଷରେ ରାଜ୍ୟରେ ୪୦୩ ହାତୀଙ୍କ ମୃତ୍ୟୁ ହୋଇଛି।
ହାତୀ-ମଣିଷ ଲଢ଼େଇ: ଓଡ଼ିଶାରେ ସର୍ବାଧିକ ଲୋକଙ୍କ ମୃତ୍ୟୁ
ହାତୀ-ମଣିଷ ଲଢ଼େଇ ସାରା ଦେଶ ପାଇଁ ଏକ ଚିନ୍ତାଜନକ ବିଷୟ ପାଲଟିଛି। ଗତ ୩ ବର୍ଷ ହେଲା ପ୍ରତିବର୍ଷ ହାତୀଙ୍କ ଦ୍ୱାରା ମଣିଷ ମୃତ୍ୟୁ ଘଟଣା ଅଧିକ ରହୁଛି। କେନ୍ଦ୍ର ସରକାରଙ୍କ ତଥ୍ୟାନୁସାରେ, ହାତୀ ଆକ୍ରମଣରେ ୨୦୧୯-୨୦ରେ ଦେଶରେ ୫୭୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦୨୦-୨୧ରେ ୪୪୪, ୨୦୨୧-୨୨ରେ ୫୨୦, ୨୦୨୨-୨୩ରେ ୫୮୩ ଏବଂ ୨୦୨୩-୨୪ରେ ୬୦୬ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଉଦ୍‌ବେଗଜନକ କଥା ହେଉଛି, ହାତୀ ଆକ୍ରମଣରେ ମଣିଷଙ୍କ ମୃତ୍ୟୁରେ ଓଡ଼ିଶା ଦେଶରେ ଏକ ନମ୍ବରରେ ରହିଛି ଅର୍ଥାତ୍‌ ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଛି। ପ୍ରତିବର୍ଷ ଦେଶରେ ହାତୀ ଦ୍ୱାରା ମରିଥିବା ଲୋକଙ୍କ ମଧ୍ୟରୁ ୨୦%ରୁ ଊର୍ଦ୍ଧ୍ୱ କେବଳ ଓଡ଼ିଶାର। ଗତବର୍ଷ ଏହି ହାର ପାଖାପାଖି ୨୫ ପ୍ରତିଶତ ରହିଥିଲା। ସୂଚନାନୁସାରେ, ୨୦୧୯-୨୦ରେ ହାତୀ ଆକ୍ରମଣରେ ରାଜ୍ୟରେ ୧୧୭ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଏ କ୍ଷେତ୍ରରେ ଓଡ଼ିଶା ଦେଶରେ ୧ନମ୍ବର ସ୍ଥାନରେ ଥିଲା। ୨୦୨୦-୨୧ରେ ମୃତ୍ୟୁସଂଖ୍ୟା ୯୩କୁ ଖସିଯାଇଥିଲେ ମଧ୍ୟ ଏହା ଦେଶରେ ସର୍ବାଧିକ ଥିଲା। ସେହିଭଳି ୨୦୨୧-୨୨ରେ ଏହି ସଂଖ୍ୟା ୧୧୨କୁ ବୃଦ୍ଧି ପାଇବା ସହ ଓଡ଼ିଶା ଦେଶରେ ଦ୍ୱିତୀୟ ସ୍ଥାନରେ ରହିଥିଲା ଓ ୧୩୩ ଜଣଙ୍କ ମୃତ୍ୟୁ ସହ ଝାଡ଼ଖଣ୍ଡ ପ୍ରଥମ ସ୍ଥାନରେ ରହିଥିଲା। ୨୦୨୨-୨୩ରେ ପୁଣି ଦେଶ ସହିତ ଓଡ଼ିଶାରେ ବି ମୃତ୍ୟୁସଂଖ୍ୟା ବଢ଼ିଥିଲା। ହାତୀ ଆକ୍ରମଣରେ ୧୪୮ ଜଣଙ୍କ ମୃତ୍ୟୁ ସହିତ ଓଡ଼ିଶା ପୁଣି ଏକ ନମ୍ବର ସ୍ଥାନରେ ରହିଥିବାବେଳେ ୨୦୨୩-୨୪ରେ ମଧ୍ୟ ରାଜ୍ୟରେ ସର୍ବାଧିକ ୧୫୪ଜଣଙ୍କ ମୃତ୍ୟୁ ଘଟିଥିବା ଉକ୍ତ ରିପୋର୍ଟରୁ ଜଣାପଡିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri