Posted inଖେଳ

ଅଯୋଗ୍ୟତା ମାମଲା: ସିଏଏସ୍‌ ସାମ୍ନାରେ କରିଥିବା ଅପିଲରେ ୩ ବଡ଼ ପଏଣ୍ଟ ରଖିଲେ ଭିନେଶ, ଜାଣନ୍ତୁ କ’ଣ

ନୂଆଦିଲ୍ଳୀ,୧୦।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରୁ ଭାରତୀୟ ରେସଲର ଭିନେଶ ଫୋଗଟଙ୍କ ଅଯୋଗ୍ୟତା ମାମଲା ଉପରେ ନିଷ୍ପତ୍ତି ରବିବାର ସୁଦ୍ଧା ଆସିପାରେ। କୋର୍ଟ ଅଫ ଆର୍ବିଟ୍ରେଶନ ଫର୍‌ ସ୍ପୋର୍ଟସ’ (ସିଏଏସ୍‌)ରେ ଏହି ପ୍ରସଙ୍ଗରେ ଭିନେଶ ଆବେଦନ କରିଛନ୍ତି। ଅଯୋଗ୍ୟ ହେବା ପରେ ସେ ଅବସର ଘୋଷଣା କରିଛନ୍ତି। ଭିନେଶ ତାଙ୍କ ଆବେଦନରେ ୩ଟି ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ ଦେଇଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଭିନେଶ ଆଥଲେଟଙ୍କ ମୌଳିକ ଅଧିକାର ବିଷୟରେ କହିଛନ୍ତି। ଏହା ସହିତ ତାଙ୍କ ଓକିଲ ହରିଶ ସାଲଭେ ମଧ୍ୟ କହିଛନ୍ତି ଯେ,ଭିନେଶ କୌଣସି ପ୍ରକାର ଠକେଇ କରିନାହାଁନ୍ତି।

ସିଏଏସ୍‌ ଅପଡେଟ ଦେଇ କହିଛି ଯେ ରବିବାର ସୁଦ୍ଧା ଭିନେଶଙ୍କ ମାମଲାର ନିଷ୍ପତ୍ତି ନିଆଯିବ। ରବିବାର ପ୍ୟାରିସ ଅଲିମ୍ପିକ୍ସ ୨୦୨୪ର କ୍ଲୋଜିଙ୍ଗ୍‌ ସମାରୋହ । ବର୍ତ୍ତମାନ ଏହି ପ୍ରସଙ୍ଗରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି। ଏକ ଖବର ଅନୁଯାୟୀ, ଭିନେଶ ତିନୋଟି ମୁଖ୍ୟ ପ୍ରସଙ୍ଗ ଦେଇଛନ୍ତି। ଭିନେଶଙ୍କ ଓକିଲ ପ୍ରଥମେ ଆଥଲେଟ୍‌ଙ୍କ ମୈଳିକ ଅଧିକାର ବିଷୟରେ କହିଥିଲେ। ଏହା ସହିତ ଦ୍ୱିତୀୟ କଥା ହେଉଛି ସ୍ବର୍ଣ୍ଣ ପଦକ ପାଇଁ ତାଙ୍କର କଠିନ ପରିଶ୍ରମ ବିରୋଧରେ ତାଙ୍କୁ ଅଯୋଗ୍ୟ କରାଯାଇଛି ।

ସେମିଫାଇନାଲ ପର୍ଯ୍ୟନ୍ତ ଭିନେଶଙ୍କର ବହୁତ ଭଲ ପ୍ରଦର୍ଶନ ଥିଲା। କ୍ୱାର୍ଟର ଫାଇନାଲ ପରେ ସେ ସେମିଫାଇନାଲରେ ମଧ୍ୟ ଜିତିଥିଲେ। କିନ୍ତୁ ସ୍ବର୍ଣ୍ଣ ପଦକ ମ୍ୟାଚ ପୂର୍ବରୁ ତାଙ୍କ ଓଜନ ୧୦୦ ଗ୍ରାମ ଅଧିକ ବୋଲି ଜଣାପଡିଥିଲା। ଏହି କାରଣରୁ ତାଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଥିଲା। ଭିନେଶଙ୍କ ଆବେଦନରେ ଦିଆଯାଇଥିବା ତୃତୀୟ ବିଷୟ ହେଉଛି ଯେ ସମଗ୍ର ପ୍ରତିଯୋଗିତା ସମୟରେ ସେ କୌଣସି ପ୍ରକାର ଠକେଇ କରିନାହାଁନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଜିରୋ ନାଇଟ ସେଲିବ୍ରେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ନିୟୋଜିତ ରହିବେ…

ଭୁବନେଶ୍ୱର,୨୭।୧୨: ଜିରୋ ନାଇଟ ସେଲିବ୍ରେଶନ ପାଇଁ କମିସନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏନେଇ ପୋଲିସ କମିସନର ସୁରେଶ ଦେବଦତ୍ତ ସିଂ ସୂଚନା...

ହାତୀ ପାଇଁ ବନ୍ଦ ହେଲା ଶିଖରଚଣ୍ଡୀ, ପୁଣି ଏହି ଦିନ ଖୋଲିବ

ଭୁବନେଶ୍ବର, ୨୭।୧୨: ବନ୍ଦ ରହିଲା ଶିଖରଚଣ୍ଡୀ ପୀଠ । ଶିଖରଚଣ୍ଡୀ ମନ୍ଦିର ପ୍ରବେଶ ଗେଟ୍‌ରେ ତାଲା ପକାଇଲା ବନ ବିଭାଗ । ହାତୀ ପାଇଁ ଏଭଳି...

ଆହୁରି ବଢିଲା ଶୀତ, ଜନଜୀବନ ଅସ୍ତବ୍ୟସ୍ତ: ପର୍ଯ୍ୟଟକଙ୍କ ଅସମ୍ଭାଳ ଭିଡ଼

ଦାରିଙ୍ଗବାଡି, ୨୭।୧୨ (ଅରୁଣ ସାହୁ ):ଗତ କିଛିଦିନ ହେଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କୁହୁଡିର ପ୍ରଭାବରେ ଗାଡି ଚଳାଚକ ବାଧାପ୍ରାପ୍ତ ହୋଇଛି। ଶୀତ କମିବାରେ ନାମ...

Salman Khan Birthday: ସଲମାନଙ୍କୁ 60 ବର୍ଷ…କ୍ୟାମେରା ସାମ୍ନାରେ କାଟିଲେ କେକ୍, ଜାଣନ୍ତୁ ଗେଷ୍ଟ ଲିଷ୍ଟ

ନୂଆଦିଲ୍ଲୀ,୨୭ା୧୨ : ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଜି ଜନ୍ମଦିନ ।  ୬୦ତମ ଜନ୍ମଦିନକୁ ବହୁତ ଉତ୍ସାହ ଏବଂ ହୃଦୟସ୍ପର୍ଶୀ ଶୈଳୀରେ ପାଳନ କରିଥିଲେ। ଅଭିନେତା...

ବାଲ ଧନୁଯାତ୍ରାରେ ରଙ୍ଗସଭା: କମାଲ କଲେ ସତ୍ୟଜିତ

ମଥୁରା ନଗରୀ,୨୭।୧୨:ବରଗଡ଼ ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଚାଲିଥିବା ବାଲ ଧନୁଯାତ୍ରାର ଦ୍ବିତୀୟ ଦିବସରେ ମହାରାଜ କଂସଙ୍କ ଦରବାରରେ ରଙ୍ଗସଭା ଅନୁଷ୍ଠିତ ହୋଇଥିଲା। ଏହି...

ଭୁବନେଶ୍ବରରେ ପହଞ୍ଚିଲେ ମୁଖ୍ୟ ନିର୍ବାଚନ କମିଶନର, ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି କୋଣାର୍କ ଯିବେ

ଭୁବନେଶ୍ବର,୨୭/୧୨: ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ୩ ଦିନିଆ ଓଡ଼ିଶା ଗସ୍ତ ରହିଥିବା ବେଳେ ସେ ଭୁବନେଶ୍ବରରେ ଆସି ପହଞ୍ଚିଛନ୍ତି । ଆଜି ପୁରୀରେ...

କ୍ରିକେଟ୍‌ ଖେଳୁଥିଲେ ଚଳଚ୍ଚିତ୍ର ନିର୍ଦ୍ଦେଶକ, ହଠାତ୍‌ ଟଳିପଡ଼ିଲେ: ଆଉ ତା’ପରେ…

ଟିଟିଲାଗଡ଼,୨୮ା୧୨(ଶରତ ମିଶ୍ର):ଟିଟିଲାଗଡ଼ ଖେଳପଡିଆରେ ଶୁକ୍ରବାର କ୍ରିକେଟ୍‌ ଖେଳୁଥିବା ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ଅଧୀନ ହାଇସ୍କୁଲପଡା...

ବ୍ରେକ ଫେଲ୍ ହୋଇ ଟ୍ରକ ଦୁର୍ଘଟଣା, ୧୬ ନଂ ଜାତୀୟ ରାଜପଥରେ ଗାଡି ଚଳାଚଳ ବାଧାପ୍ରାପ୍ତ

ଭଦ୍ରକ, ୨୭/୧୨(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଧାମରା ବ୍ରିଜ ତଳେ ରାସ୍ତାରେ ଟ୍ରକ ଦୁର୍ଘଟଣା ହୋଇଛି । ଫଳରେ ଏକ ଦୁର୍ଘଟଣା ଗ୍ରସ୍ତ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri