ପିତାଙ୍କ ହତ୍ୟା ପରେ ଭାରତରେ ନେଇଥିଲେ ଶରଣ; ଏବେ ପୁଣି ଭାରତ ଭରଷା

ନୂଆଦିଲ୍ଲୀ,୫।୮: ବାଂଲାଦେଶରେ ବିଦ୍ରୋହ କାରଣରୁ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ନିଜ ପଦରୁ ଇସ୍ତଫା ଦେବା ସହିତ ଦେଶ ଛାଡ଼ିବାକୁ ପଡିଛି। ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ହସିନା ଭାରତରେ ଆସି ପହଞ୍ଚିଥିବା ବିଭିନ୍ନ ମିଡ଼ିଆ ସୂତ୍ରରୁ ଜଣ ପଡିଛି। ଅଗରତାଲାରେ ତାଙ୍କର ହେଲିକପ୍ଟର ଲ୍ୟାଣ୍ଡ କରିବା ପରେ ହସିନା ଲଣ୍ଡନ ଯାଇ ପାରନ୍ତି ବୋଲି ଏକ ରିପୋର୍ଟରୁ ଜଣ ପଡିଛି।

ଛାତ୍ରନେତା ଭାବେ ତାଙ୍କର ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା। ଏହି ସମୟରେ ସେ ଧକା ୟୁନିଭର୍ସିଟିରେ ଛାତ୍ର ରାଜନୀତିରେ ସକ୍ରିୟ ରହିଥିଲେ। ଲୋକମାନଙ୍କଠାରୁ ପ୍ରଶଂସା ମିଳିବା ପରେ ଆୱାମି ଲିଗର ଷ୍ଟୁଡେଣ୍ଟ ୱଙ୍ଗ ସମ୍ଭାଳୁଥିଲେ। ପାର୍ଟିରେ ଦାୟିତ୍ୱ ସମ୍ଭାଳିବା ପରେ ହସିନାଙ୍କୁ ଭୟଙ୍କର ଖରାପ ସମୟ ଦେଇ ଗତି କରିବାକୁ ପଡିଥିଲା। ଯେତେବେଳେ ତାଙ୍କର ପିତା-ମତ ସମେତ ତିନି ଭାଇଙ୍କୁ ହତ୍ୟା କରି ଦିଆଯାଇଥିଲା। ବର୍ଷ ୧୯୭୫ ସମୟରେ ସେନା ଦେଶରେ କ୍ଷମତା ଅକ୍ତିଆର କରିଥିଲା। ଏହି ସମୟରେ ହସିନାଙ୍କ ବାପା ଓ ଭାଇ ଜୀବନ ହରାଇଥିଲା ବେଳେ ସେ ତାଙ୍କର ସ୍ୱାମୀ ୱାଜିଦ ମିଆଁ ଏବଂ ସାନ ଭଉଣୀ ବଞ୍ଚି ଯାଇଥିଲେ।

ତାଙ୍କ ପରିବାର ଲୋକ ଚାଲିଯିବା ପରେ ଶେଖ ହସିନା କିଛି ସମୟ ପାଇଁ ଜର୍ମାନୀ ଯାଇଥିଲେ। ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସହ ଶେଖ ହସିନାଙ୍କର ଭଲ ସମ୍ପର୍କ ଥିଲା। ଜର୍ମାନୀ ପରେ ଇନ୍ଦିରା ଗାନ୍ଧୀ ଶେଖ ହସିନାଙ୍କୁ ଭାରତକୁ ନିମନ୍ତ୍ରଣ କରିଥିଲେ ଏବଂ ପରେ ସେ କିଛି ବର୍ଷ ପାଇଁ ଦିଲ୍ଲୀରେ ରହୁଥିଲେ। ଏହା ପରେ ଶେଖ ହସିନା ୧୯୮୧ମସିହାରେ ନିଜ ଦେଶ ବାଂଲାଦେଶକୁ ଫେରିଥିଲେ। ବାଂଲାଦେଶ ଯିବା ପରେ ଶେଖ ହସିନା ନିଜ ପାର୍ଟିକୁ ଫେରି ଦାୟିତ୍ୱ ଗ୍ରହଣ କରିଥିଲେ।

ଏବେ ପୁଣି ଦେଶରେ ଚାକିରି କ୍ଷେତ୍ରରେ ସଂରକ୍ଷଣକୁ ନେଇ ଆନ୍ଦୋଳନ ଚାଲିଥିଲା ବେଳେ ସେନା ଦେଶର କ୍ଷମତା ନିଜ ହାତକୁ ନେଇଛି ଏବଂ ହସିନା ଇସ୍ତଫା ଦେଇ ପୁଣିଥରେ ଦେଶ ଛାଡିଛନ୍ତି। ତେବେ ସେ ଭାରତରେ ଅଧିକ ସମୟ ନ ରହି ପାରନ୍ତି। ମିଡ଼ିଆ ରିପୋର୍ଟ ଅନୁଯାୟୀ ସେ ଦିଲ୍ଲୀରେ ପହଞ୍ଚିବା ପରେ ଲଣ୍ଡନ ଯାଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ବିମାନ କର୍ମଚାରୀଙ୍କ ଖୋଲାଚିଠି ଭାଇରାଲ, ଏଥିରେ ଲେଖାଅଛି…

ନୂୂଆଦିଲ୍ଲୀ,୬ା୧୨: ଦେଶର ଅନେକ ବିମାନବନ୍ଦରରେ ବହୁ ବିମାନ ବାତିଲ ହେବା ପରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ସାଧାରଣ ଯାତ୍ରୀଙ୍କଠାରୁ ଆରମ୍ଭ କରି କର୍ମଚାରୀମାନେ ଅସନ୍ତୋଷ...

ଭାରତର ଏସବୁ ଜିନିଷ ଉପରେ ନିର୍ଭର କରେ ଋଷିଆ, ଖର୍ଚ୍ଚ କରେ ଏତେ ଟଙ୍କା

ନୂଆଦିଲ୍ଲୀ,୬।୧୨: ରୁଷିଆ ଏବଂ ଭାରତ ଦୀର୍ଘଦିନ ଧରି ଦୃଢ଼ ସମ୍ପର୍କ ଉପଭୋଗ କରିଆସିଛନ୍ତି। ଏହି ଗଭୀର ସମ୍ପର୍କ ଦୁଇ ଦେଶ ମଧ୍ୟରେ ବାଣିଜ୍ୟରେ ପ୍ରତିଫଳିତ ହୋଇଛି।...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ଆକ୍ସନ ନେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୬।୧୨: ଗତ ପାଞ୍ଚ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

ମୁନିରଙ୍କ ହାତରେ ନ୍ୟୁକ୍ଲିଅର ବଟନ୍‌

ଇସ୍‌ଲାମାବାଦ,୬ା୧୨: ପାକିସ୍ତାନ ରାଷ୍ଟ୍ରପତି ଆସିଫ୍‌ ଅଲୀ ଜର୍ଦ୍ଦାରୀଙ୍କ ଅଫିସିଆଲ୍‌ ‘X’ ହ୍ୟାଣ୍ଡେଲରୁ ଶୁକ୍ରବାର ଏକ ପୋଷ୍ଟ କରାଯାଇଛି। ବର୍ତ୍ତମାନ ସିଓଏଏସ୍‌ ଥିବା ଫିଲ୍ଡ ମାର୍ଶଲ ଆସିମ୍‌...

ଫିକା ପଡ଼ିଲା ଖ୍ରୀଷ୍ଟମାସ ସେଲିବ୍ରେଶନ, ୧୦ ମୃତ ୧୯ ଆହତ

ପ୍ୟାରିସ,୬।୧୨: ଫ୍ରାନ୍ସର ଗୁଆଡେଲୁପର ସେଣ୍ଟ-ଆନରେ ଏକ ଖ୍ରୀଷ୍ଟମାସ କାର୍ଯ୍ୟକ୍ରମରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ଗାଡ଼ି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ହେଉଥିବା ଲୋକଙ୍କୁ ଚାପି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri