ଜୁନ୍‌ରେ ୩୪%, ଜୁଲାଇରେ ୩୫% କମ୍‌ ବର୍ଷା

ଯାଜପୁର,୨ା୮(ହର୍ଷବର୍ଦ୍ଧନ ବେହେରା): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ରାଜ୍ୟବ୍ୟାପୀ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆଗୁଆ ସୂଚନା ପ୍ରଦାନ କରାଯାଇଥିଲା। ଯାଜପୁର ଜିଲା ସମେତ ଅନ୍ୟ ୫ଟି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ଏଲୋଓ୍ବାର୍ଣ୍ଣି ଜାରି କରାଯାଇଥିଲା। ହେଲେ କଳିଙ୍ଗନଗର ଶିଳ୍ପାଞ୍ଚଳ ସମେତ ସୁକିନ୍ଦା ଓ ଧର୍ମଶାଳା ଖଣି ଅଞ୍ଚଳରେ ହେଉଥିବା ବ୍ୟାପକ ପ୍ରଦୂଷଣ ଯୋଗୁ ପାଣିପାଗ ବିଭାଗର ଆକଳନ ଏଠାରେ ଫେଲ୍‌ ମାରିଛି। ଚଳିତ ବର୍ଷ ବର୍ଷା ଆରମ୍ଭରୁ ଅର୍ଥାତ୍‌୍‌ ଜୁନରେ ୩୪% ଓ ଜୁଲାଇରେ ୩୫% କମ୍‌ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସେହିପରି ଜୁଲାଇରେ କୃଷି ବିଭାଗ ପକ୍ଷରୁ ନିର୍ଦ୍ଧାରିତ ୩୧୯.୬ ମିମି ବର୍ଷା ସ୍ଥଳେ ମାତ୍ର ୧୩ ଦିନରେ ୨୦୯.୪୪ ମିମି ବର୍ଷା ରେକର୍ଡ ହୋଇଛି। ଗୁରୁତ୍ୱପୂର୍ଣ୍ଣ ବିଷୟ, ଲଘୁଚାପ ସୃଷ୍ଟି ସତ୍ତ୍ବେ ଖଣି ଓ ଶିଳ୍ପାଞ୍ଚଳ ବ୍ଲକ ଧର୍ମଶାଳାରେ ସର୍ବନିମ୍ନ ୧୩୫ ମିମି ଓ ସୁକିନ୍ଦାରେ ୧୭୭ ମିମି ବର୍ଷା ହୋଇଛି। ଜୁଲାଇରେ ବଡ଼ଚଣାରେ ୨୪୨ ମିମି, ବରୀରେ ୨୪୩ ମିମି, ବିଞ୍ଝାରପୁରରେ ୨୨୬ ମିମି, ଦାନଗଦିରେ ୨୪୬ ମିମି, ଦଶରଥପୁରରେ ୧୬୨ ମିମି, ଧର୍ମଶାଳାରେ ୧୩୫ ମିମି, ଯାଜପୁରରେ ୨୨୪ ମିମି, କୋରେଇରେ ୨୦୪ ମିମି, ରସୁଲପୁରରେ ୨୩୩ ମିମି ଓ ସୁକିନ୍ଦାରେ ୧୭୭ ମିମି ବର୍ଷା ରେକର୍ଡ କରାଯାଇଛି।
ଶ୍ରାବଣ ମାସର ତୃତୀୟ ସପ୍ତାହ ଚାଲିଛି। ଧାରା ଶ୍ରାବଣରେ ଚାଷୀ ରୁଆ ବିହୁଡା କାର୍ଯ୍ୟ ପ୍ରାୟ ସମ୍ପାଦନ କରିଥାଏ। କିନ୍ତୁ ଯାଜପୁର ଜିଲାରେ ଏହା ସମ୍ଭବ ହୋଇ ପାରିନାହିଁ। ଫଳରେ ଅଣଜଳସେଚିତ ଅଞ୍ଚଳ ଚାଷୀଙ୍କ ଚିନ୍ତା ବଢି ଯାଇଛି। ଏଭଳି ସ୍ଥିତିରେ ଚାଷୀ ପୁଣି କେବେ ବେଉଷଣ କରିବେ ସେନେଇ ଭାଳେଣି ପଡିଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି)ର ଖଣି ଓ କାରଖାନାର ପ୍ରଦୂଷଣ ଉପରେ ନିୟନ୍ତ୍ରଣ ରହୁ ନ ଥିବାରୁ ଏଭଳି ପରିସ୍ଥିତି ଦେଖା ଦେଉଥିବା ମତପ୍ରକାଶ ପାଇଛି। ରାତି ୧୦ଟା ପରେ ଅଧିକାଂଶ ଖଣି ଓ ଶିଳ୍ପ କାରଖାନାରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଲାଗିଥିବା ମେଶିନଗୁଡିକୁ ଠିକ୍‌ ଭାବେ ପରିଚାଳନା କରୁନାହାନ୍ତି। ଫଳରେ ରାତିସାରା ବିଷାକ୍ତ ଧୂଆଁ ପରିବେଶକୁ ଅସନ୍ତୁଳିତ କରି ପକାଉଛି ବୋଲି ଅଭିଯୋଗ ହେଉଛି। ଖଣି ଅଞ୍ଚଳରେ ଅବାଧ ଗଛକଟା ଜଳବାୟୁ ପରିବର୍ତ୍ତନରେ ଅନ୍ୟତମ କାରଣ ହୋଇଛି। ଏଥିଯୋଗୁ ବାୟୁ ପ୍ରଦୂଷଣ କେବଳ ଅନିୟନ୍ତ୍ରିତ ନୁହେଁ, ସାଂଘାତିକ ହେବାରେ ଲାଗିଛି। ବାୟୁ ପ୍ରଦୂଷଣ ନିରୀକ୍ଷଣ କେନ୍ଦ୍ର ପକ୍ଷରୁ ସଂଗୃହୀତ ତଥ୍ୟ ଅନୁସାରେ କଳିଙ୍ଗନଗର ଉତ୍କଟ ବାୟୁ ପ୍ରଦୂଷଣ ତାଲିକାରେ ରହିଛି। ଏହି ସହରରେ ପ୍ରତି ଘନମିଟର(କ୍ୟୁବିକମିଟର) ପିଛା ପାଖାପାଖି ୧୨୦ ମାଇକ୍ରୋଗ୍ରାମ ରହିଛି। ବେଳ ହୁଁ ପ୍ରତିକାର ପାଇଁ କୌଣସି ପଦକ୍ଷେପ ଗ୍ରହଣ ନ କଲେ ଏହା ଗୁରୁତର ପରିସ୍ଥିତି ସୃଷ୍ଟି କରିବ ବୋଲି ବିଭିନ୍ନ ଅନୁଷ୍ଠାନ ଓ ପରିବେଶବିତ୍‌ମାନେ ସତର୍କ କରାଇଛନ୍ତି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ଦ୍ୱାରା ନିର୍ଦ୍ଧାରିତ ବାର୍ଷିକ ବାୟୁ ଗୁଣାମତ୍କ ମାନ ଘନମିଟର ପିଛା ୬୦ ମାଇକ୍ରୋଗ୍ରାମ କଣିକା ରହିବା କଥା। କିନ୍ତୁ କଳିଙ୍ଗନଗର ଅଞ୍ଚଳରେ ଏହାର ପ୍ରାୟ ଦୁଇଗୁଣ ପ୍ରଦୂଷଣ କଣିକା ରହିଥିବାରୁ ଶିଳ୍ପାଞ୍ଚଳରେ ଗତ ୧୦ ବର୍ଷ ମଧ୍ୟରେ ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକ ବାୟୁ, ଜଳ ଓ ଧୂଳିଧୂଆଁଜନିତ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏପରି ପ୍ରଦୂଷିତ ପରିବେଶ ପାଣିପାଗ ଉପରେ ମଧ୍ୟ ବେଶ ପ୍ରଭାବ ପକାଉଛି। ଫଳରେ ବର୍ଷାର ଅନୁପାତ କ୍ରମେ ହ୍ରାସ ପାଇବାରେ ଲାଗିଛି । ସେହିପରି ଲଘୁ ଖଣି ଧର୍ମଶାଳା ତହସିଲ ଅଞ୍ଚଳରେ କ୍ରମଶଃ ବର୍ଷାର ପରିମାଣ ହ୍ରାସ ପାଇବାରେ ଲାଗିଛି। ଏଠାରେ ପ୍ରାୟ ୫୦ଟି କଳାପଥର ଖାଦାନ ଓ କ୍ରଶର ଚାଲିଛି। ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଆବଶ୍ୟକ ପାଣି ସିଞ୍ଚନ ସମେତ ଚାରା ରୋପଣ ହୋଇ ପାରିନାହିଁ। ଓଭରଲୋଡିଂ ଗାଡ଼ି ଚଳାଚଳ ଯୋଗୁ ଧୂଳିଧୂଆଁ ଉଡି ପାଣିପାଗ ଏଭଳି ଭାବେ ପ୍ରଭାବିତ ହୋଇଛି ଯେ, ମେଘ ସୃଷ୍ଟି ହୋଇ ପାରୁନାହିଁ ବୋଲି ମତପ୍ରକାଶ ପାଉଛି।
ଏ ସଂକ୍ରାନ୍ତର ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ ବିଭାଗ କୌଣସି ପ୍ରକାର ହେଳା କରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପ୍ରାକ୍ଟିସ ପାଇଁ ବାରବାଟୀରେ ପହଞ୍ଚିଲେ ହାର୍ଦ୍ଦିକ

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ। ଏନେଇ ଦୁଇ ଦଳର...

‘ସିଦ୍ଧୁଙ୍କୁ କରାଯାଉ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ତାହେଲେ ରାଜନୀତିକୁ ଫେରିବେ,’ ନବଜୋତ କୌରଙ୍କ ଅଜବ ଦାବି

ଚଣ୍ଡିଗଡ଼,୭।୧୨: ପଞ୍ଜାବ ବିଧାନସଭା ନିର୍ବାଚନକୁ ଏବେ ବି ଗୋଟିଏ ବର୍ଷରୁ ଅଧିକ ସମୟ ବାକି ଅଛି, କିନ୍ତୁ ରାଜନୀତି ଏବେଠାରୁ ଉଷ୍ମ ହେଉଛି। ପୂର୍ବତନ କ୍ୟାବିନେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri