ଐଶ୍ୟର୍ଯ୍ୟାଙ୍କୁ କେବେ ବୋହୂ ବୋଲି ଭାବୁ ନ ଥିଲେ ଅମିତାଭ, ଜୟା ବଚ୍ଚନଙ୍କ ବିସ୍ଫୋରକ ବୟାନ!

ମୁମ୍ବାଇ: ଏବେ ବଚ୍ଚନ ପରିବାରକୁ ନେଇ ସବୁଠି ଚର୍ଚ୍ଚା ଲାଗି ରହିଛି। ଗତ କିଛି ଦିନ ହେବ ଖବର ଆସୁଛି ଯେ ଅମିତାଭ ବଚ୍ଚନ, ଜୟା ବଚ୍ଚନଙ୍କ ବୋହୂ ଏବଂ ପୁଅ ନିଜ ଦାମ୍ପତ୍ୟ ଜୀବନରେ ଖୁସି ନୁହଁନ୍ତି। ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଖୁବ୍‌ଶୀଘ୍ର ଅଲଗା ହେବାକୁ ଯାଉଛନ୍ତି। ଏସବୁ ମଧ୍ୟରେ ଜୟା ବଚ୍ଚନଙ୍କ ଏକ ମନ୍ତବ୍ୟ ସବୁଠି ଆଲୋଡନ ସୃଷ୍ଟି କରିଛି।

ଅଭି ଓ ଐଶ୍ୟଙ୍କ ବିବାହ ୨୦ ଏପ୍ରିଲ ୨୦୦୭ରେ ହୋଇଥିଲା। ଏହି ଦମ୍ପତିଙ୍କର ୧୪ ବର୍ଷର ଝିଅ ଆରାଧ୍ୟା ଅଛନ୍ତି। ତେବେ ଗତ କିଛି ଦିନ ହେବ ଏହି କପୁଲଙ୍କୁ ନେଇ ବିଭିନ୍ନ ତାଜୁବ କରିଦେବା ଭଳି ଖବର ଆସୁଛି। ଏସବୁ ମଧ୍ୟରେ ଜୟା ବଚ୍ଚନଙ୍କ ଏକ ମନ୍ତବ୍ୟ ଭାଇରାଲ ହୋଇଛି। ଯେଉଁଥିରେ ସେ ଅମିତାଭ ବଚ୍ଚନ ଐଶ୍ୱର୍ଯ୍ୟାଙ୍କୁ ନେଇ କ’ଣ ଭାବନ୍ତି ସେନେଇ ସେ କହିଛନ୍ତି। ଜୟା ବଚ୍ଚନଙ୍କ ଏହି ମନ୍ତବ୍ୟ ୧୭ ବର୍ଷ ପୁରୁଣା । ଯେତେବେଳେ ଐଶ୍ଚର୍ଯ୍ୟା ନବ ବିବାହିତ ଭାବରେ ବଚ୍ଚନ ପରିବାରରେ ପାଦ ଥାପିଥିଲେ। ଏହି ସମୟରେ ଜୟା ବଚ୍ଚନ କରଣ ଜୋହରଙ୍କ ଟକ ସୋ ‘କଫି ୱିଥ କରଣ’ରେ ଅତିଥି ଭାବରେ ଯୋଗ ଦେଇ ବୋହୂ ଐଶ୍ୟଙ୍କୁ ନେଇ ଏପରି ମନ୍ତବ୍ୟ ଦେଇଥିଲେ।

ଜୟା କହିଛନ୍ତି, ଯେତେବେଳେ ତାଙ୍କ ଝିଅ ଶ୍ୱେତା ବଚ୍ଚନ ବିବାହ କରିଥିଲେ, ସେତେବେଳେ ଅମିତାଭ ବଚ୍ଚନଙ୍କ ଜୀବନରେ ଝିଅ ପାଇଁ ଏକ ଶୂନ୍ୟସ୍ଥାନ ରହିଥିଲା।ଆଉ ଯେତେବେଳେ ଐଶ୍ୱର୍ଯ୍ୟା ରାୟ ତାଙ୍କ ବୋହୂ ଭାବରେ ତାଙ୍କ ଘରକୁ ଆସିବାବେଳେ ସେହି ଶୂନ୍ୟସ୍ଥାନ ପୂରଣ ହୋଇଥିଲା। ଯେତେବେଳେ ବି ଅମିତାଭ ଐଶ୍ୱର୍ଯ୍ୟାଙ୍କୁ ଦେଖନ୍ତି ସେତେବେଳେ ଖୁସି ହୁଅନ୍ତି। ବିଗ ବି ଅମିତାଭ କେବେ ମଧ୍ୟ ଐଶ୍ୱର୍ଯ୍ୟାଙ୍କୁ ତାଙ୍କ ବୋହୂ ଭାବରେ ଦେଖି ନ ନାହାନ୍ତି। ସେ ସବୁବେଳେ ଐଶ୍ୱର୍ଯ୍ୟାଙ୍କୁ ଝିଅ ପରି ଦେଖୁଥିଲେ। ଷ୍ଟାରଡଷ୍ଟ ମାଗାଜିନ ସହିତ ସାକ୍ଷାତରେ ଜୟା ତାଙ୍କ ବୋହୂ ଐଶ୍ୱର୍ଯ୍ୟାଙ୍କୁ ପ୍ରଶଂସା କରି ଥିଲେ। ସେ କହିଥିଲେ, ଐଶ୍ୱର୍ଯ୍ୟା ଇଣ୍ଡଷ୍ଟ୍ରିର ଜଣେ ବଡ ତାରକା, ତଥାପି ସେ ନିଜ ପରିବାରକୁ ବହୁତ ଗୁରୁତ୍ୱ ଦିଅନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ

ପ୍ରୟାଗରାଜ,୨୧।୧: ଜାନୁଆରୀ ୨୧, ୨୦୨୬ ରେ, ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ ଖସି ପଡ଼ି ସହର ମଧ୍ୟଭାଗରେ ଥିବା...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା, ଯାତାୟାତ ସମୟରେ କିଛିକ୍ଷଣ ପାଇଁ ଅଟକି ଯାଏ ନିଃଶ୍ୱାସ

ବିଶ୍ୱର ଅନେକ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗାଡ଼ି ଚଳାଇବା ସମୟରେ ସାମାନ୍ୟ ଭୁଲ ଜୀବନ ନେଇପାରେ। ତେଣୁ ଧର୍ଯ୍ୟର ସହିତ ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

ଶସ୍ତାରେ ମିଳିବ ଘର? ବଜେଟରେ ହେବ ବଡ଼ ଘୋଷଣା!

ନୂଆଦିଲ୍ଲୀ,୨୧।୧: ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ, ଘର ପାଇବା ଏବେ ବି ସ୍ୱପ୍ନ ସାକାର ହେବା ପରି ମନେହୁଏ। ଘରର ମୂଲ୍ୟ ଆକାଶଛୁଆଁ ହେଉଛି, ଏବଂ...

IPL 2026: ହେଲା ବଡ଼ ଘୋଷଣା! ଏହି ୧୮ ପଡ଼ିଆରେ ଖେଳାଯିବ IPL ମ୍ୟାଚ, ରହିଛି ଗୋଟିଏ ବିବାଦୀୟ ଗ୍ରାଉଣ୍ଡ

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ସିଜିନରେ ମ୍ୟାଚ ଖେଳାଯିବ ବୋଲି ସ୍ଥାନ ଘୋଷଣା କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri