Posted inଜାତୀୟ

ପ୍ରାଇଭେଟ୍‌ ଚାକିରିରେ ମିଳିବ ସଂରକ୍ଷଣ, ଏମିତି ଟୁଇଟ୍‌ କରି ଡିଲିଟ୍‌ କଲେ ମୁଖ୍ୟମନ୍ତ୍ରୀ: ଆଉ ତା’ପରେ…

ବେଙ୍ଗାଲୁରୁ,୧୭।୭: କର୍ନାଟକର ଘରୋଇ କମ୍ପାନୀଗୁଡିକରେ ଗ୍ରୁପ ସି ଏବଂ ଡିରେ ସ୍ଥାନୀୟ ଲୋକଙ୍କୁ ୧୦୦% ସଂରକ୍ଷଣ ପ୍ରଦାନ ନିଷ୍ପତ୍ତି ବିବାଦ ଘେରକୁ ଆସିଛି। ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ସୋସିଆଲ ମିଡିଆରେ ଏହି ଘୋଷଣା କରିଥିଲେ। କିନ୍ତୁ ୨୪ ଘଣ୍ଟା ମଧ୍ୟରେ ସେ ଏହି ପୋଷ୍ଟକୁ ହଟାଇ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ପୋଷ୍ଟ ହଟାଇବା ପରେ ରାଜ୍ୟ ଶ୍ରମ ମନ୍ତ୍ରୀ ସନ୍ତୋଷ ଏସ୍‌ ଲାଡ ବୁଧବାର ସ୍ପଷ୍ଟୀକରଣ ଦେଇଛନ୍ତି, କର୍ନାଟକରେ ଘରୋଇ କମ୍ପାନୀଗୁଡିକର ଚାକିରିରେ ସଂରକ୍ଷଣ ନନ୍‌-ମ୍ୟାନେଜ୍‌ମେଣ୍ଟ ପଦବୀ ପାଇଁ ୭୦% ଏବଂ ମ୍ୟାନେଜ୍‌ମେଣ୍ଟ ଲେବ୍‌ଲ୍‌ ପଦବୀ ପାଇଁ ୫୦% ସୀମିତ ରହିଛି। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରାଇଭେଟ୍‌ ଚାକିରିରେ ୧୦୦% ସଂରକ୍ଷଣ ଘୋଷଣା କରାଯାଇଛି।
ସିଦ୍ଧରମୈୟା କ୍ୟାବିନେଟ ଏଥିପାଇଁ ନିୟମ ପ୍ରସ୍ତୁତ କରିଛନ୍ତି। ମନ୍ତ୍ରିମଣ୍ଡଳ ଦ୍ୱାରା ମଧ୍ୟ ଏହି ବିଲ ପାରିତ ହୋଇଛି। ଜୁଲାଇ ୧୮ରେ ଏହା ବିଧାନସଭାରେ ଉପସ୍ଥାପିତ ହେବ। ତେବେ ଏହାପୂର୍ବରୁ ମଧ୍ୟ ବଡ ଶିଳ୍ପଗୁଡିକ ଏହାକୁ ବିରୋଧ କରିଛନ୍ତି।
କର୍ନାଟକର ଶ୍ରମ ମନ୍ତ୍ରୀ ତଥା କଂଗ୍ରେସ ନେତା ସନ୍ତୋଷ ଏସ ଲାଡ ରାଜ୍ୟର ଘରୋଇ କ୍ଷେତ୍ରରେ ଚାକିରି ସଂରକ୍ଷଣ ସମ୍ପର୍କରେ ଘୋଷଣା ପରେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ ସ୍ପଷ୍ଟ କରିଛନ୍ତି,କର୍ନାଟକରେ ବେସରକାରୀ କମ୍ପାନୀଗୁଡିକରେ ସଂରକ୍ଷଣର ସୀମା ନନ୍‌-ମ୍ୟାନେଜ୍‌ମେଣ୍ଟ ଭୂମିକା ପାଇଁ ୭୦ ପ୍ରତିଶତ ଏବଂ ପରିଚାଳନା ସ୍ତରୀୟ ପଦବୀ ପାଇଁ ୫୦ ପ୍ରତିଶତ ଅଟେ। ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ପ୍ରଥମେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଘରୋଇ ଚାକିରିରେ ୧୦୦ ପ୍ରତିଶତ ସଂରକ୍ଷଣ ଘୋଷଣା କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri