ଭାରତୀ ଏୟାରଟେଲ୍‌ ସ୍କଲାରଶିପ୍‌ ପ୍ରୋଗ୍ରାମ୍‌ର ଶୁଭାରମ୍ଭ

ଭୁବନେଶ୍ୱର,୧୭।୭(ଅଭୟ ଦାଶ): ଦେଶର ପ୍ରମୁଖ ସାମାଜିକ ଅନୁଷ୍ଠାନ ତଥା ଭାରତୀ ଏଣ୍ଟରପ୍ରାଇଜେସ୍‌ର ଜନହିତକର ଶାଖା ଭାରତୀ ଏୟାରଟେଲ୍‌ ଫାଉଣ୍ଡେଶନ(ବିଏଏଫ୍‌)ର ୨୫ତମ ପୂର୍ତ୍ତି ଉତ୍ସବ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଏଏଫ୍‌ର ବହୁ ପ୍ରତୀକ୍ଷିତ ବୃତ୍ତି ଯୋଜନା ‘ଭାରତୀ ଏୟାରଟେଲ ସ୍କଲାରଶିପ୍‌ ପ୍ରୋଗ୍ରାମ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି।

ଉଲ୍ଲେଖଯୋଗ୍ୟ, ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି (ଆଇଆଇଟି) ସମେତ ଶ୍ରେଷ୍ଠ ୫୦ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଶନାଲ ର଼୍ୟାଙ୍କିଙ୍ଗ୍‌ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ଇଞ୍ଜିନିୟରିଂ କଲେଜର ଛାତ୍ରୀମାନଙ୍କ ଉପରେ ଧ୍ୟାନଦେବା ସହ ଟେକ୍ନୋଲୋଜିଭିତ୍ତିକ ଇଞ୍ଜିନିୟରିଂ ଅଣ୍ଡର ଗ୍ରାଜୁଏଟ(ୟୁଜି) ଏବଂ ସମନ୍ବିତ କାର୍ଯ୍ୟକ୍ରମ (୫ବର୍ଷ ପର୍ଯ୍ୟନ୍ତ) ଉପରେ ଧ୍ୟାନଦେବା ସହ ବିଭିନ୍ନ ସାମାଜିକ-ଅର୍ଥନୈତିକ ପୃଷ୍ଠଭୂମିରୁ ଯୋଗ୍ୟ ଛାତ୍ରୀଛାତ୍ରମାନଙ୍କୁ ସହାୟତା କରିବା ଏହି ମେରିଟ୍‌-କମ୍‌-ମାଧ୍ୟମ ଭିତ୍ତିକ ବୃତ୍ତି କାର୍ଯ୍ୟକ୍ରମର ଲକ୍ଷ୍ୟ ରହିଛି। ୨୦୨୪ ଅଗଷ୍ଟରେ ନାମଲେଖା ପାଇଁ ଯୋଗ୍ୟ ଛାତ୍ରୀଛାତ୍ରଙ୍କ ପାଇଁ ଏହା ଲାଗୁହେବ। ଚଳିତ ବର୍ଷ ୨୫୦ଜଣ ଛାତ୍ରୀଛାତ୍ରଙ୍କୁ ନେଇ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ଗୋଷ୍ଠୀ ମାଧ୍ୟମରେ ଏହାର ସଫଳ ରୂପାୟନ ସହ କ୍ରମଶଃ ବୃଦ୍ଧିକରିବା ପାଇଁ ଡିଜାଇନ କରାଯାଇଛି। ଏହି କାର୍ଯ୍ୟକ୍ରମ ଶୀର୍ଷରେ ପହଞ୍ଚିବା ପରେ ବାର୍ଷିକ ୧୦୦ କୋଟରୁ ଅଧିକ ଟଙ୍କା ବ୍ୟୟବରାଦକରି ୪,୦୦୦ ବିଦ୍ୱାନଙ୍କ ପାଖରେ ପହଞ୍ଚିବାର ଲକ୍ଷ୍ୟ ରଖାଯାଇଛି।

ପଛୁଆବର୍ଗରୁ ଆସିଥିବା ମେଧାବୀ ଛାତ୍ରୀଛାତ୍ରମାନଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ପାଇବାରେ ବାଧା ସୃଷ୍ଟି କରୁଥିବା ଆର୍ଥିକ ପ୍ରତିବନ୍ଧକ ଦୂରକରିବା ପାଇଁ ସମ୍ପୂର୍ଣ୍ଣ ଅନୁଦାନପ୍ରାପ୍ତ ଛାତ୍ରବୃତ୍ତି ପରିକଳ୍ପନା କରାଯାଇଛି। ବାର୍ଷିକ ପାରିବାରିକ ଆୟ ୮.୫ ଲକ୍ଷ ଟଙ୍କାରୁ ଅଧିକ ନ ଥିବା ଛାତ୍ରୀଛାତ୍ରଙ୍କୁ ଏହି ସ୍କଲାରଶିପ୍‌ ପ୍ରଦାନ କରାଯିବ। ଏ ସମ୍ପର୍କରେ ଭାରତୀ ଏଣ୍ଟରପ୍ରାଇଜେସ୍‌ର ଉପାଧ୍ୟକ୍ଷ ଏବଂ ଭାରତୀ ଏୟାରଟେଲ୍‌ ଫାଉଣ୍ଡେଶନର କୋ-ଚେୟାରମ୍ୟାନ୍‌ ରାକେଶ ଭାରତୀ ମିତ୍ତଲ କହିଛନ୍ତି, ଆମେ ଭାରତୀ ଏୟାରଟେଲ ସ୍କଲାରଶିପ୍‌ ପ୍ରୋଗ୍ରାମର ଶୁଭାରମ୍ଭକରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି ବିଗତ ୨୫ବର୍ଷ ମଧ୍ୟରେ ଭାରତୀ ଏୟାରଟେଲ୍‌ ଫାଉଣ୍ଡେଶନ ଆମର ଶିକ୍ଷାଗତ ପଦକ୍ଷେପ ମାଧ୍ୟମରେ ୬ ନିୟୁତରୁ ଅଧିକ ଲୋକଙ୍କ ଜୀବନ ଛୁଇଁଥିବାରୁ ଆମେ ଗର୍ବିତ ଅନୁଭବ କରୁଛୁ। ଏହି ଅଗ୍ରଣୀ ସ୍କଲାରଶିପ୍‌ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ବିଭିନ୍ନ ସାମାଜିକ-ଅର୍ଥନୈତିକ ପୃଷ୍ଠଭୂମିର ଛାତ୍ରୀଛାତ୍ରମାନଙ୍କୁ ଆବଶ୍ୟକ ସହଯୋଗ ପ୍ରଦାନ କରୁଛୁ। ବିଶେଷକରି ଛାତ୍ରୀମାନଙ୍କୁ ଶୈକ୍ଷିକ ଉତ୍କର୍ଷ ହାସଲକରିବା ଏବଂ ସେମାନଙ୍କ ସ୍ବପ୍ନକୁ ସାକାରକରିବା ପାଇଁ ଆମର ପ୍ରତିବଦ୍ଧତାକୁ ବିସ୍ତାର କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri