ଶିକ୍ଷା ପ୍ରଭାବିତ

କେନ୍ଦ୍ରାପଡ଼ା ଜିଲା ଉଦୟନଗରର ଏକ ବେସରକାରୀ ସ୍କୁଲରେ ଜୁଲାଇ ମାସ ଦ୍ୱିତୀୟ ସପ୍ତାହରେ ଅଧିକ ତାପମାତ୍ରା ଓ ଅସହ୍ୟ ଗୁଳୁଗୁଳିରେ ୧୨ ଛାତ୍ରୀଛାତ୍ର ଚେତାଶୂନ୍ୟ ହେବା ପରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିଲା। ଏହି ଘଟଣା ସାମ୍ନାକୁ ଆସିଥିଲେ ମଧ୍ୟ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଥିବା ପ୍ରାଥମିକ ସ୍କୁଲଗୁଡ଼ିକରେ ପିଲାମାନେ ଏଭଳି ସ୍ଥିତିର ସମ୍ମୁଖୀନ ହେଉଥିବା ସମ୍ଭାବନାକୁ ଏଡ଼ାଇ ଦେଇହେବ ନାହିଁ। କାରଣ ବହୁ ସ୍କୁଲରେ ବିଦ୍ୟୁତ୍‌ ନାହିଁ କି ଉନ୍ନତ ଗୃହ ନ ଥିବା ଖବର ବାରମ୍ବାର ସାମ୍ନାକୁ ଆସୁଛି। ଦେଖିବାକୁ ଗଲେ, ମଝି ଆଷାଢ଼ରେ ବର୍ଷା ଢାଳିବା କଥା, କିନ୍ତୁ ପୂର୍ବ ଭଳି ଏହି ସମୟରେ କମ୍‌ ବର୍ଷା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ପରିବର୍ତ୍ତିତ ଜଳବାୟୁ ସ୍ଥିତିକୁ ନିଶ୍ଚିତ କରୁଛି ଏବଂ ଶିକ୍ଷା ଉପରେ ଏହାର ପ୍ରଭାବ ଦର୍ଶାଉଛି। ପାର୍ଥକ୍ୟ ହେଉଛି, ଗ୍ରୀଷ୍ମମାସଗୁଡ଼ିକରେ ପ୍ରଚଣ୍ଡ ତାତିରେ ସ୍କୁଲ ଶିକ୍ଷା ବାଧାପ୍ରାପ୍ତ ହେବା ସହ ଛାତ୍ରୀଛାତ୍ର ଓ ଶିକ୍ଷକଙ୍କ ଜୀବନ ଯାଉଥିବାବେଳେ ବର୍ଷାଦିନେ ଏହାର ପ୍ରଭାବ ଚିନ୍ତା ବଢ଼ାଇବା ସ୍ବାଭାବିକ। ଏହା ସହ ଶିକ୍ଷା ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ନେଇ ନିକଟରେ ପ୍ରକାଶିତ ଗ୍ଲୋବାଲ ଏଜୁକେଶନ ମନିଟରିଂ (ଜିଇଏମ୍‌) ରିପୋର୍ଟ ବିଶ୍ୱକୁ ଏହି ଗମ୍ଭୀର ସମସ୍ୟା ସମ୍ପର୍କରେ ଚେତାଇ ଦେବା କଥା। ୟୁନାଇଟେଡ୍‌ ନେଶନ୍ସ ଏଜୁକେଶନାଲ, ସାଇଣ୍ଟିଫିକ୍‌ ଆଣ୍ଡ୍‌ କଲ୍‌ଚରାଲ ଅର୍ଗାନାଇଜେଶନ(ୟୁନେସ୍କୋ) ଏବଂ ମନିଟରିଂ ଆଣ୍ଡ୍‌ ଇଭାଲ୍ୟୁଟିଂ କ୍ଲାଇମେଟ୍‌ କମ୍ୟୁନିକେଶନ ଆଣ୍ଡ୍‌ ଏଜୁକେଶନ (ଏମ୍‌ଇସିସିଇ) ତଥା କାନାଡ଼ାର ୟୁନିଭର୍ସିଟି ଅଫ୍‌ ସାସ୍‌କେଚଓ୍ବୋନ୍‌ର ମିଳିତ ସହଯୋଗରେ ପ୍ରସ୍ତୁତ ଏହିି ରିପୋର୍ଟରେ କୁହାଯାଇଛି, ଜଳବାୟୁଜନିତ ଅତ୍ୟଧିକ ଉତ୍ତାପ, ବନାଗ୍ନି, ବନ୍ୟା, ବାତ୍ୟା, ମରୁଡ଼ି, ରୋଗ ଓ ସମୁଦ୍ର ପତନ ବୃଦ୍ଧି ଚଳିତ ଦଶନ୍ଧିରେ ଶିକ୍ଷାରେ କ୍ଷତି ପହଞ୍ଚାଇଛି। ଏହା ସହ ସ୍କୁଲରେ ପିଲାମାନଙ୍କର ଜ୍ଞାନ, ଦକ୍ଷତା କମିବା ସହ ଡ୍ରପ୍‌ ଆଉଟ୍‌ ( ଅଧାରୁ ପାଠ ଛାଡ଼ିଦେବା) ସଂଖ୍ୟା ବୃଦ୍ଧି ପାଇବାର ବେଶି ସମ୍ଭାବନା ଅଛି। ଦେଖିବାକୁ ଗଲେ ଜଳବାୟୁ ବିସ୍ଥାପିତଙ୍କ ମଧ୍ୟରେ ପିଲାମାନେ ଶିକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ରରେ ଅଧିକ ପ୍ରଭାବିତ ହୋଇଥାନ୍ତି। ଜାତିସଂଘ ଶରଣାର୍ଥୀ ଉଚ୍ଚାୟୁକ୍ତ (ୟୁନାଇଟେଡ୍‌ ନେଶନ୍ସ ହାଇ କମିଶନ ଫର୍‌ ରିଫ୍ୟୁଜିସ୍‌)ତଥ୍ୟ ଅନୁଯାୟୀ ପ୍ରତିବର୍ଷ ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ୱରେ ୨୦ ମିଲିୟନ (ପ୍ରାୟ ୨ କୋଟି) ଲୋକ ବିସ୍ଥାପିତ ହେଉଛନ୍ତି। କେବଳ ୨୦୨୨ରେ ୩୨.୬ ମିଲିୟନ ଲୋକ ବିପର୍ଯ୍ୟୟ ଯୋଗୁ ବିସ୍ଥାପିତ ହୋଇଥିଲେ। ଭାରତ, ବାଂଲାଦେଶ, ଇଣ୍ଡୋନେସିଆ ଓ ଭିଏଟନାମ ଭଳି ଦେଶରେ ଜଳବାୟୁ ପରିବର୍ତ୍ତନ ବିପର୍ଯ୍ୟୟ ଯୋଗୁ ସମାୟିକ, ସ୍ଥାୟୀ, ସରକାରୀ ଯୋଜନାଭିତ୍ତିକ ତଥା ସୀମାପାର ବିସ୍ଥାପନ ଦେଖିବାକୁ ମିଳିଛି, ଯେଉଁଥିରେ ପିଲାମାନଙ୍କ ଶିକ୍ଷାରେ ନକାରାତ୍ମକ ପ୍ରଭାବ ପଡ଼ିଛି।
ଜିଇଏମ୍‌ ରିପୋର୍ଟର ବାସ୍ତବତା ଭାରତରେ ମଧ୍ୟ ଅନୁଭବ କରାଯାଇପାରେ। ଏଭଳି ଏକ ବିଶାଳ ଜନସଂଖ୍ୟାବହୁଳ ଦେଶରେ ଅନିୟମିତ ବର୍ଷା, ବନ୍ୟା, ବାତ୍ୟା, ମରୁଡ଼ି ବଢ଼ିବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ ହେତୁ ଏଗୁଡ଼ିକର ସଂଖ୍ୟା ଓ ତୀବ୍ରତା ବୃଦ୍ଧିପାଉଛି। ସେଣ୍ଟର ଫର୍‌ ସାଇନ୍ସ ଆଣ୍ଡ୍‌ ଏନ୍‌ଭାଇରନ୍‌ମେଣ୍ଟ (ସିଏସ୍‌ଇ) ଆକଳନ ଅନୁଯାୟୀ ଜଳବାୟୁ ପରିବର୍ତ୍ତନ କାରଣରୁ ୨୦୫୦ ସୁଦ୍ଧା ଭାରତରେ ପାଖାପାଖି ୬୫ ମିଲିୟନ ଲୋକ ବିସ୍ଥାପିତ ହେବେ। ଏବେ ଦେଖାଯାଉଛି, ଜଳବାୟୁଜନିତ ବିପର୍ଯ୍ୟୟ ଯୋଗୁ ବହୁ ଅଞ୍ଚଳରୁ ଲୋକେ ଅନ୍ୟତ୍ର ପଳାୟନ କରୁଛନ୍ତି। ଏହା ସହ ମରୁଡ଼ି ଯୋଗୁ ଜୀବିକା ଅନ୍ବେଷଣରେ ବିଭିନ୍ନ ସହରକୁ ସ୍ଥାୟୀ କିମ୍ବା ଅସ୍ଥାୟୀ ଭାବେ ଲୋକମାନେ ଚାଲିଯାଉଛନ୍ତି। ଫଳରେ ସେମାନଙ୍କ ସହ ଯାଉଥିବା ପିଲାମାନଙ୍କର ଶିକ୍ଷାରେ ବାଧା ସୃଷ୍ଟି ହେଉଛି। ପିଲାମାନେ ନିଜ ଭାଷାରେ ଶିକ୍ଷା ପାଇପାରୁ ନାହାନ୍ତି କିମ୍ବା ସ୍କୁଲରେ ନାମଲେଖାଇ ପଢ଼ିବାର ସୁଯୋଗ ମଧ୍ୟ ପାଉନାହାନ୍ତି। ଏଭଳି ସ୍ଥିତିରେ ଅଧିକାଂଶ ପିଲା ଅଧାରୁ ପାଠପଢ଼ା ଛାଡ଼ିଦେଉଛନ୍ତି। ଭାରତରେ ଡ୍ରପ୍‌ ଆଉଟ୍‌ ସମସ୍ୟାର ବିଭିନ୍ନ କାରଣ ମଧ୍ୟରୁ ଏହା ମୁଖ୍ୟ ବୋଲି କୁହାଯାଇପାରେ। ଜଳବାୟୁ ପରିବର୍ତ୍ତନ ପ୍ରଭାବ ହେତୁ ଶିକ୍ଷାରେ ଉପୁଜୁଥିବା ଅସ୍ବାଭାବିକ ସ୍ଥିତି ଦୂର କରିବା ଲାଗି ଭିତ୍ତିଭୂମି ଓ ଜଳବାୟୁ ସୁରକ୍ଷା ବ୍ୟବସ୍ଥା ମଜଭୁତ କରାଯିବା ଆବଶ୍ୟକ। ଏହାପାଇଁ ଯୋଜନା ଓ ପାଣ୍ଠି ପ୍ରସ୍ତୁତ କରିବା ପୂର୍ବରୁ ସବୁ ସ୍ତରରେ ଚିନ୍ତାକରି ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...

ଏକ ପରିବେଶୀୟ ଆହ୍ୱାନ

ନିଭର୍ସିଟି ଅଫ ଶିକାଗୋର ଏନର୍ଜି ପଲିସି ଇନ୍‌ଷ୍ଟିଟ୍ୟୁଟ (ଏପିକ) ଦ୍ୱାରା ପ୍ରକାଶିତ ୨୦୨୫ ବାୟୁ ଗୁଣବତ୍ତା ଜୀବନ ସୂଚକାଙ୍କ (ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା...

ସୃଷ୍ଟିର ଚିରନ୍ତନ ଆଧାର

ନୁଷ୍ୟର ଉଚ୍ଚତର ଚେତନଶୀଳତା ତାକୁ ବାଧ୍ୟ କରିଛି ଏ ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଉପରେ ପ୍ରଶ୍ନ ଉତ୍‌ଥାପନ କରିବା ପାଇଁ। ଏ ଜଗତର ସୃଷ୍ଟି କିପରି...

ବିଭାଜନକାରୀ ରାଜନୀତି

ଡିସେମ୍ୱର ୬ ଆଧୁନିକ ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ କଥା ସ୍ମରଣ କରାଇଦିଏ। ରାଜନୀତିକୁ ସବୁଦିନ ପାଇଁ ପରିବର୍ତ୍ତନ କରିଦେଇଥିବା ଏହି ଆନ୍ଦୋଳନ ବିଷୟରେ ଲେଖିବା...

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri