ବଦଳିବ କି NCERT ବହି ? ସ୍ପଷ୍ଟିକରଣ ଦେଲେ ସରକାର

ନୂଆଦିଲ୍ଲୀ,୧୦।୭: ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଏବଂ ଟ୍ରେନିଂ(ଏନସିଇଆରଟି) ପାଠ୍ୟକ୍ରମରେ ପରିବର୍ତ୍ତନ ଏବଂ ବହି ବଦଳିବା ନେଇ ଖବର ପ୍ରକାଶ ପାଇବା ପରେ ସ୍ପଷ୍ଟୀକରଣ ଦେଇଛନ୍ତି ସରକାର। ଷଷ୍ଠ ଏବଂ ଏକାଦଶ ଶ୍ରେଣୀଗୁଡ଼ିକ ପାଇଁ ସଂଶୋଧିତ ଏନସିଇଆରଟି ପାଠ୍ୟ ପୁସ୍ତକ ପ୍ରକାଶ କରାଯିବ ବୋଲି ଏକ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଯାହାକୁ ମିଥ୍ୟ ଏବଂ ତଥ୍ୟ ବିହୀନ ଖବର ବୋଲି କହିଛନ୍ତି ସରକାର।

ମାର୍ଚ୍ଚ ୨୦୨୪ ପ୍ରକାଶ କରାଯାଇଥିବା ସିବିଏସଇ’ର ସର୍କୁଲାର୍ ଅନୁଯାୟୀ ତୃତୀୟ ଏବଂ ଷଷ୍ଠ ଶ୍ରେଣୀ ବ୍ୟତୀତ ଅନ୍ୟ ସମସ୍ତ ଶ୍ରେଣୀ ପାଇଁ, ବିଦ୍ୟମାନ ପାଠ୍ୟକ୍ରମ କିମ୍ବା ପାଠ୍ୟପୁସ୍ତକରେ କୌଣସି ପରିବର୍ତ୍ତନ ହୋଇନାହିଁ। ବିଭ୍ରାନ୍ତିକର ତଥ୍ୟକୁ ଦୃଷ୍ଟିରେ ରଖି, ବିଦ୍ୟାଳୟଗୁଡ଼ିକ ପୁନର୍ବାର ପୂର୍ବ ଶିକ୍ଷା ବର୍ଷ (୨୦୨୩-୨୪) ପରି ଏହି ଶ୍ରେଣୀଗୁଡ଼ିକ ପାଇଁ ସମାନ ପାଠ୍ୟପୁସ୍ତକ ବ୍ୟବହାର ଜାରି ରଖିବାକୁ ସିବିଏସଇ ଦ୍ୱାରା ପରାମର୍ଶ ଦିଆଯାଇଛି।

ଜୁଲାଇ ୨୦୨୪ ମଧ୍ୟରେ ଏନସିଇଆରଟି ଦ୍ୱାରା ସମସ୍ତ ଷଷ୍ଠ ଶ୍ରେଣୀ ପାଠ୍ୟପୁସ୍ତକ ଉପଲବ୍ଧ ହେବ । ଯେଉଁ ୨ ମାସର ସମୟ ସୀମାକୁ ଦର୍ଶାଯାଉଛି ତାହା ଭୁଲ୍। ପରୀକ୍ଷାମୂଳକ ଶିକ୍ଷଣ ପରିପ୍ରେକ୍ଷୀରେ ଅଭିଜ୍ଞତା ପାଇଁ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ପର୍ଯ୍ୟାପ୍ତ ସମୟ ପ୍ରଦାନ କରିବା ଏବଂ ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ପୁରୁଣାରୁ ନୂତନ ପାଠ୍ୟକ୍ରମକୁ ସୁରୁଖୁରୁରେ ପରିବର୍ତ୍ତନ ସୁନିଶ୍ଚିତ କରିବା ପାଇଁ ଏନସିଇଆରଟି ଷଷ୍ଠ ଶ୍ରେଣୀ ପାଇଁ ସମସ୍ତ ୧୦ଟି ବିଷୟ କ୍ଷେତ୍ରରେ ଏକ ମାସ ବ୍ୟାପୀ ସେତୁ କାର୍ଯ୍ୟକ୍ରମ ଉପଲବ୍ଧ କରିସାରିଛି, ଯାହା ବର୍ତ୍ତମାନ ଶିକ୍ଷାଦାନ ପାଇଁ ବ୍ୟବହୃତ ହେଉଛି ।

ଆରପିଡିସି ବାଙ୍ଗାଲୋର ତାମିଲନାଡୁ ସମେତ ସମସ୍ତ ଦକ୍ଷିଣ ଭାରତୀୟ ରାଜ୍ୟକୁ ସେବା ଯୋଗାଇଥାଏ । ଆରପିଡିସି ବାଙ୍ଗାଲୋରରୁ ମିଳିଥିବା ନବମ ଓ ଏକାଦଶ ଶ୍ରେଣୀ ପାଠ୍ୟପୁସ୍ତକର ଶୀର୍ଷକ ଭିତ୍ତିରେ ଦାବି ଏନସିଇଆରଟି ପବ୍ଲିକେସନ ଡିଭିଜନ ଦ୍ୱାରା ପୂରଣ ହୋଇଛି ଏବଂ ଆରପିଡିସି ବାଙ୍ଗାଲୋର ଦ୍ୱାରା କୌଣସି ତ୍ରୁଟି ରିପୋର୍ଟ କରାଯାଇନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri