ବଡ଼ ଠାକୁର ତଳେ ପଡିଗଲେ ରାଜ୍ୟ ପାଇଁ ହେବ ବିପଦ, ଭାଇରାଲ ହେଉଛି ମାଳିକାର ପଂକ୍ତି

ଭୁବନେଶ୍ୱର,୧୦।୭: ଆଡପ ପହଣ୍ଡିବେଳେ ରଥରୁ ଖସ ପଡିଲେ ବଡ଼ ଠାକୁର ବଳଭଦ୍ର। ତେବେ ଗତକାଲି ପହଣ୍ଡିବେଳେ ବଡ଼ ଭାଇ ବଳିଆ ଚାରମାଳାରେ ପଡିଯାଇଥିଲେ। ଯାହାପରେ ବହୁ କଷ୍ଟରେ ତାଙ୍କୁ ଉଠାଇଥିଲେ ସେବାୟତ। ଆଡପ ମଣ୍ଡପ ବିଜେବେଳେ ଦେଖିବାକୁ ମିଳିଥିଲା ଏପରି ବଡ଼ ବିଭ୍ରାଟ। ଏପରି ବିଭ୍ରାଟକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଏହାଭିତରେ ସୋସିଆଲ ମଡିଆରେ ଏକ ଲେଖା ଭାଇରାଲ ହେଉଛି। ଯାହାକୁ ମାଳିକାର ଏକ ପୃଷ୍ଠା ବୋଲି ସୋସିଆଲ ମିଡିଆରେ କୁହାଯାଉଛି। ବିଭ୍ରାଟ ଘଟିବା ପରଠାରୁ ଏହି ଲେଖା ବହୁଳ ମାତ୍ରାରେ ଭାଇରାଲ ହେଉଛି। ଏଥିରେ ସଂସ୍କୃତ ସହ ଓଡ଼ିଆ ମଧ୍ୟ ଲେଖା ମଧ୍ୟ ରହିଛି। ଏଥିରେ ଲେଖାଅଛି ଯେ, ‘ଅସାବଧାନତା ଯୋଗୁ ଯଦି ଜଗନ୍ନାଥ, ବଳଭଦ୍ର କିମ୍ବା ସୁଭଦ୍ରା ତଳେ ପଡି ଯାଆନ୍ତି ତେବେ ରାଜାଙ୍କର ଓ ରାଜ୍ୟର ମହା ଅନିଷ୍ଟ ହେବ। ଦୁର୍ଭିକ୍ଷ ପଡିବ। ମହାମାରୀ ବାରମ୍ବାର ହେବ’। ଏପରି ଲେଖା ଭାଇରାଲ ହେବା ପରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି।

ସୂଚନାଥାଉ କି, ଗତକାଲି ଆଡପ ପହଣ୍ଡିରେ ଘଟିଛି ବଡ଼ ଅଘଟଣ । ପହଣ୍ଡି ବେଳେ ତଳକୁ ଖସି ପଡିଛନ୍ତି ମହାପ୍ରଭୁ ବଳଭଦ୍ର । ଠାକୁର କିଛିବାଟ ଆସିବା ପରେ ତଳକୁ ଖସି ପଡିଥିଲେ। ପାଖରେ ଥିବା ସେବକମାନେ ଠାକୁରଙ୍କୁ ସିଧା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ, ଏହା ସମ୍ଭବ ହୋଇ ନ ଥିଲା। ସୁଦର୍ଶନଙ୍କର ପହଣ୍ଡିି ବିଜେ ପରେ ବଡ଼ ଠାକୁର ବଳଭଦ୍ରଙ୍କର ପହଣ୍ଡି ବିଜେ ହେବାକୁ ଥିବା ବେଳେ ଏଭଳି ଅଘଟଣ ଘଟିଥିଲା । ରଥ ଉପରୁ ସେବାୟତଙ୍କ ଗୋଡ ଖସିବାରୁ ଏପରି ଅଘଟଣ ଘଟିଛି । ବଡ଼ ଠାକୁର ତଳକୁ ଖସିବାରୁ ତଳେ ଚାପି ହୋଇ ୧୦ରୁ ଉର୍ଦ୍ଧ ସେବାୟତ ଆହତ ହୋଇଛନ୍ତି । ଆହତ ସେବାୟତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ସଙ୍କୁଳସ୍ତରୀୟ କ୍ରୀଡ଼ା ସମାରୋହ: ଯୋଗଦେଲେ ଛାତ୍ରୀଛାତ୍ର

ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ କ୍ରୀଡ଼ା ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି।...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

ୱାଙ୍ଖଡେ ଷ୍ଟାଡିୟମ୍‌ରେ କିମ୍ବଦନ୍ତି ତାରକା, ମେସିଙ୍କୁ ୧୦ ନଂ ଜର୍ସି ଉପହାର ଦେଲେ ସଚିନ

ନୂଆଦିଲ୍ଲୀ,୧୪।୧୨: ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଏବଂ ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦୁଇ କିମ୍ବଦନ୍ତୀ ଜର୍ସି...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

୮ମ ବେତନ କମିଶନ ଭାର ସମ୍ଭାଳିବ ଭାରତୀୟ ରେଳବାଇ, ଖର୍ଚ୍ଚ କାଟିବାକୁ ସରକାରଙ୍କ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ,୧୪।୧୨: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ୮ମ କେନ୍ଦ୍ରୀୟ ବେତନ କମିଶନ ଲାଗୁ ହେବା ପୂର୍ବରୁ, ବୃଦ୍ଧି ହେବାକୁ ଥିବା ଦରମା ଓ ପେନ୍‌ସନ୍ ଭାରକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri