Posted inଖେଳ

ଜୟସ୍ବାଲଙ୍କ ଉପରେ ନଜର

ହରାରେ, ୧୦।୭ (ପି.ଟି.): ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ଚଳିତ ସିରିଜର ତୃତୀୟ ଟି୨୦ କ୍ରିକେଟ ମ୍ୟାଚ ବୁଧବାର ହରାରେ କ୍ରିକେଟ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ। ପ୍ରଥମ ୨ଟି ମ୍ୟାଚ ପରେ ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ ୧-୧ ସ୍ଥିତିରେ ରହିଛି। ପ୍ରଥମ ଟି୨୦ରେ ଜିମ୍ବାଓ୍ବେ ଜିତିଥିବାବେଳେ ଦ୍ୱିତୀୟ ମ୍ୟାଚ ଜିତି ଭାରତ ସଫଳ ପ୍ରତ୍ୟାବର୍ତ୍ତନ କରିଛି। ଗତ ମାସରେ ଟି୨୦ ବିଶ୍ୱକପ୍‌ ଜିତିଥିବା ଦଳର ସଦସ୍ୟ ଯଶସ୍ବୀ ଜୟସ୍ବାଲ, ସଞ୍ଜୁ ସାମସନ ଓ ଶିବମ୍‌ ଦୁବେ ଆସି ଦଳ ସହ ଯୋଗ ଦେଇଛନ୍ତି। ଫଳରେ ଟିମ୍‌ କମ୍ବିନେଶନକୁ ନେଇ ଉତ୍କଣ୍ଠା ବଢ଼ିଛି। ବିଶେଷ କରି ଜୟସ୍ବାଲଙ୍କ ବ୍ୟାଟିଂ ପୋଜିଶନ ଉପରେ ନଜର ରହିଛି। ପ୍ରଥମ ୨ଟି ମ୍ୟାଚରେ ଅଧିନାୟକ ଶୁବମନ ଗିଲ୍‌ଙ୍କ ସହ ଇନିଂସ ଓପନ କରିଛନ୍ତି ଅଭିଷେକ ଶର୍ମା। ସେ ପ୍ରଥମ ମ୍ୟାଚରେ ଫେଲ୍‌ ମାରିଥିଲେ ହେଁ ଦ୍ୱିତୀୟ ମ୍ୟାଚରେ ବିସ୍ଫୋରକ ଶତକ ହାସଲ କରି ନିଜ ଦକ୍ଷତା ଦେଖାଇଛନ୍ତି। ମାତ୍ର ଜୟସ୍ବାଲ ୧୭ଟି ଟି୨୦ ଅନ୍ତର୍ଜାତୀୟରେ ଗୋଟିଏ ଲେଖାଏ ଶତକ ଓ ଅର୍ଦ୍ଧଶତକ ସହ ୧୬୧ରୁ ଊର୍ଦ୍ଧ୍ୱ ଷ୍ଟ୍ରାଇକ୍‌ ହାର ରଖିଥିବାରୁ ତାଙ୍କୁ ଅଣଦେଖା କରାଯାଇ ପାରିବନାହିଁ। ସେ ବିଶ୍ୱକପ୍‌ ବିଜୟୀ ଦଳର ରିଜର୍ଭ ଓପନର ମଧ୍ୟ ଥିଲେ। ସେ ଗିଲ୍‌ଙ୍କ ସହ ଇନିଂସ ଓପନ କଲେ ଅଭିଷେକଙ୍କ ବ୍ୟାଟିଂ ଅର୍ଡରରେ ପରିବର୍ତ୍ତନ ହେବ ନଚେତ୍‌ ବାହାରେ ବସିବାକୁ ପଡ଼ିବ।
ବିରଳ ହେଲେ ମଧ୍ୟ ମାଇଲଖୁଣ୍ଟ ଇନିଂସ ଖେଳିବା ପରେ ଖେଳାଳି ଦଳରୁ ଡ୍ରପ୍‌ ହେବାର ନଜିର ପୂର୍ବରୁ ରହିଛି। ୨୦୧୧ରେ ମନୋଜ ତିଓ୍ବାରୀ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ କ୍ୟାରିୟରର ପ୍ରଥମ ଦିନିକିଆ ଶତକ ହାସଲ କରିବା ପରେ ଏବଂ ୨୦୧୬ରେ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ କରୁଣ ନାୟାର ତ୍ରିଶତକ ହାସଲ କରିବା ପରେ ଦଳରୁ ବାହାରେ ରହିଥିଲେ। ମାତ୍ର ଅଧିନାୟକ ଗିଲ୍‌ ୧୪ ବର୍ଷରୁ କମ୍‌ ବେଳରୁ ଖେଳି ଆସୁଥିବା ତାଙ୍କ ପ୍ରିୟ ବନ୍ଧୁଙ୍କ ପ୍ରତି ଏପରି ସମ୍ଭବତଃ କରିବେ ନାହିଁ। ଏହା ହେଲେ ଜୟସ୍ବାଲ କିମ୍ବା ଅଭିଷେକଙ୍କ ମଧ୍ୟରୁ ଜଣେ ତୃତୀୟ ସ୍ଥାନରେ ଆସିବେ। ରାଜସ୍ଥାନ ରୟାଲ୍ସ ପକ୍ଷରୁ ସ୍ବାଭାବିକ ଭାବେ ୩ ନମ୍ବରରେ ଖେଳୁଥିବା ସାମସନ ୫ ନମ୍ବରରେ ଆସିବେ ଏବଂ ପୂର୍ବ ୨ ମ୍ୟାଚରେ ୩ ନମ୍ବରରେ ଖେଳିଥିବା ଋତୁରାଜ ଗାଏକ୍ୱାଡ୍‌ଙ୍କୁ ୪ ନମ୍ବରରେ ଆସିବାକୁ ପଡ଼ିବ। ପ୍ରଥମ ୨ଟି ମ୍ୟାଚ ପାଇଁ ଦଳରେ ସାମିଲ ହୋଇଥିବା ବି. ସାଇ ସୁଦର୍ଶନଙ୍କ ସ୍ଥାନରେ ଜୟସ୍ବାଲ ପ୍ଲେଇଂ ଇଲେଭେନରେ ରହିବେ। ଉଇକେଟକିପର ଧ୍ରୁବ ଜୁରେଲଙ୍କ ସ୍ଥାନରେ ସାମସନ ଏବଂ ଗତ ବିଶ୍ୱକପ୍‌ରେ ଖେଳିଥିବା ଦୁବେ ସମ୍ଭବତଃ ରିୟାନ ପରାଗଙ୍କୁ ରିପ୍ଲେସ କରିବେ। ଜିମ୍ବାଓ୍ବେ ସ୍ପିନରଙ୍କ ବିପକ୍ଷରେ ଦୁବେ ପ୍ରଭାବୀ ହେବା ଆଶା କରାଯାଉଛି। ଅଧିନାୟକ ଗିଲ୍‌ ପ୍ରଥମ ୨ଟି ମ୍ୟାଚରେ ବିଫଳ ହୋଇଛନ୍ତି। ତେଣୁ ତାଙ୍କ ବ୍ୟାଟ୍‌ରୁ ଏକ ବଡ଼ ସ୍କୋର ଆଶା କରାଯାଉଛି।
ଜିମ୍ବାଓ୍ବେ ପାଇଁ ବ୍ୟାଟିଂ ବିଭାଗ ଚିନ୍ତାର କାରଣ ରହିଛି। ପ୍ରଥମ ମ୍ୟାଚରେ ଆଗେ ବ୍ୟାଟିଂକରି ଏହି ଦଳ ମାତ୍ର ୧୧୫ ରନ କରିଥିବାବେଳେ ଦ୍ୱିତୀୟ ମ୍ୟାଚରେ ୨୩୫ ରନ ଚେଜ୍‌କରି ୧୩୪ରେ ସୀମିତ ରହିଥିଲା। ହରାରେ ସ୍ପୋଟର୍‌ସ କ୍ଲବ ଟ୍ରାକ୍‌ରେ ସ୍ପିନରଙ୍କୁ ଅତିରିକ୍ତ ବାଉନ୍ସ ମିଳୁଥିବାରୁ ରବି ବିଷ୍ଣୋଇ (୮ ଓଭରରେ ୬/୨୪) ଏବଂ ଓ୍ବାଶିଂଟନ ସୁନ୍ଦର (୮ ଓଭରରେ ୩/୩୯)ଙ୍କୁ ଖେଳିବାରେ ଜିମ୍ବାଓ୍ବେ ବ୍ୟାଟରମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ପ୍ରଥମ ଟି୨୦ରେ ୧୩ ରନରେ ହାରିବା ପରେ ଭାରତ ଦ୍ୱିତୀୟ ମ୍ୟାଚରେ ୫ ବଦଳରେ ୪ ସ୍ପେଶାଲିଷ୍ଟ ବୋଲରଙ୍କୁ ନେଇ ଖେଳିଥିଲା। ଏହା କାମ ଦେଇଥିଲା। ପ୍ରଥମେ ବ୍ୟାଟିଂ କରିବା ମଧ୍ୟ ଦଳକୁ ଆଡ୍‌ଭାଣ୍ଟେଜ୍‌ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri