ଛେନାପୋଡ଼, ଆରିସା ପିଠାକୁ ନେଇ ବିଭ୍ରାନ୍ତ ତଥ୍ୟ

ଭୁବନେଶ୍ୱର,୯।୭(ଶର୍ମିଷ୍ଠା ପାଣିଗ୍ରାହୀ):ଓଡ଼ିଶାର ପରିଚୟ ବହନ କରୁଥିବା ଅନେକ ଜିନିଷକୁ ନେଇ ବହୁ ସମୟରେ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି। ବିଶେଷକରି ଓଡ଼ିଶାର ଅନେକ ଖାଦ୍ୟକୁ ନେଇ ସାମାଜିକ ଗଣମାଧ୍ୟମରେ ତଥ୍ୟ ଘୂରି ବୁଲୁଛି। ରସଗୋଲାକୁ ନେଇ ବହୁ ତର୍କ ବିତର୍କ ପରେ ଶେଷରେ ରସଗୋଲା ଓଡ଼ିଶାର ବୋଲି ପ୍ରମାଣିତ ହୋଇଛି। ରସଗୋଲା ପରେ ଏବେ ଛେନାପୋଡ଼ ଓ ଆରିସା ପିଠାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଖାଦ୍ୟ ଡେଲିଭରି ଆପ୍‌ ଜମାଟୋରେ ଛେନାପୋଡ଼ ଓ ଆରିସାକୁ ନେଇ ବିଭ୍ରାନ୍ତିକର ତଥ୍ୟ ଦେଖିବାକୁ ମିଳିଛି, ଯାହାକୁ ନେଇ ସାମାଜିକ ଗଣମାଧ୍ୟମରେ ବଏକଟ୍‌ ଜମାଟୋ କମେଣ୍ଟ ସହ ତଥ୍ୟକୁ ତର୍ଜମା ନ କରି ଏଭଳି ପୋଷ୍ଟ କାହିଁକି କରାଯାଇଛି ବୋଲି ପ୍ରଶ୍ନ ହୋଇଛି। ଏପରି କି ଏହାକୁ ତୁରନ୍ତ ଡିଲିଟ କରିବାକୁ ପ୍ରସ୍ତାବ ଦିଆଯାଇଛି।
ଫେସବୁକ୍‌ରେ ପ୍ରଫେସର ଡ. ଭୁବନାନନ୍ଦ ଅଧିକାରୀ ପୋଷ୍ଟ କରି ଲେଖିଛନ୍ତି, ଜମାଟୋରେ ଛେନାପୋଡ଼, ଆରିସା ପାଖରେ ଏହା ଏକ ପାରମ୍ପରିକ ବଙ୍ଗୀୟ ଖାଦ୍ୟ ବୋଲି ଲେଖା ହୋଇଛି। ଆଜିଯାଏଁ ମୋର ଏହି ବିଷୟ ଦୃଷ୍ଟିଗୋଚର ହୋଇ ନ ଥିଲା। କିଛି ବର୍ଷ ତଳେ ରସଗୋଲା ବିବାଦୀୟ ହୋଇଥିଲା। ମହାପ୍ରଭୁଙ୍କ ପାବନ ଇତିହାସକୁ ଭରସା, ବିଶ୍ୱାସ କରି ତାହା ଓଡ଼ିଶାର ବୋଲି ପ୍ରମାଣିତ ହେଲା। ଏପରି କି ଓଡ଼ିଶାର ପ୍ରାତଃସ୍ମରଣୀୟ ପଞ୍ଚସଖା ବଳରାମ ଦାସଙ୍କୁ ବଙ୍ଗୀୟ କହି ବିରୋଧାଭାସର ଶରବ୍ୟ ହେବାପରେ ସର୍ବସାଧାରଣରେ ହିନ୍ଦୀ ସିନେମା ଜଗତର ଖ୍ୟାତନାମା ଗୀତିକାର ମନୋଜ ମୁନ୍ତାଶିର କ୍ଷମା ପ୍ରାର୍ଥନା କରିଥିଲେ। ଏବେ ଛେନାପୋଡ଼ ଆଉ ଆରିସାକୁ ନେଇ ମଧ୍ୟ ବିବାଦୀୟ ପୋଷ୍ଟ କରାଯାଇଛି। ପ୍ରକୃତରେ ଏ ଦୁଇ ମିଠା ଆଉ ପିଠା କାହାର। ଜିଆଇ ମାନ୍ୟତାରେ ଏହି ଦୁଇ ଖାଦ୍ୟର ମୂଳ ଭୂଖଣ୍ଡ କିଏ। ଏସବୁର ପୁଙ୍ଖାନୁପୁଙ୍ଖ ଆଲୋଚନା ଆବଶ୍ୟକ। ଆମେ ଛେନାପୋଡ଼ ଦିବସ ପାଳନ କରୁଛେ। ବିଶ୍ୱ ସ୍ତରରେ ନିଜ ମାଟି ଓଡ଼ିଶାକୁ ଛେନାପୋଡ଼ର ମାଟି ବୋଲି ହୁଙ୍କାର ଦେଉଛେ। ଏହାସତ୍ତ୍ୱେ ଗୋଟିଏ ଫୁଡ ଡେଲିଭରି ଆପ୍‌ର ଏଭଳି ତ୍ରୁଟିରେ ଆମେ ନୀରବ କାହିଁକି ରହିବା ବୋଲି ଅଧିକାରୀ ପ୍ରଶ୍ନ କରିଛନ୍ତି।
ଏନେଇ ଜିଆଇ ଗବେଷିକା ଅନିତା ସାବତ କହିଛନ୍ତି, ସରକାରୀସ୍ତରରେ ପ୍ରୟାସ ନିତାନ୍ତ ଆବଶ୍ୟକ। ଆମେ ଯେତେ ଚେଷ୍ଟା କଲେ ବି ସରକାରୀସ୍ତରରେ ଏହାର ସଂରକ୍ଷଣ, ତଥ୍ୟ, ପ୍ରଚାର ପ୍ରସାର ନେଇ ଉଦ୍ୟମ ହେଉନାହିଁ। ଗ୍ୟାଜେଟ୍‌ରେ ତଥ୍ୟ ପ୍ରକାଶ ପାଉ। ଗବେଷଣା ହୋଇ ପବ୍ଲିକେଶନ କରାଯାଉ। ନୟାଗଡ଼ର ଛେନାପୋଡ଼ ନେଇ ନିକଟରେ ଜିଆଇ ଆବେଦନ କରାଯାଇଛି। ଜିଆଇ ପାଉଥିବା ମିଠା ତଥ୍ୟ ଅନ୍ୟାନ୍ୟ ଦ୍ରବ୍ୟ ଯେଭଳି ଗୋଟିଏ ସ୍ଥାନରେ ମିଳିବ ସେଭଳି ବ୍ୟବସ୍ଥା ହେଉ। ହେରିଟେଜ ମଲ୍‌ ତିଆରି ହେଉ। ନ ହେଲେ ପ୍ରତି ଷ୍ଟେଶନରେ ଜିଆଇ ଉତ୍ପାଦ ଉପରେ ଷ୍ଟଲ୍‌ ହେଉ। ତା’ହେଲେ ଯାଇ ଅଧିକ ପ୍ରଚାର ପ୍ରସାର ହୋଇପାରିବ।
ଛପନଭୋଗର ମୁଖ୍ୟ ସତ୍ୟବ୍ରତ ମହାନ୍ତି କହିଛନ୍ତି, ୬୦ବର୍ଷ ଇତିହାସ ଦେଖିଲେ ଜଣାଯାଏ ଯେ, ଛେନାପୋଡ଼ ନୟାଗଡ଼ର। ଏଭଳି ଭୁଲ ତଥ୍ୟ ଜମାଟୋରେ ପ୍ରକାଶ ପାଇବା ଅତ୍ୟନ୍ତ ଦୁଃଖଦାୟକ। ଏହାର ବିରୋଧ ହେବା ଆବଶ୍ୟକ। ତଥ୍ୟର ତର୍ଜମା କରି ଏହା ଲେଖିବା ଆବଶ୍ୟକ। ଏବେ ସରକାର ପରିବର୍ତ୍ତନ ହୋଇଛନ୍ତି। ଏଭଳି ସମସ୍ୟା କିଭଳି ବାରମ୍ବାର ନ ହେବ ସେନେଇ ସମୂହ ଉଦ୍ୟମ ଆବଶ୍ୟକ। ଜମାଟୋର ଓଡ଼ିଶା ମୁଖ୍ୟଙ୍କ ସହ କଥା ହୋଇ ଏଭଳି ଭୁଲ୍‌ ତଥ୍ୟକୁ କିଭଳି ଶୀଘ୍ର ହଟେଇ ହେବ ସେନେଇ ଚେଷ୍ଟା କରିବି ବୋଲି ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁଟ୍ୟୁବରୁ ଶିଖି ୫ ଏକର ଜମି କଲେ ଚାଷ: ଦୁଇମାସରେ…

ଭବାନୀପାଟଣା,୯ା୧୨(ଉତ୍ତମ କୁମାର ଦାଶ):ନେପିଆର୍‌ ଘାସ ଚାଷ କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ସିକେରଗୁଡା ଗାଁର ଅଜିତ ପ୍ରଧାନଙ୍କୁ ସ୍ବାବଲମ୍ବୀ କରିଛି। ଏଥିରେ ସେ ଆତ୍ମ...

ବିବାହ ଭାଙ୍ଗିବା ପରେ ସ୍ମୃତିଙ୍କ ନୂଆ ଇନଷ୍ଟାଗ୍ରାମ ପୋଷ୍ଟ ସୃଷ୍ଟି କଲା ହଇଚଇ, ଲେଖିଲେ ଏମିତି…

ନୂଆଦିଲ୍ଲୀ,୯।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନା ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଖବରରେ ଅଛନ୍ତି। ରବିବାର, ସେ ଏକ...

ବିମାନରେ ଗୀତା ପଢିଲେ ରୁଷିଆ ରାଷ୍ଟ୍ରପତି, ବନ୍ଧୁଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଦେଇଥିଲେ ବିଶେଷ ଉପହାର

ମସ୍କେ/ନୂଆଦିଲ୍ଲୀ,୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସମ୍ପ୍ରତି ତାଙ୍କର ଦୁଇ ଦିନିଆ ଭାରତ ଗସ୍ତ ଶେଷ କରିଛନ୍ତି। ତାଙ୍କ ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ...

ଆଦର୍ଶ ବିଦ୍ୟାଳୟରେ ପାଠପଢ଼ା ସହ ଖାଦ୍ୟ ସମସ୍ୟା, ତେଜିଲେ ଅଭିଭାବକ

ଅତାବିରା,୯ା୧୨(ଯୁଧିଷ୍ଠିର ମହାପାତ୍ର):ଅତାବିରା ଏନ୍‌ଏସି ଅନ୍ତର୍ଗତ ଭୋଇପୁରା ଆଦର୍ଶ ବିଦ୍ୟାଳୟରେ ପିଲାଙ୍କ ପାଠପଢ଼ାରେ ବ୍ୟାଘାତ ହେବା ସହିତ ରନ୍ଧା ଖାଦ୍ୟ ସମସ୍ୟା ଦେଖାଦେଇଛି। ସୋମବାର କେତେକ ପିଲାମାନେ...

ଆଇପିଏଲ ନାଁରେ ଏନଏଚଆରସିରେ ଅଭିଯୋଗ: ଦୂଷିତ ପାଣି ଗନ୍ଧରେ ଫାଟି ପଡୁଛି ଅଞ୍ଚଳ

ଭବାନୀପାଟଣା,୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ତଳଜାରିଙ୍ଗରେ ଅବସ୍ଥାପିତ ଥିବା ଆଇପିଏଲ (ଇଣ୍ଡିଆନ ପଟାସ ଲିମିଟେଡ) କମ୍ପାନୀ ଇଥାନଲ ଉତ୍ପାଦନ କରୁଥିବା ସମୟରେ...

କଟକ ଟି-୨୦ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଲାଗିଲା ଜୋରଦାର ଝଟ୍‌କା: ଅଭିଯୋଗ ପରେ…

ଦୁବାଇ,୯ା୧୨ (ପି.ଟି.):ରାୟପୁରଠାରେ ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ସ୍ଲୋ ଓଭର-ରେଟ୍‌ ପାଇଁ ଭାରତକୁ ସୋମବାର ସେମାନଙ୍କ ମ୍ୟାଚ୍‌ ଫି’ର...

ପିତୃତ୍ୱ ପାଇଁ ଜନ୍ମ ସାର୍ଟିଫିକେଟ ନୁହେଁ ବାଧକ: ଶିଶୁପୁତ୍ର ହସ୍ତାନ୍ତର ପାଇଁ ଅଜାଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୯ା୧୨(କାର୍ତ୍ତିକ ସାହୁ): ପିତୃତ୍ୱର ପ୍ରମାଣ ପାଇଁ ଜନ୍ମ ସାର୍ଟିଫିକେଟ ବାଧକ ନୁହେଁ। ଶିଶୁପୁତ୍ରର ଜନ୍ମ ସାର୍ଟିଫିକେଟ ଦାଖଲ କରି ନ ପାରିବା କାରଣରୁ ଜନ୍ମିତ ପିତାଙ୍କୁ...

ଆନ୍ଧ୍ରର ଚକ୍ରାନ୍ତ: ଓଡ଼ିଶା ଯୋଜନାକୁ ସୀମାନ୍ତବର୍ତ୍ତୀ ୭ ଗାଁର ବର୍ଜନ ନିଷ୍ପତ୍ତି

ପଟ୍ଟାଙ୍ଗି,୯ା୧୨(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ କୋଟିଆ ପଞ୍ଚାୟତ ଫାଟୁସିନେରୀ ଗ୍ରାମ ନିକଟ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଏକ ସ୍ଥାନରେ ୭ ଗ୍ରାମର ମୁଖିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri