Posted inଖେଳ

ଟି୨୦ ବିଶ୍ୱକପ୍‌: ଆଜି ମହାମୁକାବିଲା

ବ୍ରିଜଟାଉନ୍‌ (ବାର୍ବାଡୋସ), ୨୯।୬: ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ର ଫାଇନାଲ ଶନିବାର ସ୍ଥାନୀୟ କେନସିଙ୍ଗଟନ ଓଭାଲ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ। ମହାମୁକାବିଲାରେ ପରସ୍ପରର ସମ୍ମୁଖୀନ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା। ୨୦୦୭ରେ ଚାମ୍ପିୟନ ଓ ୨୦୧୪ରେ ରନରଅପ୍‌ ଭାରତ ତୃତୀୟ ଥର ପାଇଁ ଫାଇନାଲ ଖେଳିବାକୁ ଯାଉଛି। ୨୦୧୩ ପରଠାରୁ ଭାରତ ଆଉ କେବେହେଲେ କୌଣସି ଆଇସିସି ଟ୍ରଫି ଜିତିବାକୁ ସକ୍ଷମ ହୋଇନାହିଁ। ତେଣୁ ଦୀର୍ଘ ବର୍ଷ ଧରି ଟାଇଟଲ ଶୂନ୍ୟତାକୁ ପୂରଣ କରିବାକୁ ଭାରତ ନିକଟରେ ସୁଯୋଗ ରହିଛି। ଅନ୍ୟପକ୍ଷରେ ପ୍ରଥମଥର ପାଇଁ ଫାଇନାଲରେ ଅବତୀର୍ଣ୍ଣ ହୋଇଛି ଦକ୍ଷିଣ ଆଫ୍ରିକା। ଆଗାମୀ ମ୍ୟାଚ ସହ ଉଭୟ ଦଳର ଭାବାବେଗ ଜଡ଼ିତ ରହିଥିବାରୁ ମ୍ୟାଚଟି ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି।
ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଚଳିତ ଟୁର୍ନାମେଣ୍ଟରେ ଅପରାଜେୟ ରହିଛନ୍ତି। ଗତବର୍ଷ ଅନୁଷ୍ଠିତ ଦିନିକିଆ ବିଶ୍ୱକପ୍‌ ପରି ଭାରତର ଟି୨୦ ବିଶ୍ୱକପ୍‌ ଅଭିଯାନ ସମାନ ରହିଛି। ଅର୍ଥାତ୍‌ କୌଣସି ମ୍ୟାଚ ନ ହାରି ଭାରତ ଫାଇନାଲ ଖେଳିବାକୁ ଯାଉଛି। ଗତବର୍ଷ ମହାମୁକାବିଲାରେ ଗୋଟିଏ ପରାଜୟ ଦଳକୁ ମର୍ମାହତ କରିଥିଲା। ଅର୍ଥାତ୍‌ ଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହେବା ଦ୍ୱାରା ଟିମ୍‌ ଇଣ୍ଡିଆର ଟାଇଟଲ ଶୂନ୍ୟତା ପୂରଣ ହୋଇପାରି ନ ଥିଲା। ଏଥର ସମ୍ମୁଖରେ ଅଷ୍ଟ୍ରେଲିଆ ନ ଥିବାରୁ ଭାରତୀୟ ଦଳର ବିଜୟ ଆଶା ବଢ଼ିଛି। ଦକ୍ଷିଣ ଆଫ୍ରିକା ଥରେ ମାତ୍ର ଆଇସିସି ଟ୍ରଫି ଜିତିବାକୁ ସକ୍ଷମ ହୋଇଛି। ୧୯୯୮ରେ ଅନୁଷ୍ଠିତ ଚାମ୍ପିୟନ୍ସ ଟ୍ରଫି (ସେତେବେଳେ ଆଇସିସି ନକ୍‌-ଆଉଟ ଟ୍ରଫି ନାମରେ ପରିଚିତ ଥିଲା)ରେ ଚାମ୍ପିୟନ ହୋଇଥିଲା ଏହି ଦଳ। ତେଣୁ ଦୀର୍ଘ ବର୍ଷର ବ୍ୟବଧାନ ପରେ ଦଳ ପାଇଁ ପୁଣି ସୁଯୋଗ ଆସିଛି।
ଗାଏନାରେ ଇଂଲଣ୍ଡକୁ ହରାଇବା ପରେ ରୋହିତ ଶର୍ମାଙ୍କ ଦଳ ଆଗାମୀ ମ୍ୟାଚ ପାଇଁ ଫେଭରାଇଟ ବିବେଚିତ ହେଉଛି। କାରିବିୟନ ପରିବେଶ ସହିତ ଭାରତୀୟ ଖେଳାଳିମାନେ ନିଜକୁ ଖାପ ମଧ୍ୟ ଖୁଆଇ ନେଇଛନ୍ତି। ୨୦୨୩ ନଭେମ୍ବର ୧୯ରେ ଦିନିକିଆ କ୍ରିକେଟ ବିଶ୍ୱକପର ଫାଇନାଲରେ ଅହମଦାବାଦ ଷ୍ଟାଡିୟମରେ ଉପସ୍ଥିତ ଲକ୍ଷେରୁ ଊର୍ଦ୍ଧ୍ୱ ଦର୍ଶକଙ୍କୁ ଚୁପ୍‌ କରାଇ ଦେଇଥିଲା ପ୍ୟାଟ୍‌ କୁମିନ୍ସଙ୍କ ଅଷ୍ଟ୍ରେଲିଆ ଦଳ। ମାତ୍ର ଏଥର ସେପରି ହେବନି ବୋଲି ଆଶା ରଖିଛନ୍ତି ଭାରତୀୟ ପ୍ରଶଂସକ। ଏଥର ଭାରତ ବିଶ୍ୱକପ ଚାମ୍ପିୟନ ହେଲେ ତାହା ହେବ କୋଚ୍‌ ରାହୁଲ ଡ୍ରାଭିଡଙ୍କ ପାଇଁ ଉପଯୁକ୍ତ ବିଦାୟୀ ଭେଟି। କାରଣ ବିଶ୍ୱକପ ପରେ ଡ୍ରାଭିଡଙ୍କ କାର୍ଯ୍ୟକାଳ ଶେଷ ହେଉଛି। ୨୦୦୭ ଦିନିକିଆ ବିଶ୍ୱକପରେ ଡ୍ରାଭିଡଙ୍କ ନେତୃତ୍ୱରେ ଖେଳିଥିବା ଭାରତୀୟ ଦଳ ଏହି କାରିବିୟନ ମାଟିରେ ଗ୍ରୁପ୍‌ ପର୍ଯ୍ୟାୟରୁ ବିଦାୟ ନେଇଥିଲା। ଏଥର କୋଚ୍‌ ଭାବେ ସେହି ମାଟିରେ ଚାମ୍ପିୟନ ହେବା ମଧ୍ୟ ହେବ ଡ୍ରାଭିଡଙ୍କ ପାଇଁ ବଡ଼ ଉପଲବ୍ଧି।
ଦୀର୍ଘ ୧୦ ବର୍ଷ ବ୍ୟବଧାନରେ ଭାରତ ଟି୨୦ ବିଶ୍ୱକପ ଖେଳିବାକୁ ଯାଉଛି। ଶେଷଥର ପାଇଁ ଭାରତୀୟ ଦଳ ୨୦୧୪ ବିଶ୍ୱକପ ଫାଇନାଲ ଖେଳି ଶ୍ରୀଲଙ୍କାଠାରୁ ପରାଜିତ ହୋଇଥିଲା। ଏଥର ପିଚ୍‌ ଓ ପରିବେଶକୁ ଦୃଷ୍ଟିରେ ରଖି ଟିମ୍‌ ମ୍ୟାନେଜମେଣ୍ଟ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି। ନ୍ୟୁୟର୍କ ପିଚ୍‌ରେ ଭାରତ ୩ ପେସ୍‌ ବୋଲରଙ୍କୁ ନେଇ ଖେଳିଥିଲା। ମାତ୍ର କାରିବିୟନ ମାଟିରେ ପିଚ୍‌ ସ୍ପିନ୍‌ ଫ୍ରେଣ୍ଡଲୀ ଥିବାରୁ କୁଲଦୀପ ଯାଦବଙ୍କୁ ରଣନୀତିରେ ସାମିଲ କରାଯାଇଛି। ଭାରତ ଏହାର ଓ୍ବିନିଂ କମ୍ବିନେଶନରେ ପରିବର୍ତ୍ତନ କରିବା ସମ୍ଭାବନା କମ୍‌। ତେବେ ଏହାର ଦୁଇ ମୁଖ୍ୟ ଖେଳାଳି ଆଗାମୀ ମୁକାବିଲାରେ ମ୍ୟାଚ ବିଜୟୀ ଇନିଂସ ଖେଳିବା ଆବଶ୍ୟକ ହେଉଛି। ସୁପରଷ୍ଟାର ବିରାଟ କୋହଲି ତାଙ୍କର ଆଇପିଏଲ୍‌ ପ୍ରଦର୍ଶନକୁ ଏଠାରେ ଦୋହରାଇ ପାରିନାହାନ୍ତି। ଫଳରେ ସେ ବୋଲରଙ୍କ ବିପକ୍ଷରେ ଆଧିପତ୍ୟ ବିସ୍ତାର କରିପାରି ନାହାନ୍ତି। କୋହଲିଙ୍କ ପାଇଁ ଏହା ଶେଷ ଟି୨୦ ବିଶ୍ୱକପ ବୋଲି ବିବେଚନା କରାଯାଉଛି। ତାଙ୍କ ପ୍ରତି ସମର୍ଥନ ଜାହିର କରିଛନ୍ତି ଅଧିନାୟକ ରୋହିତ ଶର୍ମା। ”କୋହଲି ଫାଇନାଲ ପାଇଁ ଶକ୍ତି ସଞ୍ଚୟ କରି ରଖିଛନ୍ତି“ ବୋଲି ସେ ପ୍ରକାଶ କରିଛନ୍ତି। ଶିବମ୍‌ ଦୁବେ ମଧ୍ୟ ଚଳିତ ଟୁର୍ନାମେଣ୍ଟରେ ଫେଲ୍‌ ମାରିଛନ୍ତି। ସ୍ପିନରଙ୍କୁ ଖେଳିବାରେ ସିଦ୍ଧହସ୍ତ ବିବେଚିତ ହେଉଥିବା ଦୁବେ ଆଗାମୀ ମ୍ୟାଚରେ କେଶବ ମହାରାଜ ଓ ଟାବ୍ରାଇଜ୍‌ ଶାମ୍‌ସିଙ୍କ ବିପକ୍ଷରେ ଆଧିପତ୍ୟ ଜାହିର କରିବେ ବୋଲି ଆଶା ରହିଛି।
ଭାରତ ତୁଳନାରେ ଦକ୍ଷିଣ ଆଫ୍ରିକା ଫାଇନାଲ ପୂର୍ବରୁ ଅଧିକ ବିଶ୍ରାମ ପାଇଛି। ତେଣୁ ଦଳ ଶୁକ୍ରବାର ଅଭ୍ୟାସ କରିଛି। ଏହା ପୂର୍ବରୁ ଦଳର କେବେହେଲେ ବିଶ୍ୱକପ ଫାଇନାଲ ଖେଳିବାର ଅଭିଜ୍ଞତା ନାହିଁ। ତେବେ ତ୍ରିନିଦାଦରେ ଆଫଗାନିସ୍ତାନ ବିପକ୍ଷରେ ସହଜ ବିଜୟ ପରେ ଖେଳାଳିଙ୍କର ଟ୍ରଫି ଜିତିବା ଆଶା ବଢ଼ିଯାଇଛି। କ୍ୱିଣ୍ଟନ ଡିକକ୍‌, ରିଜା ହେଣ୍ଡ୍ରିକ୍ସ, ଅଧିନାୟକ ଏଡେନ ମାରକ୍ରମ ଓ ହେନରିଚ୍‌ କ୍ଲାସେନଙ୍କ ବ୍ୟାଟିଂ ଉପରେ ଦଳ ଅନେକ ନିର୍ଭର କରିବ। ଏହାର ପେସ୍‌ ଆକ୍ରମଣ ବେଶ୍‌ ଶାଣିତ। ମାତ୍ର ସ୍ପିନରମାନେ କିପରି ପ୍ରଭାବୀ ରହୁଛନ୍ତି ତାହା ଦେଖିବାକୁ ବାକି ରହିଛି। ଶନିବାର ବର୍ଷା ହେବାର ବହୁତ ସମ୍ଭାବନା ରହିଛି। ମାତ୍ର ଫାଇନାଲ ପାଇଁ ଗୋଟିଏ ରିଜର୍ଭ ଦିବସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇ ଜିଲାପାଳ କହିଲେ…

ଧର୍ମଶାଳା,୩୧ା୧୨(ଶିବ ପ୍ରସାଦ ମହାନ୍ତି): ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ...

Nimesulide Ban: ପେନ୍ କିଲର ଖାଉଥିଲେ ସାବଧାନ! ଏହି ଔଷଧକୁ ବ୍ୟାନ କଲେ ସରକାର

ନୂଆଦିଲ୍ଲୀ,୩୧।୧୨:  କେନ୍ଦ୍ର ସରକାର ଯନ୍ତ୍ରଣା ନିବାରକ ଔଷଧ ନିମେସୁଲାଇଡ୍ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ୧୦୦ ମିଗ୍ରାରୁ ଅଧିକ ଧାରଣ...

ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା: ପଲ୍ୟୁସନ ଅବଧି ବଢ଼ାଇ କହିଲେ…

ଭୁବନେଶ୍ୱର,୩୧ା୧୨: ପରିବହନ ମନ୍ତ୍ରୀ ପଲ୍ୟୁସନ ସାର୍ଟିଫିକେଟ୍‌ ଅବଧିକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଏହି ଅବଧି ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri