ରାତ୍ରିକାଳୀନ କ୍ରିକେଟ ଟୁର୍ନାମେଣ୍ଟ: ବେଲଖଣ୍ଡି ଦଳ ଚାମ୍ପିୟନ

କର୍ଲାମୁଣ୍ଡା:୪/୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ପଞ୍ଚାୟତ ଅନ୍ତର୍ଗତ ଗାନ୍ଧିନଗର ପଡାଠାରେ ଗାନ୍ଧିନଗର କ୍ରିକେଟ କମିଟି ପକ୍ଷରୁ ୨ ଦିନଧରି ରାତ୍ରି କାଳୀନ କ୍ରିକେଟ ଟୁର୍ନାମେଣ୍ଟ ଆୟୋଜିତ ହୋଇଯାଇଛି l ଏହି ଟୁର୍ନାମେଣ୍ଟରେ କଳାହାଣ୍ଡି ଓ ବଲାଙ୍ଗୀର ଜିଲାର ୧୬ଟି ଦଳ ଅଂଶଗ୍ରହଣ କରିଥିଲେ l ଉଦଘାଟନୀ ଉତ୍ସବରେ ରିଷିଡା ସରପଞ୍ଚ ସେବତୀ ରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟୁର୍ନାମେଣ୍ଟର ଉଦଘାଟନ କରିଥିଲେ l ଫାଇନାଲ ମ୍ୟାଚ ବେଲଖଣ୍ଡି ଓ ଆୟୋଜକ ଜେଏନସିସି ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜେଏନସିସି ଦଳକୁ ପରାସ୍ତ କରି ବେଲଖଣ୍ଡି ଦଳ ଚାମ୍ପିୟନ ହୋଇଥିଲା। ବିଜୟୀ ଓ ଉପ ବିଜୟୀ ଦଳକୁ ନଗଦ ରାଶି ସହ ଟ୍ରଫି ପ୍ରଦାନ କରଯାଇଥିଲା।

ଏହି ଅବସରରେ ମୁଖ୍ୟଅତିଥି ଭାବେ ଯୁବଉଦ୍ୟୋଗପତି ସୁନୀଲ କୁମାର କେଡ଼ିଆ,ସମ୍ମାନିତ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ କମ୍ବୁପାଣି ସାହୁ, କର୍ଲାମୁଣ୍ଡା ସାମ୍ବାଦିକ ସଂଘ ସଭାପତି ନରୋତ୍ତମ ସେଲମା, ଉପସଭାପତି ସତ୍ୟନାରାୟଣ କୁମାର, ଶିକ୍ଷକ ମିନିକେତନ ସୁନା, ସମାଜସେବୀ ଗଭୀର ସୁନା, ସିଦ୍ଧାର୍ଥ କୁମାର, ମିନୁ ଚନ୍ଦ୍ର ସୁନା, ପରୀକ୍ଷିତ ସିକଚାନ୍ଦ ପ୍ରମୁଖ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ବେଲଖଣ୍ଡି ଦଳର ବବଲୁ ମ୍ୟାନ ଅଫ ଦ ମ୍ୟାଚ ଓ ଜେଏନସିସି ଦଳର ସୁରଥ କୁମାର ମ୍ୟାନ ଅଫ ଦ ସିରିଜ ପାଇଥିଲେ l ଫାଇନାଲ ମ୍ୟାଚରେ ଅଜୟ କୁମାର ଓ ବିନାୟକ ସୁନା ଅମ୍ପାୟାର ଦାୟିତ୍ୱ ତୁଲାଇଥିବାବେଳେ ସ୍କୋରବୋର୍ଡ ଆଶିଷ କୁମାର ବାଗ ଓ ଖେଳର ଧାରାବିବରଣୀ ସହିତ ମ୍ୟାଚର ଲାଇଭ ହିମାଂଶୁ ଦୀପ ପ୍ରଦାନ କରୁଥିଲେ l

ଟୁର୍ନାମେଣ୍ଟ ଆୟୋଜନ କମିଟିର ବିନୋଦ କୁମାର, ପପୁ କୁମାର, ପ୍ରବୀଣ କୁମାର, ଅଶ୍ୱିନୀ ସୁନା, ରାକେଶ କୁମାର, ଶିବୁ କୁମାର,ଅଜୟ କୁମାର, ବୁଲୁ ସୁନା ,ସମ୍ବିତ ସୁନା, ପ୍ରିତମ ନାଏକ, ପ୍ରିୟବ୍ରତ ସୁନା, ଚିନ୍ମୟ ସୁନା,ଆକାଶ କୁମାର ଚୁନୁ, ମୁନୁ, ଶ୍ରୀତମ, ବାବୁରା, ନୀତେଶ ସମେତ ଗାନ୍ଧୀନଗର ପଡା ଗ୍ରାମବାସୀ ସହଯୋଗ କରିଥିଲେ l

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

ପୋଷଣ ସହ ବଢ଼ିବ ମନୋବଳ: ଗୁଡ଼ାରିରେ ଯକ୍ଷ୍ମା ଆକ୍ରାନ୍ତଙ୍କୁ ପୋଷଣ ଖାଦ୍ୟ ବାସ୍କେଟ ବଣ୍ଟନ, ଏମ୍‌ସିଏଲ୍‌ର ପ୍ରଶଂସନୀୟ…

ଗୁଡ଼ାରି, ୨୨।୯(ପ୍ରମୋଦ କୁମାର ପତି): ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଗୁଡ଼ାରି ବ୍ଲକରେ ଚିହ୍ନଟ ହୋଇଥିବା ୫୧…

ହାଟଡିହୀର ଦୀପ୍ତିମୟୀଙ୍କୁ ବଡ଼ ଦାୟିତ୍ୱ: କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି; ଛୁଟୁଛି ଶୁଭେଚ୍ଛାର…

ହାଟଡିହୀ,୨୨।୯(ଶୁଭକାନ୍ତ ନାୟକ): ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି ଭାବେ ହାଟଡିହୀ ବ୍ଲକ ବଞ୍ଚୋ ଗ୍ରାମର ଦୀପ୍ତିମୟୀ ଖୁଣ୍ଟିଆଙ୍କୁ ମନୋନୀତ କରାଯାଇଛି। ଭାଜପା…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଆଉ ନାହାନ୍ତି ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଡ. ଗୋପବନ୍ଧୁ ବେହେରା: କଳାହାଣ୍ଡିରେ ଶୋକର ଛାୟା

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଜଣେ ଅଗ୍ରଣୀ ଶିକ୍ଷାବିତ୍, ଆଦର୍ଶ ମାର୍ଗଦର୍ଶକ ତଥା ବିଶିଷ୍ଟ ରସାୟନ ବିଜ୍ଞାନ ପ୍ରଫେସର ଡକ୍ଟର ଗୋପବନ୍ଧୁ ବେହେରାଙ୍କର ୮୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?