ମହାନଦୀରେ ଉଚ୍ଚ ଜୁଆର, ବିପଦରେ ମତ୍ସ୍ୟଜୀବୀଙ୍କ ହୁଲିଡଙ୍ଗା, ଆଶଙ୍କାରେ…

ମହାକାଳପଡ଼ା, ୭ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳର ମତ୍ସ୍ୟଜୀବୀମାନେ ନିଜ ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ ମହାନଦୀରୁ ମାଛ ମାରି ଜୀବିକା ନିର୍ବାହ କରନ୍ତି। କିନ୍ତୁ ମାର୍ଚ୍ଚରୁ ମେ’ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବ ଯୋଗୁ ମାଛଧରିବାକୁ ଯାଉଥିବା ହୁଲିଡଙ୍ଗା ବିପଦର କାରଣ ସାଜିଛି ।
ବିଶେଷ କରି ଏହି ସମୟରେ କାଳବୈଶାଖୀ ପ୍ରଭାବ ଓ ପୂର୍ଣ୍ଣିମା ତିଥିରେ ସାମୁଦ୍ରିକ ଜୁଆର ଉଚ୍ଚ ଢେଉ ପାରମ୍ପରିକ ସମସ୍ୟାକୁ ଦ୍ୱିଗୁଣିତ କରୁଛି। କାରଣ ମତ୍ସ୍ୟଜୀବୀମାନେ ସକାଳୁ ରାତି ପର୍ଯ୍ୟନ୍ତ ମହାନଦୀରେ ଜାଲ ବସାଇ ମାଛ ମାରନ୍ତି।
ବିଶେଷ କରି ଖଇଙ୍ଗା, ଭେକ୍ଟି, ଖାସୁଲି, ଡେମା, ଅଳତା ପୋଟେଇ, ହରକୁରା, ଖୁରାଣ୍ଟ, କୋକଲ, ଚାଁଆରା ଓ ଚିଙ୍ଗୁଡ଼ି ଆଦି ବିଭିନ୍ନ କିସମର ମାଛ ଧରି ନିକଟ ହାଟ ବଜାର ଓ ପାରାଦୀପ ବଡ ବଡ ଫିସେରିରେ ବିକ୍ରି କରି ବେଶ୍‌ ଦୁଇ ପଇସା ରୋଜଗାର କରନ୍ତି ବୋଲି ଟୁକୁନା ବେହେରା, ଭାବଗ୍ରାହୀ ବେହେରା, ଖଗେଶ୍ୱର ବେହେରା ଓ ବିଘ୍ନେଶ୍ୱର ଦାସ ପ୍ରମୁଖ ମତବ୍ୟକ୍ତ କରିଛନ୍ତି।

ଅପରପକ୍ଷରେ ପଣାସଂକ୍ରାନ୍ତିଠାରୁ ସନ୍ଧ୍ୟା ସମୟରେ କାଳବୈଶାଖୀ ମାଡ଼ିଆସୁଛି। ଫଳରେ ଛୋଟ ଛୋଟ ହୁଲିଡଙ୍ଗାଗୁଡ଼ିକ ମହାନଦୀରେ ଉଚ୍ଚ ଜୁଆର ଓ କାଳବୈଶାଖୀ ପବନ ଢେଉରେ ଅଘଟଣ ଆଶଙ୍କା ରହିଛି। ଫଳରେ ବାଧ୍ୟ ହୋଇ ଛୋଟ ଛୋଟ ହୁଲିଡଙ୍ଗାଗୁଡ଼ିକ ମହାନଦୀ କୂଳରେ ବାନ୍ଧିବାକୁ ପଡ଼ୁଛି ବୋଲି କହିଛନ୍ତି। ଆସନ୍ତା ୧ ମାସ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବଙ୍ଗୋପସାଗର ଉପକୂଳ ଅଞ୍ଚଳରେ ପ୍ରବେଶ କରିବା ଓ ବନ୍ୟା ଜଳରେ ସମୁଦ୍ର ସଂଲଗ୍ନ ମୁହାଣ ମହାନଦୀରେ ଇଲିଶ ପଡ଼ିବା ସହିତ ବେଶ୍‌ ଦୁଇ ପଇସା ରୋଜଗାର ହେବ ବୋଲି କୁହାଯାଉଛି। ମତ୍ସ୍ୟଜୀବୀମାନଙ୍କ କହିବା କଥା ସପ୍ତାହ ପୂର୍ବେ ସନ୍ଧ୍ୟା ସମୟରେ ଏକ ବଡ ଧରଣର କାଳବୈଶାଖୀ ଓ ସାମୁଦ୍ରିକ ଉଚ୍ଚ ତରଙ୍ଗ ପ୍ରଭାବ ଯୋଗୁ କୂଳରେ ବହୁ ସଂଖ୍ୟାରେ ହୁଲିଡଙ୍ଗା ବନ୍ଧାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପଡିକଲଙ୍କ ଶତକ, ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ୩୫୭/୬

କଲମ୍ବୋ,୮ା୮: ଶ୍ରୀଲଙ୍କା ଏକାଦଶ ବିପକ୍ଷରେ ଚାଲିଥିବା ଓ୍ବାର୍ମଅପ୍‌ ମ୍ୟାଚ୍‌ର ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଦେବଦତ୍ତ ପଡିକଲଙ୍କ ଅପରାଜିତ ଶତକ ବଳରେ ଭାରତ ୬ ଉଇକେଟ ହରାଇ…

Mettle Meet 2026: ସିନିୟର୍ ଫାଇନାଲ୍‌ରେ ୮ ଟିମ୍‌, ଆସନ୍ତାକାଲି ବଡ଼ ଟକ୍କର

ଭୁବନେଶ୍ୱର,୮ା୮: ତୀବ୍ର ଓ ରୋମାଞ୍ଚକର ପ୍ରିଲିମ୍ସ ପ୍ରତିଯୋଗିତା ପରେ ‘ମେଟଲ ମିଟ୍‌-୨୦୨୬’ ଦଶମ ସଂସ୍କରଣର ସିନିୟର ଫାଇନାଲ୍‌ ପାଇଁ ଦୌଡ଼ ସଙ୍କୁଚିତ ହୋଇଛି। କଡ଼ା ଟକ୍କର ଦେଇ…

ସ୍ୱାଧୀନତା ଦିବସ ପାଇଁ ପ୍ରତିଯୋଗିତା

ଭଞ୍ଜନଗର, ୮।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଅବସରରେ ଭଞ୍ଜନଗର ଜେଲ୍ ପଡ଼ିଆରେ…

ବଜାର ଆସି ଘରକୁ ଫେରୁଥିବା ବେଳେ ବାଟରେ ଘଟିଲା ବଜ୍ରପାତ, ଆଉ ତା’ ପରେ…

ଚିକିଟ,୮ା୮(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଚିକିଟି ଫାଣ୍ଡି ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ବଡପଲଙ୍କ ଗ୍ରାମର ବିଜୟ ପ୍ରଧାନ (୪୫)ଙ୍କ ବ୍ରଜପାତରେ ମୃତ୍ୟୁ ଘଟିଛି।…

ଝରିପଦର ଡାକ୍ତରଖାନାରେ ଡାକ୍ତର ଅନୁପସ୍ଥିତ: ରୋଗୀ ସେବା ବିପର୍ଯ୍ୟସ୍ତ

ଦିଗପହଣ୍ଡି,୮|୮(ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାର ମା ଗର୍ଭରେ ଥିବା ଶିଶୁ ଠାରୁ ଆରମ୍ଭ କରି ବୁଢା ବୁଢ଼ୀଙ୍କ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା…

ଭାରତୀୟ ଖେଳାଳିଙ୍କ ବାରମ୍ବାର ଆଘାତ ପାଇଁ ବିସିସିଆଇର କାର୍ଯ୍ୟାନୁଷ୍ଠାନ, ନେଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ,୮।୮: ଭାରତୀୟ କ୍ରିକେଟ ଦଳର ଅନେକ ଖେଳାଳି ବର୍ତ୍ତମାନ ଆହତ ହୋଇଛନ୍ତି, ଯାହା ଦଳ ପରିଚାଳନାକୁ ଚିନ୍ତିତ କରିଛି। ଅଧିନାୟକ ଶୁବମନ ଗିଲ ମଧ୍ୟ ଏହି ପ୍ରସଙ୍ଗ…

ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ବଡ଼ ଝଟକା!

ଚେନ୍ନାଇ,୮।୮: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏସ. ଜୋସେଫ ବିଜୟ କେନ୍ଦ୍ରର ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଏବଂ ତାମିଲନାଡୁ ଉପରେ ଏହାର ସମ୍ଭାବ୍ୟ ପ୍ରଭାବ ବିଷୟରେ ଆଲୋଚନା କରିବା…

ତିହାଡ଼ିପାଲି ଶିବ ମନ୍ଦିର ନିକଟ ପୋଲ ଉପରେ ଚାଲିଛି ପାଣି: ଯାତାୟାତ ବାଧାପ୍ରାପ୍ତ

ଜମନକିରା, ୮।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଚଳିତ ବର୍ଷ ଅତ୍ୟଧିକ ବର୍ଷା ଯୋଗୁଁ କୁଚିଣ୍ଡା-ଲାଡ-ଫାଶିମାଲ ଭାୟା ଧୁଡ଼ିପାଲି ପିଡବ୍ଲ୍ୟୁଡି ରାସ୍ତାରେ ଗମ୍ଭୀର ସମସ୍ୟା ସୃଷ୍ଟି ହୋଇଛି। ତିହାଡ଼ିପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri