ଟ୍ରେନ୍‌ ଆଗକୁ ଆସି ଜୀବନ ହାରିଦେଲେ ଆଇଟିଆଇ ଛାତ୍ରୀ, ଟ୍ରାକ୍‌ରେ ପଡ଼ିଛି…

ବ୍ରହ୍ମପୁର,୭ା୫(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ବ୍ରହ୍ମପୁର ସରକାରୀ ରେଳବାଇ ଥାନା(ଜିଆରପି) ଅନ୍ତର୍ଗତ ଆମ୍ବପୁଆ ରେଳଫାଟକ ନିକଟରେ ଗୁରୁବାର ଜଣେ ଆଇଟିଆଇ ଛାତ୍ରୀ ଟ୍ରେନ୍‌ ଆଗକୁ ଆସି ଜୀବନ ହାରିଛନ୍ତି। ସେ ହେଲେ ଧରାକୋଟ ବ୍ଲକ ଶେରଗଡ଼ ଥାନା ଅନ୍ତର୍ଗତ ମାଛକୋଟ ଗ୍ରାମର ସୁନୀଲ ଗୌଡ଼ଙ୍କ ଝିଅ ଅର୍ଚ୍ଚିତା(୧୭)। ମୃତଦେହ ନିକଟରୁ ପୋଲିସ ଛାତ୍ରୀଙ୍କ ମାଟ୍ରିକ ସାର୍ଟିଫିକେଟ, ଯୁକ୍ତ୨ ସାର୍ଟିଫିକେଟ, ବ୍ୟାଙ୍କ ପାସ୍‌ବୁକ୍‌, ସ୍ବାସ୍ଥ୍ୟବୀମା ପତ୍ର ଆଦି ଜବତ କରିଛି। ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ମୃତଦେହ ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅର୍ଚ୍ଚିତାଙ୍କ ମୋବାଇଲମିଳିଲେ ସେ ମୃତ୍ୟୁ ପୂର୍ବରୁ କାହା ସହିତ କ’ଣ କଥା ହୋଇଥିଲେ ତାହା ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।

ଅର୍ଚ୍ଚିତା ବ୍ରହ୍ମପୁର ଆଇଟିଆଇର ଦ୍ୱିତୀୟ ବର୍ଷ ଛାତ୍ରୀ ଥିଲେ। ସେ ହଷ୍ଟେଲରେ ରହୁଥିଲେ। ୨ ଦିନ ପୂର୍ବେ ଛତ୍ରପୁର ନିକଟ ସୁନ୍ଦରପୁରରେ ରହୁଥିବା ତାଙ୍କ ସାଙ୍ଗ ଘରକୁ ଯାଇଥିଲେ। ତେବେ ସେଠାରୁ ସେ ହଷ୍ଟେଲ ଫେରିଥିଲେ କି ନାହିଁ, ରେଳଧାରଣାକୁ କିପରି ଆସିଥିଲେ ସେ ଦିଗରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଛାତ୍ରୀ ଜଣଙ୍କ ତାମିଲନାଡୁ ତିରୁଚିନାପଲିରୁ ପଶ୍ଚିମବଙ୍ଗ ଯାଉଥିବା ଅମୃତ ଭାରତ ଟ୍ରେନ୍‌ ଆଗକୁ ଆସି ଆତ୍ମହତ୍ୟା କରିଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି। ଏ ନେଇ କେସ୍‌ ନଂ. ୩୨/୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନ: ସମସ୍ତ ୧୫ ଆସନ ପୋଛିନେଲା ବିଜେଡି

ବରଗଡ଼,୮।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନରେ ବିଜେଡି ବାଜିମାତ କରିଛି। ଜିଲା ଯୋଜନା କମିଟିର ସମସ୍ତ ୧୫ଟି ଆସନକୁ ବିଜେଡି ପୋଛି ନେଇଛି…

ତାମିଲନାଡୁରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

କର୍ଲାମୁଣ୍ଡା,୮ା୮(ପ୍ରଦୀପ କୁମାର ସାହୁ): ଦାଦନ ଖଟିବାକୁ ଯାଇଥିବା ଜଣେ ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟିଛି। ସେ ହେଲେ କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଅବୁଜବାହାଲ ଗ୍ରାମର ସୀମାଞ୍ଚଳ…

ବସଷ୍ଟାଣ୍ଡ ନାହିଁ, ରାଜପଥରେ ‘ଆମ ବସ’ ପାର୍କିଂ ଯୋଗୁ ବଢୁଛି ଟ୍ରାଫିକ ସମସ୍ୟା

ହାଟଡିହୀ/ଛେନାପଦୀ,୮।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ସ୍ଥାୟୀ ବସ ଷ୍ଟାଣ୍ଡ ନାହିଁ କି ପାର୍କିଂ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ନାହିଁ, ଯାହାଫଳରେ ବାଧ୍ୟ ହୋଇ…

ଫୁଟବଲ ପ୍ରତିଯୋଗିତା: ସୋନପୁରକୁ ହରାଇ ଫାଇନାଲରେ ଜିଏମ୍‌ୟୁ ସମ୍ବଲପୁର

ଅତାବିରା, ୮ା୮(ଯୁଧିଷ୍ଠିର ମହାପାତ୍ର): ଅତାବିରା ବାଳକ ହାଇସ୍କୁଲ ପଡ଼ିଆରେ ଦୁଇଦିନିଆ ଫୁଟବଲ ପ୍ରତିଯୋଗିତା ଶନିବାର ଉଦ୍‌ଘାଟିତ ହୋଇଯାଇଛି l ଅତାବିରା ଫୁଟବଲ ଟିମ୍‌ ପକ୍ଷରୁ ଆୟୋଜିତ ଏହି…

ଚୁଲି ନିକଟରେ ବସି ନିଆଁ ପୋଉଁଥିଲେ, ଭାଙ୍ଗି ପଡ଼ିଲା କାନ୍ଥ: ଚାଲିଗଲା ବୃଦ୍ଧଙ୍କ ଜୀବନ

ପାଟଣା ,୮।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଅନ୍ତର୍ଗତ ଖୁଣ୍ଟାପଡ଼ା ପଞ୍ଚାୟତ ଖୁଣ୍ଟାପଡ଼ା ଗ୍ରାମର ଢିପା ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ରୋଷେଇ…

ସମୁଦ୍ରରେ ଗାଧୋଇ ଶ୍ୱେତଗଙ୍ଗାକୁ ଯାଇଥିଲେ, ଗୋଡ଼ ଖସିଯିବାରୁ ବୁଡ଼ିଯାଇ ଚାଲିଗଲା ଯୁବକଙ୍କ ଜୀବନ

ପୁରୀ, ୮।୮(ଅଜିତ୍‌ କୁମାର ମହାନ୍ତି): ପୁରୀର ପଞ୍ଚ ପୁଷ୍କରିଣୀ ମଧ୍ୟରେ ଅନ୍ୟତମ ପବିତ୍ର ତୀର୍ଥ ପୁଷ୍କରିଣୀ ଶ୍ୱେତଗଙ୍ଗାରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁଷ୍କରିଣୀରେ…

ବନ୍ୟଜନ୍ତୁ ପ୍ରେମୀଙ୍କ ଲାଗି ଖୁସି ଖବର: ଜନ୍ମ ହେଲା ହାତୀ ଛୁଆ

କେନ୍ଦୁଝର,୮।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ପାଟନା ବନାଞ୍ଚଳରେ ଏକ ମା’ ହାତୀ ଛୁଆ ହାତୀକୁ ଜନ୍ମ ଦେଇଥିବା…

ନିଖୋଜ ଥିଲେ ମହିଳା, ଚାଷ ଜମିରୁ ଉଦ୍ଧାର ହେଲା ଗଳିତ ମୃତଦେହ: ପରିବାରରେ…

କୋକସରା, ୮।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼କେନ୍ଦୁଗୁଡ଼ା ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ମଙ୍ଗଳବାରଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri