ସୁଧୁରୁ ନାହିଁ ଚାଇନା! ଏହି ଦେଶର ନୌସେନାକୁ ଛୁରି, କୁରାଢି, ହାତୁଡିରେ କଲା ଆକ୍ରମଣ

ବେଜିଂ,୨୩।୬: ଫିଲିପାଇନ୍ସର ରାଷ୍ଟ୍ରପତି ରବିବାର କହିଛନ୍ତି ଯେ ତାଙ୍କ ଦେଶ କୌଣସି ବିଦେଶୀ ଶକ୍ତି ଆଗରେ ନଇଁବ ନାହିଁ କିମ୍ବା ଯୁଦ୍ଧ ଆରମ୍ଭ କରିବ ନାହିଁ। ଦକ୍ଷିଣ ଚାଇନା ସାଗରରେ ଚାଇନା ସେନା ଏବଂ ଫିଲିପାଇନ୍ସର ନୌସେନା ମଧ୍ୟରେ ସଂଘର୍ଷ ପରେ ତାଙ୍କ ବିବୃତ୍ତି ସାମ୍ନାକୁ ଆସିଛି। ତେବେ ଚାଇନା ଫିଲିପାଇନ୍ସ ନୌସେନାର ଦୁଇଟି ବୋଟକୁ ଛୁରୀ, କୁରାଢିି ଏବଂ ହାତୁଡ଼ିରେ ଆକ୍ରମଣ ନଷ୍ଟ କରି ଦେଇଥିବା କୁହାଯାଇଛି।

ରାଷ୍ଟ୍ରପତି ଫର୍ଡିନାଣ୍ଡ ମାର୍କୋସ ଜୁନିୟର ତାଙ୍କର ମୁଖ୍ୟ ଜେନରାଲ ଓ ପ୍ରତିରକ୍ଷା ମୁଖ୍ୟଙ୍କ ସହ ପଶ୍ଚିମ ଦ୍ୱୀପ ଅଞ୍ଚଳର ପଲାଓ୍ବନ ଉନ ନୌସେନା କର୍ମୀଙ୍କୁ ଭେଟିବା ଓ ସେମାନଙ୍କୁ ପଦକ ପ୍ରଦାନ କରିବାକୁ ପହଞ୍ଚିଥିଲେ। ସେତେବେଳେ ଏହି ଘଟଣା ଘଟିଥିଲା। ଭିଡିଓ ଏବଂ ଫଟୋ ସର୍ବସାଧାରଣରେ ଦର୍ଶାଯାଇଛି ଯେ ଚାଇନା ତଟରକ୍ଷୀ ବାହିନୀ ଫିଲିପାଇନ୍ସ ନୌସେନାର ଜାହାଜ ଉପରେ କାଠ ପଟା ଏବଂ ସାଇରନ ବଜାଇ ଆକ୍ରମଣ କରୁଛି। ଏଥିସହ ସେମାନେ ଏକ ବ୍ୟାଗ ଜବତ କରୁଥିବା ଦେଖାଯାଇଛି।
ଚାଇନା ସରକାର କହିଛନ୍ତି ଯେ ଫିଲିପାଇନ୍ସର ନୌସେନା ଚେତାବନୀକୁ ଅଣଦେଖା କରିଥିବାରୁ ଏହାର ତଟରକ୍ଷୀ ବାହିନୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡିବ। ଚାଇନା ଏହି ଅଞ୍ଚଳକୁ ଏହାର ଉପକୂଳ ଅଞ୍ଚଳ ବୋଲି ଦାବି କରେ, ଯଦିଓ ଫିଲିପାଇନ୍ସ ଏବଂ ଅନ୍ୟମାନେ ଏହି ଦାବିକୁ ବହୁ ପୂର୍ବରୁ ପ୍ରତ୍ୟାଖ୍ୟାନ କରିଆସୁଛନ୍ତି। ଏହାକୁ ଆମେରିକା, ୟୁରୋପୀୟ ୟୁନିଅନ, ଜାପାନ, ଅଷ୍ଟ୍ରେଲିଆ ଏବଂ ଅନ୍ୟ ପାଶ୍ଚାତ୍ୟ ଏବଂ ଏସୀୟ ଦେଶମାନେ ନିନ୍ଦା କରିଛନ୍ତି। ଏଥି ସହିତ ଚାଇନା ଏବଂ ଫିଲିପାଇନ୍ସ ଏଥିପାଇଁ ପରସ୍ପରକୁ ଦାୟୀ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri