୧୨ ସନ୍ତାନର ବାପା ହେଲେ ଏଲନ ମସ୍କ: ଖୁସି ଖବରକୁ ଲୁଚାଇ ରଖିଥିଲେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି

କାଲିଫର୍ନିଆ,୨୩।୬: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ପୁଣି ଥରେ ପିତା ହୋଇଛନ୍ତି। କିନ୍ତୁ ଏଥର ସେ ଏହି ଖୁସି ଖବରକୁ ଲୁଚାଇ ରଖିଥିଲେ। ସୂଚନା ଅନୁଯାୟୀ, ଏଲନ ମସ୍କଙ୍କ ଦ୍ୱାଦଶ ସନ୍ତାନର ମା’ ହେଉଛନ୍ତି ନ୍ୟୁରାଲିଙ୍କର ଟପ ମ୍ୟାନେଜର ଶିଭନ ଜିଲିସ। ବ୍ଲୁମବର୍ଗ ସାମ୍ବାଦିକମାନେ ଏହି ଖବରକୁ ପର୍ଦ୍ଦାଫାଶ କରିଛନ୍ତି।
ବ୍ଲୁମବର୍ଗ ଅନୁଯାୟୀ, ଏଲନ ମସ୍କ ଅତି କମରେ ୧୨ଟି ସନ୍ତାନର ପିତା। ଏହି ପିଲାମାନଙ୍କ ମଧ୍ୟରୁ ୬ ଜଣ ଗତ ପାଞ୍ଚ ବର୍ଷ ମଧ୍ୟରେ ଜନ୍ମ ହୋଇଛନ୍ତି – ତିନିଜଣ ଗାୟିକ ଗ୍ରାଇମ୍ସ ଏବଂ ତିନିଜଣ ଶିଭନ ଜିଲିସଙ୍କ ଠାରୁ ହୋଇଛି। ଏହାପରେ ଏପରି ଏକ ସନ୍ତାନ ମଧ୍ୟ ଅଛନ୍ତି ଯାହା ପୂର୍ବରୁ ଜଣା ନ ଥିଲା। ଏହି ଶିଶୁ ଚଳିତ ବର୍ଷ ଆରମ୍ଭରେ ଜନ୍ମ ହୋଇଥିଲେ । ଶିଭନ ଜିଲିସ ଏହା ଉପରେ କୌଣସି ମନ୍ତବ୍ୟ ଦେଇନାହାଁନ୍ତି ଏବଂ ଏଲନ ମସ୍କ ମଧ୍ୟ ଚୁପ୍‌ ରହିଛନ୍ତି। ଶିଶୁର ନାମ ଏବଂ ଲିଙ୍ଗ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ।
ଏଲନ ମସ୍କଙ୍କର ପୂର୍ବରୁ ଦୁଇଟି ଯାଆଁଳା ପୁଅ ଅଛନ୍ତି, ଯାହାଙ୍କ ମା’ ଶିଭନ ଜିଲିସ। ସେମାନଙ୍କର ନାମ ହେଉଛି ଅଜୁର ଏବଂ ଷ୍ଟ୍ରାଇଡର। ଏହି ଘଟଣା ପୁଣି ଥରେ ଏଲନ ମସ୍କଙ୍କ ବ୍ୟକ୍ତିଗତ ଜୀବନରେ ରହସ୍ୟ ଏବଂ ଆଲୋଚନାର ବିଷୟ ପାଲଟିଛି। ଏଲନ ମସ୍କର ଦ୍ୱାଦଶ ସନ୍ତାନ କିଏ ଏବଂ ତାଙ୍କ ନାମ କ’ଣ ଜାଣିବାକୁ ବିଶ୍ୱ ଚାହିଁ ବସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri