ପରୀକ୍ଷା ଅନିୟମିତତା: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବିକଲା କଂଗ୍ରେସ

ଭୁବନେଶ୍ୱର,୨୨।୬(ସୁନିତ୍‌ ମିଶ୍ର): ୟୁଜିସି-ନେଟ୍‌ ଓ ଏନ୍‌ଇଇଟି-ୟୁଜି ପରୀକ୍ଷାରେ ଘୋର ଅନିୟମିତତା ହୋଇଥିବା ଅଭିଯୋଗ ଆଣି ଓଡ଼ିଶା କଂଗ୍ରେସ ପକ୍ଷରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରାଯାଇଛି।  ଶୁକ୍ରବାର ପ୍ରଦେଶ କଂଗ୍ରେସ ପକ୍ଷରୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ସମ୍ପୃକ୍ତ ପରୀକ୍ଷାରେ ବ୍ୟାପକ ଅନିୟମିତତା ଓ ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ବିରୋଧକରି ଏକ ରାଲି କଂଗ୍ରେସ ଭବନରୁ ବାହାରି ମାଷ୍ଟରକ୍ୟାଣ୍ଟିନ ଛକଠାରେ ପହଞ୍ଚତ୍ବା ପରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ ଶରତ କହିଛନ୍ତି, କେନ୍ଦ୍ରରେ ଥିବା ମୋଦି ସରକାର ଛାତ୍ର ବିରୋଧୀ ସରକାର । ଗତ ବର୍ଷଗୁଡ଼ିକରେ ଅନେକ ପରୀକ୍ଷାରେ ବ୍ୟାପକ ଅନିୟମିତତା ସତ୍ତ୍ୱେ ଏହାକୁ ରୋକିବାରେ ସରକାର ଅସମର୍ଥ ହେଉଛନ୍ତି। ଏହି ଘଟଣାରେ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ତଦନ୍ତ ହେଲେ ପ୍ରକୃତ ଦୋଷୀ ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି।
କଂଗ୍ରେସ ପକ୍ଷରୁ କୁହାଯାଇଛି, କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ସରକାର ଆସିବା ପରେ ବିଭିନ୍ନ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ଓ ଅନିୟମିତତାର ଅନେକ ନଜିର ରହିଛି। ଭାଜପା ଶାସିତ ରାଜ୍ୟର ସରକାରରେ ସର୍ବାଧିକ ପ୍ରଶ୍ନପତ୍ର ପ୍ରଘଟ ହୋଇଛି। ଏହି ମଡେଲକୁ ମୋଦି ସରକାର ଆପଣାଇ ଗତ ୭ ବର୍ଷରେ ୭୦ରୁ ଊର୍ଦ୍ଧ୍ୱ ପରୀକ୍ଷାରେ ପେପର ଲିକ୍‌ ହୋଇଛି। ଏହାଦ୍ୱାରା ୨ କୋଟିରୁ ଊର୍ଦ୍ଧ୍ୱ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ଏବେ ଅନ୍ଧକାରକୁ ଠେଲିହୋଇଯାଇଛି। ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଦ୍ୱାରା ପରିଚାଳିତ ୟୁଜିସି-ନେଟ୍‌ ଜୁନ୍‌ ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଥିଲା। ପରେ ଏହି ପରୀକ୍ଷାକୁ ବାତିଲ କରାଯାଇ ସିବିଆଇ ତଦନ୍ତ ଚାଲିଛି। ଡାକ୍ତରୀ ପ୍ରବେଶିକା ପରୀକ୍ଷା ୨୦୨୪(ଏନ୍‌ଇଇଟି)ରେ ମଧ୍ୟ ସମାନଭାବେ ବ୍ୟାପକ ଅନିୟମିତତା ଯଥା: ପ୍ରଶ୍ନପତ୍ର ଲିକ୍‌ ହେବା ଫଳରେ ୨୪ ଲକ୍ଷରୁ ଊର୍ଦ୍ଧ୍ୱ ପରୀକ୍ଷାର୍ଥୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଏବେ ଅନ୍ଧକାରରେ। ଏହି ପରୀକ୍ଷାରେ ୬୭ ଜଣ ଟପ୍ପର ହେବା, ଗୋଟିଏ ସେଣ୍ଟରରୁ ଏକାଧିକ ଟପ୍ପର, ଗ୍ରେସ୍‌ ମାର୍କ ଦେବା ଇତ୍ୟାଦି ବ୍ୟାପକ ଅନିୟମିତତାର ଜ୍ୱଳନ୍ତ ଉଦାହରଣ। ବର୍ଷ ବର୍ଷ ଧରି କଠିନ ପରିଶ୍ରମକରି ଡାକ୍ତର ହେବା ପାଇଁ ଆଶାବାନ୍ଧିଥିବା ଛାତ୍ରୀଛାତ୍ରମାନଙ୍କୁ ମୋଦି ସରକାର ନିରାଶ କରିଛି। ଏନ୍‌ଟିଏର କାର୍ଯ୍ୟକାରିତା ବର୍ତ୍ତମାନ ସନ୍ଦେହ ଘେରରେ ରହିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୩ ବର୍ଷ ଧରି ଶିକ୍ଷା ବିଭାଗ ଦାୟିତ୍ୱରେ କାର୍ଯ୍ୟ କରୁଥିବା ବେଳେ ପେପର ଲିକ୍‌କୁ ରୋକିବା ଦିଗରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହି ଘଟଣାରେ ପାଟନା ପୋଲିସ ୭ ଜଣକୁ ଗିରଫ କରିଛି । ତନ୍ମଧ୍ୟରୁ ୪ ଜଣ ପରୀକ୍ଷାର୍ଥୀ। ସେମାନେ ଆଗୁଆ ପ୍ରଶ୍ନପତ୍ର ପାଇବା ପୋଲିସ ଆଗରେ ସ୍ବୀକାର ମଧ୍ୟ କରିଛନ୍ତି। ପୂର୍ବରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରଶ୍ନପତ୍ର ଲିକ୍‌ ହୋଇନାହିଁ ବୋଲି ଯେଉଁ ବାହୁସ୍ଫୋଟ ମାରୁଥିଲେ ବର୍ତ୍ତମାନ ସର୍ବସମ୍ମୁଖରେ କ୍ଷମା ପ୍ରାର୍ଥନା କରିବା ସହ ନିଜର ନୈତିକତା ଆଧାରରେ କଂଗ୍ରେସ ତାଙ୍କର ଇସ୍ତଫା ଦାବି କରିଛି।

Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri