ରାଜଧାନୀରେ ମାତିଲେ ସାଇବର ଠକ : ଗୋଟିଏ ଦିନରେ ୩ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ

ଭୁବନେଶ୍ୱର,୧୯।୮(ବ୍ୟୁରୋ) : ରାଜଧାନୀରେ ମାତିଛନ୍ତି ସାଇବର ଠକ। ସେମାନେ ବିଭିନ୍ନ ଆପ୍ଲିକେଶନ୍‌ଠାରୁ ଆରମ୍ଭ କରି ସୋସିଆଲ ନେଟ୍‌ଓ୍ବର୍କରେ ନକଲି ସାଇଟ୍‌ ଖୋଲି କୌଶଳରେ ଲୋକଙ୍କଠାରୁ ଅର୍ଥ ଲୁଟୁଛନ୍ତି। ଗୋଟିଏ ଦିନରେ ୩ଜଣ ଏପରି ଠକେଇର ଶିକାର ହୋଇଛନ୍ତି। ସେମାନଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରୁ ଟଙ୍କା ଚଳୁ କରିଛନ୍ତି ସାଇବର ଠକ। ପଳାଶୁଣୀରେ ରହୁଥିବା ପ୍ରଶାନ୍ତ ଦାସଙ୍କଠାରୁ ଗୁଗୁଲ ପେ ମାଧ୍ୟମରେ ଦେଢ ଲକ୍ଷ, ଜୟ ପ୍ରକାଶ ଗୁପ୍ତାଙ୍କଠାରୁ ୮୦ହଜାର ଓ ନିବାସ ନାମକ ଜଣେ ବ୍ୟକ୍ତିଙ୍କଠାରୁ ୭୦ହଜାର ଟଙ୍କା ଚଳୁ ହୋଇଥିବା ମଞ୍ଚେଶ୍ୱର ଥାନାରେ ଅଭିଯୋଗ ହୋଇଛି। ତେବେ ମଞ୍ଚେଶ୍ୱର ଥାନା ପକ୍ଷରୁ ସେମାନଙ୍କୁ କଟକ ସାଇବର ଥାନାକୁ ପଠାଇ ଦେଇଥିବା ଜଣାପଡିଛି। ଅଭିଯୋଗ ଅନୁଯାୟୀ, ପଳାଶୁଣୀରେ ରହୁଥିବା ପ୍ରଶାନ୍ତ ଜଣେ ସାଙ୍ଗକୁ ୫ ହଜାର ଟଙ୍କା ଧାର ଆକାରରେ ଗୁଗୁଲ ପେ’ ମାଧ୍ୟମରେ ଦେଇଥିଲେ। ହେଲେ ଟଙ୍କା ସାଙ୍ଗଙ୍କ ଆକାଉଣ୍ଟକୁ ଯାଇ ନ ଥିଲା। ଫଳରେ ପ୍ରଶାନ୍ତ ଗୁଗୁଲ ପେ’ର କଷ୍ଟମର କେୟାର ଟୋଲ୍‌ ଫ୍ରି ନମ୍ବର ସର୍ଚ୍ଚ କରିଥିଲେ। ହେଲେ ସାଇବର ଠକମାନେ ଖୋଲିଥିବା ନକଲି ସାଇଟ୍‌ର ଫୋନ୍‌ ନମ୍ବର ତାଙ୍କ ନଜରକୁ ଆସିଥିଲା। ପ୍ରଶାନ୍ତ ଉକ୍ତ ନମ୍ବରରେ କଲ୍‌ କରିବା ପରେ ଟଙ୍କା ଶୀଘ୍ର ଫେରିପାଇବେ ବୋଲି କେହି କହିବା ସହ କେତେକ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଶେଷ ପରାମର୍ଶ ଅନୁସାରେ ପ୍ରଶାନ୍ତ ଆକାଉଣ୍ଟ ଚେକ କରିବା ସମୟରେ ଏକ ୟୁପିଆଇ ଆଇଡିର କୋଡ୍‌ ଦେବାକୁ କୁହାଯାଇଥିଲା। ପ୍ରଶାନ୍ତ ଉକ୍ତ କୋଡ୍‌ ଦେବା ପରେ ତାଙ୍କ ଆକାଉଣ୍ଟରୁ ୧.୫ଲକ୍ଷ ଟଙ୍କା ଉଠାଣ ହୋଇଥିଲା। ଏହାପରେ ଉକ୍ତ ଫୋନ୍‌ ନମ୍ବରରୁ କଲ୍‌ କରିଥିଲେ ମଧ୍ୟ ଆଉ କେହି ଉଠାଇ ନ ଥିବା ସେ ଅଭିଯୋଗ କରିଛନ୍ତି।
ଦିନବନ୍ଧୁ ଗୁଗୁଲ ପେ’ ମାଧ୍ୟମରେ ୧୦ ହଜାର ଟଙ୍କା ଅନ୍ୟ ଜଣଙ୍କୁ ପଠାଇଥିଲେ। ହେଲେ ତାଙ୍କ ଆକାଉଣ୍ଟକୁ ଟଙ୍କା ଯାଇ ନ ଥିଲା। ସେ ମଧ୍ୟ ଗୁଗୁଲରେ କଷ୍ଟମର କେୟାର ଟୋଲଫ୍ରି ନମ୍ବର ସର୍ଚ୍ଚ କରି ସାଇବର ଠକଙ୍କ ହାବୁଡ଼ରେ ପଡିଯାଇଥିଲେ। ପ୍ରଶାନ୍ତ ଭଳି ତାଙ୍କ ଆକାଉଣ୍ଟରୁ ୬୦ ହଜାର ଟଙ୍କା କଟିଯାଇଥିଲା।
ଠକେଇର ଶିକାର ହୋଇଥିବା ଜୟପ୍ରକାଶ ଲୋନ୍‌ ପାଇଁ ଏକ ଫାଇନାନ୍ସ ସଂସ୍ଥାରେ ୬ ମାସ ହେବ ଆବେଦନ କରିଥିଲେ। କିନ୍ତୁ ଉକ୍ତ ସଂସ୍ଥା ଫେରାଇ ଦେଇଥିଲା। କିଛିଦିନ ପରେ ଜଣେ ବ୍ୟକ୍ତି ଫୋନ୍‌ କରି ଲୋନ୍‌ ନେବାକୁ ଚାହୁଁଛ ବୋଲି ଫୋନ କରି ପଚାରିଥିଲେ। ଜୟପ୍ରକାଶ ଉକ୍ତ ଫାଇନାନ୍ସ କମ୍ପାନୀର କର୍ମଚାରୀ ଭାବି ହଁ ମାରିଥିଲେ। ଏହାପରେ ଅନ୍‌ଲାଇନ୍‌ ମାଧ୍ୟମରେ ୩ଲକ୍ଷ ଟଙ୍କାର ଲୋନ୍‌ ପାଇଁ ପ୍ରଥମେ ପ୍ରୋସେସିଂ ଚାର୍ଜ ୯ହଜାର ଟଙ୍କା ନେବା ପରେ ନାନା ଆଳ ଦେଖାଇ ୮୦ହଜାର ଟଙ୍କା ଲୁଟି ନେଇଥିଲେ।
କ୍ରାଇମ୍‌ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ କୁହନ୍ତି, ଲୋକଙ୍କୁ ବାରମ୍ବାର ସଚେତନ କରାଯାଉଥିଲେ ମଧ୍ୟ ସେମାନେ ସାଇବର ଠକଙ୍କ ଶିକାର ହେଉଛନ୍ତି। ଏ ସଂକ୍ରାନ୍ତରେ ଅଭିଯୋଗ ଆସିଲେ ପ୍ରତି ଥାନା ମାମଲା ରୁଜୁ କରି ତଦନ୍ତ କରିବାକୁ ବାଧ୍ୟ। ନିକଟରେ ଡିଜିପି ଏନେଇ ସବୁ ଥାନାକୁ ଏକ ସକ୍ୟୁଲାର ଜାରି କରିଛନ୍ତି। ୧୦ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଠକେଇ ହେଲେ କଟକ ସାଇବର ଥାନାରେ ମାମଲା ହେବ। ଲୋକାଲ ଥାନା ମାମଲା ରୁଜୁ କରୁ ନ ଥିଲେ ଡିସିପିଙ୍କୁ ଜଣାଇବାକୁ ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri