ଶିଶୁଙ୍କ ଠାରେ ବେଶୀ ବ୍ୟାପୁଛି ଡିପଥେରିଆ: ଜାଣନ୍ତୁ ଟୀକା ନେବା କାହିଁକି ଜରୁରୀ

ଭୁବନେଶ୍ୱର,୧୮।୬: ରାଜ୍ୟରେ ଭୟାନକ ରୂପ ନେଲାଣି ଡିପଥେରିଆ। ରାୟଗଡ଼ା ପରେ କୋରାପୁଟ ଓ କଳାହାଣ୍ଡି ଜିଲାକୁ ମାଡ଼ିଲାଣି ଏହି ରୋଗ । ବର୍ତ୍ତମାନ ସୁଦ୍ଧା ୩ ଜିଲାରେ ୨୧ ସଂକ୍ରମିତ ଚିହ୍ନଟ ହେଲେଣି। ଏହି ରୋଗରେ ୫ ଜଣଙ୍କର ଜୀବନ ଯାଇଥିବାବେଳେ ଜଣେ ଗୁରୁତର ଅଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଏହି ରୋଗରେ ଅଧିକ ଶିଶୁ ଆକ୍ରାନ୍ତ ହେଉଛନ୍ତି।

ଡିଫଥେରିଆ ଏକ ଅତ୍ୟନ୍ତ ଗମ୍ଭୀର ଏବଂ ସଂକ୍ରାମକ ରୋଗ, ଯାହା Corynebacterium diphtheriae ପ୍ରଜାତିର ଜୀବାଣୁ ଦ୍ୱାରା ହୋଇଥାଏ। ଡିଫଥେରିଆ ପାରାଲିସିସର କାରଣ ହୋଇପାରେ। ଏହି ସଂକ୍ରମଣ ଦ୍ୱାରା ହୃଦଘାତ ହେବା ସହ ନିଶ୍ୱାସ ନେବାରେ ଅସୁବିଧା ହୋଥାଏ। କେତେକ କ୍ଷେତ୍ରରେ ଏହା ସାଂଘାତିକ ପ୍ରମାଣିତ ମଧ୍ୟ ହୋଇପାରେ। ଯେଉଁ କାରଣରୁ ସେହି ବ୍ୟକ୍ତିଙ୍କ ଜୀବନ ବି ଚାଲିଯାଇପାରେ।
ଗତବର୍ଷ ଆଫ୍ରିକୀୟ ଦେଶ ନାଇଜେରିଆରେ ଡିଫଥେରିଆ ଆକ୍ରାନ୍ତ ଦ୍ରୁତ ଗତିରେ ବ୍ୟାପିଥିଲା। ଡିସେମ୍ବର ୨୦୨୨ରୁ ୨୦୨୩ ଫେବୃଆରୀ ୧୪ ମଧ୍ୟରେ ମାତ୍ର ତିନି ମାସ ମଧ୍ୟରେ, ୨୦୦ରୁ ଅଧିକ ଡିଫଥେରିଆ ଆକ୍ରାନ୍ତ ଚିହ୍ନଟ ହୋଥିବାବେଳେ ୪୦ଜଣଙ୍କ ମୃତ୍ୟୁ ହୋଥିଲା।

ଡିଫଥେରିଆ ଚିହ୍ନଟ କରିବା ପାଇଁ ଜଣେ ବ୍ୟକ୍ତିର ଗଳା ପରୀକ୍ଷା କରାଯାଏ । ସିଡିସି ଅନୁଯାୟୀ, ଗଳାର ପଛ ଭାଗରେ ଧୂସର ପ୍ୟାଚ ଗଠନ ଡିଫଥେରିଆର ସଙ୍କେତ ଅଟେ।

ଡିଫଥେରିଆ ଏକ ଅତ୍ୟନ୍ତ ଗମ୍ଭୀର ଏବଂ ସଂକ୍ରାମକ ରୋଗ, ଯାହା Corynebacterium diphtheriae ପ୍ରଜାତିର ଜୀବାଣୁ ଦ୍ୱାରା ହୋଇଥାଏ। ଏହା ସାଧାରଣତ କୌଣସି ବ୍ୟକ୍ତିର ଶ୍ୱାସତନ୍ତ୍ର ଓ Integumentary System ପ୍ରଭାବିତ କରିଥାଏ । Integumentary System ରେ ଚର୍ମର ତିନୋଟି ସ୍ତର ଅନ୍ତର୍ଭୁକ୍ତ ଯଥା ହାଇପୋଡର୍ମିସ, ଡର୍ମିସ ଏବଂ ଏପିଡର୍ମିସ, ଗ୍ରନ୍ଥି, ନଖ ଏବଂ କେଶ। ତେବେ ଏହି ଜୀବାଣୁ ଶରୀରର ଲହିସବୁ ଅଂଶରେ ରହି ଏକ୍ସୋଟୋକ୍ସିନ ନାମକ ଏକ ବିଷାକ୍ତ ପଦାର୍ଥ ସୃଷ୍ଟି କରନ୍ତି । ଏହାପରେ ଡିଫଥେରିଆ ସଂକ୍ରମଣ ହୋଇଥାଏ। ଏହି ବିଷାକ୍ତ ପଦାର୍ଥ ହେତୁ ଶରୀରର କୋଷ ଏବଂ ଟିସୁ ନିଷ୍କ୍ରୟ ହୋଇଯାଏ।

ଏହି ବିଷାକ୍ତ ପଦାର୍ଥ ଧମନୀରେ ପ୍ରବେଶ କରି କିଡନୀ, ହୃଦୟ ଏବଂ ସ୍ନାୟୁକୁ କ୍ଷତି ପହଞ୍ଚାଏ । ଏହାଦ୍ୱାରା ହାର୍ଟର ମାଂସପେଶୀରେ ଦରଜ ଅନୁଭୂତ ହୁଏ, ଯାହାକୁ ମାୟୋକାର୍ଡାଇଟିସ କୁହାଯାଏ । ନ୍ୟୁରୋପାଥି ମଧ୍ୟ ହୋଇପାରେ, ଯେଉଁଥିରେ ସ୍ନାୟୁ ନଷ୍ଟ ହୋଇଯାଏ ଏବଂ ମାଂସପେଶୀ ଦୁର୍ବଳ, ଯନ୍ତ୍ରଣା କରିଥାଏ।

ଯଦି ଏହାକୁ ଠିକ ସମୟରେ ଚିକିତ୍ସା କରା ନ ଯାଏ, ତେବେ ୫୦ ପ୍ରତିଶତ ଲୋକଙ୍କ ପାଇଁ ଏହା ସାଂଘାତିକ ପ୍ରମାଣିତ ହୋଇପାରେ। ଏହାକୁ ରୋକିବା ପାଇଁ ଆମ ଦେଶରେ ଡିପିଟି ଟିକା ଦିଆଯାଏ। D ର ଅର୍ଥ ଡିଫଥେରିଆ, P ର ଅର୍ଥ ହେଉଛି ପର୍ଟୁସିସ ଏବଂ ଟି ଅର୍ଥ ଟିଟାନସ ।

ଶିଶୁ ଜନ୍ମ ହେବାର ୬ସପ୍ତାହ ପରେ ଏହି ଟୀକା ଦିଆଯାଏ। ଏହାପରେ ଡାକ୍ତରଙ୍କ ପରାମର୍ଶ ଅନଚସାରେ ୫ଟି ଟୀକା ଦିଆଯାଏ। ପ୍ରଥମ ଡୋଜ ୨ ମାସ ମଧ୍ୟରେ, ଦ୍ୱିତୀୟ ଡୋଜ ୪ମାସ, ତୃତୀୟ ଡୋଜ ୬ ମାସ, ଚତୁର୍ଥ ଡୋଜ ୧୫ରୁ ୧୮ମାସ, ପଞ୍ଚମ ଡୋଜ ୪ରୁ ୬ର୍ଷ । ଏଗୁଡିକ ବ୍ୟତୀତ, DPT ବୁଷ୍ଟର୍‌ ଡୋଜ ୧୧ରୁ ୧୨ବର୍ଷ ବୟସରେ ଦିଆଯିବା ଉଚିତ।
କେବଳ ଏତିକି ନୁହେଁ, ଏହା ପରେ ପ୍ରତି ଦଶ ବର୍ଷରେ DPT ର ଗୋଟିଏ ଡୋଜ ନେବା ଜରୁରୀ ହୋଇଥାଏ।

କିପରି ସଂକ୍ରମିତ ହୋଇଥାଏ:
ସଂକ୍ରମିତ ବ୍ୟକ୍ତିଙ୍କ କାଶ କିମ୍ବା ଛିଙ୍କିବା ଦ୍ୱାରା ଏହି ଜୀବାଣୁ ନିର୍ଗତ ହୋଇ ସୁସ୍ଥ ବ୍ୟକ୍ତିର ଶରୀରରେ ପ୍ରବେଶ କରେ। ସଂକ୍ରମିତ ବ୍ୟକ୍ତିଙ୍କ ନାକରୁ ପାଣି କିମ୍ବା ଜିଭରେ ଥିବା ଲାଳ ସଂସ୍ପର୍ଶରେ ଆସିଲେ। ସଂକ୍ରମିତ ବ୍ୟକ୍ତିଙ୍କ ଚର୍ମରେ ଥିବା କ୍ଷତରୁ ମଧ୍ୟ ଏହି ଜୀବାଣୁ ସୁସ୍ଥ ଲୋକ ଶରୀରରେ ପ୍ରବେଶ କରେ।

ଏହି ଶ୍ୱାସଜନିତ ରୋଗ ବ୍ୟାପିବା ପାଇଁ ୨ରୁ ୫ଦିନ ସମୟ ଲାଗିଥାଏ। ଏପରିକି ଶରୀରରେ ଲକ୍ଷଣ ଦେଖାଯିବା ପାଇଁ ୧୦ଦିନ ମଧ୍ୟ ନ୍ତ ସମୟ ନେଇପାରେ। ଏଥିରେ ସଂକ୍ରମିତ ହେବା ମାତ୍ରେ ଗଳା ଫୁଲିବା ସହ ତଣ୍ଟି ଦରଜ ହୋଇଥାଏ। ଶରୀର ଦୁର୍ବଳ ଲାଗିବା ସହ ସାମାନ୍ୟ ଜ୍ୱର ଅନୁଭବ ହୁଏ।

ତେବେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ରଙ୍କ କହିବା ଅନୁସାରେ ଆଣ୍ଟିବାୟୋଟିକ ଦାରା ଏ ସଂକ୍ରମଣ ମୂଳପୋଛ କରାଯାଇପାରିବ। ତେବେ ଯେହେତୁ ଏହା ବାୟୁ ଦ୍ୱାରା ସଂକ୍ରମିତ ହେଉଛି, ସଂକ୍ରମଣ ରୋକିବାକୁ ପ୍ରଭାବିତ ଅଞ୍ଚଳର ଲୋକମାନେ ମାସ୍କ ପିନ୍ଧିବା ସହ ହାତ ଧୋଇବା ଭଳି ନିୟମ ପାଳନ ପାଇଁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି।

ଏହା କେବଳ ସୂଚନା ଭାବେ ଦିଆଯାଇଛି। ଅଧିକ ସୂଚନା ପାଇଁ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri