Posted inଜାତୀୟ

ରାଜନୀତିକୁ ପ୍ରତ୍ୟାବର୍ତନ କଲେ ଭି.କେ ଶଶିକଳା, କଲେ ବଡ଼ ଘୋଷଣା

ଚେନ୍ନାଇ,୧୭ା୬: ଏଆଇଏଡିଏମକେ’ରୁ ତଡ଼ା ଖାଇଥିବା ମହିଳା ନେତ୍ରୀ ଭି.କେ ଶଶିକଳା ତାଙ୍କର ଆଗାମୀ ରାଜନୈତିକ ଭବିଷ୍ୟତ ସମ୍ପର୍କରେ ବଡ଼ ଘୋଷଣା କରିଛନ୍ତି। ଏକଦା ତାମିଲନାଡୁ ରାଜନୀତିରେ ଆଧିପତ୍ୟ ଚଳାଇଥିବା ଶଶିକଳା ପୁଣିଥରେ ରାଜନୀତିରେ ନିଜର ଗୋଟି ଚଳାଇବାକୁ ପ୍ରସ୍ତୁତ ହେଉଛନ୍ତି। ଏହି ଅବସରରେ ସେ କହିଛନ୍ତ ଯେ, ”ପାର୍ଟିରେ ତାଙ୍କର ପୁନଃ ‘ପ୍ରବେଶ’ ଆରମ୍ଭ ହୋଇଥିବାରୁ ଏଆଇଏଡିଏମକେ’କୁ କେହି ଅଟକାଇ ପାରିବେ ନାହିଁ।”

ରବିବାର ଚେନ୍ନାଇସ୍ଥିତ ବାସଭବନରେ ଶଶିକଳା କହିଛନ୍ତି ଯେ, ”ଏଆଇଏଡିଏମକେ ଏକଦା ଦେଶର ତୃତୀୟ ବୃହତ୍ତମ ଦଳ ଥିଲା, କିନ୍ତୁ ଦଳ ଗତ ଲୋକ ସଭା ନିର୍ବାଚନରେ ​​କେତେକ ନିର୍ବାଚନମଣ୍ଡଳୀରେ ତୃତୀୟ ତଥା ଚତୁର୍ଥ ସ୍ଥାନକୁ ଖସି ଆସିଛି। “କିନ୍ତୁ ଏଆଇଏଡିଏମକେ ଏହାର ଏହାର ସମାପ୍ତି ଆଡ଼କୁ ଗତି କରୁଛି ବୋଲି କେହି କହିପାରିବେ ନାହିଁ, କାରଣ ମୋର ପ୍ରବେଶ ବର୍ତ୍ତମାନ ଆରମ୍ଭ ହୋଇଛି।”

ଶଶିକଳାଙ୍କ ଏହି ବୟାନ ଏଆଇଏଡିଏମକେ ବିଦ୍ରୋହୀ ବା ତଡ଼ା ଖାଇଥିବା ଗୋଷ୍ଠୀକୁ ଏକଜୁଟ କରିବାର ପ୍ରୟାସର ପୃଷ୍ଠଭୂମିରେ ଆସିଛି।

ଶଶିକଳା ଅଭିଯୋଗ କରିଛନ୍ତି ଯେ ଜାତି ରାଜନୀତି ଏଆଇଏଡିଏମକେ’ରେ ପ୍ରବେଶ କରିଛି। ସେ କହିଛନ୍ତି, “ଆମ୍ମା (ଜୟଲଳିତା) ଜଣେ ଉଚ୍ଚ ଜାତିର ଥିଲେ। କିନ୍ତୁ ସେ ମୋତେ ତାଙ୍କ ନିକଟତର କରିଥିଲେ। ସେହିଭଳି ମୁଁ ଯଦି ଜାତି ପ୍ରତି ଗୁରୁତ୍ୱ ଦେଇଥାନ୍ତି ତେବେ ମୁଁ ତାଙ୍କୁ (ପଲାନିସ୍ୱାମୀ) ମୁଖ୍ୟମନ୍ତ୍ରୀ କରି ନ ଥା’ନ୍ତି।” ତେବେ ଦଳ ଭିତରେ ଏକ ନିର୍ଦ୍ଦିଷ୍ଟ ବିଭାଗକୁ ଗୁରୁତ୍ୱ ଦିଆଯାଉଥିବା ମୁଁ ଜାଣିଛି ବୋଲି ଶଶିକଳା କହିଛନ୍ତି। ଏଆଇଏଡିଏମକେ ସାଧାରଣ ସମ୍ପାଦକ ଏଡାପାଡି କେ ପାଲାନିସ୍ୱାମୀଙ୍କୁ ପରୋକ୍ଷ ଟାର୍ଗେଟ କରି ସେ କହିଛନ୍ତି ଯେ, ସେମାନେ ଦଳ ସହିତ ନିଜର ମଧ୍ୟ କ୍ଷତି କରିଛନ୍ତି।”

”ଏଆଇଏଡିଏମକେ ପୁଣି ଦୃଢ ଭାବେରେ ଉଭା ହେବା ଏବଂ ତାମିଲନାଡୁର ଲୋକଙ୍କୁ ଡିଏମକେ କବଳରୁ ରକ୍ଷା କରିବାକୁ ପଡିବ” ବୋଲି ସେ କହିଛନ୍ତି। ତେବେ ତାଙ୍କ ପାଇଁ ଅନେକ ଅସମାପ୍ତ କାର୍ଯ୍ୟ ଅଛି ଏବଂ ଦଳକୁ ମଜବୁତ କରିବାକୁ ସେ ଶପଥ ନେଇଥିବା କହିଛନ୍ତି।”


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାଥମିକ ସ୍ତରରେ ମାତାପିତାଙ୍କ ଶିକ୍ଷା ପିଲାଙ୍କ ପାଇଁ ଭବିଷ୍ୟତରେ ଉଜ୍ବଳମୟ ହୋଇଥାଏ

କେସିଙ୍ଗା,୨୫।୧୨,( ତୁମେଶ୍ୱର ସାହୁ): ପିଲାଙ୍କ ଜନ୍ମ ଦିନରୁ ମାତାପିତାଙ୍କର ଯେଉଁ ଭଳି ଯତ୍ନ ଓ ଶିକ୍ଷା ମିଳି ଥାଏ, ତଦନୁଯାୟୀ ପିଲା ଭବିଷ୍ୟତରେ ଏକ ସୁନାଗରିକ...

ସରକାରୀ କର୍ମଚାରୀଙ୍କୁ ମିଳିବନି ପେନସନ, ଯଦି କରୁଥିବେ ଏହି ଭୁଲ!

ନୂଆଦିଲ୍ଲୀ,୨୫।୧୨: ସରକାରୀ କର୍ମଚାରୀମାନେ ପ୍ରାୟତଃ ଭାବନ୍ତି ଯେ ଯଦି ସେମାନେ ସମୟ ପୂର୍ୱରୁ ଇସ୍ତଫା ଦିଅନ୍ତି ତେବେ ସେମାନେ ପେନସନ ପାଇବେ କି ନାହିଁ। ସୁପ୍ରିମକୋର୍ଟ...

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri