କ୍ୟାବିନେଟ ଓ ରାଜ୍ୟ ମନ୍ତ୍ରୀଙ୍କ ମଧ୍ୟରେ ଫରକ୍‌ କ’ଣ? କାହାକୁ ମିଳେ କେତେ ଦରମା କେଉଁ ସୁବିଧା

ନୂଆଦିଲ୍ଲୀ,୧୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ସରକାରର ସମସ୍ତ ମନ୍ତ୍ରୀ ଚାରିଦିନ ପୂର୍ବରୁ ଶପଥ ଗ୍ରହଣ କରିଛନ୍ତି। ମୋଦି ସରକାରଙ୍କ ୭୧ ସଦସ୍ୟ ବିଶିଷ୍ଟ କ୍ୟାବିନେଟ ନିଜ ନିଜ ମନ୍ତ୍ରଣାଳୟରେ ଦାୟିତ୍ୱ ନେଇଛନ୍ତି। ମୋଦି ସରକାରରେ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ, ୫ଜଣ ରାଜ୍ୟ(ସ୍ବାଧୀନ ଚାର୍ଜ) ମନ୍ତ୍ରୀ ଓ ୩୬ଜଣ ରାଜ୍ୟ ମନ୍ତ୍ରୀ ହୋଇଛନ୍ତି। କିନ୍ତୁ ଜାଣନ୍ତି କି କ୍ୟାବିନେଟ ଓ ରାଜ୍ୟ ମନ୍ତ୍ରୀଙ୍କ ମଧ୍ୟରେ ପାର୍ଥକ୍ୟ କ’ଣ। ସେମାନଙ୍କ ଭିତରେ ବଣ୍ଟାଯାଇଥିବା ଦାୟିତ୍ୱ ଭିନ୍ନ କି ନାହିଁ। ତାଙ୍କୁ ମିଳୁଥିବା ଦରମା ଏବଂ ସୁବିଧା ମଧ୍ୟରେ ପାର୍ଥକ୍ୟ କ’ଣ?

କ୍ୟାବିନେଟରେ ତିନି ପ୍ରକାରର ମନ୍ତ୍ରୀ ଅଛନ୍ତି। ଏଥିରେ ପ୍ରଥମଟି ହେଉଛି କ୍ୟାବିନେଟ ମନ୍ତ୍ରୀ, ରାଜ୍ୟ (ସ୍ବାଧୀନ ମନ୍ତ୍ରୀ) ଏବଂ ତୃତୀୟଟି ହେଉଛି ରାଜ୍ୟ ମନ୍ତ୍ରୀ। କ୍ୟାବିନେଟରେ, କ୍ୟାବିନେଟ ମନ୍ତ୍ରୀମାନଙ୍କର ସର୍ବାଧିକ କ୍ଷମତା ଏବଂ ଅଧିକାର ଅଛି। ଦ୍ୱିତୀୟ ଶ୍ରେଣୀରେ ରାଷ୍ଟ୍ର ମନ୍ତ୍ରୀ (ସ୍ବାଧୀନ ଚାର୍ଜ) ଯାହାଙ୍କର କ୍ଷମତା କ୍ୟାବିନେଟ ମନ୍ତ୍ରୀଙ୍କ ତୁଳନାରେ କମ ଅଟେ। ଏହା ପରେ, ତୃତୀୟ ବର୍ଗରେ ରାଷ୍ଟ୍ର ମନ୍ତ୍ରୀ, ଯାହାଙ୍କର କ୍ଷମତା ଅନ୍ୟ ମନ୍ତ୍ରୀଙ୍କ ତୁଳନାରେ ସବୁଠାରୁ କମ ଅଟେ।

କେନ୍ଦ୍ର ମନ୍ତ୍ରୀ ପରିଷଦ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପରିଚାଳିତ ହୋଇଥାଏ। ଏହି ମନ୍ତ୍ରୀପରିଷଦ ସରକାରଙ୍କ ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଏବଂ ବୈଠକରେ ସାମିଲ ହୋଇଥାନ୍ତି। ନୀତି ନିର୍ଦ୍ଧାରଣରେ କ୍ୟାବିନେଟ ମନ୍ତ୍ରୀ ପରିଷଦ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସମ୍ବିଧାନର ଧାରା ୭୪ ଅନୁଯାୟୀ, ରାଷ୍ଟ୍ରପତିଙ୍କୁ ସହାୟତା ଏବଂ ପରାମର୍ଶ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ଗଠନ ହୋଇଥାଏ। ସେହିପରି ଧାରା ୭୫ ଅନୁସାରେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କୁ ନିଯୁକ୍ତି କରିଥାନ୍ତି। ପ୍ରଧାନମନ୍ତ୍ରୀଙ୍କ ସୁପାରିଶ ଆଧାରରେ ରାଷ୍ଟ୍ରପତି ଅନ୍ୟ ମନ୍ତ୍ରୀମାନଙ୍କୁ ନିଯୁକ୍ତ କରିଥାନ୍ତି। ଏହି ଟିମ୍‌କୁ ମନ୍ତ୍ରୀ ପରିଷଦ କିମ୍ବା କ୍ୟାବିନେଟ ମନ୍ତ୍ରୀ କୁହାଯାଏ।

ପ୍ରଧାନମନ୍ତ୍ରୀଙ୍କ ପରେ କେନ୍ଦ୍ର ସରକାରଙ୍କ ମନ୍ତ୍ରୀମାନଙ୍କ ମଧ୍ୟରେ ସବୁଠାରୁ ଶକ୍ତିଶାଳୀ ହେଉଛନ୍ତି କ୍ୟାବିନେଟ ମନ୍ତ୍ରୀ। ସେମାନେ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ରିପୋର୍ଟ କରନ୍ତି। କ୍ୟାବିନେଟ ମନ୍ତ୍ରୀମାନଙ୍କୁ ମଧ୍ୟ ଏକରୁ ଅଧିକ ମନ୍ତ୍ରଣାଳୟ ଦିଆଯାଇପାରେ। ଏହି ମନ୍ତ୍ରୀମାନଙ୍କୁ କ୍ୟାବିନେଟ ବୈଠକରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ସାଧାରଣତଃ ବହୁ ଅଭିଜ୍ଞ ଏମପିଙ୍କୁ ସରକାରରେ କ୍ୟାବିନେଟ ମନ୍ତ୍ରୀ ପଦ ଦିଆଯାଏ।

କ୍ୟାବିନେଟ ମନ୍ତ୍ରୀ ଆସିବା ପରେ ରାଜ୍ୟ ମନ୍ତ୍ରୀ (ସ୍ବାଧୀନ ଚାର୍ଜ) ଆସିଛନ୍ତି। ଏହି ବର୍ଗର ମନ୍ତ୍ରୀମାନେ ମଧ୍ୟ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ରିପୋର୍ଟ କରନ୍ତି। ଏଥି ସହିତ, ସେମାନେ ନିଜ ବିଭାଗର ସ୍ବାଧୀନ ଦାୟିତ୍ୱରେ ଥାଆନ୍ତି। ତେବେ ରାଜ୍ୟ ମନ୍ତ୍ରୀ (ସ୍ବାଧୀନ ଚାର୍ଜ) କ୍ୟାବିନେଟ ବୈଠକରେ ଯୋଗ ଦିଅନ୍ତି ନାହିଁ।

ତୃତୀୟ ବର୍ଗର ମନ୍ତ୍ରୀମାନେ ହେଲେ ରାଜ୍ୟ ମନ୍ତ୍ରୀ। ରାଜ୍ୟ ମନ୍ତ୍ରୀମାନେ ପ୍ରକୃତରେ କ୍ୟାବିନେଟ ମନ୍ତ୍ରୀଙ୍କ ସହଯୋଗୀ ଅଟନ୍ତି। ସେମାନେ ପ୍ରଧାନମନ୍ତ୍ରୀଙ୍କୁ ନୁହେଁ ବରଂ କ୍ୟାବିନେଟ ମନ୍ତ୍ରୀଙ୍କୁ ରିପୋର୍ଟ କରନ୍ତି। ସାଧାରଣତଃ ମନ୍ତ୍ରଣାଳୟର ଆକାର ଅନୁସାରେ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କ ଅଧିନରେ ଜଣେ କିମ୍ବା ଦୁଇ ଜଣ ରାଜ୍ୟ ମନ୍ତ୍ରୀ ନିଯୁକ୍ତ ହୁଅନ୍ତି। ଉଦାହରଣ ସ୍ବରପ ଗୃହ, ଅର୍ଥ, ସ୍ବାସ୍ଥ୍ୟ, ଶିକ୍ଷା ବିଭାଗ ପରି ବଡ଼ ମନ୍ତ୍ରଣାଳୟରେ ଏପରି ହୋଇଥାଏ।

ଏବେ ପ୍ରଶ୍ନ ହେଉଛି, ସରକାରଙ୍କ ଏହି ତିନି ଭିନ୍ନ ମନ୍ତ୍ରୀଙ୍କ ଦରମା ଏବଂ ସୁବିଧା ଅଲଗା କି? କହିରଖୁଛୁ କି, ଲୋକ ସଭା ଏମପିଙ୍କୁ ପ୍ରତିମାସରେ ଦରମା ଏବଂ ଭତ୍ତା ସହିତ ମୋଟ ୨.୩୦ ଲକ୍ଷ ଟଙ୍କା ମିଳିଥାଏ। ପ୍ରଧାନମନ୍ତ୍ରୀଙ୍କ ୨.୩୩ ଲକ୍ଷ ଟଙ୍କା ଦରମା ମୁଳୁଥିବାବେଳେ କ୍ୟାବିନେଟ ମନ୍ତ୍ରୀଙ୍କୁ ୨.୩୨ଲକ୍ଷ ଟଙ୍କା, ରାଜ୍ୟ ମନ୍ତ୍ରୀ (ସ୍ବାଧୀନ ଚାର୍ଜ) ୨.୩୧ଲକ୍ଷ ଏବଂ ରାଜ୍ୟ ମନ୍ତ୍ରୀ ୨,୩୦,୬୦୦ ଟଙ୍କା ପାଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri