ମୌସୁମୀ ଅପେକ୍ଷାରେ ଇନ୍ଦ୍ରାବତୀ

ଭବାନୀପାଟଣା,୧୧ା୬(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାର ଲାଇଫଲାଇନ ତଥା ଅନ୍ନଦାତ୍ରୀ ମା’ ଭାବେ ପରିଚିତ ଉପର ଇନ୍ଦ୍ରାବତୀ ବିଦ୍ୟୁତ୍‌ ପ୍ରକଳ୍ପ। ଏହି ପ୍ରକଳ୍ପ ହେବା ଦ୍ୱାରା ଶହ ଶହ ହେକ୍ଟର ଚାଷଜମି ଜଳସେଚନ ହେବା ସହ ୬୦୦ ମେଗାୱାଟ ପର୍ଯ୍ୟନ୍ତ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ ହେଉଛି। ଚଳିତବର୍ଷ ପ୍ରବଳ ଖରା ଯୋଗୁ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଜଳ ସର୍ବନିମ୍ନ ସ୍ତରରେ ପହଞ୍ଚତ୍ଛି। ଯଦି ଆଗାମୀ ଦିନରେ ପର୍ଯ୍ୟାପ୍ତ ବର୍ଷା ନ ହୁଏ ତା’ହେଲେ ସ୍ଥିତି ବିଗିଡିବା ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ।
୫ଟି ନଦୀକୁ ନେଇ ଇନ୍ଦ୍ରାବତୀ ଜଳଭଣ୍ଡାର ସୃଷ୍ଟି ହୋଇଛି। ଏହାର କ୍ୟାଚ୍‌ମେଣ୍ଟ ଏରିଆ ୨୬୩୦ବର୍ଗ କି.ମି. ଥିବାବେଳେ ଜଳଧାରଣ କ୍ଷମତା ୬୪୨ମିଟର ରହିଛି। ଜଳଭଣ୍ଡାର ଇନ୍‌ଟେକ ୱେଲ ପାଖରେ ପଙ୍କ ଜମା ହେବା ଫଳରେ ଜଳଧାରଣ କ୍ଷମତା ହ୍ରାସ ପାଉଥିଲା। ପରବର୍ତ୍ତୀ ସମୟରେ ପଙ୍କ ଉଦ୍ଧାର କାର୍ଯ୍ୟ ହାତକୁ ନିଆଯାଇଥିଲା। ସାଧାରଣତଃ ଜୁଲାଇ ମାସରେ ରବି ଫସଲ ପାଇଁ କେନାଲ ଦ୍ୱାରା ପାଣି ଛଡ଼ାଯାଏ। ବର୍ତ୍ତମାନ ଜଳପତ୍ତନ ମାତ୍ର ୬୨୭.୮୮ ରହିଛି। ଜଳପତ୍ତନ ସର୍ବନିମ୍ନ ସ୍ତର ୬୨୫ମିଟର। ଏହି ସମୟରେ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ ୧୦୦ମେଗାୱାଟ ରହିଛି। ଓଏଚ୍‌ପିସି ପକ୍ଷରୁ କୁହାଯାଇଛି ଯେ, ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ନ ହେଲେ ପାୱାର ଜେନେରେଶନ ପ୍ରଭାବିତ ହେବ। ବର୍ତ୍ତମାନ ୬ଶହ ମେଗାୱାଟ ସ୍ଥଳେ ମାତ୍ର ୯୮.୦୬ ମେଗାୱାଟ ପାୱାର ଜେନେରେଶନ ହେଉଛି। ଇନ୍ଦ୍ରାବତୀ ବିଭାଗୀୟ ଅଧିକାରୀ ସେଥିପ୍ରତି ଅଧିକ ଧ୍ୟାନ ଦେବାର ସମୟ ଆସିଛି। ପ୍ରତିବର୍ଷ ଉଚିତ ରକ୍ଷଣାବେକ୍ଷଣ ଓ ମରାମତି କଲେ ଜଳଧାରଣ କ୍ଷମତା ବଢିବା ନିଶ୍ଚିତ। ଇନ୍ଦ୍ରାବତୀ ନଦୀ ଅବବାହିକରେ ଜଙ୍ଗଲ ନଷ୍ଟ ହେବା ସହ ମୃତ୍ତିକା ଅବକ୍ଷୟ ହେତୁ ଜଳ ଭଣ୍ଡାର ଧୀରେ ଧୀରେ ପୋତି ହେଉଛି। ଇନ୍ଦ୍ରାବତୀରେ ଅନେକ ନଦୀ, ଶତାଧିକ ନାଳ, ଝରଣା ତଥା ଜଳ ଭଣ୍ଡାରରେ ବୁଡିଥିବା ଅନେକ ଛୋଟ ଛୋଟ ପାହାଡ଼ ରହିଛି। ତେବେ ଏହି ନଦୀ, ନାଳ, ଝରଣା ଅବବାହିକାରେ ଜଙ୍ଗଲ ବିଭାଗ ପକ୍ଷରୁ ବୃକ୍ଷ ରୋପଣ ସହ ପାହାଡ଼ ଚତୁଃପାର୍ଶ୍ୱରେ ପଥର ପ୍ୟାକିଂ କରାଯିବା ଉଚିତ ବୋଲି କୁହାଯାଉଛି। ଦେଶ ତଥା ଦେଶ ବାହାର ବୈଷୟିକ ଜ୍ଞାନକୌଶଳରେ ନିର୍ମାଣ ହୋଇଥିବା ଇନ୍ଦ୍ରାବତୀ ପ୍ରକଳ୍ପ ଆଜି ଚାଷୀ ମୁହଁରେ ହସ ଫୁଟାଇଛି। ଏହି ଜଳ ଭଣ୍ଡାର ପରିଚାଳନା ଦାୟିତ୍ୱରେ ଖତିଗୁଡା ଇନ୍ଦ୍ରାବତୀ ପ୍ରକଳ୍ପ ଡିଭିଜନ ରହିଛି। ବିଗତ ବର୍ଷରେ ମଧ୍ୟ ବୁଡାଳୀଙ୍କୁ ନେଇ ପଙ୍କ ଉଦ୍ଧାର କରାଯାଇଥିଲା। ବର୍ଷା ହେଲେ ଜଳସ୍ତର ବୃଦ୍ଧିପାଇବ। କିନ୍ତୁ ଜଳଧାରଣ କ୍ଷମତା ବୃଦ୍ଧି ପ୍ରତି ଦୃଷ୍ଟିଦେବା ଜରୁରୀ ହୋଇପଡିଛି। ଦକ୍ଷିଣ ମୁଖ୍ୟ କେନାଲରେ ଲାଇନିଂ ଓ ପୁନରୁଦ୍ଧାର କାର୍ଯ୍ୟ କରାଯିବା ସହିତ ଇନ୍ଦ୍ରାବତୀ ବୃହତ୍‌ ଉଠାଜଳସେଚନ ପ୍ରକଳ୍ପ ହେବା ଫଳରେ ଅଣଜଳସେଚିତ ଅଞ୍ଚଳ ଓ ଆଦୌ ପାଣି ମାଡୁ ନ ଥିବା ଜମିରେ ପାଣି ପହଞ୍ଚତ୍ପାରିଛି ବୋଲି ବିଭାଗୀୟ ଯନ୍ତ୍ରୀ ପ୍ରକାଶ କରିଛନ୍ତି। ଏହି ପ୍ରକଳ୍ପ ୧,୧୮,୯୯୨ ହେକ୍ଟର ଜମିକୁ ଜଳ ଯୋଗାଇବାରେ ସମର୍ଥ ହୋଇଛି। ଓଡିଶାକୁ ମୌସୁମୀ ଛୁଇଁଛି। ମାଲକାନଗିରି ଜିଲାରେ ବର୍ଷାର ଆଭାସ ମିଳିଛି। କିନ୍ତୁ ଇନ୍ଦ୍ରାବତୀ ଜଳ ଭଣ୍ଡାରର ଜଳପତ୍ତନ ବୃଦ୍ଧି ପାଇଁ କଳାହାଣ୍ଡିରେ ବର୍ଷା କେତେ ସହାୟକ ହେଉଛି ତାହା ଦେଖିବା କଥା।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri