ଷ୍ଟକ୍‌ ବଜାରକୁ ଲାଭ ଦେବ ଦୁର୍ବଳ ସରକାର

ମୁମ୍ବାଇ,୧୮-୫: କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନ୍‌ଡିଏ ସରକାର ପୁନର୍ବାର କ୍ଷମତାକୁ ଫେରୁଥିବା ଶୁକ୍ରବାର ଷ୍ଟକ୍‌ ବଜାର ର଼୍ୟାଲିରୁ ବେଶ୍‌ ସ୍ପଷ୍ଟ ହେଉଛି। କିନ୍ତୁ ବଜାର ବିଶେଷଜ୍ଞ ଚାହୁଁଛନ୍ତି ଦୁର୍ବଳ ମେଣ୍ଟ ସରକାର କ୍ଷମତାକୁ ଆସୁ। ସେମାନଙ୍କ ଯୁକ୍ତି ହେଲା, ଭାଜପା ନେତୃତ୍ୱାଧୀନ କେନ୍ଦ୍ରରେ ଶକ୍ତିଶାଳୀ ସରକାର ଅମଳରେ ନିବେଶକଙ୍କୁ କମ୍‌ ଫାଇଦା ମିଳିଛି। ସେମାନଙ୍କ ମତରେ ଦୁର୍ବଳ ମେଣ୍ଟ ସରକାର ଆର୍ଥିକ କ୍ଷେତ୍ରରେ ଅତ୍ୟନ୍ତ ସତର୍କତାର ସହିତ ନିୟନ୍ତ୍ରିତ ତଥା ସନ୍ତୁଳିତ ନିଷ୍ପତ୍ତି ନେଉଥିବାରୁ ଏହା ଅର୍ଥନୀତି ପାଇଁ ଲାଭଦାୟକ ହେଉଛି। ପରିସଂଖ୍ୟାନ ମଧ୍ୟ ତାହା ସ୍ପଷ୍ଟ କରୁଛି। ମେଣ୍ଟ ସରକାର ଅମଳରେ ନିବେଶକମାନେ ଭଲ ରିଟର୍ନ ଅର୍ଥାତ୍‌ ଲାଭ ପାଇଥିବା ତଥ୍ୟରୁ ଜଣାପଡିଛି।
ଉଲ୍ଲେଖ କରାଯାଇପାରେ ଯେ, ୧୯୮୯ରୁ ଦେଶରେ ମେଣ୍ଟ ସରକାର ରହିଆସିଛି। ୨୦୧୪ରେ ମଧ୍ୟ ମୋଦିଙ୍କ ନେତୃତ୍ୱରେ ଏନ୍‌ଡିଏ ସରକାର ଚାଲିଥିଲା। ତେବେ ଭାଜପା ଏକାକୀ ନିଜ ଦମ୍‌ରେ ସରକାର ଗଠନ ଲାଗି ଆସନ ପାଇବା ଯୋଗୁ ଏନ୍‌ଡିଏର ସହଯୋଗୀ ଦଳଗୁଡ଼ିକ ଉପରେ ଏହାର ବେଶ୍‌ ପ୍ରଭାବ ରହିଥିଲା। ଫଳରେ କେନ୍ଦ୍ରରେ ନିଆଯାଇଥିବା ଏକାଧିକ ଆର୍ଥିକ ନିଷ୍ପତ୍ତି ଏନଡିଏ ସରକାରଙ୍କ କୁହାଯାଉଥିଲେ ହେଁ ବାସ୍ତବରେ ଏହା ଭାଜପାର ବୋଲି କହିବାକୁ ହେବ।
ପରିସଂଖ୍ୟାନକୁ ଦେଖିଲେ ଜଣାପଡେ ଯେ, ବମ୍ବେ ଷ୍ଟକ୍‌ ମାର୍କେଟ(ବିଏସ୍‌ଇ)ର ସମ୍ବେଦୀ ସୂଚକାଙ୍କ(ସେନ୍‌ସେକ୍ସ) ୧୯୮୯ରୁ ୧୯୯୧ର ୨ ବର୍ଷ ଭିତରେ ଦୁଇଗୁଣ ବଢ଼ିଥିଲା। ସେହିଭଳି ୨୦୦୪ରୁ ୨୦୧୪ ମଧ୍ୟରେ ଡଃ ମନମୋହନ ସିଂହଙ୍କ ୟୁପିଏ ମେଣ୍ଟ ସରକାର ବେଳେ ମଧ୍ୟ ସେନ୍‌ସେକ୍ସ ପ୍ରାୟ ୫ ଗୁଣା ବୃଦ୍ଧି ପାଇଥିଲା। ଫାର୍ଷ୍ଟଗ୍ଲୋବ୍‌ ଭାଇସ ଚେୟାରମ୍ୟାନ ତଥା ଜଏଣ୍ଟ ଏମ୍‌ଡି ଶଙ୍କର ଶର୍ମା ଗତ ମାସରେ ଏକ ସାକ୍ଷାତ୍‌କାର ବେଳେ କହିଥିଲେ ଯେ, ତାଙ୍କ ମତରେ ଆର୍ଥିକ ଦୃଷ୍ଟିରୁ ଭାରତ ଲାଗି ଦୁର୍ବଳ ମେଣ୍ଟ ସରକାର ଯଥେଷ୍ଟ ଭଲ। ସେ ନିଜ ମତ ସମର୍ଥନରେ କିଛି ତଥ୍ୟ ଉପସ୍ଥାପନ କରିଥିଲେ। ତାଙ୍କର କହିବାନୁଯାୟୀ, ଭାରତର ବିକାଶ ଦୃଷ୍ଟିରୁ ଦେଖିଲେ ୧୯୯୧ରୁ ୨୦୧୪ ମଧ୍ୟରେ ଦୀର୍ଘ ୨୩ ବର୍ଷର ଅବଧି ସର୍ବଶ୍ରେଷ୍ଠ ଥିଲା। ସେ କହିଛନ୍ତି ଯେ, ଦୁର୍ବଳ ମେଣ୍ଟ ସରକାର କାରଣରୁ ଏହା ଅତି କଠୋର ନିଷ୍ପତ୍ତି ନେବା ବଦଳରେ ସନ୍ତୁଳିତ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥାଏ, ଫଳସ୍ବରୂପ ଗଣତାନ୍ତ୍ରିକ ପରିଚାଳନା ସୁନିଶ୍ଚିତ ହୋଇଥାଏ। ଅର୍ଥନୀତି କ୍ଷେତ୍ରରେ ଅଳ୍ପ କେତେଜଣ ନିଷ୍ପତ୍ତି ନେଉଥିଲେ ଏହା ବେଳେ ବେଳେ ହିତଠାରୁ ଅହିତ ବେଶି କରିଥାଏ। ସେହିପରି ଆସ୍‌ମୋର୍‌ ଇନ୍‌ଭେଷ୍ଟମେଣ୍ଟ ମ୍ୟାନେଜମେଣ୍ଟ ଇଣ୍ଡିଆର ସହ ପ୍ରତିଷ୍ଠାତା ଅଶ୍ୱିନୀ ଅଗ୍ରଓ୍ବାଲ କହିଛନ୍ତି ଯେ, ଦୁର୍ବଳ ମେଣ୍ଟ ସରକାର ଅର୍ଥନୀତି ପାଇଁ ପ୍ରତିକୂଳ ନୁହେଁ। ମେଣ୍ଟ ସରକାରଙ୍କ ପ୍ରଧାନମନ୍ତ୍ରୀ କିଏ ହେବ, ତାହା ଉପରେ ସରକାରଙ୍କ ସଫଳତା ଅଥବା ବିଫଳତା ନିର୍ଭର କରିବ।
ଏହାଛଡ଼ା ସରକାର କିଭଳି ହେବ, ନୂଆ ଅର୍ଥମନ୍ତ୍ରୀଙ୍କ ଚୟନ ତଥା ତାଙ୍କର ଦାୟିତ୍ୱ ଗ୍ରହଣ ପର୍ଯ୍ୟନ୍ତ ଆର୍‌ବିଆଇର ଭୂମିକା, ନୂଆ ବଜେଟ ଆଦି ଏହି ସବୁ ପ୍ରସଙ୍ଗ ଉପରେ ସରକାରଙ୍କ ସଫଳତା ନିର୍ଭର କରିବ ବୋଲି ସେ କହିଛନ୍ତି। ଓଲ୍ଡବ୍ରିଜ୍‌ କ୍ୟାପିଟାଲ ମ୍ୟାନେଜମେଣ୍ଟର ପ୍ରତିଷ୍ଠାତା କେନିଥ ଅନ୍ଦ୍ରାଦେ ମଧ୍ୟ ଶର୍ମାଙ୍କ ସହ ଏକମତ ହୋଇଛନ୍ତି। ସେ କହିଛନ୍ତି ଯେ, ଅତୀତର ସାଧାରଣ ନିର୍ବାଚନ ଏବଂ ସେମାନଙ୍କ ଫଳାଫଳ ଉପରେ ଧ୍ୟାନ ଦେଲେ ଜଣାପଡେ ଯେ, ଏକାଧିକ ରାଜନୈତିକ ଦଳକୁ ନେଇ ଗଠିତ ଦୁର୍ବଳ ମେଣ୍ଟ ସରକାର ସର୍ବଶ୍ରେଷ୍ଠ ଥିଲା। ନବେ ଦଶକର ମଧ୍ୟଭାଗରେ ଦୁର୍ବଳ ମେଣ୍ଟ ସରକାର ଗଠନ ହୋଇଥିଲା ଏବଂ ସେତେବେଳେ ପେସାଦାର ଲୋକେ ସରକାର ଚଳାଉଥିଲେ। ଅନ୍ୟପକ୍ଷରେ ଅନ୍ୟ କେତେକ ବଜାର ବିଶେଷଜ୍ଞଙ୍କ ମତରେ କେନ୍ଦ୍ରରେ କାହାର ସରକାର ଗଠନ ହେଉଛି, ତାହା ବଡ଼ କଥା ନୁହେଁ। ମାର୍ସେଲ୍ସ କ୍ୟାପିଟାଲ ପ୍ରତିଷ୍ଠାତା ସୌରଭ ମୁଖାର୍ଜୀଙ୍କ ମତରେ ଦେଶର ଗତ ୪୦ରୁ ୫୦ ବର୍ଷର ଇତିହାସ ଦେଖିଲେ, ଏହା ସ୍ପଷ୍ଟ ହୁଏ ଯେ, ରାଜନୀତି ସହ ଅର୍ଥନୀତ କିମ୍ବା ଶେୟାର ବଜାରର ବିଶେଷ କିଛି ଯୋଗସୂତ୍ର ନାହିଁ। ଗତ ୫ ଦଶକର ଦେଶର ଜିଡିପି ଅଭିବୃଦ୍ଧି ଗତ ଏକ ଦଶକ ଠାରୁ ଭଲ ଥିଲା। ସେ କହିଛନ୍ତି ଯେ, ୧୯୯୧ ପରଠାରୁ ଦେଶର ଅର୍ଥନୀତିରେ ବିଶେଷ ଫରକ ଦେଖାଯାଇନି। ବିଭିନ୍ନ ସରକାରଙ୍କ ଆର୍ଥିକ ନୀତିରେ କ୍ରମାଗତ ଧାରା ବଜାୟ ରହିଥିବା ଦେଖାଯାଇଛି।
ଏକ୍‌ଜିଟ୍‌ ପୋଲ୍‌ ପୂର୍ବରୁ ଷ୍ଟକ୍‌ ମାର୍କେଟରେ ବୃଦ୍ଧି
ସାଧାରଣ ନିର୍ବାଚନ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚତ୍ଛି। ୭ମ ପର୍ଯ୍ୟାୟ ନିର୍ବାଚନ ପରେ ବିଭିନ୍ନ ଟିଭି ଚ୍ୟାନେଲଗୁଡ଼ିକ ପକ୍ଷରୁ ରବିବାର ଏକ୍‌ଜିଟ୍‌ ପୋଲ୍‌ ପ୍ରଦର୍ଶନ କରାଯିବ। ତେବେ ଏହାପୂର୍ବରୁ ହିଁ ଶୁକ୍ରବାର ମୁମ୍ବାଇ ଷ୍ଟକ୍‌ ଏକ୍ସଚେଞ୍ଜରେ ଉଭୟ ବିଏସ୍‌ଇ ଓ ଏନ୍‌ଏସ୍‌ଇରେ ବେଶ୍‌ ବୃଦ୍ଧି ପରିଲକ୍ଷିତ ହୋଇଥିଲା। ବିଏସ୍‌ଇ ୫୩୭.୨୯ ପଏଣ୍ଟ ବୃଦ୍ଧି ପାଇ ୩୭,୯୩୦.୭୭ ପଏଣ୍ଟ ଏବଂ ଏନ୍‌ଏସ୍‌ଇ ୧୫୦.୦୫ ପଏଣ୍ଟ ବୃଦ୍ଧି ପାଇ ୧୧,୪୦୭.୧୫ହୋଇଛି। ଚଳିତ ତ୍ରୈମାସରେ ବହୁ କମ୍ପାନୀଙ୍କ ଫଳାଫଳ ଭଲ ଥିଲା ଏବଂ କେନ୍ଦ୍ରରେ ମୋଦି ସରକାର ପୁନର୍ବାର କ୍ଷମତାକୁ ଫେରୁଥିବା ଅନୁମାନ କରି ନିବେଶକମାନେ କିଣାକିଣିରେ ବ୍ୟସ୍ତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ବଜାରରେ ଷ୍ଟାର୍ଟଅପ୍‌ର ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୨୯।୪ (ଅଭୟ ଦାଶ):କ୍ରମାଗତ ଭାବେ ଘରୋଇ ବଜାରରେ ଷ୍ଟାର୍ଟଅପ ସଂଖ୍ୟାର ଉଲ୍ଲେଖନୀୟ ଅଭିବୃଦ୍ଧି ସହିତ ସଫଳତା ମଧ୍ୟ ହାସଲ କରିଛି। ଏପରିକି ୨୦୧୪ରେ ପ୍ରାୟ ୩୫୦...

SBI ଶେୟାରର କମାଲ, ୪୫ ହଜାର କୋଟି ରୋଜଗାର କଲେ ନିବେଶକ

ମୁମ୍ବାଇ, ୨୭।୪: ଗତ ସପ୍ତାହରେ ସେୟାର ବଜାର ପାଇଁ ବହୁତ ଭଲ ବୋଲି ପ୍ରମାଣିତ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଶ୍ରେଷ୍ଠ ୧୦ ଟି କମ୍ପାନୀର...

ପିପିଏଲ୍‌କୁ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’

ଭୁବନେଶ୍ୱର ,୨୮।୪ (ଅଭୟ ଦାଶ): ପାରାଦୀପ ଫସ୍‌ଫେଟ ଲିମିଟେଡ୍‌ (ପିପିଏଲ୍‌)କୁ ନିକଟରେ ସମ୍ମାନଜନକ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ବିଶେଷକରି କର୍ପୋରେଟ ଗଭର୍ନାନ୍ସ...

ସଫେଇ ଦେଲା ଏମଡିଏଚ

ନୂଆଦିଲ୍ଲୀ,୨୮।୪: ମସଲାରେ କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କାରୀ କୀଟନାଶକ ଔଷଧ ମିଳିବା ଖବର ଜଣାପଡିବା ପରେ ବିବାଦ ଦେଖାଦେଇଛି। ଚାଲିଥିବା ବିବାଦ ମଧ୍ୟରେ...

ଅଙ୍କୁରା ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର, ନୂଆ ଜୀବନ ପାଇଲେ ବାଲୁଗାଁର ଯାଆଁଳା ଶିଶୁ

ଭୁବନେଶ୍ୱର ,୨୮।୪: ରାଜ୍ୟର ଅଗ୍ରଣୀ ଘରୋଇ ଚିକିତ୍ସାଳୟ ତଥା ମେଡିକାଲ ଚେନ୍‌ ଅଙ୍କୁରାର ଭୁବନେଶ୍ୱର ଶାଖା (ଅଙ୍କୁରା ହସ୍ପିଟାଲ)ରେ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହ...

୬ ଦେଶକୁ ରପ୍ତାନି ହେବ ପିଆଜ

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା): ପିଆଜ ରପ୍ତାନି ଉପରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରପ୍ତାନି ଉପରେ ନିଷେଧାଦେଶ ସତ୍ତ୍ୱେ ୬ ଦେଶକୁ ୯୯,୧୫୦ ମେଟ୍ରିକ୍‌...

୧୦ ହଜାର ନବାଗତଙ୍କୁ ନିଯୁକ୍ତି ଦେବା ଏହି ଭାରତୀୟ ଆଇଟି କମ୍ପାନୀ

ନୂଆଦିଲ୍ଲୀ,୨୭।୪: ଭାରତର ତୃତୀୟ ବୃହତ୍ତମ ଆଇଟି କମ୍ପାନୀ ଏଚସିଏଲଟେକ୍ ୨୦୨୫ ଆର୍ଥିକ ବର୍ଷରେ ୧୦,୦୦୦ ରୁ ଅଧିକ ନବାଗତଙ୍କୁ ନିଯୁକ୍ତି ଦେବାକୁ ଯାଉଛି। ଯେଉଁ ସମୟରେ...

ଆମେରିକାରେ ସିଇଓ ହେବାକୁ ହେଲେ ଭାରତୀୟ ହେବା ଆବଶ୍ୟକ, ଜାଣନ୍ତୁ ଏପରି କାହିଁକି କହିଲେ ଆମେରିକାର ରାଷ୍ଟ୍ରଦୂତ ?

ନୂଆଦିଲ୍ଲୀ,୨୭।୪: ଗୁଗ୍‌ଲ, ୟୁଟ୍ୟୁବ୍, ମାଇକ୍ରୋସଫ୍ଟ, ଷ୍ଟାରବକ୍ସ, ଆଇବିଏମ୍ ଏବଂ ଆଡୋବ ଭଳି ଦୁନିଆର ଅନେକ ବଡ କମ୍ପାନୀର ସିଇଓ ଭାରତୀୟ ଅଟନ୍ତି। ବହୁ ଆମେରିକୀୟ କମ୍ପାନୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri