Posted inରାଜ୍ୟ

ମାଟିର ଝିଅଙ୍କୁ ସମର୍ଥନ କରିଛି ବିଜେଡି: ନବୀନ

ବାରିପଦା(ନୀଳାଦ୍ରି ବିହାରୀ ଦଣ୍ଡପାଟ)/ରାଇରଙ୍ଗପୁର(ମାନସ ମହାନ୍ତି)/ବାଲେଶ୍ୱର(ମାନସ ବିଶ୍ୱାଳ), ୨୫ା୫: ରାଷ୍ଟ୍ରପତି ନିର୍ବାଚନ ସମୟରେ ମୟୂରଭଞ୍ଜ ମାଟିର ଝିଅ ଦୌପଦୀ ମୁର୍ମୁଙ୍କୁ ବିଜୁ ଜନତା ଦଳ ସମର୍ଥନ କରିଥିଲା। ଭାଜପାର ବଡ଼ ବଡ଼ ନେତାମାନେ ଓଡ଼ିଶାକୁ ଆସି ମିଛ କଥା କହୁଛନ୍ତି ଓ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ମୟୂରଭଞ୍ଜ ଓ ବାଲେଶ୍ୱର ଜିଲାରେ ନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ଏହି ଅବସରରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଭାଜପା ନେତାମାନେ ବାରମ୍ବାର ଅସମ୍ମାନ କରି ଆସୁଛନ୍ତି। ଓଡ଼ିଶା ଭୋଟର ଏହାର ଉଚିତ ଜବାବ ଦେବେ। ବାଲେଶ୍ୱର, ମୟୂରଭଞ୍ଜ ଓ ଭଦ୍ରକ ଜିଲାକୁ ମିଶାଇ ଏକ ଅର୍ବାନ କ୍ଲଷ୍ଟର ହେବ, ଯାହା ନୂଆ ଓଡ଼ିଶା ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଶିଳ୍ପ ଗଢ଼ି ଉଠିବ, ପୁଞ୍ଜିନିବେଶ ହେବ, ଯୁବପିଢ଼ିମାନେ ରୋଜଗାର ପାଇବେ ବୋଲି ପାଣ୍ଡିଆନ ଦଳୀୟ ନିର୍ବାଚନୀ ଇସ୍ତାହାରରେ ଘୋଷଣା କରିଛନ୍ତି।
ଜିଲା ବାରିପଦା ଛଉ ପଡ଼ିଆରେ ଅନୁଷ୍ଠିତ ଜନସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ବୋଧନ ଦେଇ ଏମ୍‌ପି ଓ ବିଧାୟକ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ନିବେଦନ କରିଥିଲେ। ପାଣ୍ଡିଆନ କହିଥିଲେ, ଜଙ୍ଗଲଜାତ ଦ୍ରବ୍ୟର ଉଚିତ ମୂଲ୍ୟ ପାଇବା ନିମନ୍ତେ ‘ଲାଭ’ ଯୋଜନାରେ ଆଦିବାସୀମାନେ ଉପକୃତ ହେବେ। ଭାଜପାର ନେତମାନେ ଦିନରେ ଲଣ୍ଠନ ଦେଖାଇବାର ଯୋଜନା କରୁଛନ୍ତି। ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ନୂଆ ବାରିପଦା ନୂଆ ମୟୂରଭଞ୍ଜ ଗଠନ କରିବାର ପ୍ରତିଶ୍ରୁତି ଦେଇଥିବା ମଧ୍ୟ ପାଣ୍ଡିଆନ ତାଙ୍କ ଭାଷଣରେ କହିଥିଲେ। ଏହି ସମାବେଶରେ ଏମ୍‌ପି ପ୍ରାର୍ଥୀ ସୁଦାମ ମାର୍ଣ୍ଡି, ବାରିପଦା ବିଧାନସଭା ପ୍ରାର୍ଥୀ ସାନନ୍ଦ ମାର୍ଣ୍ଡି, ମୋରଡ଼ା ବିଧାୟିକ ପ୍ରାର୍ଥୀ ପ୍ରୀତିନନ୍ଦା କାନୁନ୍‌ଗୋ, ଉଦଳା ବିଧାୟକ ପ୍ରାର୍ଥୀ ଶ୍ରୀନାଥ ସୋରେନ ଓ ବାଙ୍ଗରିପୋଷି ବିଧାୟକ ପ୍ରାର୍ଥୀ ରଞ୍ଜିତା ମାରାଣ୍ଡି ଉପସ୍ଥିତ ଥିଲେ। ରାଇରଙ୍ଗପୁର ଦାଣ୍ଡବୋଷସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ମାଲ୍ୟାର୍ପଣ କରିବା ପରେ ସେଠାରେ ଆୟୋଜିତ ଜନସମାବେଶରେ ଉଦ୍‌ବୋଧନ ଦେଇଥିଲେ।
ସହରସ୍ଥିତ ପୋଲିସ ଲାଇନ୍‌ ପଡ଼ିଆରେ ଅପରାହ୍ନ ୪ଟା ୩୦ରେ ଅନୁଷ୍ଠିତ ସମାବେଶରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ବିଜେଡି ସରକାର ପ୍ରଣୟନ କରିଥିବା ବିଭିନ୍ନ ଜନହିତକର ଯୋଜନାଗୁଡ଼ିକ ଭଲ କି ନୁହେଁ ବୋଲି ପଚାରି ବୁଝିଥିଲେ। ନିର୍ବାଚନ ପରେ ବିଜେଡି ସରକାର ଗଠନ କଲେ ବିଜୁଳି ମାଗଣା ଦିଆଯିବ କଥା କହି ‘ଆପଣ ମାନେ ଖୁସି ତ’ ବୋଲି କହିଥିଲେ। ୨୦୧୯ ନିର୍ବାଚନରେ ଭାଜପାରୁ ଜିତିଥିବା ବାଲେଶ୍ୱର ଏମ୍‌ପି କିଛି କାମ କରି ନାହାନ୍ତି। ସଭାରେ ନୂତନ ବିଜେଡି ଜିଲା ସଭାପତି ତଥା ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ। ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଆସନ୍ତା ୯ ତାରିଖରେ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି କହିଥିଲେ। ବାଲେଶ୍ୱର ଏମ୍‌ପି ପ୍ରାର୍ଥୀ ଡ. ଲେଖାଶ୍ରୀ ସାମନ୍ତସିଂହାରଙ୍କ ସମେତ ସମସ୍ତ ବିଧାୟକ ପ୍ରାର୍ଥୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଛାୟା

ଲଣ୍ଡନ,୨୯।୧୨: ଇଂଲଣ୍ଡ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଏବଂ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB)ର ପୂର୍ବତନ ସିଇଓ...

ରାତି ଅନିଦ୍ରା ହୋଇ ୪ ଚୋରଙ୍କୁ ଧରିଲେ ଗ୍ରାମବାସୀ, ଆଉ ତା’ ପରେ…

ଜଗନ୍ନାଥପ୍ରସାଦ,୨୯ା୧୨: ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଅଳସୁ ଗ୍ରାମରେ ୪ ଜଣଙ୍କୁ ଚୋର ଭାବି ଗାଁ ଲୋକେ ଧରି ପୋଲିସ ଜିମା ଦେଇଛନ୍ତି। ୪...

ବଡ଼ ଟ୍ରେନ ଦୁର୍ଘଟଣା: ୧୩ ମୃତ୍ୟୁ, ଟ୍ରେନ୍‌ରେ ଥିଲେ ୨୪୧ ଯାତ୍ରୀ

ମେକ୍ସିକୋ,୨୯।୧୨: ମେକ୍ସିକୋରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି। ଦେଶର ଓଆକ୍ସାକା ରାଜ୍ୟରେ ଏକ ଅନ୍ତଃସାଗରୀୟ ଟ୍ରେନ ଲାଇନଚ୍ୟୁତ ହେବା ଫଳରେ ଅତି କମରେ ୧୩...

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ଶିଖରଚଣ୍ଡୀ

ଭୁବନେଶ୍ୱର,୨୯ା୧୨: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ। ମା’ଙ୍କ ଦର୍ଶନ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri