Posted inଜାତୀୟ

ଭାଜପାର ନୋଟିସ୍‌କୁ ନେଇ ଜୟନ୍ତ ସିହ୍ନାଙ୍କ ବଡ଼ ବୟାନ; ମତଦାନ, ଦଳୀୟ ପ୍ରଚାରଠାରୁ ଦୂରରେ ରହିବାକୁ ନେଇ କହିଲେ…

ନ୍ନୂଆଦିଲ୍ଲୀ,୨୩।୫: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭାଜପାର ଭେଟେରାନ ନେତା ଜୟନ୍ତ ସିହ୍ନା ଦଳର କାରଣ ଦର୍ଶାଅ ନୋଟିସ୍‌କୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ ଏହି ନୋଟିସ୍‌ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିବା କହିଛନ୍ତି। ତେବେ ତାଙ୍କୁ ଚଳିତ ଲୋକ ସଭା ନିର୍ବାଚନରେ କାହିଁକି ଭୋଟ ଦେଇନାହାନ୍ତି ଏବଂ ନିର୍ବାଚନ ପ୍ରଚାରରେ ଅଂଶଗ୍ରହଣ କରିନାହାନ୍ତି ବୋଲି ପଚରାଯାଇଥିଲା। ଭାଜପାର ଝାଡ଼ଖଣ୍ଡର ସାଧାରଣ ସମ୍ପାଦକ ଆଦିତ୍ୟ ସାହୁ ଏହି ନୋଟିସ୍‌ ଜାରି କରିଥିଲେ। ଏହାର ଜବାବ ଦେଇ ବ୍ୟକ୍ତିଗତ ପ୍ରତିଶ୍ରୁତି ପାଇଁ ବିଦେଶରେ ଥିବାରୁ ପୋଷ୍ଟାଲ ବାଲାଟ ମାଧ୍ୟମରେ ସେ ନିଜର ଭୋଟ ଦେଇଥିବା ସିହ୍ନା କହିଛନ୍ତି ।

ଝାଡ଼ଖଣ୍ଡ ହଜାରିବାଗ ଆସନରୁ ବର୍ତ୍ତମାନର ଏମ୍‌ପି ସିହ୍ନା ଆଦିତ୍ୟ ସାହୁଙ୍କୁ ଦୁଇ ପୃଷ୍ଠାର ଚିଠି ଲେଖି କହିଛନ୍ତି, ଆପଣଙ୍କ ଚିଠି ପାଇ ବହୁତ ଆଶ୍ଚର୍ଯ୍ୟ ହେଲି। ଏହା ଗଣମାଧ୍ୟମରେ ପ୍ରକାଶ ପାଇଥିବା ଜାଣି ଆହୁରି ଚକିତ ହୋଇଗଲି। ମୁଁ ୨୦୨୪ ମାର୍ଚ୍ଚ ୨ରେ ଲୋକ ସଭା ନିର୍ବାଚନରେ ଭାଗ ନେଇପାରିବି ନାହିଁ ବୋଲି ଘୋଷଣା କରିଥିଲି। ଏନେଇ ମୁଁ ଭାଜପା ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ସହ କଥା ହୋଇଥିଲି। ସ୍ବୀକୃତି ମିଳିବା ପରେ ହିଁ ସେ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରିବାକୁ ନିଷ୍ପତ୍ତି ନେଇଥିଲି।

ଦଳ ଲୋକ ସଭା ନିର୍ବାଚନ ପାଇଁ ମନୀଷ ଜୈସଓ୍ବାଲଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା। ମୁଁ ମାର୍ଚ୍ଚ ୮ରେ ଅଭିନନ୍ଦନ ଜଣାଇଥିଲି, ଏହା ମୋର ସମର୍ଥନର ପ୍ରମାଣ ଥିଲା। ଏହି ସମୟରେ ଦଳ ଯଦି ଚାହୁଁଛି ଯେ ମୁଁ କୌଣସି ପ୍ରକାର ନିର୍ବାଚନ କାର୍ଯ୍ୟକଳାପରେ ଭାଗ ନେବି, ତେବେ ସେମାନେ ମୋ ସହ ଯୋଗାଯୋଗ କରିଥାନ୍ତେ। ହେଲେ ସେଭଳି କିଛି ହୋଇନାହିଁ। ମୋତେ କୌଣସି ଦଳୀୟ କାର୍ଯ୍ୟକ୍ରମ, ସମାବେଶ କିମ୍ବା ସାଂଗଠନିକ ବୈଠକକୁ ନିମନ୍ତ୍ରଣ କରାଯାଇନାହିଁ। ଯଦି ବାବୁଲାଲ ମାରାଣ୍ଡି ମୋତେ କାର୍ଯ୍ୟକ୍ରମରେ ସାମିଲ କରିବାକୁ ଚାହୁଁଛନ୍ତି, ସେ ନିଶ୍ଚିତ ଭାବରେ ମୋତେ ନିମନ୍ତ୍ରଣ କରିଥାନ୍ତେ, ହେଲେ ସେ ତାହା କରି ନ ଥିବା ଜୟନ୍ତ ମଧ୍ୟ କହିଛନ୍ତି।

ଲୋକ ସଭା ବାଚସ୍ପତିଙ୍କୁ ଜଣାଇବା ପରେ ମୁଁ କିଛି ବ୍ୟକ୍ତିଗତ ପ୍ରତିଶ୍ରୁତି ହେତୁ ମେ’ ୧୦ରେ ବିଦେଶ ଯାଇଥିଲି। ଯେହେତୁ ପାର୍ଟି ମୋତେ କୌଣସି କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରି ନ ଥିଲା, ତେଣୁ ମୁଁ ସେଠାରେ ରହିବାର ଆବଶ୍ୟକତା ଦେଖିଲି ନାହିଁ। ଯିବା ପୂର୍ବରୁ ମୁଁ ଡାକ ଭୋଟ ପ୍ରକ୍ରିୟା ମାଧ୍ୟମରେ ମୋର ଭୋଟ ଦେଇଥିଲି, ତେଣୁ ମୋର ଭୋଟ କର୍ତ୍ତବ୍ୟ ପାଳନ କରି ନାହିଁ ବୋଲି ଅଭିଯୋଗ କରିବା ଭୁଲ। ବିଗତ ଅନେକ ଦଶନ୍ଧି ମଧ୍ୟରେ, ମୁଁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥା ଅର୍ଥପୂର୍ଣ୍ଣ ଜାତୀୟ ନୀତିଗତ ପଦକ୍ଷେପରେ ଦଳକୁ ସାହାଯ୍ୟ କରିଛି। ଏହି ପଦବୀଗୁଡିକ ଧରିଥିବାବେଳେ ମୋର କାର୍ଯ୍ୟକୁ ପ୍ରଶଂସା କରାଯାଇଛି। ମୁଁ ଦଳର ସମସ୍ତ ଦାୟିତ୍ୱକୁ ପୂର୍ଣ୍ଣ ନିଷ୍ଠା ଏବଂ ସଚ୍ଚୋଟତା ସହିତ ପୂରଣ କରିଛି। ଏହାସତ୍ତ୍ୱେ ଆଦିତ୍ୟ ସାହୁଙ୍କ ତରଫରୁ କାରଣ ଦର୍ଶାଅ ନୋଟିସ ପ୍ରଚାର କରିବା ବିଷୟରେ ସେ କହିଛନ୍ତି, ‘ଏହି ଚିଠିକୁ ସର୍ବସାଧାରଣରେ ପ୍ରକାଶ କରିବା ମୋ ଦୃଷ୍ଟିରେ ଅନୁଚିତ। ଉତ୍ସର୍ଗୀକୃତ କାର୍ଯ୍ୟକର୍ତ୍ତାଙ୍କୁ ନିରାଶ କରିବା ବ୍ୟତୀତ ଏହି ମନୋଭାବ ଦଳର ସାମୂହିକ ଉଦ୍ୟମକୁ ମଧ୍ୟ ଦୁର୍ବଳ କରିବାକୁ ଯାଉଛି। ଅଧିକନ୍ତୁ, ଦଳ ପ୍ରତି ମୋର ବିଶ୍ୱସ୍ତତା ଏବଂ କଠିନ ପରିଶ୍ରମ ସତ୍ତ୍ୱେ ମୋତେ ଅନ୍ୟାୟ କରାଯାଇ ଟାର୍ଗେଟ କରାଯାଇଛି ବୋଲି ଜୟନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri