Posted inଫୁରସତ

ପ୍ରଥମ ରୋଜଗାରର ଶିହରଣ ଏବେ ବି ଅନୁଭବ କରେ:ସୌମ୍ୟଶ୍ରୀ ପାଣିଗ୍ରାହୀ

ସବୁବେଳେ ନାହିଁ ନାହିଁର ଜୀବନ ଜିଇଆସିଥିବା, ସବୁକଥାରେ କାଣ୍ଟଛାଣ୍ଟ କରୁଥିବା, ଅୟସର ସ୍ବପ୍ନ ଦେଖିବାକୁ ନିଜ ମନକୁ ହାଲ୍‌କା ଭାବେ ଆକଟ କରୁଥିବା ୨୦/୨୨ ବର୍ଷର ଯୁବକ ହାତରେ ଯଦି ଅଚାନକ ପଇସାର ବିଡ଼ାଟେ ଧରେଇ ଦିଆଯାଏ, ସିଏ ହୁଏତ ଖୁସିରେ ପାଗଳ ହୋଇଯିବ। ମୋ ଅବସ୍ଥା ବି ଠିକ୍‌ ସେୟା ହୋଇଥିଲା। ଯେତେବେଳେ ମୋ ଗୁରୁ ସାକେତ ସାର୍‌ ମୋ ହାତକୁ ବଢ଼େଇ ଦେଲେ ନୂଆ ୧୦୦ ଟଙ୍କିଆ ବିଡ଼ା ଦୁଇଟି; ତାହା ଥିଲା ମୋ ଜୀବନର ପ୍ରଥମ ରୋଜଗାର ୨୦ ହଜାର ଟଙ୍କା। ଆପଣ କହିପାରନ୍ତି ମୋ ଛାତ୍ରଜୀବନର ପ୍ରଥମ ଦରମା। କୃଷି ଅର୍ଥନୀତିରେ ସ୍ନାତକୋତ୍ତର ଛାତ୍ର ଭାବେ ମୁଁ ସେତେବେଳେ ପଢୁଥାଏ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ। ପାଠ ସିନା ଅର୍ଥନୀତି କିନ୍ତୁ ହାତରେ ଅର୍ଥ ରହୁ ନ ଥାଏ। ସେତେବେଳକୁ ମୁଁ ପ୍ରାୟ ୮ ବର୍ଷ ହଷ୍ଟେଲରେ ରହିସାରିଥାଏ। କେବେ ଭୁବନେଶ୍ୱରର ଭଡ଼ାଘରେ ତ କେବେ ଚିପିଲିମା କୃଷି ମହାବିଦ୍ୟାଳୟରେ। ବାପା/କକା ନିୟମିତ ଭାବେ ପଇସା ପଠାନ୍ତି। ପଢ଼ାଖର୍ଚ୍ଚ ବାଦ୍‌ ଆଉ ଅଳ୍ପ କିଛି ବଳକାରେ ମାସଯାକ ଚଳିଯିବା କଥା। ଆଉ ମଉଜମସ୍ତି କଥା ଭାବିବା ମନା। ନିଶା ଘାରିଥାଏ ପାଠ ପଢ଼ିବି, ଅଧ୍ୟାପକ ହେବି, ପିଲାଙ୍କୁ ପଢ଼େଇବି, ପୁଣି ନିଜେ ଆହୁରି ପଢ଼ିବି। ଏମିତି ଗୋଟେ ଝୁଙ୍କ୍‌ରେ ପଢ଼ା ଚାଲିଥାଏ। ରୋଜଗାରର ଚିନ୍ତା ସେ ଝୁଙ୍କ୍‌ରେ ଧୀରେ ଧୀରେ କୁହୁଳିବାରେ ଲାଗିଥାଏ। ଏଣେ ବୟସ ବଢ଼ିଚାଲିଥାଏ। ପାଠପଢ଼ା ମୋଟାମୋଟି ସରିଆସୁଥାଏ। ସ୍ନାତକୋତ୍ତର ଦ୍ୱିତୀୟ ବର୍ଷର ମଧ୍ୟଭାଗରେ ମୋ ଗାଇଡ୍‌ (ସାକେତ ସାର; ଯିଏ ଏବେ ଅରୁଣାଚଳ ପ୍ରଦେଶର ରାଜୀବ ଗାନ୍ଧୀ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ କୁଳପତି)ଙ୍କ ପାଖକୁ ଏକ ଅନ୍ତର୍ଜାତୀୟ ସଂସ୍ଥାର ପ୍ରକଳ୍ପଟିଏ ଗବେଷଣା ପାଇଁ ଆସିଲା। ସେ ମୋତେ ସେଥିରେ ସାମିଲ କରିନେଲେ ଏବଂ ପାରିଶ୍ରମିକ କିଛି ମିଳିବ ବୋଲି କହିଥିଲେ। ପ୍ରାୟ ୨ ମାସ ପରେ ସେ ପ୍ରକଳ୍ପ ସରିଆସିଲା ବେଳକୁ ସାର୍‌ ମୋ ହାତକୁ ୨୦ ହଜାର ଟଙ୍କା ବଢ଼େଇ ଦେଲେ; ଯାହା ଥିଲା ମୋ ଦୁଇମାସ ପରିଶ୍ରମର ମୂଲ୍ୟ, ଆଉ ମୋର ପ୍ରଥମ ରୋଜଗାର। ସେଥିରୁ କିଛି ଗଲା କାଶୀ ବିଶ୍ୱନାଥଙ୍କ ହୁଣ୍ଡିକୁ, ଆଉ କିଛି ସେଠାକାର ପୂଜକଙ୍କ ପକେଟକୁ। ନିଜ ସାଙ୍ଗମାନଙ୍କୁ ଭୋଜିଟିଏ ଦେଇସାରି ବାପାଙ୍କ ପାଇଁ ଗୋଟେ ଶାର୍ଟ, ବୋଉ ଲାଗି ଶାଢ଼ିଟିଏ କିଣିସାରିଲା ପରେ ବି ପକେଟରେ ଥାଏ ଆହୁରି କେଇଖଣ୍ଡ ୧୦୦ ଟଙ୍କିଆ ନୋଟ୍‌। ସେ ସବୁ ସାଇତା ହୋଇ ରହିଲା ଆମ ଗାଁ ଠାକୁର ଦାମୋଦର ଜୀଉଙ୍କ ପାଇଁ। ମୋଟାମୋଟି ସ୍ବପ୍ନର ପାହାଡ଼ ଉପରକୁ ଚଢ଼ିବା ପାଇଁ ସେଇ ପ୍ରଥମ ରୋଜଗାର ଯଥେଷ୍ଟ ନ ଥିଲେ ବି ପ୍ରଥମ ପାହାଚ ନିଶ୍ଚୟ ଚଢ଼େଇ ସାରିଥିଲା; ଯାହା ଏକ ରୋମାଞ୍ଚକର ଶିହରଣରେ ଭରିଦେଇଥିଲା ସେଇ ମୁହୂର୍ତ୍ତକୁ। ପାଠପଢ଼ା ସରିବା ପରେ ଚାକିର ଖୋଜିଛି, ଅଳ୍ପ ଦରମାରେ ଚାକିରିକରି ମାସକରେ ଛାଡିଛି। ପୁଣି ଲୋକସେବା ଆୟୋଗର ପରୀକ୍ଷା ଦେଇ ଚାକିରି କରିଛି। ସବୁଠି ମାସ ଶେଷରେ ଦରମା ପାଇଛି ସତ କିନ୍ତୁ ପାଠପଢ଼ା ସମୟରେ ପାଇଥିବା ପ୍ରଥମ ଦରମା ସହ କେହି ବି ତୁଳନୀୟ ନୁହେଁ। ଏମିତିରେ ବି ପିଲାଦିନେ ଘରକୁ କେହି କୁଣିଆ ଆସୁଥିଲେ ହାତରେ ଗୁଞ୍ଜି ଦେଉଥିଲେ ୧୦/୨୦ ଟଙ୍କା, କିନ୍ତୁ ସେସବୁ କ’ଣ ପ୍ରଥମ ରୋଜଗାର କି? ନିଜେ ପରିଶ୍ରମ କରି, ଖରାତରାରେ ୨ ମାସ କାଳ ବୁଲି ବୁଲି, ଉତ୍ତର ପ୍ରଦେଶରେ ଗାଁ ଦାଣ୍ଡରେ ଯେଉଁ ଝାଳ ବୁହାଇଥିଲି, ତାହାରି ଫଳସ୍ବରୂପ ମୋ ହାତକୁ ଆସିଥିଲା ମୋର ପ୍ରଥମ ରୋଜଗାର ହୋଇ। ସେଥିପାଇଁ ତାହା ସ୍ବତନ୍ତ୍ର ଆଉ ମନତଳେ ସବୁଦିନ ପାଇଁ ସାଇତା ହୋଇ ରହିଲାଭଳି ଅଧ୍ୟାୟଟିଏ, ଯାହାକୁ ମୁଁ ଆଜିଯାଏ ଭୁଲିନି କି ଭୁଲିପାରିବିନି ମରିବାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସବୁଠୁ ମହଙ୍ଗା ଫଳ: ମୂଲ୍ୟ ଜାଣିଲେ ଉଡିଯିବ ହୋଶ୍‌

ସାଧାରଣତଃ ମହଙ୍ଗା ଜିନିଷ କିଣିବାକୁ ହେଲେ ଲୋକେ ବିଳାସପୂର୍ଣ୍ଣ କାର, ସୁନା ଏବଂ ହୀରା ବିଷୟରେ ଚିନ୍ତା କରନ୍ତି। କିନ୍ତୁ ଜାପାନରେ ଏକ ତରଭୁଜ ଅଛି,...

ଏପରି ଗାଁ, ଯେଉଁଠି କାହା ଘରେ ନାହିଁ ରୋଷେଇ ଘର: ଖାଇବା ଶୈଳୀ ଜାଣିଲେ ଉଡ଼ିଯିବ ହୋଶ୍‌

ଶତାବ୍ଦୀ ଧରି ଭାରତୀୟ ଗ୍ରାମଗୁଡ଼ିକ ସେମାନଙ୍କର ସରଳତା ଏବଂ ପରମ୍ପରା ପାଇଁ ଜଣାଶୁଣା। ସମୟ ବଦଳିଛି ଏବଂ ସୁବିଧାସୁଯୋଗ ବୃଦ୍ଧି ପାଇଛି। କିନ୍ତୁ ଆଜି ମଧ୍ୟ...

Post Officeର ଜବରଦସ୍ତ ସ୍କିମ୍‌: ମାସିକ ୫୫୫୦ ଟଙ୍କା ରୋଜଗାର ଗ୍ୟାରେଣ୍ଟି

ପୋଷ୍ଟ ଅଫିସ ଗ୍ରାହକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସଞ୍ଚୟ ଯୋଜନା ପ୍ରଦାନ କରେ। ପୋଷ୍ଟ ଅଫିସ ଏକ ଉଲ୍ଲେଖନୀୟ ଯୋଜନା ହେଉଛି, ମାସିକ ଆୟ ଯୋଜନା...

ବ୍ୟକ୍ତିଙ୍କୁ ଏମିତି ଆକ୍ରମଣ କଲା ବିଶାଳକାୟ ଅଜଗର, ଭିଡିଓ ଦେଖିଲେ…

ସାପକୁ ସାମ୍ନା କରିବା କିମ୍ବା ବୀରତ୍ୱପୂର୍ଣ୍ଣ ସାହସ ପ୍ରଦର୍ଶନ କରିବା ପ୍ରାୟତଃ ଘାତକ ସାବ୍ୟସ୍ତ ହୋଇଥାଏ। ତେଣୁ ଅଧିକାଂଶ ଲୋକ ସାପଠାରୁ ଦୂରେଇ ରହିବାକୁ ପସନ୍ଦ...

ମାତ୍ର ୫ ହଜାର ଟଙ୍କାରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ: ପ୍ରଥମ ଦିନରୁ ଲାଭ ହିଁ ଲାଭ…

ନୂଆଦିଲ୍ଲୀ,୧୨।୧୨: ଅନେକ ଲୋକ ଚାକିରି ଛାଡି ନିଜର ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ତଥାପି, ଅନେକ ଲୋକ ପାଣ୍ଠି ଅଭାବରୁ ଏହା କରିପାରୁ ନାହାଁନ୍ତି।...

କିଏ ଅଧିକ ପଢିଛନ୍ତି ରାହୁଲ ନା ପ୍ରିୟଙ୍କା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୧।୧୨: ଗାନ୍ଧୀ ପରିବାର ଭାରତୀୟ ରାଜନୀତିରେ ସବୁଠାରୁ ଚର୍ଚ୍ଚିତ ପରିବାର ମଧ୍ୟରୁ ଗୋଟିଏ। ବର୍ତ୍ତମାନ ଏହି ପରିବାରର ଦୁଇ ପ୍ରମୁଖ ବ୍ୟକ୍ତି, ରାହୁଲ ଗାନ୍ଧୀ ଏବଂ...

ଫ୍ରିଜ୍‌ରେ ଅଣ୍ଡା ରଖିଲେ ପଚିଯାଏ ନା ସତେଜ ରହେ, ପ୍ରକୃତ ଉତ୍ତର ଜାଣିଲେ…

ଅଣ୍ଡା ପୁଷ୍ଟିସାରର ଏକ ବଡ଼ ଉତ୍ସ, ତେଣୁ ଏହାକୁ ଅଧିକାଂଶ ଘରେ ରଖାଯାଇଥାଏ। କିନ୍ତୁ ଏହାକୁ କେଉଁଠାରେ ରଖିବେ ସେନେଇ ଚିନ୍ତାରେ ଥାନ୍ତି ଗୃହିଣୀମାନେ। ଫ୍ରିଜ୍‌ରେ...

୨୦୨୬ଆରମ୍ଭରୁ ଯୁଦ୍ଧ ନୁହେଁ ହେବ ପ୍ରଳୟ! ସଙ୍କେତ ଦେଲାଣି ଗ୍ରହ ଚଳନ, ଭାରତରେ ପଡିବ ପଡ଼ ପ୍ରଭାବ

ନୂଆଦିଲ୍ଲୀ,୧୧।୧୨: ୨୦୨୬ ହେଉଛି ଏପରି ଏକ ବର୍ଷ ଯାହାକୁ ବିଶ୍ୱ ଅଣଦେଖା କରିପାରିବ ନାହିଁ। ଅନେକ ସୀମା ଏପରି ଏକ ସମୟରେ ଆସିବ ଯେଉଁଠାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri