କନ୍ଧମାଳ, ରାୟଗଡ଼ା ଗଞ୍ଜେଇର ବଢ଼ିଛି ଚାହିଦା

ନୟାଗଡ଼, ୧୯।୫(ଲୋକନାଥ ମିଶ୍ର)କନ୍ଧମାଳ ଓ ରାୟଗଡ଼ା ଗଞ୍ଜେଇର ଚାହିଦା ବଢ଼ୁଛି। ପୋଲିସ ଓ ଅବକାରୀ ବିଭାଗର ଧରପଗଡ଼ରେ ବିଭିନ୍ନ ସମୟରେ କନ୍ଧମାଳ ଜିଲାର ବ୍ୟବସାୟୀ ଓ ଏଠାରୁ ବିଭିନ୍ନ ଅଞ୍ଚଳର ବ୍ୟବସାୟୀ ଗଞ୍ଜେଇ ଆଣି ଧରାପଡିବା ପରେ ଏହା ସ୍ପଷ୍ଟ ହୋଇ ସାରିଲାଣି। ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ. ଜାତୀୟ ରାଜପଥ ଗଞ୍ଜେଇ ବ୍ୟବସାୟୀଙ୍କ ପାଇଁ ନିରାପଦ ରାସ୍ତା ପାଲଟିଛି। ନୟାଗଡ଼ ଜିଲା ପୋଲିସ ଓ ଅବକାରୀ ବିଭାଗର ଧରପଗଡ଼ରେ ଯଦିଓ କେତେଜଣ ଖୁଚୁରା ବ୍ୟବସାୟୀ ଗିରଫ ହେଉଛନ୍ତି ତେବେ ବେଆଇନ ଗଞ୍ଜେଇ ଚାଲାଣ ଉପରେ ରୋକ ଲାଗି ପାରୁନି। ବଡ଼ ବଡ଼ ନିଶା ବେପାରୀମାନେ ଛୋଟ ଖୁଚୁରା ବ୍ୟବସାୟୀ ଓ ବେକାର ଯୁବକମାନଙ୍କୁ ଏଥିରେ ନିୟୋଜିତ କରାଇ ଲାଭରେ ରହୁଛନ୍ତି। କେତେବେଳେ ପନିପରିବା ଗାଡିରେ ତ ଆଉ କେତେବେଳେ ବଲ୍ଲା ଥିବା ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଛି। ପୁଣି ବାଇକ୍‌ ଓ ସ୍କୁଟି ଯୋଗେ ମଧ୍ୟ ଗଞ୍ଜେଇ ଚାଲାଣ ହେଉଛି। ଏକ୍ସପ୍ରେସ୍‌ ବସ ଯୋଗେ ଗଞ୍ଜେଇ ଆସୁଛି। ପୋଲିସର ଧରପଗଡ଼ ବେଳେ ପରିବା, କାଠ ବୋଝେଇ ଗାଡ଼ି ଭିତରୁ, ଏକ୍ସପ୍ରେସ, ଓଏସ୍‌ଆର୍‌ଟିସି ବସ୍‌ ଓ ସ୍କୁଟିରୁ ଗଞ୍ଜେଇ ଜବତ ହୋଇଛି।

ପ୍ରକାଶ ଯେ, ସପ୍ତାହେ ଭିତରେ ନୟାଗଡ଼ ଜିଲାର ବିଭିନ୍ନ ଥାନା ପକ୍ଷରୁ ଧରପଗଡ଼ କରାଯାଇ ୩୪ କେଜି ଗଞ୍ଜେଇ ଜବତ ହୋଇଛି। ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ୫ଟି ମାମଲା କରାଯାଇ ୬ ଗଞ୍ଜେଇ ବ୍ୟବସାୟୀଙ୍କୁ ଗିରଫ କରାଯାଇ ଜେଲ ପଠାଯାଇଛି। ନିର୍ବାଚନ ସମୟ ଯୋଗୁ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ନିଶା କାରବାରକୁ ରୋକିବା ପାଇଁ ଗୁରୁତ୍ୱ ଦିଆଯାଉଥିବାରୁ କେତେଜଣ ବ୍ୟବସାୟୀ ଧରା ପଡିଛନ୍ତି। ଅନ୍ୟପକ୍ଷେ ୨୦୨୧ ଜୁନ ୩ରେ ଦଶପଲ୍ଲା ଥାନା ପୋଲିସ ଏକ ବାଇଗଣ ବୋଝେଇ ଗାଡିରୁ ୯୧ କେଜି ଗଞ୍ଜେଇ ଜବତ କରିଥିଲା। ବାଇଗଣ ବୋଝେଇ ଗାଡିକୁ ଅନ୍ୟ ୨ଟି କାର ସୁରକ୍ଷା ଦେଇ ଆଣୁଥିଲେ। ଦଶପଲ୍ଲା ଥାନା ସମ୍ମୁଖରୁ ଗଞ୍ଜେଇ ଜବତ ହୋଇଥିଲା। ଗଞ୍ଜେଇ ଏପରି ରହିଥିଲା ଜଣେ ସହଜରେ ଜାଣିପାରିବ ନାହିଁ । ଏଥିରେ ନିଶାଦ୍ରବ୍ୟ ଯାଉଛି। ୨୦୨୦ ଫେବୃଆରୀ ୧୪ରେ ଏକ ଟ୍ରକ୍‌ରେ ୧.୮୦ କୋଟି ଟଙ୍କାର ଗଞ୍ଜେଇ ଚାଲାଣ ହେଉଥିଲା।
ଟ୍ରକ୍‌ରେ ୧୨ ଶହ କେଜିର ୩୯ ବସ୍ତା ଗଞ୍ଜେଇ ଥିଲା। ଗୋଟିଏ ବସ୍ତା ଭିତରେ ୩ କେଜିଆ ପ୍ୟାକେଟ ୮ରୁ ୧୦ଟା ରହିଥିଲା। ଗଞ୍ଜେଇ ଚାଲାଣ ସମ୍ପର୍କରେ ଜଣା ନ ପଡିବା ପାଇଁ ଉପରେ ବଲ୍ଲା କାଠ ତଳେ ଗଞ୍ଜେଇ ରଖା ଯାଇଥିଲା। ବିଭିନ୍ନ ସମୟରେ ଜବତ ହେଉଥିବା ଗଞ୍ଜେଇ କନ୍ଧମାଳ, ରାୟଗଡାରୁ ଆସୁଥିବା ଜଣାପଡୁଛି। କୋଲକତା, ଭୁବନେଶ୍ୱର, ଖୋର୍ଦ୍ଧା, ଭୁବନେଶ୍ୱର, ପୁରୀ, ନୟାଗଡ଼କୁ ଗଞ୍ଜେଇ ଚାଲାଣ ହେଉଛି। ଏ ନେଇ ଜଣେ ଗଞ୍ଜେଇ ବ୍ୟବସାୟୀ କହିଛନ୍ତି, ଆମକୁ ଟ୍ରେନ ଯୋଗେ ଗଞ୍ଜେଇ ନେବା ସୁବିଧା ହୋଇଥାଏ। ତେବେ ଟ୍ରେନରେ ଧରପଗଡ଼ ହେଉଥିବାରୁ ଏକ୍ସପ୍ରେସ୍‌ ବସ୍‌ରେ ନେଉଥିଲୁ। କେହି ଯିବାକୁ ପଡୁ ନ ଥିଲା। ବସ୍‌ କର୍ମଚାରୀଙ୍କ ସହଯୋଗ ହେତୁ କାରବାର ଭଲରେ ଚାଲିଥିଲା। ଧରା ପଡିଲେ ମଧ୍ୟ ବସ୍‌ କର୍ମଚାରୀଙ୍କର ଅସୁବିଧା ହେଉ ନ ଥିଲା। ତେବେ ମୋଟା ଅଙ୍କର ଗଞ୍ଜେଇ ଯିବାକୁ ହେଲେ କାର ଆଦି ଯାନବାହନ ଦରକାର ହେଉଥିଲା। ଆମେ ବାଟରେ ପଡୁଥିବା ପୋଲିସ, ଅବକାରୀ ବିଭାଗର କର୍ମଚାରୀଙ୍କୁ ଖୁସ୍‌ କରୁଥିଲୁ। ତେବେ କରୋନା ସମୟରେ ଶଟଡାଉନ ଓ ଲକ୍‌ଡାଉନ ଯୋଗୁ ବ୍ୟବସାୟର ତରିକା ବଦଳି ଗଲା। ବାଇକ୍‌, ସ୍କୁଟି, ଅଟୋରେ ଗଞ୍ଜେଇ ଚାଲାଣ ସୁବିଧା ହେଉଛି। ହେଲେ ବଡ଼ ବ୍ୟବସାୟୀମାନେ ଯାଇ ନ ଥାନ୍ତି । କେତେଜଣ ଲୋକ ଏଥିପାଇଁ ସ୍ବତନ୍ତ୍ର ଭାବେ ନିୟୋଜିତ ହେଉଛନ୍ତି। ପୁଣି କେତେଜଣ ଛୋଟ ବ୍ୟବସାୟୀ ଗଞ୍ଜେଇ ନେବାରେ ସହଯୋଗ କରୁଛନ୍ତି। ଭଲ ଲାଭ ଥିବାରୁ ପୋଲିସ ଓ ଅବକାରୀ ବିଭାଗର ଧରପଗଡ କିଛି ଫରକ ପଡେନା। ଗିରଫ ବ୍ୟକ୍ତି ଜେଲରୁ ବାହାରିବା ପରେ ପୁଣି ଗଞ୍ଜେଇ ବ୍ୟବସାୟ କରିଥାନ୍ତି। ଏ ନେଇ ନୟାଗଡ଼ ଏସ୍‌ପି ରାହୁଲ ଜୈନଙ୍କୁ ପଚାରିବାରେ ଗଞ୍ଜେଇ ଚୋରା ଚାଲାଣ ରୋକିବାକୁ ଉଦ୍ୟମ ଚାଲିଛି। ବିଭିନ୍ନ ସମୟରେ ଧରପଗଡ଼ କରାଯାଇ ଗଞ୍ଜେଇ ଜବତ କରାଯାଉଛି। ସପ୍ତାହକ ଭିତରେ ନୟାଗଡ଼ ଜିଲାର ବିଭିନ୍ନ ଥାନା ପକ୍ଷରୁ ଧରପଗଡ କରାଯାଇ ୩୪ କେଜି ଗଞ୍ଜେଇ ଜବତ ହୋଇଛି। ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ୫ଟି ମାମଲା କରାଯାଇ ୬ ଗଞ୍ଜେଇ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ଅବକାରୀ ଏସ୍‌ପି କରୁଣା ଶଙ୍କର ତିୱାରୀଙ୍କୁ ପଚାରିବାରେ ଗଞ୍ଜେଇ ରାଜପଥରେ ଆସୁଥିବାରୁ ଜଣାପଡିବା ଓ ନିର୍ବାଚନ ସମୟ ଯୋଗୁ ଧରପଗଡକୁ ତ୍ୱରାନ୍ବିତ କରାଯାଇଛି। ବିଭିନ୍ନ ସମୟରେ ଗଞ୍ଜେଇ ଜବତ କରାଯାଉଛି ଓ ବ୍ୟବସାୟୀଙ୍କୁ ଗିରଫ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri