Posted inଖେଳ

ଅବସର ଘୋଷଣା କଲେ ଫୁଟ୍‌ବଲ୍‌ ଆଇକନ୍‌ ସୁନୀଲ ଛେତ୍ରୀ

ନୂଆଦିଲ୍ଲୀ,୧୬।୫: ଅନ୍ତର୍ଜାତୀୟ ଫୁଟ୍‌ବଲରୁ ଅବସର ଘୋଷଣା କଲେ ଫୁଟ୍‌ବଲ୍‌ ଆଇକନ୍‌ ସୁନୀଲ ଛେତ୍ରୀ। ଜୁନ୍‌ରେ କୁଏତ ବିପକ୍ଷ ଫିଫା ବିଶ୍ୱକପ୍‌ ଯୋଗ୍ୟତା ମ୍ୟାଚ୍‌ ପରେ ସେ ଅବସର ନେବେ ବୋଲି ଗୁରୁବାର ଘୋଷଣା କରିଛନ୍ତି। ଜାତୀୟ ଦଳର ଅଧିନାୟକ ତାଙ୍କ ନିଷ୍ପତ୍ତିକୁ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ବାର୍ତ୍ତା ଯୋଗେ ପୋଷ୍ଟ କରିଛନ୍ତି। ତେବେ ଛେତ୍ରୀ ୨୦ ବର୍ଷ କ୍ୟାରିୟରରେ ଭାରତ ପାଇଁ ୧୪୫ ମ୍ୟାଚ୍‌ ଖେଳି ୯୩ ଗୋଲ୍‌ ସ୍କୋର କରିଛନ୍ତି।

ଛେତ୍ରୀ କହିଛନ୍ତି, ଏମିତି ନୁହେଁ ଯେ ମୁଁ କ୍ଲାନ୍ତ ଅନୁଭବ କରୁଥିଲି। ହେଲେ ଯେତେବେଳେ ଏହା ମୋର ଶେଷ ଖେଳ ହେବା ଉଚିତ ବୋଲି ମନେ ହୋଇଥିଲା, ଏନେଇ ବହୁତ ଚିନ୍ତା କରିଥିଲି। ଶେଷରେ ଏହି ନିଷ୍ପତ୍ତିରେ ପହଞ୍ଚିଲି। ଏହା ପରେ ମୁଁ ଦୁଃଖିତ ହେବି କି? ନିହାତି। ପ୍ରତିଦିନ ଏହାକୁ ନେଇ ଦୁଃଖ ଅନୁଭବ କରିବି କି? ହଁ। ୨୦ ଦିନର ତାଲିମ ପରେ ସବୁକିଛି ଶେଷ ହୋଇଥିବାକୁ ମନେ ପକାଇବି କି? ହଁ। ଏସବୁ କିଛି ଚାଲିଯିବ। କାରଣ ଭିତରେ ଥିବା ଏହି ପିଲା କେବେ ବି ରହି ଯିବାକୁ ଚାହେଁନାହିଁ। ଏଣୁ ସମୟ ଲାଗିବ। ଯଦି ଦେଶ ପାଇଁ ଖେଳିବାକୁ ସୁଯୋଗ ଦିଆଯାଏ ତେବେ କେବେ ବି ନୁହେଁ ବୋଲି ସେ ଭିଡିଓରେ କହିଛନ୍ତି।

ଏହାଛଡ଼ା ଗତ ୧୯ ବର୍ଷ ମଧ୍ୟରେ ଯେଉଁ ଅନୁଭବ ପାଇଛି ତାହା ହେଉଛି କର୍ତ୍ତବ୍ୟ, ଚାପ ଏବଂ ଅପାର ଆନନ୍ଦ ମଧ୍ୟରେ ବହୁତ ସୁନ୍ଦର ମିଶ୍ରଣ। ତେବେ ନିଜକୁ ଯେତେବେଳେ ନିଷ୍ପତ୍ତି ନେଇ କହିଥିଲି ସେତେବେଳେ ସବୁକିଛି ମନେ ପଡ଼ିଥିଲା। ଏହା ଅଦ୍ଭୁତ ଥିଲା। ହେଲେ ପରେ ସେ ଏନେଇ ପରିବାରଲୋକଙ୍କୁ ଜଣାଇଥିଲେ। ମା’ ଏବଂ ପତ୍ନୀ ନିଷ୍ପତ୍ତି ଶୁଣି କାନ୍ଦି ପକାଇଥିବା ସେ ମଧ୍ୟ କହିଛନ୍ତି।

ପ୍ରକାଶ ଯେ, ୨୦୦୫ରେ ଭାରତ ପାଇଁ ଡେବ୍ୟୁ କରିଥିଲେ ଛେତ୍ରୀ। ମାର୍ଚ୍ଚରେ ଛେତ୍ରୀ ଭାରତ ପାଇଁ ୧୫୦ ଥର ପାଇଁ ଖେଳିବାର ଗୌରବ ଅର୍ଜ କରିଥିଲେ। ଏଯାବତ ସେ ୯୪ ଗୋଲ୍‌ ସ୍କୋର କରି ଭାରତର ସର୍ବକାଳୀନ ଟପ୍‌ ସ୍କୋରର୍‌ ରହିଆସିଛନ୍ତି। ତାଙ୍କ ଅଧିନାୟକତ୍ୱରେ ବର୍ତ୍ତମାନ ଭାରତ ୨୦୨୬ ଫିଫା ବିଶ୍ୱକପ୍‌ କ୍ୱାଲିଫାୟାର ଗ୍ରୁପ୍‌ ଏରେ ଦ୍ୱିତୀୟ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri