Posted inଜାତୀୟ

ଏକମାତ୍ର ଗ୍ୟାରେଣ୍ଟି ‘ମୋଦି ଜିତିବେନି’

କଲ୍ୟାଣୀ,୧୫ା୫: ଚଳିତ ଲୋକ ସଭା ନିର୍ବାଚନରେ ‘ଇଣ୍ଡିଆ’ ବ୍ଲକ୍‌ ୩୦୦ ଆସନ ଦଖଲ କରି ସରକାର ଗଢ଼ିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥର କ୍ଷମତାକୁ ଫେରିପାରିବେ ନାହିଁ। ସେ ତୃତୀୟ ଥର ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ। ଏହା ଏକମାତ୍ର ଗ୍ୟାରେଣ୍ଟି ବୋଲି ମଙ୍ଗଳବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
କଂଗ୍ରେସ ସୁପ୍ରିମୋ ମମତା କଲ୍ୟାଣୀରେ ଏକ ସଭାକୁ ସମ୍ବୋଧିତ କରି କହିଛନ୍ତି, ସନ୍ଦେଶଖାଲି ପ୍ରସଙ୍ଗରେ ଭାଜପା ମିଛ ବିସ୍ତାର କରି ରାଜ୍ୟର ମହିଳାମାନଙ୍କ ଛବି ମଳିନ କରୁଛି। ତେଣୁ ଗୋଟିଏ କଥା ନିଶ୍ଚିତ ହୋଇଛି। ତାହା ହେଲା ମୋଦି କ୍ଷମତାକୁ ଫେରୁନାହାନ୍ତି। ଇଣ୍ଡିଆ ବ୍ଲକ୍‌ ୨୯୫ରୁ ୩୧୫ ଆସନରେ ବିଜୟୀ ହେବ। ଭାଜପା ସର୍ବାଧିକ ୨୦୦ ଆସନରେ ସୀମିତ ହୋଇ ରହିଯିବ। ବର୍ତ୍ତମାନ ସତ ପଦାକୁ ଆସିବା ପରେ ‘ଗ୍ୟାରେଣ୍ଟି ବାବୁ’ (ମୋଦି) ସନ୍ଦେଶଖାଲିର ଭିଡିଓ ନ ଦେଖାଇବା ପାଇଁ ଟିଭି ଚ୍ୟାନେଲଗୁଡ଼ିକୁ ନିର୍ଦ୍ଦେଶ ଦେଉଛନ୍ତି। ପଶ୍ଚିମବଙ୍ଗ ଓ ରାଜ୍ୟର ମହିଳାମାନଙ୍କୁ ବଦନାମ କରିବା ପାଇଁ ଭାଜପାବାଲା ଷଡ଼ଯନ୍ତ୍ର କରିଥିଲେ, ଯାହାକି ଧରାପଡ଼ିଯାଇଛି। ପ୍ରକାଶ ଯେ, ରବିବାର ହାଓଡାରେ ରାଲିବେଳେ ପ୍ରଧାନମନ୍ତ୍ରୀ ସନ୍ଦେଶଖାଲି ପ୍ରସଙ୍ଗରେ ମମତାଙ୍କୁ ସମାଲୋଚନା କରିଥିଲେ। ଦିଦିଙ୍କ ଟିଏମ୍‌ସି ଅତୀତର କୁକାର୍ଯ୍ୟ (ମହିଳାଙ୍କୁ ଯୌନ ନିର୍ଯାତନା ଓ ଜମି ହଡ଼ପ)କୁ ଘୋଡ଼ାଇବା ପାଇଁ ଉଦ୍ୟମ କରୁଥିବା ସେ କହିଥିଲେ। ତେବେ ଜଣେ ସ୍ଥାନୀୟ ଭାଜପା ନେତା ସନ୍ଦେଶଖାଲିର ମହିଳାମାନଙ୍କଠାରୁ ସାଦା କାଗଜରେ ଦସ୍ତଖତ କରାଉଥିବା ବେଳର ଭିଡିଓ ଭାଇରାଲ ହୋଇଥିଲା। ପରେ ସେହି ସାଦା କାଗଜରେ ଟିଏମ୍‌ସି ନେତାମାନଙ୍କ ବିରୋଧରେ ଅଭିଯୋଗ ଉଲ୍ଲେଖ କରି ଥାନାରେ ଏତଲା ଦିଆଯାଇଥିଲା। ଏପରି କି ଟିଏମ୍‌ସି ବିରୋଧରେ ବିକ୍ଷୋଭ ଲାଗି ମହିଳାମାନଙ୍କୁ ଭାଜପା ଟଙ୍କା ବାଣ୍ଟିଥିଲା ବୋଲି ଅଭିଯୋଗ ହୋଇଛି। ମମତା ଆହୁରି କହିଛନ୍ତି, ଆମ ଧର୍ମୀୟ ବିଶ୍ୱାସ ହେଉ କି ଖାଦ୍ୟ ଅଭ୍ୟାସ; ଭାଜପା ସବୁ କଥାରେ ହସ୍ତକ୍ଷେପ କରୁଛି। ଏହା ଆଉ ଚାଲିବ ନାହିଁ। ରାଜ୍ୟରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)କୁ ଲାଗୁ କରାଇ ଦିଆଯିବ ନାହିଁ ବୋଲି ମମତା କହିଛନ୍ତି। ଇତିମଧ୍ୟରେ ଟିଏମ୍‌ସିର ଏକ ପ୍ରତିନିଧି ଦଳ ଭାଜପା ବିରୋଧରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିବା ସହ ଏହାକୁ ମୋଦି କୋଡ୍‌ ଅଫ୍‌ କଣ୍ଡକ୍ଟ (ଏମ୍‌ସିସି) କହି ନିର୍ବାଚନ କମିଶନଙ୍କୁ ପତ୍ର ଲେଖିଛି।
ଅନ୍ୟପକ୍ଷେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଉତ୍ତର ୨୪ ପ୍ରଗଣା ଜିଲାରେ କହିଛନ୍ତି, ସିଏଏ ପ୍ରସଙ୍ଗରେ ମମତା ମିଛ କହୁଛନ୍ତି। କେନ୍ଦ୍ର ପ୍ରଣୀତ ଏହି ଆଇନକୁ ମମତା ରୋକିପାରିବ ନାହିଁ। ଏହା ମୋଦିଙ୍କ ଗ୍ୟାରେଣ୍ଟି ବୋଲି ଶାହା ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri