ମହାନଦୀରେ ବେଆଇନ ବାଲିଘାଟକୁ ଅନୁକମ୍ପା

ନୟାଗଡ଼,୧୨।୫(ଲୋକନାଥ ମିଶ୍ର)ନୟାଗଡ଼ ଜିଲାରେ ମହାନଦୀରେ ବେଆଇନ ବାଲିଘାଟକୁ ଅନୁକମ୍ପା ଦେଖାଇ ନୟାଗଡ଼ ଜିଲା ପ୍ରଶାସନ ସନ୍ଦେହ ଘେରକୁ ଆସିଛି । କେତେଜଣ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଅନୁକମ୍ପା ଯୋଗୁ ସରକାର ଅନେକ କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି। ମହାନଦୀର ମାଧପୁର ବାଲିଘାଟକୁ ଛାଡିଦେଲେ ଅନ୍ୟ କୌଣସି ବାଲିଘାଟ ନିଲାମ ଦିଆଯାଇ ନ ଥିବା ବେଳେ ପ୍ରତ୍ୟହ ବେଆଇନ ଭାବେ ବାଲି ଚୋରା ଚାଲାଣ ଚାଲିଛି ।ପ୍ରଶାସନ ପକ୍ଷରୁ ଚଢ଼ାଉ କି ଧରପଗଡ ନ ଥିବାରୁ ଅବାଧରେ ବାଲି ଚାଲାଣ ଚାଲିଛି ।
ସରକାରୀ ରିପୋର୍ଟ କହୁଛି କେବଳ ମାଧପୁରରେ ବାଲିଘାଟ ହେଉଛି । କିନ୍ତୁ ଗ୍ରାଉଣ୍ଡ ଜିରୋ ରିପୋର୍ଟ ଦେଖିଲେ ଗଣିଆ ତହସିଲର କେନ୍ଦୁପଲ୍ଲୀ, ୱାଲିପୁର, ପୂର୍ଣ୍ଣଚନ୍ଦ୍ରପୁର ମହାନଦୀର ବାଲି ଘାଟରୁ ବାଲି ଉଠୁଛି । କିନ୍ତୁ ଏହି ବାଲିଘାଟ ନିଲାମ ଦିଆ ନ ଯାଇ ବାଲି ଉଠିବା ପ୍ରଶ୍ନବାଚୀ ସୃଷ୍ଟି କରିଛି । କେତେଜଣ ଲୋକ ଏହି ଘାଟକୁ ବାଲି ନିଲାମ ନେଇଛନ୍ତି ଦର୍ଶାଇ ଭଲ ଟଙ୍କା ରୋଜଗାର କରୁଛନ୍ତି । ସେହିପରି ଖଣ୍ଡପଡ଼ା ତହସିଲର ସିଦ୍ଧାମୂଳା ବାଲିଘାଟରୁ ପୁଣି ବାଲ ଉଠୁଛି । ପୂର୍ବରୁ ଏ ବାଲି ଘାଟ ନିଲାମ ହେଉଥିଲା । ପରେ କିନ୍ତୁ ନିଲାମ ବନ୍ଦ ରହିଛି । ହେଲେ ବାଲି ଚୋରା ଚାଲାଣ ରୋକା ଯାଇ ପାରିୁନି । ସିଦ୍ଧାମୂଳା ବାଲିଘାଟରୁ ଓଡ଼ଗଁା, ଖଣ୍ଡପଡ଼ା, ନୟାଗଡ଼, ରଣପୁର ଅଞ୍ଚଳକୁ ବାଲି ଚୋରା ଚାଲାଣ ହେଉଛି ବୋଲି ଅଭିଯୋଗ ହେଉଛି । ଅନ୍ୟପକ୍ଷେ ସିଦ୍ଧାମୂଳାଠାରୁ କିଛି ବାଟ ପରେ କଟକ ଜିଲାର ବୈଦେଶ୍ୱର ବାଲି ଘାଟ ରହିଛି । ଏହା ପୁଣି ବେଆଇନ ବୋଲି କୁହାଯାଉଛି। ଏଠାରୁ ବାଲି ଖୋର୍ଦ୍ଧ, ବାଲୁଗଁା, ଟାଙ୍ଗି, ଚାନ୍ଦପୁର, ଭୁବନେଶ୍ୱର ଯାଉଛି । ସରକାର ରାଜସ୍ବ ହରାଉଥିଲେ ମଧ୍ୟ ମହାନଦୀରେ ଏକାଧିକ ବାଲି ଘାଟ କରି ବେଆଇନ ଭାବେ ବାଲି ବୁହା ଚାଲିଛି। ଜିଲାରେ କୋଠା ଘର ଓ ସରକାରୀ କାର୍ଯ୍ୟାଳୟର ନିର୍ମାଣ କାର୍ଯ୍ୟ ବଢ଼ି ଚାଲିଥିବାରୁ ଅନେକ ନଦୀ ଓ ନାଳରେ ବାଲି ସଙ୍କଟ ଦେଖା ଦେଲାଣି। ପୁଣି ବନ୍ୟା ଆଗଭଳି ଆଉ ହେଉ ନାହିଁ । ଯଦ୍ୱାରା ନଦୀରେ ବାଲି ଆସୁନି । କୋଚିତ ବନ୍ୟା ଲୋକଙ୍କ ଗୃହ ନିର୍ମାଣ ପାଇଁ ଆବଶ୍ୟକତା ବାଲିକୁ ପୂରଣ କରି ପାରୁ ନାହିଁ । ଜିଲା ମଧ୍ୟ ଦେଇ ଯାଇଥିବା ମହାନଦୀ ଏହି ଆବଶ୍ୟକତାକୁ ପୂର୍ଣ୍ଣ କରୁଛି ।
ଏନେଇ ପରିବେଶବିତ୍‌ ବିଭୂତି ଭୂଷଣ ଦାଶ କୁହନ୍ତି, ବାଲି ଘାଟ ନିଲାମକୁ କଡାକଡି କରିବା ଦରକାର । ବାଲିଘାଟ ନିଲାମ କଡାକଡି ହେଉ ନ ଥିବାରୁ ଚୋରା ଚାଲାଣ ବଢ଼ୁଛି । ବାଲି ବ୍ୟବସାୟୀମାନେ ସରକାରଙ୍କୁ ରାଜସ୍ବ ନ ଦେଇ ହାତଗୁଞ୍ଜା ଦେଇ କାରବାର ଚଲାଉଛନ୍ତି । ବାଲିଘାଟ ନିଲାମ ହେଲେ ଗୃହ ନିର୍ମାଣକାରୀଙ୍କ ପାଇଁ କୌଣସି ଅସୁବିଧା ନାହିଁ, ବରଂ ବାଲି ପାଇବାରେ ସ୍ବଚ୍ଛତା ଆସିବ ବୋଲି କହିଛନ୍ତି । ଅନ୍ୟପକ୍ଷେ ପ୍ରଶାସନ ବେଆଇନ ବାଲିଘାଟ ପ୍ରୀତିକୁ ଛାଡି ଚଢ଼ାଉ, ଧରପଗଡକୁ ତ୍ୱରାନ୍ବିତ କରିବା ଦରକାର ବୋଲି କହିଛନ୍ତି । ପରିବେଶବିତ୍‌ ଓ ସାମାଜିକକର୍ମୀ ସ୍ବାମୀ ହରି ଶରଣ ମହାରାଜ କୁହନ୍ତି, ନିର୍ମାଣ କାର୍ଯ୍ୟ ବଢ଼ି ଚାଲିଛି । ବାଲିର ଆବଶ୍ୟତା ମଧ୍ୟ ବଢ଼ୁଛି। ତେବେ ବାଲିଘାଟ ନିଲାମ କରାଯାଉ ନ ଥିବାରୁ ସରକାର ଅନେକ କୋଟି ଟଙ୍କା ହରାଇ ଚାଲିଛନ୍ତି । କିଛି ହାତଗୁଞ୍ଜା ନେଇ ଚଢ଼ାଉ କରା ନ ଯିବା ଖରାପ ବାର୍ତ୍ତା ଯାଉଛି । ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯିବା ଦରକାର । ନିର୍ବାଚନ ସମୟରେ ବେଶି ବାଲି ଚୋରା ଚାଲାଣ ହେଉଛି ବୋଲି ବିଭିନ୍ନ ମହଲରୁ ଅଭିଯୋଗ ହୋଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଆଉ ହାତ ମାରିହେବନି, ପୁଣି ଏତେ ବଢିଗଲା ସୁନା ଦର

ନୂଆଦିଲ୍ଲୀ,୧୮।୧୨: ଗୁରୁବାର, ଡିସେମ୍ବର ୧୮ ତାରିଖ, ଭାରତରେ ସୁନା ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଗୁରୁବାର ରୂପା ମୂଲ୍ୟ ମଧ୍ୟ ପ୍ରତି କିଲୋଗ୍ରାମ ୨.୧୧...

ଥାନାରେ ପଶିଲା ଭିଜିଲାନ୍ସ, ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ…

କୋରାପୁଟ,୧୮ା୧୨(ଅମିତାଭ ବେହେରା): ଭିଜିଲାନ୍ସ ହାତରେ ଦଶମନ୍ତପୁର ଥାନାଧିକାରୀ କୌଣସି ମାମଲାରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଜୟପୁର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ମିଳିଥିବା...

ଭାରତୀୟ ରେଲଓ୍ବେର ନୂଆ ରେକର୍ଡ, ଯାହା ବ୍ରିଟେନ-ଋଷ କରିପାରିନଥିଲେ…

ନୂଆଦିଲ୍ଲୀ,୧୮।୧୨: ଦେଶର ଜୀବନରେଖା ଭାବେ ବିବେଚିତ ଭାରତୀୟ ରେଳବାଇ ଏକ ମାଇଲଖୁଣ୍ଟ ହାସଲ କରିଛି । ଯାହା ବିଶ୍ୱର ପ୍ରମୁଖ ରେଳ ଶକ୍ତିଗୁଡ଼ିକୁ ମଧ୍ୟ ପଛରେ...

ଦୁଇ ବିଶାଳ ହାତୀଙ୍କ ଭୟଙ୍କର ଲଢ଼େଇ: ବଦଳିଗଲା ଜଙ୍ଗଲ, ଚାରିଆଡ଼ ହେଲା ଧୂଳିମୟ, ଭିଡିଓ ଦେଖିଲେ…

ଜଙ୍ଗଲ ଦୁନିଆ ଯେତିକି ରୋମାଞ୍ଚକର ସେତିକି ଆଶ୍ଚର୍ଯ୍ୟଜନକ ମଧ୍ୟ। ଅନେକ ସମୟରେ ଏଠାରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥାଏ, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ ଏବଂ...

ଅତିରଞ୍ଜିତ କରି ଏମିତି କଥା କହିଲେ ଟ୍ରମ୍ପ, ମୁଣ୍ଡରେ ହାତ ଦେଲେ ବିଶେଷଜ୍ଞ

ନୂଆଦିଲ୍ଲୀ,୧୮।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ତାଙ୍କ ବୟାନ ପାଇଁ ଚର୍ଚ୍ଚାରେ ଅଛନ୍ତି। ଦେଶକୁ ସମ୍ବୋଧିତ କରି ସେ କହିଛନ୍ତି, ତାଙ୍କର ନିଷ୍ପତ୍ତି ଏବଂ...

ଖଣ୍ଡଗିରିରୁ ଏମ୍ସ ହେବ ସ୍ବତନ୍ତ୍ର କରିଡର, ଆଉ ଭିଡ଼ରେ ଅଟକିବନି ଆମ୍ବୁଲାନ୍ସ

ଭୁବନେଶ୍ବର,୧୮।୧୨: ଆଉ ଭିଡରେ ଫସିବନି ଆମ୍ବୁଲାନ୍ସ । ଏନେଇ ପୂର୍ତ୍ତବିଭାଗ ସମୀକ୍ଷା ବୈଠକରେ ବଡ଼ ନିଷ୍ପତ୍ତି ହୋଇଥିବା ନେଇ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।...

ପୁଟିନ ଯିବେ ଆମେରିକା! ବଡ଼ ଘୋଷଣା କଲେ ଟ୍ରମ୍ପ ସରକାର, ଟେନସନରେ ଜେଲେନ୍ସକି

ଓ୍ବାଶିଂଟନ,୧୮।୧୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏକ ଜଟିଳ ପ୍ରସଙ୍ଗ ହୋଇ ରହିଛି ଯାହାର ସମାଧାନ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ...

ଚାଇନାକୁ ବଡ଼ ଝଟକା, ତାଇୱାନକୁ ଏହି ସାହାଯ୍ୟ କରିବେ ଟ୍ରମ୍ପ

ନୂଆଦିଲ୍ଲୀ,୧୮।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ତାଇୱାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଯାହା ଚାଇନାକୁ ଏକ ବଡ଼ ଧକ୍କା ଦେଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri