Posted inଜାତୀୟ

ମୋଦିଙ୍କ ଆଦାନୀ-ଅମ୍ବାନୀ ବୟାନକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା, କଂଗ୍ରେସ କହିଲା…

ନୂଆଦିଲ୍ଲୀ,୮।୫: ଲୋକ ସଭା ନିର୍ବାଚନ ପାଇଁ ସବୁ ଦଳ ଜୋରଦାର ପ୍ରଚାର କରୁଛନ୍ତି। ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ତେଲଙ୍ଗାନା ଗସ୍ତରେ ଥିବାବେଳେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିବା ଆଳରେ ଶିଳ୍ପପତି ଗୌତମ ଆଦାନୀ ଓ ମୁକେଶ ଅମ୍ବାନୀଙ୍କୁ ଟାର୍ଗେଟ କରିଛନ୍ତି।

ମୋଦି କହିଛନ୍ତି, ନିର୍ବାଚନ ଘୋଷଣା ହେବା ଦିନଠାରୁ ରାହୁଲ, ଅମ୍ବାନୀ ଏବଂ ଆଦାନୀଙ୍କ କଥା କହିବା ବନ୍ଦ କରି ଦେଇଛନ୍ତି। ଏବେ ତା’ହେଲେ ଭିତରେ କେଉଁ ଡିଲ ହୋଇଛି ଯାହାକୁ ନେଇ ଅମ୍ବାନୀ-ଆଦାନୀଙ୍କୁ ରାହୁଲ ଟାର୍ଗେଟ କରିବା ବନ୍ଦ କରିଦେଇଛନ୍ତି। ଏହି ୫ ବର୍ଷ ଭିତରେ ସେମାନଙ୍କୁ ଟାର୍ଗେଟ କରିବା ପରେ ବସ୍ତା ବସ୍ତା ଚୋରି ସାମଗ୍ରୀ ଘରେ ବୋଧେ ପହଞ୍ଚିଛି। ତେବେ ଏ ସମ୍ପର୍କରେ ରାଜକୁମାର ହିଁ ସ୍ପଷ୍ଟ କରିପାରିବେ। ତେବେ ଆଜି ମୁଁ ତେଲଙ୍ଗାନାକୁ ପଚାରିବାକୁ ଚାହୁଁଛି ଯେ, ରାଜକୁମାର ନିର୍ବାଚନରେ ଅମ୍ବାନୀ-ଆଦାନୀଙ୍କଠାରୁ କେତେ ଟଙ୍କା ନେଇଛନ୍ତି ତାହା ସର୍ବସମ୍ମୁଖରେ ଘୋଷଣା କରନ୍ତୁ।

ମୋଦିଙ୍କ ବୟାନ ପରେ ଜାତୀୟ ରାଜନୀତି ସରଗରମ ରହିଛି। ଯାହାକୁ ନେଇ କଂଗ୍ରେସର ବହୁ ବରିଷ୍ଠ ନେତାଙ୍କ ସମେତ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ବହୁ ବଡ ବଡ଼ ବ୍ୟକ୍ତିତ୍ୱ ଏ ସମ୍ପର୍କରେ ମୋଦିଙ୍କୁ ପ୍ରଶ୍ନ କରିଛନ୍ତି।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏକ୍ସରେ ଟ୍ବିଟ କରି କହିଛନ୍ତି, ‘ସମୟ ବଦଳୁଛି । ଦୋସ୍ତ ଦୋସ୍ତ ନା ରାହା। ତିନି ପର୍ଯ୍ୟାୟ ନିର୍ବାଚନ ସମାପ୍ତ ହେବା ପରେ ଆଜି ପ୍ରଧାନମନ୍ତ୍ରୀ ନିଜ ସାଙ୍ଗମାନଙ୍କୁ ହିଁ ଟାର୍ଗେଟ କରିଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ଯେ, ମୋଦିଜୀଙ୍କ ଆସନ ଏବେ ବିପଦରେ ଅଛି।

ସେହିପରି କଂଗ୍ରେସ ନେତା ଜୟରାମ ରମେଶ ଟ୍ବିଟ କରି କହିଛନ୍ତି, ଗତବର୍ଷ ଜାନୁୟାରୀ ୨୮ରୁ ମୋଦାନି ସ୍କାମର ତଦନ୍ତ ପାଇଁ ମିଳିତ ସଂସଦ କମିଟି (ଜେପିସି) ଗଠନ ପାଇଁ କଂଗ୍ରେସ ବାରମ୍ବାର ଦାବି କରିଛି। ନିର୍ବାଚନ ପ୍ରଚାର ଆରମ୍ଭ ହେବା ପରେ ମଧ୍ୟ ଆମେ ଏହି ଦାବିକୁ ଦୋହରାଇଛୁ। ଆମେ ଏହାକୁ ୨୩ ଏପ୍ରିଲ ୨୦୨୪ରେ ଏବଂ ପାଞ୍ଚ ଦିନ ପୂର୍ବରୁ ୩ ମେ ୨୦୨୪ରେ ପୁନରାବୃତ୍ତି କରିଛୁ । ସେହପରି ଏପ୍ରିଲ ୩ ୨୦୨୪ ପରଠାରୁ ରାହୁଲ ଗାନ୍ଧୀ ତାଙ୍କ ଭାଷଣରେ ଆଦାନୀଙ୍କୁ ୧୦୩ ଥର ଏବଂ ଅମ୍ବାନୀଙ୍କୁ ୩୦ରୁ ଅଧିକ ଥର ଉଲ୍ଲେଖ କରିଛନ୍ତି। ମୋଦାନି ସ୍କାମରେ ୨ ଲକ୍ଷ କୋଟି ଟଙ୍କା ଜାଲିଆତି ହୋଇଛି। ପରାଜୟର ପୂର୍ବାନୁମାନ ହୋଇଛି, ପ୍ରଧାନମନ୍ତ୍ରୀ ଏବେ ନିଜ ଛାଇକୁ ଭୟ କରୁଛନ୍ତି ବୋଲି ଜୟରାମ ରମେଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

କମାଲ ଦେଖାଇଲେ ଶିଶୁ ବୈଜ୍ଞାନିକ, ଜିଲାପାଳ କହିଲେ…

ବରଗଡ଼,୬ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାଣା ପ୍ରତାପ ସ୍କୁଲ ପଡ଼ିଆରେ ଶନିବାର ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ ହୋଇଛି। ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁଙ୍କ ଅଧ୍ୟକ୍ଷତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri