Odisha Elections 2024
Posted inଜାତୀୟ

ଭାଇରାଲ ହେଉଛି ଶାହାଙ୍କ ଫେକ୍‌ ଭିଡ଼ିଓ, ରେଭନ୍ଥ ରେଡ୍ଡୀଙ୍କୁ ସମନ ପଠାଇଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୨୯ା୪ : ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଉପରେ ଏକ ଜାଲିଆତି ଭିଡିଓ ସହ ସମ୍ପୃକ୍ତି ଅଭିଯୋଗରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେଭନ୍ଥ ରେଡ୍ଡୀଙ୍କୁ ଦିଲ୍ଲୀ ପୋଲିସ ସମନ ଜାରି କରିଛି। ତାଙ୍କ ସମେତ ତେଲଙ୍ଗାନାର ୪ ଜଣଙ୍କୁ ଏହି ମାମଲାରେ ନୋଟିସ ଜାରି କରାଯାଇ ତଦନ୍ତରେ ସାମିଲ ହେବାକୁ କୁହାଯାଇଛି। ତେଲଙ୍ଗାନା କଂଗ୍ରେସର ଏକ୍ସ ହ୍ୟାଣ୍ଡେଲରେ ଶାହାଙ୍କ ସମ୍ପର୍କିତ ଭିଡିଓ ଶେୟାର କରାଯାଇଥିବା ଅଭିଯୋଗ ହୋଇଛି। ପରେ ଦଳର କେତେଜଣ ନେତା ଉକ୍ତ ଭିଡିଓକୁ ରିପୋଷ୍ଟ କରିଥିଲେ। ଅନୁସୂଚିତ ଜାତି/ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗ ସଂରକ୍ଷଣ କୋଟା ହଟାଇବା ଭାଜପାର ଏଜେଣ୍ଡା ବୋଲି ଉକ୍ତ ଭିଡିଓରେ ଦର୍ଶାଯାଇଥିଲା। କୋଟା ଉଚ୍ଛେଦ ସପକ୍ଷରେ ଶାହା କହୁଥିବାର ଭିଡିଓରେ ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ଏଡିଟ୍‌ ହୋଇଥିବା ଉକ୍ତ ଭିଡିଓ ବ୍ୟାପକ ଭାବେ ପ୍ରସାରିତ ହେବା ପରେ ଭାଜପା ଏବଂ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଅଭିଯୋଗ ଆଧାରରେ ଦିଲ୍ଲୀ ପୋଲିସ ଆଇପିସିର ବିଭିନ୍ନ ଦଫା ସମେତ ସୂଚନା ପ୍ରଯୁକ୍ତି ଆଇନର ଧାରା ୬୬ସି ଆଧାରରେ ମାମଲା ରୁଜୁ କରିଛି। ସୋସିଆଲ ମିଡିଆ ଏକ୍ସ ଏବଂ ଫେସ୍‌ବୁକ୍‌କୁ ମଧ୍ୟ ଦିଲ୍ଲୀ ପୋଲିସ ନୋଟିସ୍‌ ପଠାଇ ଭିଡିଓ ଅପ୍‌ଲୋଡ଼ ଏବଂ ଶେୟାର ହୋଇଥିବା ଆକାଉଣ୍ଟଗୁଡ଼ିକ ଉପରେ ତଥ୍ୟ ମାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ନିର୍ବାଚନର ଶେଷ ପର୍ଯ୍ୟାୟରେ ଫାଇଟ ବଡ ଟାଇଟ!

ନୂଆଦିଲ୍ଲୀ,୧।୬: ୨୦୨୪ ଲୋକ ସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟରେ ଶନିବାର (ଜୁନ ।) ସାତୋଟି ରାଜ୍ୟ ତଥା ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫୭ ଟି ସଂସଦୀୟ...

New Rule From June 1: ଆଜିଠାରୁ ବଦଳିଯାଇଛି ଏସବୁ ଗୁରତ୍ୱପୂର୍ଣ୍ଣ ନିୟମ; ଜାଣି ନିଅନ୍ତୁ ନଚେତ ହଇରାଣରେ ପଡ଼ିବେ

ନୂଆଦିଲ୍ଲୀ,୧।୬: ଜୁନ ପହିଲା ଅର୍ଥାତ ଆଜିଠାରୁ ଲାଗୁ ହୋଇଛି କିଛି ନୂଆ ନିୟମ। ଘରୋଇ ଗ୍ୟାସ ସିଲିଣ୍ଡରର ଦାମ୍‌ କମ୍‌ ହୋଇଥିବା ବେଳେ ଗାଡ଼ି ଚଳାଇବା...

କ୍ଷମତା ସଂଗ୍ରାମର ଶେଷ ପର୍ଯ୍ୟାୟରେ ଅନେକ ଆସନରେ କଡା ଟକ୍କର, ହେଲେ ସମସ୍ତଙ୍କ ନଜର ବାରାଣସୀ ଉପରେ

ଲକ୍ଷ୍ନୌ,୧।୬: ଚକ୍ରବ୍ୟୁହର ସପ୍ତମ ଦ୍ୱାରରେ ଆଜି ଏକ ଭୟଙ୍କର ଯୁଦ୍ଧ ହେଉଛି। ଶନିବାର ଅନ୍ତିମ ପର୍ଯ୍ୟାୟରେ ୧୩ଟି ଆସନରେ ମତଦାନ ଅନୁଷ୍ଠିତ ହେବ। ଶନିବାର ଦିନ...

ସପ୍ତମ ପର୍ଯ୍ୟାୟ ଭୋଟ ଗ୍ରହଣ ବେଳେ ପଶ୍ଚିମବଙ୍ଗରେ ହିଂସା

କୋଲକାତା,୧।୬: ପଶ୍ଚିମବଙ୍ଗରେ ସପ୍ତମ ପର୍ଯ୍ୟାୟ ମତଦାନ ପୂର୍ବରୁ ଶୁକ୍ରବାର (୩୧ ମେ’ ୨୦୨୪)ରେ ଏକ ପ୍ରମୁଖ ଘଟଣା ସାମ୍ନାକୁ ଆସିଛି। ଦକ୍ଷିଣ ଚବିଶ ପ୍ରଗଣାର ଭଙ୍ଗର...

କମିଲା ଗ୍ୟାସ ଦାମ୍‌

ନୂଆଦିଲ୍ଲୀ,୧।୬: ଲୋକ ସଭା ନିର୍ବାଚନର ଶେଷ ପର୍ଯ୍ୟାୟ ପୂର୍ବରୁ ଏଲପିଜି ଗ୍ରାହକଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ସରକାରୀ ତୈଳ ଏବଂ ଗ୍ୟାସ ମାର୍କେଟିଂ କମ୍ପାନୀଗୁଡିକ...

ହିଟ୍‌ଓ୍ବେଭକୁ ଜାତୀୟ ଦୁର୍ବିପାକ ଘୋଷଣାକର

ନୂଆଦିଲ୍ଲୀ, ୧।୬: ଦେଶର ଅଧିକାଂଶ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହଜନିତ ହିଟ୍‌ଓ୍ବେଭ ସ୍ଥିତି ଜାରିରହିଛି। ଏହାଫଳରେ ଅଧିକାଂଶ ସହରରେ ତାପମାତ୍ରା ୪୫ ଡିଗ୍ରୀ ପାରକରୁଛି। ଏପରି ସ୍ଥିତିରେ...

୮ ରାଜ୍ୟର ୫୭ ଆସନ ପାଇଁ ଭୋଟ ଗ୍ରହଣ ଆରମ୍ଭ, ୯୦୪ ଜଣ ପ୍ରାର୍ଥିଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧।୬: ଲୋକ ସଭା ନିର୍ବାଚନ ୨୦୨୪ର ଛଅଟି ପର୍ଯ୍ୟାୟ ଭୋଟିଂ ଶେଷ ହୋଇଛି । ସପ୍ତମ ପର୍ଯ୍ୟାୟ ପାଇଁ ଆଠଟି ରାଜ୍ୟର ୫୭ଟି ଆସନରେ ଭୋଟରମାନେ...

୧୫୦ ଜଳଭଣ୍ଡାରରେ ମାତ୍ର ୨୩% ଜଳ

ନୂଆଦିଲ୍ଲୀ,୧ା୬(ପି.ଟି.): ବର୍ତ୍ତମାନ ଭାରତର ପ୍ରମୁଖ ୧୫୦ଟି ଜଳଭଣ୍ଡାରର ଜଳ ମୋଟ ଧାରଣ କ୍ଷମତାର ୨୩%କୁ ଖସିଆସିଛି। ଅର୍ଥାତ୍‌ ଗତବର୍ଷ ଗ୍ରୀଷ୍ମଋତୁରେ ଏହି ଜଳଭଣ୍ଡାରଗୁଡ଼ିକରେ ଜଳସ୍ତର ଯେତିକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri